ପ୍ରତାପ ରାମଚନ୍ଦ୍ର ପୁର ବ୍ରାହ୍ମଣ ଶାସନ Pratap Ramachandra Pur sasan

  • Home
  • India
  • Puri
  • ପ୍ରତାପ ରାମଚନ୍ଦ୍ର ପୁର ବ୍ରାହ୍ମଣ ଶାସନ Pratap Ramachandra Pur sasan

ପ୍ରତାପ ରାମଚନ୍ଦ୍ର ପୁର ବ୍ରାହ୍ମଣ ଶାସନ Pratap Ramachandra Pur sasan ଦୂତୀ ଇନ୍ଦ୍ରଦ୍ୟୁମ୍ନ ବା ଅଭିନବ ଇନ୍ଦ୍ରଦ୍ୟୁମ୍ନ ଗଜପତି ରାମଚନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଶାସନ ତଥା ସ୍ମାର୍ତ୍ତ ବ୍ରାହ୍ମଣ ଶାସନ ।

ଶ୍ରାବଣ ମାସର ଶେଷ ସୋମବାରରେ ଆମ ଶାସନରେ ଶ୍ରୀ ବାଲୁଙ୍କେଶ୍ବର ମହାପ୍ରଭୁଙ୍କ ପାଖରେ ଅଭିଷେକ ଦର୍ଶନ
24/08/2026

ଶ୍ରାବଣ ମାସର ଶେଷ ସୋମବାରରେ ଆମ ଶାସନରେ ଶ୍ରୀ ବାଲୁଙ୍କେଶ୍ବର ମହାପ୍ରଭୁଙ୍କ ପାଖରେ ଅଭିଷେକ ଦର୍ଶନ

 #ଶ୍ରାବଣ_ସୋମବାର_ଚତୁର୍ଥ_ପାଳି_୨୦୨୬ଆଜି ଚତୁର୍ଥ ପାଳିରେ ବା ଶ୍ରାବଣର ଅନ୍ତିମ ସୋମବାରରେ ଆମ ଶାସନରେ ଶ୍ରୀ କପିଳେଶ୍ୱର ମହାଦେବଙ୍କ ପାଖରେ ରୁ...
24/08/2026

#ଶ୍ରାବଣ_ସୋମବାର_ଚତୁର୍ଥ_ପାଳି_୨୦୨୬

ଆଜି ଚତୁର୍ଥ ପାଳିରେ ବା ଶ୍ରାବଣର ଅନ୍ତିମ ସୋମବାରରେ ଆମ ଶାସନରେ ଶ୍ରୀ କପିଳେଶ୍ୱର ମହାଦେବଙ୍କ ପାଖରେ ରୁଦ୍ରାଭିଷେକ ଆରମ୍ଭ ହେଇଛନ୍ତି। ଏଥିରେ ଗ୍ରାମର ବ୍ରାହ୍ମଣମାନେ ସୁନ୍ଦର ଭାବରେ ସୃଷ୍ଟି କଲ୍ୟାଣ ଉଦେଶ୍ୟରେ ଅଭିଷେକ, ଅର୍ଚ୍ଚନ ବନ୍ଦନ ଆଦି କରିଛନ୍ତି।

 #ପୁତ୍ରଦା_ଏକାଦଶୀ_୨୦୨୬ପବିତ୍ର ପୁତ୍ରଦା ଏକାଦଶୀରେ ଶ୍ରୀ ଗୋପୀନାଥ ଦେବଙ୍କ ଦର୍ଶନ⚫❗⚫ll ଆଜି ଶ୍ରାବଣ ଶୁକ୍ଳ ପକ୍ଷ ପୁତ୍ରଦା ଏକାଦଶୀ ll     ...
23/08/2026

#ପୁତ୍ରଦା_ଏକାଦଶୀ_୨୦୨୬

ପବିତ୍ର ପୁତ୍ରଦା ଏକାଦଶୀରେ ଶ୍ରୀ ଗୋପୀନାଥ ଦେବଙ୍କ ଦର୍ଶନ

⚫❗⚫
ll ଆଜି ଶ୍ରାବଣ ଶୁକ୍ଳ ପକ୍ଷ ପୁତ୍ରଦା ଏକାଦଶୀ ll

ଆଜି ହେଉଛି ପୁତ୍ରଦା ଏକାଦଶୀ। ତେବେ ବର୍ଷକୁ ଦୁଇଟି ପୁତ୍ରଦା ଏକାଦଶୀ ପାଳନ କରାଯାଏ। ଶ୍ରାବଣ ଓ ପୌଷ ମାସର ପଡ଼ୁଥିବା ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ।ଯେଉଁମାନେ ବିଧିବିଧାନ ମୁତାବକ ଏକାଦଶୀ ବ୍ରତ ପାଳନ କରିଥାନ୍ତି ସେମାନଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।ପୌଷ ଶୁକ୍ଳ ପକ୍ଷର ଏକାଦଶୀ ଶ୍ରାବଣ ଶୁକ୍ଳ ପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ ଭାବେ ପାଳନ କରାଯାଏ। ପୁତ୍ରଦା ଏକାଦଶୀକୁ ପବିତ୍ରୋପନା ଏକାଦଶୀ, ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ। ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୁତଭାବେ ଗାଧୋଇ ପାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ। ଏହି ଦିନ କୌଣସି ଆହାର ଗ୍ରହଣ କରନ୍ତୁ ନାହିଁ। ଯଦି ସମ୍ଭବ ହେଉଛି ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ। ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି।

ll କିମ୍ବଦନ୍ତୀ ll

ପ୍ରାଚୀନ କାଳର କଥା। ମାହିଷ୍ମତୀପୁର ନାମକ ରାଜ୍ୟରେ ମହୀଜିତ୍ ନାମରେ ଜଣେ ରାଜା ରାଜୁତି କରୁଥିଲେ। ସେ ଯେପରି ଧାର୍ମିକ ସେହିପରି ପ୍ରଜାବତ୍ସଳ। ତେଣୁ ରାଜ୍ୟରେ ସର୍ବତ୍ର ସୁଖ, ଶାନ୍ତି ବିରାଜମାନ କରୁଥିଲା। କିନ୍ତୁ ସ୍ୱୟଂ ରାଜା ଅତ୍ୟନ୍ତ ଦୁଃଖିତ ଥିଲେ। କାରଣ ସେ ଥିଲେ ନିଃସନ୍ତାନ।

