Jageshwar Baba Sital Sasthi Committee Modipada

Jageshwar Baba Sital Sasthi Committee Modipada This page will have all the details of all the activities held at temple premises of Shri Shri Jageshwar Baba, Modipada

ଆଜି ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଶୀତଳଷଷ୍ଠୀ ପୂଜା କମିଟି, ମୁଦିପଡା ପକ୍ଷରୁ ଆମର ଗର୍ବ ଓ ଗୌରବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆସ...
19/05/2026

ଆଜି ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଶୀତଳଷଷ୍ଠୀ ପୂଜା କମିଟି, ମୁଦିପଡା ପକ୍ଷରୁ ଆମର ଗର୍ବ ଓ ଗୌରବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆସନ୍ତା ଶୀତଳଷଷ୍ଠୀ ମହୋତ୍ସବ ପାଇଁ ସାଦର ଆମନ୍ତ୍ରଣ ଜଣାଇଲେ। 🙏

ଏହି ପବିତ୍ର ଅବସରରେ ଆମ ସଂସ୍କୃତି, ପରମ୍ପରା ଓ ଭକ୍ତିର ଏକ ବିଶାଳ ପର୍ବକୁ ଆହୁରି ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସମସ୍ତଙ୍କର ସହଯୋଗ ଓ ଆଶୀର୍ବାଦ ଆବଶ୍ୟକ।

ଶ୍ରୀ ଜାଗେଶ୍ୱର ବାବାଙ୍କର ଅଶେଷ କୃପାରେ ଏବର୍ଷର ଶୀତଳଷଷ୍ଠୀ ଉତ୍ସବ ଆମ ସମସ୍ତଙ୍କ ପାଇଁ ସଫଳ ଓ ଐତିହାସିକ ହେଉ ଏହି ପ୍ରାର୍ଥନା। 🙌

🔱 ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି, ମୁଦିପଡା – ୨୦୨୬ 🔱📜 କାର୍ଯ୍ୟକ୍ରମ ସୂଚୀ📅 ୧୬/୦୬/୨୦୨୬ (ମଙ୍ଗଳବାର)👉 ପାତରପେଣ୍ଡି🕖...
15/05/2026

🔱 ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି, ମୁଦିପଡା – ୨୦୨୬ 🔱

📜 କାର୍ଯ୍ୟକ୍ରମ ସୂଚୀ

📅 ୧୬/୦୬/୨୦୨୬ (ମଙ୍ଗଳବାର)
👉 ପାତରପେଣ୍ଡି
🕖 ସନ୍ଧ୍ୟା ୭:୦୦ ରୁ ଆରମ୍ଭ

📅 ୧୭/୦୬/୨୦୨୬ (ବୁଧବାର)
👉 ଗୁଆଗୁଣ୍ଡା
🕖 ସନ୍ଧ୍ୟା ୭:୦୦ ରୁ ଆରମ୍ଭ

📅 ୧୮/୦୬/୨୦୨୬ (ଗୁରୁବାର)
👉 ଶିବ ବିବାହ
🕙 ରାତି ୧୦:୦୦ ରୁ ଆରମ୍ଭ

📅 ୧୯/୦୬/୨୦୨୬ (ଶୁକ୍ରବାର)
👉 ନଗର ପରିକ୍ରମା (ମହାଆରତି)
🕥 ରାତି ୧୦:୩୦ ରୁ ଆରମ୍ଭ

📅 ୨୦/୦୬/୨୦୨୬ (ଶନିବାର)
👉 ମନ୍ଦିର ପ୍ରବେଶ
🕥 ସକାଳ ୧୦:୩୦ ରୁ ଆରମ୍ଭ

📅 ୨୧/୦୬/୨୦୨୬ (ରବିବାର)
👉 ବାଳକ ଭୋଜନ
🕕 ସନ୍ଧ୍ୟା ୬:୦୦ ରୁ ଆରମ୍ଭ

🙏🚩 ଜୟ ଜାଗେଶ୍ୱର ବାବା 🚩🙏ଆଜି ମୁଦିପଡା ସ୍ଥିତ ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ପବିତ୍ର ପୀଠରେ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ଭକ୍ତ...
21/04/2026

