Sri Sri Swapneswar Baba Mandir, Belsara, Sundargarh

Sri Sri Swapneswar Baba Mandir, Belsara, Sundargarh Sri Sri Swapneswar Baba Mandir is situated beneath Buda Pahad and Akhra Pahad of BelsaraGadh(Belsara) since 9th Century.

ନବମ ଶତାବ୍ଦୀରୁ ଯେତେବେଳେ ପୁରୀରେ ଶିବଶକ୍ତିଙ୍କ ଉପାସକ “କେଶରୀ ବଂଶର” ରାଜୁତି ଚାଲିଥିଲା, ସେହି ସମୟରେ ରାଜ୍ୟ ବିସ୍ତାର ପାଇଁ କେଶରୀ ବଂଶର ଦୁଇ ଭାଇ ଦକ୍ଷିଣ କୋଶଳ(ପଶ୍ଚିମ ଓଡିଶା ଓ ଛତିଶଗଡ) ସୀମାନ୍ତ କୁ ଚାଲି ଆସିଥିଲେ । ବଡଭାଇ ରତ୍ନ କେଶରୀ ଛତିଶଗଡରେ ଗଡ କଲେ ଓ ସାନ ଭାଇ କପିଳ କେଶରୀ ହେମଗିରିର ଜୁନାଗଡରେ ଗଡ କଲେ ।
ଦିନେ ରାଜା କପିଳ କେଶରୀ ଏହି ବେଲସରା କୁ ଘନ ଜଙ୍ଗଲ ଓ ଜୀବଜନ୍ତୁ ଭରା ଥିବା ଜାଣିପାରି ଶିକାର କରିବା ପାଇଁ ଆସିଥିଲେ । ଶିକାର କରୁକରୁ ସନ୍ଧ୍ୟା ହୋଇଯିବାରୁ

