Sital Sashti Yatra - Modipada,sambalpur

Sital Sashti Yatra - Modipada,sambalpur The marriage of Shiva and Parvati is celebrated as Sitalsasthi.It was started 400 old years ago.This Hindu festival is in the form of a carnival.

With the blessings of Sri Hanuman Ji, a divine invitation is offered to all Gods and Goddesses to witness and bless the ...
17/06/2026

With the blessings of Sri Hanuman Ji, a divine invitation is offered to all Gods and Goddesses to witness and bless the sacred Sital Sasthi Vivah of Sri Jageshwar Baba and Mata Parvati





17/06/2026

Modipada SITAL SASTHI 2k26 first ritual

PATAR PENDI








Prem Raj

When A god invite other god to attend the marriage of Sri jageshwar baba and mata parvati it's known as deva nimantran  ...
17/06/2026

When A god invite other god to attend the marriage of Sri jageshwar baba and mata parvati it's known as deva nimantran



16/06/2026

ଶୀତଳ ଷଷ୍ଠୀ ଯାତ୍ରା ହେଉଛି ଦେବଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କର ପବିତ୍ର ବିବାହ ମହୋତ୍ସବ, ଯାହା ବିଶେଷ କରି ପଶ୍ଚିମ ଓଡ଼ିଶାର (ମୁଖ୍ୟତଃ ସମ୍ବଲପୁରରେ) ଅତ୍ୟନ୍ତ ଧୁମଧାମରେ ପାଳିତ ହୁଏ। ଏହି ଦେବ ବିବାହର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାରମ୍ଭିକ ପରମ୍ପରା ହେଉଛି "ପତ୍ର ପେଣ୍ଡି" ବା ନିର୍ବନ୍ଧ ଅନୁଷ୍ଠାନ।
​ଏହି ଅନନ୍ୟ ପ୍ରଥା ବିଷୟରେ କିଛି ବିଶେଷ କଥା ନିମ୍ନରେ ଆଲୋଚନା କରାଗଲା:
​୧. ପତ୍ର ପେଣ୍ଡିର ଅର୍ଥ ଓ ମହତ୍ତ୍ୱ
​ଲୌକିକ ପରମ୍ପରାରେ ବିବାହ ପୂର୍ବରୁ ଯେପରି କନ୍ୟା ଓ ବର ପକ୍ଷ ମଧ୍ୟରେ ସମ୍ପର୍କ ପକ୍କା କରିବା ପାଇଁ "ନିର୍ବନ୍ଧ" ବା "ବାଗଦାନ" ହୋଇଥାଏ, ଦେବ ବିବାହ ଶୀତଳ ଷଷ୍ଠୀରେ ଏହାକୁ 'ପତ୍ର ପେଣ୍ଡି' କୁହାଯାଏ। ଏହି ଦିନ ପ୍ରଭୁ ଶିବଙ୍କ ପକ୍ଷରୁ ମାତା ପାର୍ବତୀଙ୍କ ପିତାମାତାଙ୍କ ନିକଟକୁ ବିବାହର ପ୍ରସ୍ତାବ ପଠାଯାଏ ଏବଂ ତାହା ଗୃହୀତ ହେବା ପରେ ବିବାହ ପାଇଁ ଦିନଧାର୍ଯ୍ୟ (ଲଗ୍ନ) କରାଯାଏ।
​୨. ରୀତିନୀତି ଓ ପ୍ରକ୍ରିୟା
​କନ୍ୟାପିତା ଚୟନ: ଶୀତଳ ଷଷ୍ଠୀ ଯାତ୍ରାରେ ପ୍ରତିବର୍ଷ ସହରର କୌଣସି ଜଣେ ଶ୍ରଦ୍ଧାଳୁ ଦମ୍ପତି ମାତା ପାର୍ବତୀଙ୍କର ମାତା-ପିତା ହେବାର ସୌଭାଗ୍ୟ ଅର୍ଜନ କରନ୍ତି।
​ବରଯାତ୍ରୀଙ୍କ ଆଗମନ: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପ୍ରଭୁ ମହାଦେବଙ୍କ ପକ୍ଷରୁ କିଛି ମାନ୍ୟଗଣ୍ୟ ବ୍ୟକ୍ତି (ଯାହାଙ୍କୁ ବରପିତା ବା ସପ୍ତଋଷିଙ୍କ ପ୍ରତୀକ ମାନାଯାଏ) ଏକ ଭବ୍ୟ ଶୋଭାଯାତ୍ରାରେ କନ୍ୟାପିତାଙ୍କ ଗୃହକୁ ଯାଆନ୍ତି।
​ଗୁଆ ଓ ପତ୍ର ଆଦାନପ୍ରଦାନ: ବିବାହ ପ୍ରସ୍ତାବର ସ୍ୱୀକୃତି ସ୍ୱରୂପ କନ୍ୟାପିତା ଓ ବରପକ୍ଷଙ୍କ ମଧ୍ୟରେ ହଳଦୀ, ଗୁଆ, ନଡ଼ିଆ ଏବଂ ଶାଳ ପତ୍ରରେ ବନ୍ଧା ହୋଇଥିବା ଭେଟି (ପତ୍ର ପେଣ୍ଡି) ଆଦାନପ୍ରଦାନ କରାଯାଏ। ଏହା ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ପାରମ୍ପରିକ ବୈଦିକ ରୀତିରେ ସମ୍ପନ୍ନ ହୋଇଥାଏ।
​୩. ଲୌକିକ ମାନବୀୟ ଲୀଳା
​ଏହି ପ୍ରଥାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଯେ, ଏଠାରେ ଭଗବାନଙ୍କୁ ଜଣେ ସାଧାରଣ ମଣିଷ ଭାବରେ ଦେଖାଯାଏ। ସାଧାରଣ ସମାଜରେ ଝିଅ ବାହାଘର ପାଇଁ ଯେଉଁ ସବୁ ସାମାଜିକ ପ୍ରଥା ପାଳନ କରାଯାଏ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହରେ ମଧ୍ୟ ସେହି ସବୁ ନିୟମ ଅବିକଳ ଭାବେ ପାଳିତ ହୁଏ।ସୁଧୀର ମିଶ୍ର ଦା ଲେକିଛନ