🙏🚩 ଜୟ ଜାଗେଶ୍ୱର ବାବା 🚩🙏

ଆଜି ମୁଦିପଡା ସ୍ଥିତ ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ପବିତ୍ର ପୀଠରେ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଯାଇଛି। ସନ୍ଧ୍ୟା ୭:୩୦ ମିନିଟ୍ ସମୟରେ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ଅପାର ଭିଡ଼ ଓ ଭକ୍ତିର ଝରଣା ଦେଖିବାକୁ ମିଳିଥିଲା।

ଏହି ଶୁଭ ଅବସରରେ ବରପିତା ଭାବେ ଶ୍ରୀ ମଧୁସୂଦନ ନେଗି ଓ କନ୍ୟା ପିତାମାତା ଭାବେ ଶ୍ରୀ ବ୍ରିଜେଶ ସୋନି ଓ ଶ୍ରୀମତୀ ସୁସ୍ମିତା ସୋନି ଦାୟିତ୍ୱ ଗ୍ରହଣ କରିଥିଲେ। ମନ୍ଦିର ପୂଜକ ଶ୍ରୀ ତାରକେଶ୍ୱର ନନ୍ଦ ଓ ପଣ୍ଡିତ ଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ପୂଜା ବିଧି ସମ୍ପନ୍ନ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ସୁନୀଲ ଦାଶ, ସମ୍ପାଦକ ଶ୍ରୀ ଗଙ୍ଗାଧର ଭୋଇ, ମୁଖ୍ୟ ପରାମର୍ଶଦାତା ଶ୍ରୀ ଈଶ୍ୱର ପ୍ରସାଦ ନନ୍ଦ ସହ ବହୁ ସଦସ୍ୟ ଓ ଭକ୍ତବୃନ୍ଦ ଉପସ୍ଥିତ ରହି ଏହି ପବିତ୍ର ପର୍ବକୁ ସଫଳ କରିଥିଲେ।

ଶୀତଳଷଷ୍ଠୀ ହେଉଛି ଆମ ସମ୍ବଲପୁରର ଗୌରବ ଓ ପରମ୍ପରାର ପ୍ରତୀକ। ଏହି ଦିବ୍ୟ ଉତ୍ସବ ଆମ ସଂସ୍କୃତି, ଏକତା ଓ ଭକ୍ତିର ସୁନ୍ଦର ଦର୍ଶନ କରାଏ।

🙏 ବାବାଙ୍କ ଅଶେଷ କୃପା ସମସ୍ତଙ୍କୁ ମିଳୁ 🙏
🚩 ଜୟ ଜାଗେଶ୍ୱର ବାବା 🚩

ଅତ୍ୟନ୍ତ ଦୁଃଖ ଓ ବିୟୋଗ ସହିତ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ଜଣାଉଛି — ଆମ ପ୍ରିୟ ସଭାପତି ଜଗଦୀଶ ପଣ୍ଡା (ରାହଶୁ) କାକାଙ୍କ ହଠାତ୍ ଦେହ...
27/10/2025

ଅତ୍ୟନ୍ତ ଦୁଃଖ ଓ ବିୟୋଗ ସହିତ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ଜଣାଉଛି — ଆମ ପ୍ରିୟ ସଭାପତି ଜଗଦୀଶ ପଣ୍ଡା (ରାହଶୁ) କାକାଙ୍କ ହଠାତ୍ ଦେହାନ୍ତ ଖବର ଆମ ସମସ୍ତଙ୍କ ହୃଦୟକୁ ମନ୍ଦିରିତ କରିଦେଇଛି।
ସେ ଜଣେ ସରଳ, ନିଷ୍ଠାବାନ, ନିର୍ଭିକ ଓ ପରୋପକାରୀ ବ୍ୟକ୍ତି ଥିଲେ, ଯିଏ ଆମ ଯାତ୍ରା ପରମ୍ପରାକୁ ଜୀବନର ଏକ ଅଂଶ ଭାବେ ନେଇଥିଲେ।