ଘରକୁ ନଫେରି ସୈନ୍ୟମାନଙ୍କ ସହ ଏଠି ଛାଉଣୀ କରି ରାତ୍ର ଯାପନ ପାଇଁ ନିଷ୍ପତ୍ତି ନେଲେ । ରାତିରେ ତାଙ୍କୁ ଦେବ ଦେବ ମହାଦେବଙ୍କ ସ୍ଵପ୍ନାଦେଶ ହେଲା "ତୁମ ଛାଉଣୀ ପାଖରେ ଯେଉଁ ବିରାଟ ଉଇହୁଙ୍କା ଅଛି ମୁଁ ସେଠାରେ ବିରାଜମାନ ଅଛି ଆଉ ତୁମେ ତାକୁ ଅଭିଷେକ କରାଅ" ।
ସ୍ଵପ୍ନାଦେଶ ଅନୁସାରେ ରାଜା ସୈନ୍ୟ ଲଗାଇ ପାହାଡ ଆରପଟ ନଦୀଠୁ ପାଣି ଆଣି ଉଇହୁଙ୍କା ର ଅଭିଷେକ କରିବା ପରେ ଲିଙ୍ଗ ରୂପି ମହାଦେବଙ୍କ ଆବିର୍ଭାବ ହେଲା ଓ ସମସ୍ତେ ବହୁ ଆନନ୍ଦରେ ପୂଜାର୍ଚନା କରିଥିଲେ । ପୁଣି କୁହାଯାଏ ଯେ ରାଜାଙ୍କ ପୂଜାରେ ଖୁସି ହୋଇ ସେହି ରାତିରେ ହିଁ ଲିଙ୍ଗ ଉପରେ ମାଙ୍କଡ଼ା ପଥରର ମନ୍ଦିର ଓ ମନ୍ଦିର ପରିପାର୍ଶ୍ଵରେ ୧୮ଗଣ୍ଡା(୭୨ଟି) ପୋଖରୀ ଦେବତାମାନଙ୍କ ଦ୍ଵାରା ଖନନ ହୋଇଗଲା । ସକାଳେ ଏ ସବୁ ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ଉଠିଲେ ଓ ସେ ଦିନଠୁ ଏହି ମନ୍ଦିରକୁ "ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବା ମନ୍ଦିର" ନାମକରଣ କରିଦେଲେ ।
ସେହି ଦିନରୁ ରାଜା ଏହି ବେଲସରାକୁ ବି ନିଜର ଗଡ କରିବାକୁ ନିଷ୍ପତ୍ତି ନେବା ସହିତ ମନ୍ଦିର ଉତ୍ତରରେ ନିଜର ରାଜପ୍ରାସାଦ ବା ଦୁର୍ଗ ମଧ୍ୟ ନିର୍ମାଣ କଲେ ଓ ମନ୍ଦିର ସମ୍ମୁଖ ‘ଆଖଡ଼ା ପାହାଡ’ରେ ଥିବା ଗୁମ୍ଫାରେ ଶକ୍ତିପୂଜା ବା ଦେବୀ ପୂଜା ମଧ୍ୟ କରୁଥିଲେ ।
ରାଜା କପିଳ କେଶରୀଙ୍କ ପରେ ତାଙ୍କ ପୁଅ ବିକ୍ରମ କେଶରୀ, ବଂଶାନୁକ୍ରମେ ଚନ୍ଦ୍ର କେଶରୀ, ରଘୁନାଥ କେଶରୀ, ବୀରବାହୁ କେଶରୀ, ଚୈତନ୍ୟ କେଶରୀ, ରାମଚନ୍ଦ୍ର କେଶରୀ, ଶଙ୍କର କେଶରୀ, ବକୁଳ କେଶରୀ, ଗଜିନ୍ଦ୍ର କେଶରୀ, ମନୁ କେଶରୀ, ମଦନ କେଶରୀ, ଗଜେନ୍ଦ୍ର କେଶରୀ, ରତନ କେଶରୀ, ମାନ କେଶରୀ ଓ ପରେ ତାଙ୍କ ପୁଅ ରାଜା ଦେଓ କେଶରୀ ଏପରି ୧୬ ରାଜା ଏହି ବେଲସରାଗଡ଼ ଓ ଜୁନାଗଡ଼ ରେ ରାଜୁତି କରିଥିଲେ । ରାଜା ଦେଓ କେଶରୀ ନିଜ ବଂଶର ଶେଷ ରାଜା ଥିଲେ ।
ନିଜ ପୂର୍ବପୁରୁଷ ତଥା ପରମ୍ପରା ଅନୁଯାୟୀ ରାଜା ଦେଓ କେଶରୀ ମଧ୍ୟ ଶକ୍ତିପୂଜାରେ ପଶୁ ବଳି ଓ ଗୋଟିଏ ନରବଳୀ ଦେଉଥିଲେ । କିନ୍ତୁ ଲୋକଙ୍କ ମନରେ ସନ୍ଦେହ ଥିଲା କି ରାଜା ଲୁଚି ଛପି ଏକାଧିକ ନରବଳି ଦେଉଛନ୍ତି । ଏହାକୁ ନେଇ ରାଜା ଓ ତାଙ୍କ ସେନା ନାୟକ ମଦନ ପ୍ରଧାନଙ୍କ ମଧ୍ୟରେ କଳି ହୋଇଗଲା ।
ଚକ୍ରାନ୍ତ କରି ମଦନ ପ୍ରଧାନ ବହୁ ଜମିଦାର ଓ ସୈନ୍ୟ ସାମନ୍ତ ଠୁଳ କଲା ଓ ରାଜା ଯେତେବେଳେ ଜୁନାଗଡ଼ରେ ଥିଲେ ରାଜାଙ୍କୁ ଆକ୍ରମଣ କରି ହତ୍ୟା କରିଦେଲେ । ମଝିଆଁ ରାଣୀ ଓ ରାଜାଙ୍କ ପୁଅମାନଙ୍କୁ ଏହି ବେଲସରାଗଡ଼ ରେ ହତ୍ୟା କଲେ କିନ୍ତୁ ବଡ ରାଣୀ ଲୁଚିଯାଇ ବୁଡ଼ାପାହାଡ଼ ପଛପଟ ନାଳରେ ବୁଡି ସତୀ ହେଲେ । ସେ ଦିନଠୁ ସେ ନାଳର ନାମ "ରାଣିବୁଡ଼ା" ହେଲା ।
ମୃତ୍ୟୁ ପରେ ରାଜାଙ୍କ ସମସ୍ତ ଯନ୍ତ୍ର ପୋଥି, ରତ୍ନ ଭଣ୍ଡାର, ଘୋଡା ହାତୀ ଆଦି ସବୁ ସମ୍ପତ୍ତି ଲୁଟି ନେଇ ଜମିଦାର ମାନେ ନିଜ ଭିତରେ ବାଣ୍ଟି ନେଲେ ଓ ସବୁ ଧ୍ଵଂସ ବିଧ୍ଵଂସ କରିଦେଲେ କିନ୍ତୁ ହାତୀ ଶିକୁଳି , କୁରଳ ଗଡୁ ଆଦି ବେଲସରାଗଡ଼ ରୁ ନେଇ ପାରିଲେନି, ଯାହାକି ଏବେ ପର୍ଯ୍ୟନ୍ତ ବେଲସରାଗଡ଼ ଦେବୀଙ୍କ ପାଖରେ ପୂଜା ପାଇ ଆସୁଛନ୍ତି । ରାଜାଙ୍କ ରାଜପ୍ରାସାଦର ଅବଶେଷ ଚିହ୍ନ ଏବେ ମଧ୍ୟ ସାକ୍ଷୀ ହୋଇ ରହିଛି ।
ରାଜାଙ୍କ ପରେ ମନ୍ଦିର ଗର୍ଭଗୃହ ଉପରେ ଚାଲ ଘର, ପରେପରେ ଛପରଘର କରି ଲୋକେ ପୂଜା କରି ଆସୁଥିଲେ । ୧୯୬୭ ମସିହାରେ ଗାଁ ର ଗୌନ୍ତିଆ ୰ଧରଣୀଧର ପଟେଲ ସ୍ଵପ୍ନାଦେଶ ପାଇ ବାବାଙ୍କ ଗର୍ଭଗୃହ ଉପରେ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ, ଯାହାକି ୧୯୭୨ ମସିହାରେ ସମ୍ପୂର୍ଣ ହୋଇଥିଲା । ନବମ ଶତାବ୍ଦୀ ରାଜା କପିଳ କେଶରୀଙ୍କ ସମୟରୁ ଏବେ ପର୍ଯ୍ୟନ୍ତ ମନ୍ଦିରରେ ବାବା ସ୍ଵପ୍ନେଶ୍ଵର ଓ ଆଖଡ଼ା ପାହାଡ଼ ଗୁମ୍ଫାରେ ଦେବୀ ମାତା ସ୍ୱପ୍ନେଶ୍ୱରୀଙ୍କ ପୂଜାର୍ଚନା ଚାଲିଆସୁଛି ।