ଦିନେ ରାଜା ତାଙ୍କ ମନର ଦୁଃଖ ପ୍ରଜାଙ୍କ ସମ୍ମୁଖରେ ବ୍ୟକ୍ତ କଲେ। ପ୍ରଜାମାନେ ରାଜାଙ୍କୁ ଅତ୍ୟନ୍ତ ଭଲପାଉଥିଲେ। ତେଣୁ ରାଜାଙ୍କ ଦୁଃଖ ଦୂର କରିବା ନିମିତ୍ତ ବ୍ରାହ୍ମଣମାନଙ୍କ ନେତୃତ୍ୱରେ ସେମାନେ ଅରଣ୍ୟକୁ ଯାଇ ତପସ୍ୟା କରିବାକୁ ସ୍ଥିର କଲେ। ଅରଣ୍ୟ ମଧ୍ୟରେ ଯାଉଯାଉ ସେମାନେ ଲୋମଶ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଲୋମଶ ମୁନି ଥିଲେ ତ୍ରିକାଳଦର୍ଶୀ, ଜ୍ଞାନୀ ଓ ଶ୍ରେଷ୍ଠଦୀର୍ଘାୟୁ ମହାତ୍ମା। କଥିତ ଅଛି ଯେ ପ୍ରତ୍ୟେକ କଳ୍ପର ଅନ୍ତରରେ ତାଙ୍କ ଶରୀରରୁ ଏକ ଲୋମ ଝଡ଼ିଥାଏ। ସେଥିପାଇଁ ତାଙ୍କ ନାଆଁ ଲୋମଶ।ଏତେ ଲୋକଙ୍କୁ ବନଭୂମିରେ ଏକତ୍ର ଦେଖି ଲୋମଶ ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନଙ୍କର ଆସିବାର ଉଦ୍ଦେଶ୍ୟ ଜାଣି ତାଙ୍କୁ ଆଶ୍ୱାସନା ଦେଲେ। ଋଷି ସେମାନଙ୍କୁ କହିଲେ- ମହାରାଜ ମହୀଜିତ୍‌ ପୂର୍ବଜନ୍ମରେ ଜଣେ ବୈଶ୍ୟ ଥିଲେ। ଗ୍ରାମ ଗ୍ରାମ ବୁଲି ସେ ବ୍ୟାପାର କରୁଥିଲେ। ଖରାଦିନ ଥିଲା। ଦିନେ ବୁଲୁବୁଲୁ ତାଙ୍କୁ ଶୋଷ ଲାଗିଲା। ଏକ ଜଳାଶୟ ଦେଖି ସେ ସେଠାକୁ ପାଣି ପିଇବାକୁ ଗଲେ। ସେହି ସମୟରେ ଶୋଷରେ ଆତୁର ହୋଇ ଗାଈଟିଏ ସେହି ପୋଖରି ତୁଠରେ ତା ବାଛୁରୀକୁ ପାଣି ପିଆଉଥିଲା। ବୈଶ୍ୟ ନିଜେ ପାଣି ପିଇବାପାଇଁ ଗାଈବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ। ସେହି ପାପ ଫଳରେ ଏ ଜନ୍ମରେ ସେ ଧାର୍ମିକ ହେଲେ ମଧ୍ୟ ଅପୁତ୍ରକ ହୋଇଛନ୍ତି। ରାଜା କିପରି ସନ୍ତାନ ଲାଭ କରିବେ ଏବଂ ତାଙ୍କର ଦୁଃଖ ଦୂର ହେବ, ପ୍ରଜାମାନେ ଆତୁର ହୋଇ ସେକଥା ଲୋମଶଙ୍କୁ ପଚାରିବାରୁ, ସେ କହିଲେ, “ତୁମେମାନେ ଯଦି ରାଜାଙ୍କର ଦୁଃଖ ଦୂର କରିବାକୁ ଚାହଁ, ତେବେ ଶ୍ରାବଣ ମାସ ଶୁକ୍ଳପକ୍ଷରେ ପଡ଼ୁଥିବା ପୁତ୍ରଦା ନାମକ ଏକାଦଶୀକୁ ନିଷ୍ଠାର ସହିତ ପାଳନ କର। ତୁମ ରାଜାଙ୍କର ସନ୍ତାନ ଲାଭ ହେବ।” ଲୋମଶ ମୁନିଙ୍କ କଥା ଅନୁସାରେ, ପ୍ରଜାମାନେ ପୁତ୍ରଦା ଏକାଦଶୀ ପାଳନ କରି, ତାର ପୁଣ୍ୟ ରାଜାଙ୍କୁ ସମର୍ପଣ କରିବାରୁ ରାଜାଙ୍କର ପୁତ୍ର ଲାଭ ହେଲା।

ll ଏକାଦଶୀ ବ୍ରତ ମାହାତ୍ମ୍ୟ ll

ll ଯୁଧୁଷ୍ଠିର ଉବାଚ ll

କହନ୍ତି ପଙ୍କଜ ନନ୍ଦନ l ଶୁଣିମା ହେ ମଧୁସୂଦନ ll
ଶ୍ରାବଣ ଶୁକ୍ଳ ଏକାଦଶୀ l କହ ଏ କେଉଁ ନାମେ ଭାଷି ll
ଏ ଏକାଦଶୀ ପୁଣ୍ୟ ଫଳ l ବିଧି ସହିତେ ଆଦି ମୂଳ ll
କହିବା ଯାହା ଶୁଣି ନରେ l ଉତ୍ସୁକ ଏବେ ସ୍ଵର୍ଗପୁରେ ll