Patar Pendi++MODIPADA SITAL SASTHI 2k26A night filled with devotion, culture, tradition, and celebration.May Lord Shiva ...
16/06/2026

Patar Pendi++

MODIPADA SITAL SASTHI 2k26

A night filled with devotion, culture, tradition, and celebration.

May Lord Shiva & Maa Parvati bless everyone with happiness, peace, and prosperity.





Just 1 day to goo.....The wait is almost over❤️🔱         🙏
14/06/2026

Just 1 day to goo.....
The wait is almost over❤️🔱
🙏

10 days to go!🔥The wait is almost over. Get ready for the grand celebration of Modipada Sital Sasthi 2026. See you all s...
05/06/2026

10 days to go!🔥

The wait is almost over. Get ready for the grand celebration of Modipada Sital Sasthi 2026. See you all soon!🔱🚩







03/06/2026

Grand Arati 🔥
Sri Jageshwar Baba Siyal Sasthi Yatra Welcome u all
Venue: Jagannath Mandir, Modipara, Sambalpur
Date and Time : 20th June 2026 12:30am onwards

22/05/2026

ଶୀତଳ ଷଷ୍ଠୀ ଯାତ୍ରା: ପରମ୍ପରା ବନାମ ବ୍ୟବସାୟ
ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାଁ ପାର୍ବତୀ ଙ୍କର ଅଲୌକିକ ଦେବ ଦମ୍ପତ୍ତି ବିବାହୋତ୍ସଵ ଅର୍ଥାତ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଯେମିତି ପୁରୀ ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ବରଗଡ଼ ର ଧନୁଯାତ୍ରା ଠିକ ସେମିତି ସମ୍ବଲପୁର ର ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ସମଗ୍ର ବିଶ୍ବରେ ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ଲାଭ କରିସାରିଛି
