16/08/2026
#ଜାଗ୍ରତ_ଗୈାରୀ_ପଞ୍ଚମୀ_୨୦୨୬
🍁🔱ଆମ ଶାସନରେ ଜାଗ୍ରତ ଗୌରୀ ପଞ୍ଚମୀ🔱
----------------------------------------
ଶ୍ରାବଣ ଶୁକ୍ଳ ପଞ୍ଚମୀ , ଜାଗ୍ରତ ଗୌରୀ ପଞ୍ଚମୀ ଭାବରେ ଓଡ଼ିଶାରେ ପ୍ରଚଳିତ। ଜାଗ୍ରତ ଗୌରୀ ଅପଭ୍ରଂଶ ହେଇ ଗ୍ରାମ ମାନଙ୍କରେ ମା ଜାଗୁଳାଇ କୁହନ୍ତି । ଦେବୀ ପାର୍ବତୀଙ୍କର ଅନ୍ୟ ନାମ ( ଗୌରୀ), ଲଳିତା ସହସ୍ରନାମରେ ଥିବା ଦଶସହସ୍ର ନାମ ମଧ୍ୟରୁ ଏହା ଗୋଟିଏ। ଶିବ ତାଙ୍କୁ ତପସ୍ୟାରୁ ଜାଗ୍ରତ କରିଥିବାରୁ ତାଙ୍କ ନାମ ଗୌରୀ। ଦେବୀ ପାର୍ବତୀ କିପରି କାଳୀରୁ ଗୌରୀ ହେଲେ ତାହା ଏକ ରୋଚକ ପୌରାଣିକ ଉପାଖ୍ୟାନ ।
କଠୋର ତପସ୍ୟା କରି ପାର୍ବତୀ ଶିବଙ୍କୁ ପତିରୂପେ ପାଇଥିଲେ। କିନ୍ତୁ ଶିବ ତାଙ୍କୁ ସର୍ବଦା କାଳୀ ରୁପେ ସମ୍ବୋଧନ କରୁଥିଲେ। ସେଥିରେ ଦୁଃଖୀ ହୋଇ ସେ କଠୋର ତପସ୍ୟା କରି ବ୍ରହ୍ମାଙ୍କ ଠାରୁ ଗୌରୀ ହେବାର ବର ପାଇଲେ । କାଳୀରୁ ସେ ହେଲେ ଗୌରୀ, ଏହା_ସୂଚାଏ-ଯିଏ କଳୀ ସେ ହିଁ ଗୌରୀ। ଓଡ଼ିଶାର ମନ୍ଦିର ମାନଙ୍କରେ ଦୁଇ ପ୍ରକାର ଗୌରୀ ମୂର୍ତ୍ତି ଦେଖାଯାଏ। ଲଜ୍ଜାଗୌରୀ ମୂର୍ତ୍ତିରେ ଦେବୀ ଏକ ପଦ୍ମଫୁଲରେ ମୁହଁ ଢାଙ୍କି ଥାଆନ୍ତି।ଅନ୍ୟ ମୂର୍ତ୍ତି ଜାଗ୍ରତ ଗୌରୀ । ସେ ବୃଷଭାରୁଢା । ଗାଁଆ ଗାଁଆରେ ସିନ୍ଦୂର ବିଲେପିତ ପଥରକୁ ମଧ୍ୟ ଜାଗୁଳାଇ ରୂପେ ପୂଜା କରି ଥାଆନ୍ତି।
ଭାଗବତର ଦଶମ ସ୍କନ୍ଧରେ ଏକ ସୁନ୍ଦର ସୂଚନା ମିଳେ। ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ଯୋଗମାୟାଙ୍କୁ ଯାହା କହିଥିଲେ ତାହା ହିଁ ଏହାର ମୂଳ ଆଧାର ।
ସେ କହିଥିଲେ:----
(ଶ୍ରୀ ମଦ୍ଭାଗବତ)
ପଞ୍ଚେ ହୋଇବୁ ତୁ ଯେ ଜାତ
ଜଗତେ ହୋଇବୁ ବିଖ୍ୟାତ।।
ଲୋକେ କରିବେ ତୋତେ ପୂଜା ।
ଅନେକ ଦେବେ ବଳୀ ଭୋଜା ।।
ଭଗତେ ହୋଇବୁ ପ୍ରସନ୍ନ ।
ଅନେକ ହେବ ତୋର ନାମ ।।
