26/09/2026
ଆଜିର ଚିନ୍ତନ(ଓଡ଼ିଆ):-୨୭-୦୯-୨୦୨୬ (ବିଶେଷ କରି ଶିଶୁମାନଙ୍କ ପାଇଁ) (odia)
ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି !
( କଲସୀୟ:-୨:୩ )
ଗୋଟିଏ ନିମ୍ବ ଗଛ ଉପରେ ଦୁଇଟି ଶୁଆ ବସିଥିଲେ ! ସେମାନଙ୍କର ଜୋରରେ ଶବ୍ଦ କରିବା ଦେଖି ଅରୁଣ ରୋଷେଇ ଘରେ ଥିବା ନିଜ ମା’ ନାନ୍ସିଙ୍କ ପାଖକୁ ଦୌଡ଼ିଗଲା ! ସେ କହିଲା, “ମା’, ଆମ ନିମ୍ବ ଗଛରେ ଦୁଇଟି ଶୁଆ ବସିଛନ୍ତି ! ଆସ, ଦେଖିବ !” ତା’ ମା’ ଉତ୍ତର ଦେଲେ, “ଏବେ କ’ଣ ନିମ୍ବ ଫଳ ହେବାର ସମୟ ନୁହେଁ କି? ହୁଏତ ସେମାନେ ନିମ୍ବ ଫଳ ଖାଇବାକୁ ଆସିଥିବେ !” ଅରୁଣ ପଚାରିଲା, “ସେମାନେ କିପରି ଜାଣନ୍ତି ଯେ ଏହା ନିମ୍ବ ଫଳର ସମୟ ?” ତା’ ମା’ ବୁଝାଇ କହିଲେ, “ଈଶ୍ୱର ସେମାନଙ୍କୁ ସେହିପରି ଭାବେ ସୃଷ୍ଟି କରିଛନ୍ତି ! ସେମାନଙ୍କୁ ଆବଶ୍ୟକୀୟ ଜ୍ଞାନ ଏବଂ ତୀବ୍ର ଘ୍ରାଣ ଶକ୍ତି ପ୍ରଦାନ କରିଛନ୍ତି !” ଆଉ କିଛି ଶୁଣିବା ପୂର୍ବରୁ, ଅରୁଣ ଶୁଆମାନଙ୍କୁ ଦେଖିବା ପାଇଁ ବାହାରକୁ ଦୌଡ଼ିଗଲା ! ମା’ କହିବା ଅନୁଯାୟୀ, ଶୁଆଗୁଡ଼ିକ ନିମ୍ବ ଫଳ ଖାଉଥିଲେ ! ଅରୁଣ ଭାବିଲା ଯେ ଛାତ ଉପରୁ ସେ ସେମାନଙ୍କୁ ଭଲ ଭାବରେ ଦେଖିପାରିବ, ତେଣୁ ସେ ଉପରକୁ ଗଲା ! ଯେତେବେଳେ ସେ ଛାତ ଉପରେ ପହଞ୍ଚିଲା, ସେ ଦେଖିଲା ଯେ କିଛି ଗୁଣ୍ଡୁଚି ମୂଷା ଏପଟ ସେପଟ ଦୌଡ଼ୁଛନ୍ତି ଏବଂ ବହୁତ ଶବ୍ଦ କରୁଛନ୍ତି ! ଶୁଆମାନଙ୍କୁ ଦେଖିବା ପାଇଁ ଅରୁଣ ବହୁତ ଆଗ୍ରହୀ ଥିବାରୁ ସେ ଗୁଣ୍ଡୁଚି ମୂଷାମାନଙ୍କୁ ଘଉଡ଼ାଇ ଦେଲା ! ସେହି ଶବ୍ଦ ଶୁଣି ଶୁଆଗୁଡ଼ିକ ଭୟଭୀତ ହୋଇ ଉଡ଼ିଗଲେ ! ନିରାଶ ହୋଇ ଅରୁଣ ନିଜ ମା’ଙ୍କ ପାଖକୁ ଫେରିଲା ଏବଂ ଯାହା ଘଟିଥିଲା ତାହା କହିଲା ! ତା’ ମା’ ବୁଝାଇ କହିଲେ, “ଗୁଣ୍ଡୁଚି ମୂଷାଗୁଡ଼ିକ ହୁଏତ ସେମାନଙ୍କ ଛୁଆଙ୍କ ପାଇଁ ବସା ତିଆରି କରିବାକୁ ନଡ଼ିଆର ତନ୍ତୁ ସଂଗ୍ରହ କରିବାକୁ ଆସିଥିଲେ ! ସେଥିପାଇଁ ସେମାନେ ଏତେ ଶବ୍ଦ କରୁଥିଲେ !" ଅରୁଣ ପଚାରିଲା, “ସେମାନଙ୍କୁ ନଡ଼ିଆ ତନ୍ତୁ କାହିଁକି ଦରକାର?” ମା’ କହିଲେ, “ସେମାନେ ଏହାକୁ ବ୍ୟବହାର କରି ଏକ ନରମ ବସା ତିଆରି କରନ୍ତି, ଯାହା ଏକ ବିଛଣା ପରି ହୋଇଥାଏ ଏବଂ ସେଠାରେ ସେମାନେ ନିଜ ଛୁଆଙ୍କୁ ରଖିପାରନ୍ତି ! ତାଙ୍କ ମା’ ବୁଝାଇ କହିଲେ, “ଈଶ୍ୱର ଯେତେବେଳେ ସେମାନଙ୍କୁ ସୃଷ୍ଟି କରିଥିଲେ, ସେତେବେଳେ ସେମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ ! ସମସ୍ତ ଜ୍ଞାନ ଓ ବିଦ୍ୟା ତାଙ୍କଠାରେ ଭଣ୍ଡାର ସଦୃଶ ରହିଛି ! ସେହିପରି, ଯଦି ଆମେ ଅନୁଭବ କରୁ ଯେ ଆମ ପାଖରେ ଜ୍ଞାନର ଅଭାବ ଅଛି, ତେବେ ଆମେ ଈଶ୍ୱରଙ୍କୁ ମାଗିପାରିବା ଏବଂ ସେ ଆମକୁ ତାହା ପ୍ରଦାନ କରିବେ !” “ତେବେ ଇଂରାଜୀ ପଢ଼ିବା ପାଇଁ ମୋ ପାଖରେ ଯଥେଷ୍ଟ ଜ୍ଞାନ ନାହିଁ ! ଯଦି ମୁଁ ଈଶ୍ୱରଙ୍କୁ ମାଗିବି, ତେବେ କ’ଣ ସେ ମୋତେ ଜ୍ଞାନ ଦେବେ?” ଅରୁଣ ପଚାରିଲା ! “ନିଶ୍ଚିତ ଭାବରେ ସେ ଦେବେ !” ତା’ ମା’ ଉତ୍ସାହଜନକ ଭାବରେ କହିଲେ !
ପ୍ରିୟ ସାନ ଭାଇ ଓ ଭଉଣୀମାନେ , ତୁମେ କ’ଣ ଅନୁଭବ କରୁଛ ଯେ ପାଠ ପଢ଼ିବା ପାଇଁ ତୁମ ପାଖରେ ଜ୍ଞାନର ଅଭାବ ରହିଛି? ଯଦି ଈଶ୍ୱର ଶୁଆ ଓ ଗୁଣ୍ଡୁଚି ମୂଷାଙ୍କୁ ମଧ୍ୟ ଜ୍ଞାନ ଦେଇଥିଲେ, ତେବେ ତୁମେ ମାଗିଲେ ଯେ ସେ ତୁମକୁ ଜ୍ଞାନ ପ୍ରଦାନ କରିବେ, ତାହା କ’ଣ ଅଧିକ ନିଶ୍ଚିତ ନୁହେଁ କି? ତୁମେ କ’ଣ ଯୀଶୁଙ୍କଠାରୁ ଜ୍ଞାନ ମାଗିବ ଏବଂ ଜଣେ ଉତ୍କୃଷ୍ଟ ଛାତ୍ର ବା ଛାତ୍ରୀ ହେବ?
Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: [email protected]
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.