ଏକ ସ୍ୱତନ୍ତ୍ର ରୀତିନୀତି ରେ କଉ କାଳ ରୁ ଏହି ପର୍ବ ପାଳନ ହୋଇ ଆସୁଛି । ସମ୍ୱଲପୁର ର ଲୋକସଂସ୍କୃତି, ଲୋକପରମ୍ପରା, ଐତିହ ର ବାର୍ତ୍ତାବାହକ ହେଉଛି ଏହି ଶୀତଳ ଷଷ୍ଠୀ ଯାତ୍ରା । ଏହି ଶୀତଳ ଷଷ୍ଠୀ ଯାତ୍ରା ଯୋଗୁଁ ସମ୍ବଲପୁର ବିଶ୍ୱ ଦରବାରରେ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
ବହୁ ବର୍ଷ ଧରି ସମ୍ବଲପୁର ର ପ୍ରମୁଖ ତିନୋଟି ଶୈବ ପୀଠ ରେ ଏହି ଶୀତଳ ଷଷ୍ଠୀ ପର୍ବ ଟି ବହୁ ଆଡମ୍ବର ରେ ପାଳିତ ହୋଇ ଆସୁଥୁଲ । ପୁରୁଣା ତିନୋଟି ଯାତ୍ରା କମିଟି କୁ ନେଇ ଏକ ସମନ୍ୱୟ ସମିତି ଗଠନ କରାଯାଇଥିଲା । ଯାହା ଫଳରେ ଶୀତଳ ଷଷ୍ଠୀ ଯାତ୍ରା କୁ ସୁଚାରୁ ରୂପେ ପରିଚାଳନା କରାଯାଉଥୁଲା । ହେଲେ ଗତ କିଛି ବର୍ଷ ହେଲା ଏଥିରେ ଏକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ସମ୍ବଲପୁର ର ଗଳିକନ୍ଦି ପଡାପଡା ରେ ଥିବା ଶିବ ମନ୍ଦିର ଗୁଡିକରେ ଏହି ଦେବ ଦମ୍ପତ୍ତି ଙ୍କ ବିବାହୋତ୍ସଵ ଆୟୋଜିତ ହେବାକୁ ଆରମ୍ଭ ହେଲାଣି । ଧୀରେ ଧୀରେ ୪ ରୁ ୬, ପୁଣି ୬ ରୁ ୮, ତାପରେ ୮ ରୁ ୧୦ ଏଭଳି ପ୍ରତି ବର୍ଷ ବିବାହୋତ୍ସଵ ବା ଶୀତଳ ଷଷ୍ଠୀ ଯାତ୍ରା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଏହି ଯାତ୍ରା ର ମହତ୍ତ୍ୱ ଓ ଗୌରବମୟ ଗାରିମା ହ୍ରାସ ପାଇବାରେ ଲାଗିଚି ।
ପ୍ରଥମେ ତିନୋଟି ଯାତ୍ରା କମିଟି ର ସଦସ୍ୟ ମାସ ମାସ ଧରି ପ୍ରଚଣ୍ଡ ରୌଦ୍ରତାପରେ ଅଞ୍ଚଳବାସୀ ଙ୍କ ଠୁଁ ଆର୍ଥିକ ସହାୟତା ଭିକ୍ଷା କରି ଶାରୀରିକ ମାନସିକ ଆର୍ଥିକ ଅବଦାନ ଦେଇ ଏହି ଶୀତଳ ଷଷ୍ଠୀ ଯାତ୍ରା ର ଆୟୋଜନ କରୁଥୁଲେ । ପରବର୍ତ୍ତୀ କାଳରେ କିଛି ମାତ୍ରାରେ ସରକାରୀ ସହାୟତା ମିଳିବା ଆରମ୍ଭ ହୋଇଥିଲା । ସରକାରୀ ସହାୟତା ମିଳିବା ପରଠାରୁ ଛତୁ ଫୁଟିଲା ପରି ଶୀତଳ ଷଷ୍ଠୀ କମିଟି ମାନେ ଗଠନ ହୋଇ ବିବାହୋତ୍ସଵ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ କେତେକ ସ୍ଥାନ ରେ ଭକ୍ତି ଭାବ ଭଙ୍ଗୀ ଦେଖିବାକୁ ମିଳୁଛି ତ କେତେକ ସ୍ଥାନରେ ନିୟମ ପରମ୍ପରା କୁ ଜଳାଞ୍ଜଳି ଦେଇ ପ୍ରତିଯୋଗୀତା ମୂଳକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । କିଛି ଅସାମାଜିକ ବ୍ୟକ୍ତି ନିଜର ସ୍ୱାର୍ଥ ରକ୍ଷା କରିବା ପାଇଁ ଏହି ଦେବ ଦମ୍ପତ୍ତି ଙ୍କ ବିବାହୋତ୍ସଵ କୁ ମାଧ୍ୟମ କରିଛନ୍ତି ।