ତେଣୁ ଜାଗୁଳାଇ ବୁଢ଼ୀ ଜାଗୁଳାଇ ନାମରେ ଉପକୂଳର୍ବୀ ଅଞ୍ଚଳରେ ମା ପୂଜା ପାଆନ୍ତି
ଏହି ଦିନ ମା ଦୁଆରି ଭୋଗ ହୁଅନ୍ତି। ଏ ସମ୍ପର୍କରେ ଏକ ଶିଶୁ ଗୀତ କୁହାଯାଇଚି:---ଜାଗୁଳାଇ ମା; ପାଗୁଳାଈ! ସବୁ ଦିଅଁଙ୍କର ମା / ବିରି ଚକୁଳି ଖାଇବୁ ଯେବେ ମୋ ଦୁଆରକୁ ଆ ।
ଏ ଉକ୍ତିଟି ଗ୍ରାମ ମାନଙ୍କରେ କୁହାଯାଏ, ଆମ ଶାସନ ପରମ୍ପରାରେ ଟିକିଏ ନିଆରା ଭାବରେ ପାଳନ କରାଯାଏ ।
🌺ଆମ ଶାସନରେ ଜାଗ୍ରତ ଗୌରୀ ପଞ୍ଚମୀ🌺
________________________________________________________________________________________
ପ୍ରଥମେ ଡମ ସେବକ ମହାଜନ କୋଠରୁ ବାଉଁଶ ନେଇ ଏକବଡ ବାଉଁଶିଆ ଓ ୪ଟି କାଠି ତିଆରି କରି ଭଣ୍ଡାରୀ ଘରେ ଦେଇଯାଏ । ସେହିପରି କୁମ୍ଭାର ସେବକ ମା ଜାଗ୍ରତଗୌରୀଙ୍କ ମୂର୍ତ୍ତି ଗଢି ଆଣି ବାରିକ ଘରେ ଦେଇଯାଏ । ଭଣ୍ଡାରୀ ପ୍ରତ୍ୟେକ ବ୍ରାହ୍ମଣଙ୍କ ଗୃହରୁ ସଞ୍ଚା ଆଣନ୍ତି ଗୋଧୂଳି ବେଳାରେ ଭଣ୍ଡାରୀଙ୍କ ଗୃହକୁ ମଢୀଆ ଆସି ମୂର୍ତ୍ତିଙ୍କୁ ପ୍ରାଣ ପ୍ରତିଷ୍ଠା କରି ଖେଚୁଡି ତଥା ଭୋଗ କରନ୍ତି ।
ତାପରେ ମାଳିମାନେ ଛତୀ, ତ୍ରାସ, ଘଣ୍ଟ, ତେଲିଙ୍ଗି ବାଜା (ବୈଜୟନ୍ତୀ)ବାଜି ହକରା ଅନୁସାରେ ଦୁଆରି ଭୋଗ ହୁଅନ୍ତି । ଗୃହିମାନେ ଖେଚୁଡି,ଡାଲମା,ସାଧା ବେସର,ମାଛ ବେସର,ମାଛଭଜା,ସରୁ ଚକୁଳି,ମଣ୍ଡାପିଠା,ଖଟା, ଖିରୀ ଆଦି ମାଙ୍କୁ ଦୁଆରି ଭୋଗରେ ବଢାଯାଏ।
ଆଜି ନିଶାର୍ଦ୍ଧରୁ ମା ଜାଗ୍ରତ ହୁଅନ୍ତି ଆଜିଠାରୁ ଦେବୀଙ୍କ ଆବିର୍ଭାବ ହୁଏ ଜୟ ମା ଜାଗ୍ରତ ଗୌରୀ ।
:::::::::::::::::::::::::::::::::::::::::::::::::::::::::::::::::::::::::::::🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺
ସଂଗ୍ରାହକ: ----ଶ୍ରୀ ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