ll ଶ୍ରୀକୃଷ୍ଣ ଉବାଚ ll

ରାଜା ଏମନ୍ତ ପଚାରନ୍ତେ l ଆଦରେ କହନ୍ତି ଅଚ୍ୟୁତେ ll
ଶୁଣ ହେ ନୃପ ସାବଧାନ l ଯେ ପାପହରା କଥା ମାନ ll
ଯାହାର ଶ୍ରବଣରେ ହେଳେ l ବାଜପେୟର ଫଳ ମିଳେ ll
ପୂର୍ବେ ଦ୍ଵାପର ଯୁଗ ଆଦି l ପାଇଣ ମାହୀଷ୍ମତୀ ଗାଦୀ ll
ଏକାହିଁ ରାଜା ହେଲା ତହିଁ l ନ ମରେ ମହୀଜିତ କହି ll
ସେହୁ ପାଳନ କଲା ମହୀ l ସମସ୍ତେ ଯହିଁ ସୁଖୀ ହୋଇ ll
ଏକା ନୃପତି ହେଲେ ଦୁଃଖୀ l କୁଳରେ ତନୟ ନ ଦେଖି ll
ରୁଚିଲା ନାହିଁ ଧନ ମହୀ l ସନ୍ତତ ପୁତ୍ର ଚିନ୍ତା ବହି ll
ପ୍ରାୟଶଃ ନ ଥିଲେ ତନୟ l ହୁଅଇ ଲୋକେ ଦୁଃଖମୟ ll
ଚିନ୍ତାରେ ପୁରେ ନୃପତିର l ଗଲା ଯେ କାଳ ବହୁତର ll
ଗୃହୀଙ୍କ ଗୃହ ସୁଖତର l ନୋହିଲା ପୁତ୍ର ନୃପଙ୍କର ll
ମନ୍ତ୍ରୀ ସହିତ ପ୍ରଜାଗଣେ l ଡାକି କହିଲେ ଦୁଃଖ ମନେ ll
ଏ ଜନ୍ମେ ଜାଣି ଧର୍ମ ଲୋପ l କରି ମୁଁ ନାହିଁ ବିପ୍ର କୋପ ll
ଅନ୍ୟାୟେ ଧନ ରଖି ନାହିଁ l ବ୍ରହ୍ମସ୍ୱ ଦେବସ୍ୱ ବା କାହିଁ ll
ନ୍ୟାୟର ଅପହାର କାହିଁ l ପାପୀର ଧନ ଆଣି ନାହିଁ ll
ପୁତ୍ରର ପରି ପ୍ରଜା ପାଳି l ଧର୍ମରେ ଜିଣି ବସୁନ୍ଧରୀ ll
ଦୋଷକୁ ଦେଖି ଦଣ୍ଡ ଦେଲି l ଶିଷ୍ଟକୁ ସମ୍ଭାବନା କଲି ll
ଏ ରୂପେ ଧର୍ମ ମାର୍ଗ ଥାଇ l କିମ୍ପା ଅପୁତ୍ରୀ ହେଲି ମୁହିଁ ll
ଦ୍ବିଜ ଉତ୍ତମ ବିଚାରନ୍ତୁ l ଯେ ବିଧି ଉପାୟ କରନ୍ତୁ ll
ଏ ବାକ୍ୟ ଶୁଣି ନୃପତିର l ସମସ୍ତେ କରି ସୁବିଚାର ll
ନିଜର ବୃଦ୍ଧାବସ୍ଥା ଦେଖି l ନୃପତି ହେଲେ ଅତି ଦୁଃଖୀ ll
ଲୋମଶ ଋଷିଙ୍କ ଉଦ୍ଦେଶ୍ୟେ l ଗଲେ ସମସ୍ତେ ବନଦେଶେ ll
ଏ ବନ ସେ ବନ ବୁଲିଲେ l ବହୁତ ଆଶ୍ରମ ଦେଖିଲେ ll
ନୃପତି ହିତ ମନେ ଧରି l ଆଶ୍ରମ ମାନ ଅବଧାରି ll
ବୁଲନ୍ତେ ମୁନିଙ୍କି ଦେଖିଲେ l ତାହାଙ୍କ ନିକଟେ ମିଳିଲେ ll
ଏ ଘୋରତର ତପକାର l ନିତ୍ୟ ଆନନ୍ଦ ନିରାହାର ll
ଯେ ଜିତ କ୍ରୋଧ ନିରାମୟ l ଜିତାତ୍ମା ଯେ ଅତି ସଦୟ ll
ଯେ ସର୍ବ ତତ୍ତ୍ବମାନ ଜାଣି l ଧର୍ମ ତତ୍ତ୍ବକୁ ପରିମାଣି ll
ଅଛନ୍ତି ସନାତନ ହୋଇ l ଯାହାକୁ ଦୀର୍ଘାୟୁଷ କହି ll
ଯେ ବ୍ରହ୍ମ ସମେତ ସକ୍ଳେଶ l କଳ୍ପ କଳ୍ପକେ ଯାହା କ୍ଳେଶ ll
ଏକକୁ ଏକ ଶୀର୍ଣ୍ଣ ପାଏ l ଏଣୁ ଲୋମଶ ନାମ ହୁଏ ll
ଭୂତ ଭବିଷ୍ୟ ବର୍ତ୍ତମାନ l ଯେ ଜାଣେ ତ୍ରିକୋଣକୁ ଜାଣ ll
ଦେଖି ଏ ମହାମୁନି ପାଦ l ସମସ୍ତେ ଛାଡ଼ିଣ ବିଷାଦ ll
ଆନନ୍ଦେ ହେଲେ କୁହାକୁହି l ଭାଗ୍ୟବଶରୁ ଦେଖିଲଇଁ ll
ସେ ପ୍ରଜା ମନ୍ତ୍ରୀ ପୁରୋହିତ l ପ୍ରଣାମ କଲେ ସମସ୍ତ ll
ପଡ଼ିଲେ ଦଣ୍ଡପରି ଦୂରେ l ମୁନିଙ୍କ ଚକ୍ଷୁର ଆଗରେ ll
ଦେଖି ତାହାଙ୍କୁ ମୁନିବର l ବୋଲନ୍ତି ବଚନ ମଧୁର ll

