Jagannath dham puri

Jagannath dham puri The Jagannath Temple, located in the seaside city of Puri in the eastern Indian state of Odisha,

Jai jagannath ⭕❗⭕🙏🙏🙏
07/02/2025

Jai jagannath ⭕❗⭕🙏🙏🙏

16/12/2024

⚫❗⚫
ll *ଧନୁ ସଂକ୍ରାନ୍ତି ଓ ପହିଲିଭୋଗ ନୀତି ll*

ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି। କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ। ଏହି ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟ ହେଉଛି ପ୍ରଖର ଶୀତର ସମୟ। ଏହି ସମୟରେ ମଣିଷ ମାନେ ଅଳସୁଆ ହୋଇ ଡେରିରେ ଶଯ୍ୟା ତ୍ୟାଗ କରିବା ସ୍ଵାଭାବିକ କଥା। କିନ୍ତୁ ଆମ ଦେଉଳ ପରମ୍ପରାରେ ଏହା ବିପରୀତ ହୋଇଥାଏ। ଏହି ମାସଯାକ ମହାପ୍ରଭୁଙ୍କ ନୀତିକାନ୍ତି ସୂର୍ଯ୍ୟେଦୟ ବହୁ ପୁର୍ବରୁ ପାଳିତ ହୁଏ। ଯେଉଁ ସମୟରେ ଲୋକେ ଶଯ୍ୟାରୁ ଉଠିବାକୁ ଇଛା ହେଉନଥାଏ ସେହି ସମୟରେ ମହାପ୍ରଭୁଙ୍କ ସ୍ନାହାନ ଅବକାଶ ଆଦି ନୀତି ଅନୁଷ୍ଠିତ ହୋଇ ବାଳ ଭୋଗ ଲାଗି ହୋଇ ସାରିଥାଏ। ଏହି ପହିଲି ଭୋଗ ନୀତି ଆମକୁ ଶିଖାଇ ଥାଏ ଶୀତଦିନରେ ଅଳସ ନ ହୋଇ କର୍ମଠ ହେବାକୁ। ଏମିତିରେ ବି ଏହି ସମୟ ଶସ୍ୟ ଅମଳର ସମୟ। କର୍ମ ପରାୟଣ ହୋଇ ଏହି ମାସରେ ଶସ୍ୟ ଅମଳ କାର୍ଯ୍ୟରେ ଲାଗିବାକୁ ଏହି ନୀତିକାନ୍ତି ଆମକୁ ଶିଖେଇ ଥାଏ। ଗୋଟିଏ ମାସର ଶସ୍ୟ ଅମଳ ବର୍ଷକ ପର୍ଯ୍ୟନ୍ତ ଆହାର ଯୋଗାଇଥାଏ।

ll ପହିଲିଭୋଗ ନୀତି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳିତ ହୋଇଥାଏ ll :-

ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ । ପୌରାଣିକ ମତ ଅନୁଯାୟୀ, ଭାରତର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ । ଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଛି । ବିଭିନ୍ନ ଯାନିଯାତ୍ରାରେ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ରହିଛି । ସେଥିପାଇଁ ଯଥାର୍ଥରେ କୁହାଯାଇଛି –

‘ବଡ଼ ଦେଉଳ ରେ ଲାଗିଛି ନାଟ,
ନିଇତି ପୁନିଅ ନିଇତି ହାଟ’

ଶ୍ରୀ ଜଗନ୍ନାଥଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସର ସେବାଭାବ ରହିଥାଏ । ତନ୍ମଧ୍ୟରୁ, ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟରସ ଉପାସନାର ସମୟ । ଧନୁ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି। ସକାଳୁ ସକାଳୁ କୁଆ କା’ କହିବା ପୂର୍ବରୁ, ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ପହିଲି ଭୋଗ ।

ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳିଆସିଛି ।

ପୌରାଣିକ ଆଖ୍ୟାନ ଅନୁଯାୟୀ ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ସ୍ମୁର୍ତ୍ତିରେ ବ୍ୟାକୁଳିତ ହୋଇ ବାଳ ଗୋପାଳ ରୂପ ଧାରଣ କରିଥିବା ବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରେରିତ ହୋଇ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଯଶୋଦାଙ୍କ କୋଳରେ ବସି ନାନା ସୁମିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବାର ଦେଖିଲେ । ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଏହାର ସ୍ମାରକି । ସ୍କନ୍ଦପୁରାଣରେ ବା ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣିର ବର୍ଣ୍ଣନା କରାଯାଇଥିବା ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ମଧ୍ୟ ପହିଲି ଭୋଗର କୌଣସି ବିବରଣୀ ନାହିଁ । ଏଥିରୁ, ଅନୁମତି ହୁଏ ଯେ ପହିଲି ଭୋଗର ପ୍ରଚଳନ ଅର୍ବାଚୀନ କାଳରେ ହୋଇଛି । ଏହା ଖ୍ରୀଷ୍ଟୀୟ ୧୬ଶ ଶତାଦ୍ଦୀରେ ପ୍ରଚଳିତ ଥିବାର ଜଣାପଡେ । ଏହାପରେ ସକାଳ ଧୂପ ହୋଇ ସାହାଣମେଲା ଦର୍ଶନ ହୁଏ । ମଧ୍ୟରାତ୍ର ସୁଦ୍ଧା ପହୁଡ ହୁଏ । ପରମ୍ପରାଅନୁସାରେ, ଧନୁ ସଂକ୍ରାନ୍ତିରେ ବଡଓଡିଆ ମଠରୁ ଠାକୁରଙ୍କ ଭୋଗପାଇଁ ମୁଆଁ ଆସିଥାଏ ।

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ । ଲୋକବିଶ୍ୱାସରେ ମା’ ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି । ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି । ତେଣୁ ମା’ ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତରେ ସକାଳଟାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି । ଏହି ପହିଲି ଭୋଗ ବଢା ଭାତର ସ୍ମୃତିକୁ ମନେ ପକାଇଦିଏ ।🙏🙏❤️

16/12/2024

*ଆଜି ର ଶୁଭ ସକାଳରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ପ୍ରାତଃ ଘ ୦୨:୧୫ ମି ରେ ସମାପ୍ତ ହୋଇ ପତିତପାବନ ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସମ୍ପୂର୍ଣ୍ଣ ହୋଇଅଛି 🚩*
*ତା-୧୬/୧୨/୨୦୨୪*

15/12/2024

*ଆଜି ର ଶୁଭ ସକାଳରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ପ୍ରାତଃ ଘ ୦୫:୧୮ ମି ରେ ସମାପ୍ତ ହୋଇ ପତିତପାବନ ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସମ୍ପୂର୍ଣ୍ଣ ହୋଇଅଛି 🚩*
*ତା-୧୫/୧୨/୨୦୨୪*

14/12/2024

*ଆଜି ର ଶୁଭ ସକାଳରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ପ୍ରାତଃ ଘ ୦୫:୧୮ ମି ରେ ସମାପ୍ତ ହୋଇ ପତିତପାବନ ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସମ୍ପୂର୍ଣ୍ଣ ହୋଇଅଛି 🚩*
*ତା-୧୪/୧୨/୨୦୨୪*

13/12/2024

*ଆଜି ର ଶୁଭ ସକାଳରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ପ୍ରାତଃ ଘ ୦୫:୫୫ ମି ରେ ସମାପ୍ତ ହୋଇ ପତିତପାବନ ଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସମ୍ପୂର୍ଣ୍ଣ ହୋଇଅଛି 🚩*
*ତା-୧୩/୧୨/୨୦୨୪*

Address

Jagannath Temple Puri
Puri
752001

Website

Alerts

Be the first to know and let us send you an email when Jagannath dham puri posts news and promotions. Your email address will not be used for any other purpose, and you can unsubscribe at any time.

Share