ତାଙ୍କ ନେତୃତ୍ୱ, ସହଯୋଗ ଓ ଅପାର ଭଲପାଇବା ସଦା ଆମେ ସ୍ମରଣ କରିବୁ।
ସେ ସଦା କହୁଥିଲେ — “ଏହି ଯୁବପିଢ଼ି ମୁଦିପଡ଼ା ଶୀତଳଷଷ୍ଠୀର ପରମ୍ପରାକୁ ନୂଆ ଉଚ୍ଚତାକୁ ନେଇଯିବ।”
ସେହି ଆଶା, ଆଶୀର୍ବାଦ ଓ ପ୍ରେରଣା ଆମ ପାଇଁ ସଦା ଦିଗଦର୍ଶନ ହେବ।

ଆମ ସମସ୍ତ କମିଟି ସଦସ୍ୟମାନେ ତାଙ୍କ ଅପୂରଣୀୟ ଅଭାବକୁ ଅନୁଭବ କରୁଛନ୍ତି।
ତାଙ୍କ ଆତ୍ମା ଭଗବାନଙ୍କ ଚରଣେ ଶାନ୍ତି ପାଉ — ଏହି ପ୍ରାର୍ଥନା ଆମ ସମସ୍ତଙ୍କ ଠାରୁ।
🙏 ଓମ ଶାନ୍ତି 🙏

28/07/2025

📜 ଶୋକ ସୂଚନା
ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ମନ୍ଦିର, ମୁଦିପଡ଼ା

ଅତ୍ୟନ୍ତ ଦୁଃଖ ଓ ବିଷାଦର ସହିତ ଅମେ ଅବଗତ କରୁଛୁ ଯେ, ଆମ ମନ୍ଦିରର ପରମ ଆଦରଣୀୟ ପୂଜାରୀ ଶ୍ରୀ ଗୋବିନ୍ଦ ପଣ୍ଡା ଆଜି ରାତି ୧୨:୨୦ ରେ ନିଜ ପରମ ନିବାସକୁ ପ୍ରସ୍ଥାନ କରିଛନ୍ତି।

ତାଙ୍କର ଅନୁଷ୍ଠାନିକ ଜ୍ଞାନ, ଭକ୍ତି, ଓ ନିଷ୍ଠା ଆମ ମନ୍ଦିର ଓ ଅଞ୍ଚଳ ନିମନ୍ତେ ଏକ ଅପୂରଣୀୟ କ୍ଷତି। ସେ କେବଳ ଏକ ପୂଜାରୀ ନୁହେଁ, ବରଂ ଆମ ସମସ୍ତଙ୍କ ପାଇଁ ଜଣେ ମାର୍ଗଦର୍ଶକ, ଭଳିଆ ବନ୍ଧୁ ଓ ଆଧ୍ୟାତ୍ମିକ ପ୍ରେରଣା ଥିଲେ।

ତାଙ୍କ ସ୍ମୃତିରେ ଏକ ଶୋକ ସଭା ଆୟୋଜିତ କରାଯାଇଛି ଯାହା
📅 ତାରିଖ: 28/07/2025
🕢 ସମୟ: ସଂଧ୍ୟା ୭:୩୦
📍 ସ୍ଥାନ: ଶ୍ରୀ ଜାଗେଶ୍ଵର ବାବା ମନ୍ଦିର ପ୍ରାଙ୍ଗଣ, ମୁଦିପଡ଼ା

ସମସ୍ତ କମିଟି ସଦସ୍ୟ, ଭକ୍ତମାନେ ଓ ଗାଁର ବାସିନ୍ଦାମାନେ ଏହି ଶୋକ ସଭାରେ ଉପସ୍ଥିତ ହୋଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ଆମେ ଆହ୍ୱାନ କରୁଛୁ।

