25/08/2026
ଆଜିର ଚିନ୍ତନ(odia):-୨୫-୦୮-୨୦୨୬
ସମ୍ମାନ ପୂର୍ବରୁ...
ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ !( ଯାକୁବ:-୪:୧୦ )
ଥରେ, ଜଣେ ବ୍ୟକ୍ତିଙ୍କ ହାତର ପାଞ୍ଚୋଟି ଆଙ୍ଗୁଠି ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ ! ବୁଢ଼ା ଆଙ୍ଗୁଠି କହିଲା, "ମୁଁ ସମସ୍ତଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ; ମୋ ବିନା ତୁମେମାନେ କୌଣସି କାର୍ଯ୍ୟ କରିପାରିବ ନାହିଁ !" ତର୍ଜନୀ (ପ୍ରଥମ ଆଙ୍ଗୁଠି) ଦାବି କଲା, "ମୁଁ ହିଁ ବାଟ ଦେଖାଏ ଏବଂ ଅନ୍ୟମାନଙ୍କ ଭୁଲ୍କୁ ଦର୍ଶାଏ !" ମଧ୍ୟମା (ମଝି ଆଙ୍ଗୁଠି) ଘୋଷଣା କଲା, "ମୁଁ ତୁମ ସମସ୍ତଙ୍କଠାରୁ ଲମ୍ବା; ମୁଁ ତୁମ ସମସ୍ତଙ୍କର ନେତା !" ଏହା ଶୁଣି ଅନାମିକା (ମୁଦି ପିନ୍ଧା ଆଙ୍ଗୁଠି) ହସି କହିଲା, "ମୁଁ ଅଳଙ୍କାରରେ ସୁସଜ୍ଜିତ; ତେଣୁ ମୁଁ ତୁମମାନଙ୍କ ମଧ୍ୟରେ ସବୁଠାରୁ ସ୍ୱତନ୍ତ୍ର !" ଏହି ସମୟରେ, ସବୁଠାରୁ ଛୋଟ ଓ ବାମନ ଆଙ୍ଗୁଠି (କନିଷ୍ଠା), ଯାହା ଶେଷ ଭାଗରେ ଥିଲା, ସେହି କଥାବାର୍ତ୍ତା ଶୁଣୁଥିଲା ଏବଂ ଭାବୁଥିଲା ଯେ ନିଜ ବିଷୟରେ ଗର୍ବ କରିବା ପାଇଁ ତା’ ପାଖରେ କିଛି ନାହିଁ ! ତା’ପରେ, ସେହି ବ୍ୟକ୍ତିଜଣକ ପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରିବା ପାଇଁ ନିଜ ହାତ ଯୋଡ଼ିଲେ ! ସେହି ମୁହୂର୍ତ୍ତରେ, ସେହି ସବୁଠାରୁ ଛୋଟ ଓ ବାମନ ଆଙ୍ଗୁଠିଟି ସମସ୍ତଙ୍କ ଆଗରେ ରହିଲା ! ଏହା ଦେଖି ସେହି ଛୋଟ ଆଙ୍ଗୁଠିଟି ଆନନ୍ଦିତ ହେଲା !
ଜ୍ଞାନୀ ରାଜା ଶଲୋମନ ହିତୋପଦେଶ:- ୧୫:୩୩ ରେ ଏହା ହିଁ କହିଛନ୍ତି: “ପ୍ରଭୁଙ୍କ ଭୟ ଜ୍ଞାନ ଶିଖାଏ ଏବଂ ନମ୍ରତା ସମ୍ମାନର ପୂର୍ବଗାମୀ ଅଟେ !” ଖ୍ରୀଷ୍ଟିୟାନ ଜୀବନରେ ନମ୍ରତା ଏକ ଗୁରୁତ୍ୱପୂର୍ଣ୍ଣ ଗୁଣ ! କୁହାଯାଏ ଯେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମୟରେ, ପ୍ରଭୁ ମରିୟମଙ୍କ ନମ୍ରତାକୁ ଦେଖିଥିଲେ ! ବାସ୍ତବରେ, ଯୀଶୁ ଖ୍ରୀଷ୍ଟ ନିଜେ ନମ୍ରତାର ଏକ ଉଦାହରଣ ଭାବରେ ଜୀବନଯାପନ କରିଥିଲେ ! ଆମେ ଦେଖୁ ଯେ ସେ କେବଳ ଏତିକି କହିନଥିଲେ ଯେ "ତୁମ୍ଭମାନଙ୍କ ମଧ୍ୟରେ ଯିଏ ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେବ," ବରଂ ନିସ୍ତାର ପର୍ବ ସମୟରେ ସେ ନିଜ ଶିଷ୍ୟମାନଙ୍କର ପାଦ ମଧ୍ୟ ଧୋଇ ଦେଇଥିଲେ !
ପ୍ରଭୁଙ୍କ ପ୍ରିୟ ଲୋକମାନେ, ନମ୍ରତା ଦୁର୍ବଳତା ନୁହେଁ; ବରଂ ଏହା ଏପରି ଏକ ଗୁଣ ଯାହା ଈଶ୍ୱରଙ୍କ ଦୃଷ୍ଟି ଆକର୍ଷଣ କରେ ! ଅହଂକାର ପତନ ଘଟାଏ, କିନ୍ତୁ ନମ୍ରତା ଉନ୍ନତି ଆଣିଦିଏ ! ଆମର ଦୀନ ଅବସ୍ଥାରେ ଯିଏ ଆମକୁ ସ୍ମରଣ କଲେ, ତାଙ୍କର ପ୍ରଶଂସା କରନ୍ତୁ; ତାଙ୍କର ଦୟା ଅନନ୍ତକାଳ ସ୍ଥାୟୀ ଅଟେ ! ଆମେନ୍ !
ଶ୍ରୀମତୀ ଜୁଲିଏଟ୍ ଜେବରାଜ୍
ପ୍ରାର୍ଥନା ବିଷୟ:- 'ରିଭାଇଭାଲ୍ ୟୁଥ୍ କ୍ୟାମ୍ପ୍' ରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ପାଇଁ କରାଯାଉଥିବା ପରବର୍ତ୍ତୀ ସେବାକାର୍ଯ୍ୟ (follow-up ministry) ଉପରେ ପ୍ରଭୁଙ୍କ ହସ୍ତ ରହୁ, ସେଥିପାଇଁ ଦୟାକରି ପ୍ରାର୍ଥନା କରନ୍ତୁ !
Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: [email protected]
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.