ll ଲୋମଶ ଉବାଚ ll

କହିଲେ କିମ୍ପା ଆଗମନ l କି ଏଥି ତୁମ୍ଭର କାରଣ ll
କିମ୍ପାଇ ହୋଇ ଆନନ୍ଦିତ l ସ୍ତୁତି କରୁଛି ଅତି ମାତ୍ରll
କହୁ ଯେ ଅଛୁ ଆମ୍ଭେ ସତ l କରିବୁ ନିଶ୍ଚେ ଜାଣ ହିତ ll
ତାଦୃଶମାନଙ୍କର ଜନ୍ମ l ପରର ଉପକାର କାମ ll

ll ଜନା ଉବାଚ ll

ଶୁଣ କହୁଛି ମହାମୁନେ l କାରଣ ଆମ୍ଭ ଆଗମନେ ll
ଜନ୍ମିଲା ଏକଇ ସଂଶୟ l କର ତା ଛେଦନ ଉପାୟ ll
ସମସ୍ତ ଶାସ୍ତ୍ରମାନ ଜାଣି l ପରମତତ୍ତ୍ୱ ପରିମାଣି ll
ତୁମ୍ଭର ସମ ନାହିଁ ମୁନି l ହେଲେ ବା ହେବ ପଦ୍ମଯୋନି ll
ଆମେ ସମସ୍ତେ ମହୀଷ୍ମତୀ l ପୁରର ପରଜା ପ୍ରଭୃତି ll
ଆସିଲୁ ଶୁଣି ତୁମ୍ଭ କୀର୍ତ୍ତି l କରିବ ମନୋରଥ ତୃପ୍ତି ll
ଏ ମହାରାଜା ମହୀଜିତ l ପ୍ରଜା ପାଳନେ ପିତୃବତ ll
ତାହାଙ୍କୁ ପୁତ୍ରହୀନ ଦେଖି l ବିଷାଦେ ହୋଇଅଛୁ ଦୁଃଖୀ ll
ଏ ତାଙ୍କ ମିତ୍ର ପୁରୋହିତେ l ଅଇଲେ ଆମ୍ଭର ସଙ୍ଗତେ ll
ତପସ୍ୟା କାରଣେ ଅଇଲୁ l ଭାଗ୍ୟରୁ ତୁମ୍ଭଙ୍କୁ ଦେଖିଲୁ ll
ମହାତ୍ମା ଜନମାନଙ୍କର l ଦର୍ଶନ ବହୁ ଶୁଭଙ୍କର ll
ଏଣୁ ଜାଣୁଛି କାର୍ଯ୍ୟ ସିଦ୍ଧି l କହନ୍ତୁ ଉପାୟ ଯେ ବିଧି ll
ଶୁଣି ଏପରି ତାଙ୍କ ବାଣୀ l ମୁହୁର୍ତ୍ତେ ଧ୍ୟାନ କରି ମୁନି ll
ତା ପୂର୍ବ ଜନ୍ମକୃତ ଜାଣି l କହିଲେ ତତ୍ତ୍ୱ ପରିମାଣି ll

ll ଲୋମଶ ଉବାଚ ll

ପୂର୍ବ ଜନ୍ମରେ ମହୀଜିତ l ବୈଶ୍ୟ ଯୋନିରେ ହୋଇଜାତ ll
ଦଶାରୁ ଧନହୀନ ହେଲା l ଏଣୁ ନୃଶଂସ କର୍ମ କଲା ll
ବାଣିଜ୍ୟ କର୍ମେ ରତ ହୋଇ l ଗ୍ରାମରୁ ଗ୍ରାମାନ୍ତର ଯାଇ ll
ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ l ଦଶମୀ ଦିବସ ପ୍ରତ୍ୟକ୍ଷ ll
ଏ ଦିନ ମଧ୍ୟାହ୍ନ କାଳରେ l ତୃଷାରେ ଚିତ୍ତ ଜଳଠାରେ ll
ଦେଖି କୁପିତା ସେ ସତ୍ଵର l ଗଲା ସେ ପିଇବାକୁ ନୀର ll
ସବତ୍ସା ହୋଇ ସେହି କାଳେ l ମିଳିଲା ଏକ ଗାଈ ଜଳେ ll
ନିଦାଘେ ଆର୍ତ୍ତ ତୃଷାବନ୍ତ l ହୋଇ ପିଅନ୍ତେ ସେ ବହୁତ ll
ଘଉଡ଼ି ଦେଇ ସେ ଗାଈକି l ଆପେ ପିଇଲା ପୟ ଦେଖି ll
ସେ ପାପ କର୍ମ ଏ ରାଜନ l ଜାଣ ହୋଇଲା ପୁତ୍ରହୀନ ll
ପ୍ରାକ୍ତନ ଦାନ ପୁଣ୍ୟବଳେ l ନୃପ ହୋଇଲା ମହୀତଳେ ll

ll ପ୍ରଜା ଉବାଚ ll

ପୁରାଣେ ଶୁଣାଅଛି ମୁନେ l ପାପର କ୍ଷୟ ହୁଏ ପୁଣ୍ୟେ ll
ପୁଣ୍ୟର ଉପଦେଶ ଦିଅ l ଯେଣେ ହୋଇବ ପାପ କ୍ଷୟ ll
ଦୟାକରିଣ ତପୋବନ୍ତ l ମୋ ରୂପେ ମହୀଷ୍ମତୀ କାନ୍ତ ll
ପାଇବେ ବଂଶଧର ପୁତ୍ର l ସଗୋତ୍ର ହୋଇବ ପବିତ୍ର ll