ଦେବ ଦମ୍ପତ୍ତି ଙ୍କ ବିବାହୋତ୍ସଵ ପବିତ୍ର ଶୀତଳ ଷଷ୍ଠୀ ବର୍ତ୍ତମାନ କିଛି ଖଳ ପ୍ରକୃତି ଲୋକଙ୍କ କ୍ରିୟାକଳାପ ର ଏକ ମୁଖ୍ୟ ଆଧାର ପାଲଟି ଯାଇଛି । କିଛି କୁଚକ୍ରାନ୍ତକାରୀ ବର୍ତ୍ତମାନ ଏହାକୁ ଏକ ରାଜନୈତିକ ଆଖଡାରେ ପରିଣତ କରି ସମ୍ବଲପୁର ର ଐତିହକୁ କ୍ଷୁର୍ଣ୍ଣ କରିବା ପାଇଁ ହୀନ ରାଜନୀତି କରିବାର ଅପାଚେଷ୍ଟା ଆରମ୍ଭ କଲେଣି । କେତେକ ସ୍ଥଳ ରେ ଶୀତଳ ଷଷ୍ଠୀ ବା ଦେବ ଦମ୍ପତ୍ତିଙ୍କ ବିବାହୋତ୍ସଵ ବର୍ତ୍ତମାନ ଏକ ଆର୍ଥିକ ଲାଭ ର ବ୍ୟବସାୟ ପାଲଟି ଯାଇଛି ।ବିଗତ ଦିନରେ ଦେଖାଯାଇଛି ଯେ ଜଣେ ଅଣ ଓଡ଼ିଆ ପବିତ୍ର ପର୍ବ ଯଥା ହନୁମାନ ଜୟନ୍ତୀ,ରାମ ନବମୀ,ରାବଣ ପୋଡ଼ି ନାଁ ରେ ବ୍ୟବସାୟୀ, ସରକାରୀ ଯନ୍ତ୍ରୀ ଓ ଅଧିକାରୀ, ସାଧାରଣ ଲୋକଙ୍କ ଠୁଁ ଲକ୍ଷାଧିକ ଟଙ୍କା ର ଚାନ୍ଦା ଆଦାୟ କରି କାହାକୁ କିଛି ହିସାବ ନଦେଇ ନିଜର ଏକ ଆୟ ର ସ୍ରୋତ ଭାବରେ ଭଗବାନ ଙ୍କୁ ବ୍ୟବହାର କରୁଛି।ବର୍ତ୍ତମାନ ତାର ଆଖି ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଉପରେ ପଡ଼ିଛି।ଅତୀତରେ ଦେଖା ଯାଇଛି ଯେ ନିଜର ସ୍ୱାର୍ଥ ପାଇଁ ସେ ସଂଗ୍ରାମୀ ଓ ମହାନ୍ ବ୍ୟକ୍ତି ମାନଙ୍କୁ ବି ଛାଡ଼ି ନାହିଁ।ସମ୍ବଲପୁର ବାସୀ ଙ୍କୁ ଅନୁରୋଧ ଏହି ଅଣଓଡ଼ିଆ ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ।ଜିଲ୍ଲା ପ୍ରଶାସନ କୁ ଅନୁରୋଧ ଆଗାମୀ ଦିନରେ ସମ୍ବଲପୁର ର ଐତିହ ଓ ଏକତା କେମିତି ବଜାୟ ରହିବ ସେ ବିଷୟରେ ଯତ୍ନବାନ ହେବେ ବୋଲି ଅନୁରୋଧ କରୁଛୁ।
- ମିଳିତ କ୍ରିୟାନୁଷ୍ଠାନ କମିଟି
(ଝାଡୁଆପଡ଼ା,ନନ୍ଦପଡ଼ା ଓ ମୁଦିପଡ଼ା)
ଶୀତଳଷଷ୍ଠୀ ଯାତ୍ରା, ସମ୍ବଲପୁର

22/05/2026

Address

Modipara
Sambalpur
768002

Website

Alerts

Be the first to know and let us send you an email when Sital Sashti Yatra - Modipada,sambalpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share