ଓମ୍ ଶାନ୍ତି 🙏


ଶ୍ରୀ ଶ୍ରୀ ଜାଗେଶ୍ଵର ବାବା ଶିତଳଷଷ୍ଠୀ ଯାତ୍ରା କମିଟି, ମୁଦିପଡ଼ା

ଆଜିର ଦିନ ମୁଦିପଡ଼ା ଶିତଳଷଷ୍ଠୀ କମିଟି ପାଇଁ ଏକ ଦୁଇତି ଦୁଃଖଦ ସନ୍ଦେଶ ନେଇ ଆସିଛି – ଆମେ ହରାଇଛୁ ଆମ ମନ୍ଦିରର ପୁଜାରୀ, ପ୍ରିୟ ଗୋବିନ୍ଦ ପୁଜ...
28/07/2025

ଆଜିର ଦିନ ମୁଦିପଡ଼ା ଶିତଳଷଷ୍ଠୀ କମିଟି ପାଇଁ ଏକ ଦୁଇତି ଦୁଃଖଦ ସନ୍ଦେଶ ନେଇ ଆସିଛି – ଆମେ ହରାଇଛୁ ଆମ ମନ୍ଦିରର ପୁଜାରୀ, ପ୍ରିୟ ଗୋବିନ୍ଦ ପୁଜାରୀଙ୍କୁ ଓ ଆଉ ଜଣେ ସାମ୍ବାଦିକ ମିତ୍ର ନବୀନ ଦାସଙ୍କୁ ।

ଅସଂଖ୍ୟ ଶିତଳଷଷ୍ଠୀ ଯାତ୍ରା ସମୟରେ ତାଙ୍କ ସହଯୋଗ, ତାଙ୍କ ମିଡିଆ କ୍ଷେତ୍ରର ଦକ୍ଷତା, ଓ ତାଙ୍କର ସତ୍ବିଭାବ ଆମକୁ ସବୁବେଳେ ସ୍ମରଣ ହେବ । ସେ କେବଳ ଏକ ସାମ୍ବାଦିକ ନୁହେଁ, ଆମ ପାଇଁ ଜଣେ ଅଭିଭାବକ, ଜଣେ ପ୍ରେରଣାଦାୟକ ମଣିଷ ଥିଲେ । ତାଙ୍କ ମାନସିକତା ଥିଲା – “ଯାତ୍ରା ତ କେବଳ ଆସ୍ଥା ନୁହେଁ, ଏହା ହେଉଛି ଗ୍ରାମ ଓ ଧର୍ମୀୟ ସଂସ୍କୃତିର ଅଭିବ୍ୟକ୍ତି” – ଏବଂ ସେ ତାକୁ ମିଡିଆ ମାଧ୍ୟମରେ ଦେଶବାସୀ ମଧ୍ୟରେ ପହଞ୍ଚାଇଥିଲେ ।

ମୁଦିପଡ଼ା ଯାତ୍ରାର ପ୍ରତ୍ୟେକ ନିୟମ, ଶୋଭାଯାତ୍ରା ବା ଉପଦେଶ – ସବୁଠାରେ ତାଙ୍କ କ୍ୟାମେରା ଓ ଚିନ୍ତାଧାରା ଥିଲା । ତାଙ୍କ ଦ୍ୱାରା ତିଆରି ହୋଇଥିବା ଭିଡିଓ, ଫଟୋ ଓ ଖବର ଖଣ୍ଡ ଏବେ ଆମ ପାଖରେ ଏକ ଅମୂଲ୍ୟ ଥାତି । ସେ ପ୍ରତିବାର ମାନେ ମାନେ ଆମର ଭରସା ଥିଲେ, ଏବଂ ସେ ନ ଥିବାର ଶୂନ୍ୟତା କେବେ ପୂରଣ ହେବ ନାହିଁ ।

ତାଙ୍କ ନିଦ୍ୟାର ସମୟ ସେ ଆମକୁ ଛାଡ଼ି ଚଲିଗଲେ, ତଥାପି ସେ ଆମ ହୃଦୟରେ ସଦା ବଞ୍ଚି ରହିବେ । ତାଙ୍କ ଆତ୍ମାକୁ ବାବା ଜଗେଶ୍ୱର ନିଜ ଶିବଲୋକରେ ସ୍ଥାନ ଦିଅନ୍ତୁ ଓ ତାଙ୍କ ପରିବାରକୁ ଏହି ଦୁଃଖ ଅବସ୍ଥାରେ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ ।