ll ଲୋମଶ ଉବାଚ ll

ଶ୍ରାବଣ ଶୁକ୍ଳ ଏକାଦଶୀ l ଯାହାକୁ ପୁତ୍ରଦା ଆଭାଷି ll
ଏ ଏକାଦଶୀ ମହାବ୍ରତ l କର ସମସ୍ତେ ବିଧିମତ ll
ସେ ପୁଣ୍ୟ ନିର୍ମଳ ମାନସେ l ଦେବ ନୃପତି ପୁତ୍ର ଆଶେ ll
ଏ ରୂପେ କରନ୍ତେ ନୃବର l ଅବଶ୍ୟ ହେବ ବଂଶଧର ll
ଶୁଣ ଲୋମଶ ସିଦ୍ଧ ବାଣୀ l ନୃପର ପୁତ୍ର ହେଲା ମଣି ll
ଆନନ୍ଦ ମୁନିଙ୍କି ପ୍ରଣମି l ଗଲେ ସମସ୍ତେ ନିଜ ଭୂମି ll
ପ୍ରଜା ପ୍ରଭୃତି ପୁରୋହିତ l ଏଠାରୁ ଶୁଣି ନିଜ ହିତ ll
ଅତ୍ୟନ୍ତ ଆନନ୍ଦିତ ହୋଇ l କାଳ ଆଗମ ଚାହିଁ ରହି ll
କାଳ ବଶରୁ ସେ ଶ୍ରାବଣୀ l ପ୍ରବେଶ ହେଲା ଆଜି ଜାଣି ll
ସମସ୍ତ ପ୍ରାତଃ ସ୍ନାନ ସାରି l ନୃପ ସହିତେ ନରନାରୀ ll
ବାଞ୍ଛିତ ପ୍ରାପ୍ତ ସଙ୍କଳ୍ପିଲେ l ପୁତ୍ରଦା ବ୍ରତ ଆରମ୍ଭିଲେ ll
ଯଥା ବିଧିରେ ବ୍ରତ କରି l ଜାଗ୍ରତ ହୋଇ ନରନାରୀ ll
ଦ୍ବାଦଶ ଦିନେ ସ୍ନାନ କରି l ବିପ୍ର ଅତିଥି ପୂଜା କରି ll
ରାଜାକୁ ପୁଣ୍ୟ ସମର୍ପିଲେ l ସୁପୁତ୍ର ପାଅ ତୁ ବୋଇଲେ ll
ପୁଣ ସ୍ବୀକାର କରି ରାଜା l କରି ଦେବତା ଦ୍ବିଜ ପୂଜା ll
ଦ୍ଵାଦଶୀ ହବିଷ୍ୟ ସାରିଲେ l ବୈଷ୍ଣବ ସଙ୍ଗେ ଦିନ ନେଲେ ll
ରାଣୀ ପୁତ୍ରଦା ଫଳ ପାଇ l ଶୋଭନ ଗର୍ଭବତୀ ହୋଇ ll
ଶୁଭ ଦିନରେ ଯଥାକାଳେ l ସେ ରାଣୀ ପୁତ୍ର ଜନ୍ମ କଲେ ll
ଶ୍ରାବଣ ଶୁକ୍ଳ ଏକାଦଶୀ l ଏ ରୂପେ ପୁତ୍ରଦା ବିକାଶି ll
ଦୁଇ ଲୋକରେ ସୁଖ ଲୋଭl ଥିଲେ ଏ କର୍ତ୍ତବ୍ୟ ହୋଇବ ll
ଶ୍ରାବଣ ଶୁକ୍ଳ ଦ୍ୱାଦଶୀରେ l ରବି ରହନ୍ତେ କର୍କଟରେ ll
ଉଦ୍ଦେଶ୍ୟ ବାସୁଦେବ ହେବ l ପବିତ୍ରାରୋପଣ କରିବ ll
ପବିତ୍ର କହିବା ଯେ ଶୁଣ l ଜାଣି କରିବ ଆରୋପଣ ll
କ୍ଷୈମ ରଜତ ତ୍ୟମ ହେମ l ବିଭବେ ଏଗୁଣ ଘେନିମ ll
କୁଶ କୌଶେୟ ପଦ୍ମକାଶ l ବ୍ରହ୍ମଣୀ କର୍ତ୍ତୃକ କାର୍ପାସ ll
ଏ ଗୁଣମାନଙ୍କୁ ଘେନିମ l ସ୍ନାନ କରିଣ ତ୍ରିଗୁଣିମ ll
ଗ୍ରନ୍ଥୀ ଛିଦ୍ରକୁ ଅବଧରି l ପୁଣି ତା ତିନିଗୁଣ କରି ll
ଗୋ ଦୋଦନାନ୍ତରିତ ଶେଷ l ପୂର୍ବ ଦିବସେ ଅଧିବାସll
ବିପ୍ରଙ୍କୁ ନମସ୍କାର କରି l ତେବେ ସୁଧର୍ମେ ପରିଚାରି ll
ଗୁରୁଙ୍କୁ ଆଗରେ ବସାଇ l ଆସନ ପାଦାସନ ଦେଇ ll
ପବିତ୍ର ସ୍ୱର୍ଣ୍ଣପାତ୍ରେ ଭରି l ଦେବ ଗନ୍ଧଦିପୂର୍ବ ପରିll
ଆଉ ଯେ ବୈଷ୍ଣବ ବ୍ରାହ୍ମଣ l ପୂଜିବ ଦେଇ ସୁ ଭୋଜନ ll
ଏଥୁ ଦେବଙ୍କୁ ଉଦ୍ଧାରିବ l ପବିତ୍ର କୃଷ୍ଣ ଅଙ୍ଗେ ଦେବ ll
ରୁଦ୍ରର ମୂଳ ମନ୍ତ୍ରେ ଜାଣ l ବିଷ୍ଣୁରେ ଶିବେ ବା ଅର୍ପଣ ll
ବର୍ଷକୁ ବର୍ଷ ଆଚରିବ l ପବିତ୍ରାରୋପଣ କରିବ ll
ଏ ଶୋକ ସାଗର ସଂସାର l ଯେବେ ତରିବା ଇଛାକରll
ଭକ୍ତି ମୁକ୍ତିରେ ଯେବେ ଲୋଭ l ଏ ବ୍ରତ କେଭେ ନ ଛାଡ଼ିବll
ବିଧିରେ କରିବ ଏ ବ୍ରତ l ବିଧିଟି ଏଥିରେ ନିୟତ ll
ଅନ୍ୟଥା ସମ୍ବତ୍ସର ପୂଜି l ବିଫଳ ହୁଏ ଥାଅ ବୁଝି ll
କରିଣ ପବିତ୍ରାରୋପଣ l ମାହାତ୍ମ୍ୟ ଶ୍ରବଣେ ଅର୍ଜ୍ଜନ ll
ଏକାଦଶୀରେ ଏ ତ୍ରିତୟ l କରି ପାପରୁ ମୁକ୍ତ ହୁଅ ll
ପୁତ୍ରଦା ଏକାଦଶୀ କର l ସୁପୁତ୍ର ସୌଖ୍ୟ ପାଅ ନର ll
ପରଲୋକରେ ସୁଖ ପାଅ l ଜାଣ ସ୍ୱର୍ଗକୁ ଏ ଉପାୟ ll

