Shree Mandir ।। ଶ୍ରୀ ମନ୍ଦିର ।।

  • Home
  • India
  • Puri
  • Shree Mandir ।। ଶ୍ରୀ ମନ୍ଦିର ।।

Shree Mandir ।। ଶ୍ରୀ ମନ୍ଦିର ।। This page is all about promoting lord Jagannath's culture
contact for Jagannath temple panda & Guide.

28/03/2024

ଶ୍ରୀ ମନ୍ଦିର ଉପରେ ହେଇ ଥିବା ଆକ୍ରମଣ part 2

Puri, Orissa #ଶ୍ରୀମନ୍ଦିର

20/03/2024

ଜଗନ୍ନାଥ ମନ୍ଦିର ଉପରେ ହେଇଚି ୧୭ ଟି ବଡ଼ ଆକ୍ରମଣ..
ଦୟା କରି vdo ଟି share କରନ୍ତୁ 🙏🏼🚩

Puri, Orissa
#ଶ୍ରୀମନ୍ଦିର

22/02/2024

*।। ବିଶେଷ ସୂଚନା ।।*

Archeological Survey Of India (ASI) ବା ପ୍ରତ୍ନତତ୍ତ୍ୱ ବିଭାଗ , ଭାରତ ସରକାରଙ୍କ ପୂର୍ବ Report ଅନୁଯାୟୀ ବର୍ତ୍ତମାନ *‘ନାଟମଣ୍ଡପ (ଗରୁଡ଼ ସ୍ତମ୍ଭ ଓ ବାହାର କାଠ ଥିବା ମଣ୍ଡପ)’* ର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି ।

ଏହି ହେତୁ ବାରମ୍ବାର ନାଟମଣ୍ଡପରୁ ବାରମ୍ବାର ପଥର ଖସୁଥିବାର ଦୃଷ୍ଟିଗୋଚର ହେଉଛି । ଏହାର ଯଥାଶୀଘ୍ର ମରାମତି ଆବଶ୍ୟକ ।

*ଏହାକୁ ଦୃଷ୍ଟିରେ ରଖି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତି-:*

- ଆସନ୍ତା ୨୩ ତାରିଖ ଠାରୁ ଅଧାରେ ସ୍ଥଗିତ ଥିବା ନାଟମଣ୍ଡପର ମରାମତି ଆରମ୍ଭ ହେବ ।

- ଆସନ୍ତା ମାର୍ଚ୍ଚ ୧୯ ଭିତରେ କାମ ସାରିବାକୁ ASI କୁ ନିର୍ଦ୍ଦେଶ ।

- ପ୍ରତ୍ୟେକ ଦିନ ଦିବା ୧ ଘଟିକା ରୁ ସନ୍ଧ୍ୟା ୭ ଘଟିକା ଯାଏଁ ମରାମତି କାମ ହେବ ।

- ଆସୁଥିବା ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ଵତନ୍ତ୍ର ନୀତିକାନ୍ତି ନିର୍ଘଣ୍ଟ ହୋଇଅଛି ।

- ରାତ୍ର ୨ ଘଟିକାରୁ ଦ୍ଵାରଫିଟା ହୋଇ ଦିବା ୧ ଘଟିକା ସୁଦ୍ଧା ପଛ ଭଅଣ୍ଡ (ଦ୍ଵିତୀୟ ଭୋଗମଣ୍ଡପ ପୂଜା) ଉଠି ବରାଦି ମହାପ୍ରସାଦ ବାହାରିବ ।

- ଯେଉଁ ଦିନ ବିଶେଷ ନୀତି ରହିବ , ମରାମତି କାମକୁ ସାମାନ୍ୟ ସଙ୍କୁଚିତ କରାଯିବ ।

20/02/2024

*ବିଶେଷ ସୂଚନା*
ଆସନ୍ତାକାଲି ତା୨୧.୦୨.୨୦୨୪ ରିଖ, ବୁଧବାର ମାଘ ଶୁକ୍ଳ ଦ୍ଵାଦଶୀ ତିଥି ଶ୍ରୀବିଗ୍ରହମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ ।
ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ....

*ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଏବଂ ଗୀତଗୋବିନ୍ଦ ଖଣ୍ଡୁଆ ନିୟମାବଳୀ*1. ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଏବଂ ଗୀତ ଗୋବିନ୍ଦ ଖଣ୍ଡୁଆ ମୁଣ୍ଡ ଉପରେ ହିଁ ଶୋଭା ...
11/02/2024

*ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଏବଂ ଗୀତଗୋବିନ୍ଦ ଖଣ୍ଡୁଆ ନିୟମାବଳୀ*

1. ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ଏବଂ ଗୀତ ଗୋବିନ୍ଦ ଖଣ୍ଡୁଆ ମୁଣ୍ଡ ଉପରେ ହିଁ ଶୋଭା ପାଏ l ତାହା ମଥା ତଳକୁ ଖସିବା ବର୍ଜନୀୟ କିମ୍ବା ବେକ ରେ, ଅଣ୍ଟା ରେ ଧାରଣ କରା ଯାଇ ପାରିବନି l ବେକ ରେ କିମ୍ବା ଅଣ୍ଟା ରେ ଧାରଣ କରିବା ଦ୍ୱାରା ମନୁଷ୍ୟ ସହସ୍ର ଜନ୍ମ ନର୍କ ଭାଗୀ ହୁଏ l

2. ଗୀତ ଗୋବିନ୍ଦ କେବଳ ଶ୍ରୀଜୀଉ ଙ୍କ ପାଇଁ ଉଦିଷ୍ଟ l ଏହା ଅନ୍ୟ କେହି ବି ପିନ୍ଧି ପାରିବେ ନାହିଁ l ଏହା ପିନ୍ଧିବା ଦ୍ୱାରା ନିଜ ପୂର୍ବପୁରୁଷ ଙ୍କ ସହ ମନୁଷ୍ୟ ନର୍କଗାମୀ ହୁଏ l

3. ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ପୂଜନୀୟ ଅଟେ l ଏହା ଘରେ ରଖି ପୂଜା କରାଯାଏ l ନା କି କୌଣସି ଉତ୍ସବ ଇତ୍ୟାଦି ରେ ବେକ ରେ ପକେଇ ବୁଲା ଯାଏ l

4. ଆପଣ ଯଦି ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ମହାପ୍ରଭୁ ଙ୍କ ଦୟା ରୁ ପାଇଛନ୍ତି ତେବେ ଘରେ ମହାପ୍ରଭୁ ପାଖରେ ରଖି ପୂଜା ରଖନ୍ତୁ l ପ୍ରତ୍ୟହ ମୁଣ୍ଡ ରେ ଲଗାନ୍ତୁ l କିନ୍ତୁ ବେକ ରେ ପକେଇ ବୁଲନ୍ତୁ ନାହିଁ l ସ୍ଥଳ ବିଶେଷ ଯଜ୍ଞ, ହୋମ ପୁଣ୍ୟ କାର୍ଯ୍ୟ ଇତ୍ୟାଦି ରେ ଆପଣ ଶିର ଦେଶ ତଥା ମୁଣ୍ଡ ରେ ବାନ୍ଧି ପୂଜା କରିବେ l

5. ମନ୍ଦିର କୁ ଖଣ୍ଡୁଆ ବେକ ରେ ପକେଇ କିମ୍ବା ଅଣ୍ଟା ରେ ବାନ୍ଧି ରେ ଯାନ୍ତୁ ନାହିଁ l ଏହା ଦ୍ୱାରା ଦେବ ଦୋଷ ଲାଗି ହବ l

6. ଖଣ୍ଡୁଆ ର ମହତ୍ୱ ରଖନ୍ତୁ l ଖଣ୍ଡୁଆ ଗାମୁଛା କିମ୍ବା ଖଦି ନୁହେଁ ଯେ କୌଣସି ସମାରୋହ ରେ କାହାକୁ ବି ଦେଇ ଦେବ l ଏମିତି ଦେଶ କିମ୍ବା ରାଜ୍ୟ ର ମୁଖ୍ୟ ହୁଅନ୍ତୁ l ସେମାନେ ବି ଖଣ୍ଡୁଆ ଧାରଣ ର ଯୋଗ୍ୟ ନୁହଁନ୍ତି ଯେ ପର୍ଯ୍ୟନ୍ତ ମହାପ୍ରଭୁ ଇଚ୍ଛା ନ କରିଛନ୍ତି l

7. ଖଣ୍ଡୁଆ ର ଅପମାନ ମହାପ୍ରଭୁ ଙ୍କ ଅପମାନ l ଏହା ସହନ୍ତୁ ନାହିଁ l ଏହା ବିରୋଧ ରେ ସ୍ୱର ଉତ୍ତୋଳନ କରନ୍ତୁ l

ଧନ୍ୟବାଦ
ଜୟ ଶ୍ରୀଜଗନ୍ନାଥ
Puri, Orissa

29/07/2023

ଆଜି ପବିତ୍ର ହରିଶୟନ ଏକାଦଶୀ।

ଚାରୋଟି ବଡ଼ ଏକାଦଶୀ ମଧ୍ୟରୁ ଏହା ଅନ୍ୟତମ।
ଆଜି ଠାରୁ ହରିଉତ୍ଥାପନ ଏକାଦଶୀ ପର୍ଯ୍ୟନ୍ତ କୌଣସି ଶୁଭକର୍ମ ହୁଏନାହିଁ।

27/07/2023

ପ୍ରଶାସନ ଓ ସରକାର କବଳ ରୁ ମୁକ୍ତ କରା ଯାଉ ଶ୍ରୀ ମନ୍ଦିର 🙏🏼🚩
ପ୍ରଭୁ ଙ୍କ ସେବା ପୂଜା ରେ ପ୍ରଶାସନ ହସ୍ତାକ୍ଷପ କରି ପାରିବ ନାହିଁ

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🏼🚩
12/05/2023

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🏼🚩

13/01/2023

ପୁରୀ ଶ୍ରୀ ମନ୍ଦିର ଭିତରେ ମୁକ୍ତି ମଣ୍ଡପ ପାର୍ଶ୍ଵ ରେ ଥିବା ମୁକ୍ତେଶ୍ଵର ମହାଦେବ ଙ୍କ ନଦୀ ସ୍ତମ୍ବ ଟୀ ଭାଙ୍ଗି ଦୋହଲି ବାକୁ ଲାଗି ଲାଣି ହେଲେ ପ୍ରଶାସନ ଏ ପ୍ରତି ଧ୍ୟାନ ଦଉନି କି ବର୍ଷେ ପାଖା ପାଖି ହବ ତିଆରି ହେଇ ପାରି ଲାନୀ..
ଏଥି ରେ ଏ ମାନେ କହୁଛନ୍ତି ଉନ୍ନତି କରିବେ.. 😂😂

ପ୍ରସନିକ ଅଧିକାରୀ ମାନେ ଦୟା କରି ଟିକେ ଧ୍ୟାନ ଦିଅନ୍ତୁ 🙏🏼
SJTA Puri, Orissa Naveen Patnaik

29/10/2022

ବର୍ତମାନ ଶ୍ରୀ ମନ୍ଦିର ଭିତରେ ଅଣ ସେବାୟତ ଙ୍କ ସଂଖ୍ୟା ଓ ରାଜୁତି ବଢି ବଢି ଚାଲିଛି...
ପ୍ରଶାସନ କୁ ଅନୁରୋଧ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଓ ୟା ର କିଛି ସମାଧାନ କରନ୍ତୁ 🙏🏼
SJTA CMO Odisha Naveen Patnaik

Chandan yatra 2022
24/05/2022

Chandan yatra 2022

Address

Puri. Jagannath Temple
Puri

Telephone

+917008822544

Website

Alerts

Be the first to know and let us send you an email when Shree Mandir ।। ଶ୍ରୀ ମନ୍ଦିର ।। posts news and promotions. Your email address will not be used for any other purpose, and you can unsubscribe at any time.

Share