ଜଗେଶ୍ୱର ବାବା ଶିତଳଷଷ୍ଠୀ ଯାତ୍ରା କମିଟି, ମୁଦିପଡ଼ା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।

🙏 ନବୀନ ଦାସ ଓ ଗୋବିନ୍ଦ ପୁଜାରୀ, ଆପଣମାନେ ଦୁହେଁ ଆମ ସଂସ୍କୃତିର ଅଟୁଟ ଅଂଶ ଥିଲେ, ଏବଂ ସଦା ସ୍ମୃତିରେ ରହିବେ।

ଆଜି ଜଗେଶ୍ୱର ବାବା ଶିତଳଷଷ୍ଠୀ ଯାତ୍ରା କମିଟି, ମୁଡିପଡା ପାଇଁ ଏକ ବହୁତ ଦୁଃଖଦିନ । ଆମେ ଆଜି ଆମ ପ୍ରିୟ ପୁଜାରି, ଆମ ସବୁଠୁ ପ୍ରିୟ ମନିଷ୍ଯ, ...
28/07/2025

ଆଜି ଜଗେଶ୍ୱର ବାବା ଶିତଳଷଷ୍ଠୀ ଯାତ୍ରା କମିଟି, ମୁଡିପଡା ପାଇଁ ଏକ ବହୁତ ଦୁଃଖଦିନ । ଆମେ ଆଜି ଆମ ପ୍ରିୟ ପୁଜାରି, ଆମ ସବୁଠୁ ପ୍ରିୟ ମନିଷ୍ଯ, ଗୋବିନ୍ଦ ପୁଜାରୀଙ୍କୁ ହରାଇଛୁ । ତାଙ୍କ ସ୍ଥାନ କେବେ ବି ପୂରଣ ହେବ ନାହିଁ । ସେ ସବୁବେଳେ ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ । ଆମେ ତାଙ୍କ ପ୍ରତି ସ୍ରଦ୍ଧାଞ୍ଜଳି ଜଣାଉଛୁ ଓ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ ।

ସେ ଆଜି ରାତି ୧୨ଟା (୧୨.୦୦ ଏ.ଏମ୍.) ରେ ଆମେ ମାନଙ୍କୁ ଛାଡ଼ି ନିଜ ନିବାସକୁ ଚାଲିଗଲେ ।

ଆମେ ବାବା ଜଗେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ, ସେ ଗୋବିନ୍ଦ ପୁଜାରୀଙ୍କ ଆତ୍ମାକୁ ନିଜର ଶିବଲୋକରେ ସ୍ଥାନ ଦିଅନ୍ତୁ ।

09/06/2025

Jageswar Baba and Mata Parvati during Nagar Parikrama

Jageswar Baba sital sasthi commitee will complete its Golden Jublee on 2027, So the logo has been revealed for the publi...
02/06/2025

Jageswar Baba sital sasthi commitee will complete its Golden Jublee on 2027, So the logo has been revealed for the public by respected central education minister shri Dharmendra Pradhan ji

Alti of Jaheswar Baba and Maa Parvati by Central Education minister Dharmendra Pradhan ji, Revenue Minister Suresh Pujar...
02/06/2025

Alti of Jaheswar Baba and Maa Parvati by Central Education minister Dharmendra Pradhan ji, Revenue Minister Suresh Pujari ji , Panchaytiraj Minister Rabi Narayan Naik ji and Naik ji at the temple Premises of Jageswar Baba

Address

Jageswar Baba Temple, Near Pani Tanki Road, Modipada
Sambalpur
768002

Website

Alerts

Be the first to know and let us send you an email when Jageshwar Baba Sital Sasthi Committee Modipada posts news and promotions. Your email address will not be used for any other purpose, and you can unsubscribe at any time.

Share