ଇତି ଶ୍ରୀ ଭବିଷ୍ୟୋତ୍ତର ପୁରାଣେ ଶ୍ରାବଣ ଶୁକ୍ଳ ପବିତ୍ରାରୋପିଣୀ ଏକାଦଶୀ ମାହାତ୍ମ୍ୟେ ଅଷ୍ଟାଦଶୋଽଧ୍ୟାୟଃ।।

ଏହି ଏକାଦଶୀର ବ୍ରତ ସ୍ୱତନ୍ତ୍ର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ। ତାଙ୍କୁ ହଳଦିଆ ଫୁଲ ସହିତ ଫଳ, ତୁଳସୀ ଓ ପଞ୍ଚାମୃତ ଅର୍ପଣ କରି ଗୋପାଳ ମନ୍ତ୍ରରେ ପୂଜନ କରାଯାଏ। ଏହିଦିନ ପତି ଓ ପତ୍ନୀ ଉପବାସ କରି ବାଳଗୋପାଳଙ୍କୁ ପଞ୍ଚାମୃତ ଭୋଗ ଲଗାଇଲେ ଶୁଭ ଫଳ ମିଳେ।
🍀🍀🍀🍀🍀🍀🍀🍀🍀🍀🍀🍀🍀🍀🍀
ସଂଗ୍ରାହକ:---ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ

 ାସନରେ_ସନ୍ଧ୍ୟା_ଦୀପ_୨୦୨୬ଆମ ଓଡିଆ ଗୃହରେ ଦୈନିକ ଗୋଧୂଳି ବେଳାରେ ଦୀପ ପ୍ରଜ୍ଜ୍ୱଳନ କରାଯାଏ।       ‌ଆମ ଶାସନରେ ଦୈନିକ ଏ‌ ପ୍ରଥାଟି ଅଛି ଏବ...
22/08/2026

ାସନରେ_ସନ୍ଧ୍ୟା_ଦୀପ_୨୦୨୬

ଆମ ଓଡିଆ ଗୃହରେ ଦୈନିକ ଗୋଧୂଳି ବେଳାରେ ଦୀପ ପ୍ରଜ୍ଜ୍ୱଳନ କରାଯାଏ।

‌ଆମ ଶାସନରେ ଦୈନିକ ଏ‌ ପ୍ରଥାଟି ଅଛି ଏବେ ମଧ୍ୟ ଚାଲୁଛି। ଆଜିକାଲି ତ ତୁଳା ସହଜରେ ମିଳି ଯାଉଚି ତେଣୁ ବଳିତାର ଅଭାବ ନାହିଁ କିନ୍ତୁ ସେ ସମୟରେ ଏସବୁ ମିଳେନାହିଁ।
ସେଥିପାଇଁ ଗୃହରେ ପୁରୁଣା ଲୁଗା, ଗାମୁଛା ଆଦିକୁ ଚିରି ବଳିତା କରା ଯାଉଥିଲା ସେଥିରେ ପୋଲାଙ୍ଗ ତେଲ, ନଡ଼ିଆ ତେଲ ବା ଗୁଆ ଘିଅ ଭିଜାଇ ସନ୍ଧ୍ୟା ବସୁଥିଲା।

ଆମ ଶାସନରେ ଆଗ ଗୃହ ନାରୀମାନେ ଗୃହ ଠାକୁରଙ୍କ ଆଗରେ
ତୁଳସୀ ଚଉରା
ବାଡି ଦୁଆରେ
ଦାଣ୍ଡଘର ଦୁଆର
ଗୋଶାଳାରେ
ପ୍ରତ୍ୟେକ ଏରୁଣ୍ଡି ବନ୍ଧରେ
ଶିଳ ଘୋରଣା ପାଖରେ
ଢ଼ିଙ୍କି ପାଖରେ
ରୋଷଘର ବା ହାଣ୍ଡିଶାଳ ବା ତେଙ୍ଗେଡା ଶାଳରେ
ଧାନକୋଠି ପାଖରେ ଦୁଇଗୋଟି ବଳିତା ଦୀପ ପ୍ରଜ୍ଜ୍ୱଳନ କରାଯାଏ।
ତା'ପରେ ଗ୍ରାମ ଇଷ୍ଟଦେବୀ ମା ପାତାଳେଶ୍ୱରୀ ଦେବୀଙ୍କ ପାଖରେ ସମସ୍ତ ବ୍ରାହ୍ମଣ ମହାଜନ ମାନେ ଯାଇ ସନ୍ଧ୍ୟା ଦୀପ ପ୍ରଜ୍ଜ୍ୱଳନ କରନ୍ତି। ତା ସହିତ ଅନ୍ୟାନ୍ୟ ଗ୍ରାମବାସୀମାନେ ମଧ୍ୟ ସନ୍ଧ୍ୟା ଦୀପ ପ୍ରଜ୍ଜ୍ୱଳନ କରନ୍ତି।