Baba Swapneswar nka divya darshan 🔱Har Har Mahadev 🙏
24/05/2026

Baba Swapneswar nka divya darshan 🔱

Har Har Mahadev 🙏







22/05/2026

ଏହି ଗୁଫା ପଛରେ ଲୁଚି ରହିଛି ଏକ ପୁରାତନ ରହସ୍ୟ… 🔱🕉️

ସୁନ୍ଦରଗଡ଼ ଜିଲ୍ଲାର ବେଲସରା ଗାଁରେ ଅବସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ବାବା ମନ୍ଦିର ସମ୍ମୁଖରେ ଥିବା ଏହି ରହସ୍ୟମୟୀ ଗୁମ୍ଫା ମନ୍ଦିରକୁ ଲୋକମାନେ “ମାତା ସ୍ୱପ୍ନେଶ୍ୱରୀ ମନ୍ଦିର” ବୋଲି ଜାଣନ୍ତି।

ଶତାବ୍ଦୀ ଧରି ଏହି ସ୍ଥାନ ସହ ଜଡିତ ରହିଛି ଅନେକ ଲୋକକଥା ଓ ଅଲୌକିକ କାହାଣୀ…..

Mata Swapneswari Mandir is a Cave Hindu temple located at Akhra Hill of Belsara in Sundargarh district, Odisha, India. It is a local Shakti shrine where villagers worship Goddess Swapneswari (a form of Durga/ Maa Budhi Belserien) as their grama devi and protector.