ଏହା ଆମ ଶାସନର ଏକ ସୁନ୍ଦର ପରମ୍ପରା ଏବେବି ଜୀବିତ ଅଛି।

ହେଲେ ଆଧୁନିକୀକରଣ ପାଇଁ ଏହି ପରମ୍ପରା ଧିରେ ଧିରେ ଲୋପ ପାଇବାକୁ ବସିଲାଣି କାରଣ ଆଜିର ପିଢ଼ି ଏସବୁକୁ ଜାଣିବାରେ ଆଗ୍ରହ ନାହାନ୍ତି।

🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁

ସଂଗ୍ରା଼ହକ ----ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ

 #ବଟୁ_ପିଢ଼ା_ବା_ପିଢ଼ା ପିଢ଼ା ହଁ ଆଜ୍ଞା ଆଜି ପିଢ଼ା ବିଷୟରେ କିଛି ଆଲୋଚନା କରିବା।ପିଢ଼ା ଆମ ଓଡ଼ିଶାବାସୀଙ୍କର ଏକ ସ୍ୱତନ୍ତ୍ର ପରିଚୟ...! ସେ...
19/08/2026

#ବଟୁ_ପିଢ଼ା_ବା_ପିଢ଼ା

ପିଢ଼ା ହଁ ଆଜ୍ଞା ଆଜି ପିଢ଼ା ବିଷୟରେ କିଛି ଆଲୋଚନା କରିବା।
ପିଢ଼ା ଆମ ଓଡ଼ିଶାବାସୀଙ୍କର ଏକ ସ୍ୱତନ୍ତ୍ର ପରିଚୟ...! ସେ ଗରିବ ହେଉ କି ଧନୀ ସମସ୍ତଙ୍କ ଗୃହରେ ଏହା ଦେଖିବାକୁ ମିଳେ।

ଚାଳଘର ପିଣ୍ଡାରେ ପିଢ଼ା ଉପରେ ବସି ପଖାଳ ଖାଇବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଦୃଶ୍ୟ ଥିଲା।

ପିଢ଼ା କେତେ ପ୍ରକାରର
କଚ୍ଛପ ପିଢ଼ା
ଠାକୁର ଘର ପିଢ଼ା
ଶ୍ରାଦ୍ଧ ପିଢ଼ା
ବଟୁ ପିଢ଼ା
ଆଦି
ବିଶେଷକରି ବ୍ରାହ୍ମଣମାନଙ୍କ ଗୃହର ପିଢ଼ା ଟିକିଏ ଅଲଗା କାରଣ ଏମାନଙ୍କ ଗୃହର ପିଢାକୁ #ବଟୁ_ପିଢା କୁହନ୍ତି। ଏହି ପିଢ଼ା ତଳେ
୪ ଲେଖା ହେଇଥାଏ ଏହା ଚାରି ନୁହେଁ କେବଳ ଆକୃତି ଚାରି ଭଳି ବା ବଟୁ,।

ଉପନୟନ ସଂସ୍କାର ସମୟରେ ବା ବ୍ରତଘର ସମୟରେ ଏହି ପିଢାଟି ମାତୁଳ (ମଉଳା) ଘରୁ ମିଳିଥାଏ ମାତୁଳ ଏ ପିଢ଼ା ଦିଅନ୍ତି ୟେଥିରେ
ବାଳକ ବସି ବ୍ରତଘର ହୁଅନ୍ତି। ଏହି ପିଢ଼ାକୁ ପଣସ କାଠ, ଆମ୍ବ କାଠ କିମ୍ବା ଗମ୍ଭାରୀ ଆଦିରେ ତିଆରି ହୁଏ।

ବଟୁ ଶବର ଅର୍ଥ:---ବାଳକ,କିଶୋର,ବା ବ୍ରହ୍ମଚାରୀ ବଟୁକ ବ୍ରାହ୍ମଣ ମଧ୍ୟ କୁହାଯାଏ। ଗୁରୁକୁଳରେ ପାଠ ପଢ଼ିବା ସମୟରେ ବଟୁକ ବ୍ରାହ୍ମଣ ବୋଲି ସମ୍ବୋଧନ କରାଯାଏ । ତେଣୁ ଏହି ଚାରି ଭଳି ଚିହ୍ନ ରହିଥାଏ ଏହି ପିଢାରେ।
ଏହି ପିଢ଼ାରେ ବାହାର ଲୋକମାନଙ୍କୁ ବସିବାକୁ ଦିଆଯାଏ ନାହିଁ।‌
ଯେହେତୁ ବଟୁକ ବ୍ରାହ୍ମଣ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

ଏଗଲା ବଟୁକ ବ୍ରାହ୍ମଣ ମାନଙ୍କ କଥା

କିନ୍ତୁ ଆମ ଓଡ଼ିଆ ଘରର ଗୋଟିଏ ଗୀତ ମଧ୍ୟ ଅଛି
ଆମ ଗାଁ ରଙ୍ଗା ପିଢା,
କାଠ ଗଢ଼ା ସୁନ୍ଦର ଗଢ଼ା।
ଘରର କୋଣରେ ପଡ଼ିଥାଏ,
ଆଦର ସେ ସବୁବେଳେ ପାଏ।
ପୂଜା ହେଉ କିମ୍ବା ରୋଷେଇ,
ପିଢା ବିନା ଚଳେ ନାହିଁ।
ବଡ଼ି ସକାଳୁ ସ୍ନାନ ସାରି,
ବସନ୍ତି ବୃଦ୍ଧ, ନର, ନାରୀ