Deity: Goddess Swapneswari (form of Shakti/Durga)

Location: Belsara village, Sundargarh district, Odisha, India

Har Har Mahadev 🙏















🙏 Baba Swapneswar nka divya darshan 🔱Feel the divine peace & blessings of Mahadev ✨Ek share re anya bhakta madhya ashirb...
21/05/2026

🙏 Baba Swapneswar nka divya darshan 🔱

Feel the divine peace & blessings of Mahadev ✨
Ek share re anya bhakta madhya ashirbad paantu ❤️

Har Har Mahadev 🙏





Har Har Mahadev 🙏🏻🕉️🔱🚩🚩Jai Baba Swapneswar 🙏🏻🕉️🔱🚩🚩
19/05/2026

Har Har Mahadev 🙏🏻🕉️🔱🚩🚩
Jai Baba Swapneswar 🙏🏻🕉️🔱🚩🚩






17/05/2026

ଜୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ବାବା। 🙏🚩

ରବିବାର ସକାଳେ ବାବାଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ। ଭିଡିଓଟିକୁ Share କରି ପୁଣ୍ୟ ଅର୍ଜନ କରନ୍ତୁ। ✨🔱

ଜୟ ବାବା ସ୍ୱପ୍ନେଶ୍ୱର 🙏🏻🕉️🔱🚩ବାବାଙ୍କ ଏହି ମନମୋହକ ରୂପ ଦର୍ଶନ କରି ନିଜ ଦିନଟିକୁ ଶୁଭମୟ କରନ୍ତୁ। ବାବା ସମସ୍ତଙ୍କ ଦୁଃଖ ହରଣ କରନ୍ତୁ ଏବଂ ସ...
16/05/2026

ଜୟ ବାବା ସ୍ୱପ୍ନେଶ୍ୱର 🙏🏻🕉️🔱🚩

ବାବାଙ୍କ ଏହି ମନମୋହକ ରୂପ ଦର୍ଶନ କରି ନିଜ ଦିନଟିକୁ ଶୁଭମୟ କରନ୍ତୁ। ବାବା ସମସ୍ତଙ୍କ ଦୁଃଖ ହରଣ କରନ୍ତୁ ଏବଂ ସମସ୍ତଙ୍କୁ ଖୁସିରେ ରଖନ୍ତୁ। ✨🔱

📍 Sri Sri Swapneswar Baba Mandir, Belsara, Sundargarh

🔱 Shiv hi Satya hai… Shiv hi Sundar 🙏❤️Baba ka divya darshanmann ko shanti se bhar deta hai ✨Har Har Mahadev 🔱
10/05/2026

🔱 Shiv hi Satya hai… Shiv hi Sundar 🙏❤️

Baba ka divya darshan
mann ko shanti se bhar deta hai ✨

Har Har Mahadev 🔱





ଏ ବର୍ଷ ଶିତଲଷଷ୍ଠୀ ମହୋତ୍ସବର କିଛି ମୁହୂର୍ତ୍ତ🙏  ହର ହର ମହାଦେବ🙏🚩🚩
08/07/2025

ଏ ବର୍ଷ ଶିତଲଷଷ୍ଠୀ ମହୋତ୍ସବର କିଛି ମୁହୂର୍ତ୍ତ🙏 ହର ହର ମହାଦେବ🙏🚩🚩

ବାବା ସ୍ବପ୍ନେସ୍ୱରାୟ ନମଃ🙏🚩🚩
28/02/2025

ବାବା ସ୍ବପ୍ନେସ୍ୱରାୟ ନମଃ🙏🚩🚩

Address

Belsara Gudi Road, Belsara
Sundargarh
770011

Opening Hours

Monday 7am - 6:30pm
Tuesday 7am - 6:30pm
Wednesday 7am - 6:30pm
Thursday 7am - 6:30pm
Friday 7am - 6:30pm
Saturday 7am - 6:30pm
Sunday 7am - 6:30pm

Telephone

+919777101666

Website

Alerts

Be the first to know and let us send you an email when Sri Sri Swapneswar Baba Mandir, Belsara, Sundargarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Sri Sri Swapneswar Baba Mandir, Belsara, Sundargarh:

Share