।ବଡ଼ ସ୍ନେହେ ଧୋଇ ତାକୁ,
ରଖିଥାଆନ୍ତି ଯତନରେ ସବୁ।
ସଂସ୍କୃତିର ଚିହ୍ନ ସେ ଯେ,
ମନ ମୋହି ନିଏ ସଭିଙ୍କର ହୃଦେ।।

ପିଢାରେ ବସି ଠାକୁରଙ୍କ ପୂଜାବିଧି କରିବା।
ପିଢ଼ାରେ ବସି ଖାଇବା।
ପିତା କୁହନ୍ତି ଆରେ ପିଢ଼ା ପାଣି ପକାଅ ଭୋଜନ କରିବା।
ଯେ କୌଣସି ପୂଜା ହେଉ ଏହି ପିଢାରେ ବସି ପୂଜା କରିବା।
ଅତିଥି ଆସିଲେ କି ବ୍ରାହ୍ମଣ ଗୃହକୁ ଆସିଲେ ପିଢ଼ା ପକେଇ ଗୋଡ଼ ଧୋଇବା।
ଚାଳକୁ ମଧ୍ୟ ପିଢ଼ା କୁହନ୍ତି।
ଅତିଥି ଆସିଲେ ପିଢ଼ା ପାଣି ଆଗ ଦିଅନ୍ତି।
ପିଢ଼ାରେ ଷଷ୍ଠୀ ଓଷା ବସନ୍ତି।
ପିଢାରେ କାଞ୍ଜି ଅଅଁଳା ନବମୀରେ ପିତା ସୁଖୁଆ ବୋହୁକୁ ବସାନ୍ତି କଦଳୀ ପାଟୁକା ଉପରେ।
ଶାମ୍ବ ଦଶମୀ ପୂଜା ମଧ୍ୟ ଏଇ ପିଢାରେ ହୁଏ।
#ଶାସନ_ବାଡରେ ଦୂର୍ଗାପୂଜା ସମୟରେ ମୂଳାଷ୍ଟମୀ ହେଉ କି
ତିନି ପୂଜା ହେଉ ଦୁଆର ମୁହଁରେ ସହସ୍ରକୁମ୍ଭାଭିଷେକ ମଧ୍ୟ ଏହି ପିଢ଼ାରେ ହୁଏ।

ତେଣୁ ଗୃହର ପଖାଳ କଂସା ଠାରୁ ଆରମ୍ଭ କରି ଅତିଥିମାନଙ୍କୁ ପିଢ଼ା ପାଣି ଦେବା ପର୍ଯ୍ୟନ୍ତ ସବୁଥିରେ ଏହି ପିଢାର ଆବଶ୍ୟକତା ଅଛି।

ହେଲେ ଏବେ ଡାଇନିଂ ଟେବୁଲ୍ ବା ଆଧୁନିକୀକରଣ ନାମରେ ଆମ ପିଢ଼ା ସଂସ୍କୃତି ଧିରେ ଧିରେ ଲୁପ୍ତ ହେବାକୁ ବସିଲାଣି।
ଆଉ ଆଗଭଳି ଆମେମାନେ ପିଢାରେ ବସି ଖାଉନାହେଁ ।
ତଥାପି ଆମ ଶାସନ ବାଡ଼ରେ ତଥା ଗାଁ ଗହଳିରେ ଏବେବି ପିଢାର ଆଦର ରହିଚି।

🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁🍁***********************************************
_______________________________________________

ସଂଗ୍ରାହକ :----ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ

 #ଶ୍ରାବଣ_ସୋମବାର_ତୃତୀୟ_ପାଳି_୨୦୨୬କାଲି ଶ୍ରାବଣର ତୃତୀୟ ସୋମବାରରେ  ଆମ ଶାସନରେ ଶ୍ରୀ କପିଳେଶ୍ୱର ମହାଦେବଙ୍କ ପାଖରେ ରୁଦ୍ରାଭିଷେକ ଆରମ୍ଭ ହ...
18/08/2026

#ଶ୍ରାବଣ_ସୋମବାର_ତୃତୀୟ_ପାଳି_୨୦୨୬

କାଲି ଶ୍ରାବଣର ତୃତୀୟ ସୋମବାରରେ ଆମ ଶାସନରେ ଶ୍ରୀ କପିଳେଶ୍ୱର ମହାଦେବଙ୍କ ପାଖରେ ରୁଦ୍ରାଭିଷେକ ଆରମ୍ଭ ହେଇଛନ୍ତି। ଏଥିରେ ଗ୍ରାମର ବ୍ରାହ୍ମଣମାନେ ସୁନ୍ଦର ଭାବରେ ସୃଷ୍ଟି କଲ୍ୟାଣ ଉଦେଶ୍ୟରେ ଅଭିଷେକ, ଅର୍ଚ୍ଚନ ବନ୍ଦନ ଆଦି କରିଛନ୍ତି।

 #ଜାଗ୍ରତ_ଗୈାରୀ_ପଞ୍ଚମୀ_୨୦୨୬🍁🔱ଆମ ଶାସନରେ ଜାଗ୍ରତ ଗୌରୀ ପଞ୍ଚମୀ🔱----------------------------------------ଶ୍ରାବଣ ଶୁକ୍ଳ ପଞ୍ଚମୀ , ଜ...
16/08/2026

#ଜାଗ୍ରତ_ଗୈାରୀ_ପଞ୍ଚମୀ_୨୦୨୬

🍁🔱ଆମ ଶାସନରେ ଜାଗ୍ରତ ଗୌରୀ ପଞ୍ଚମୀ🔱

----------------------------------------
ଶ୍ରାବଣ ଶୁକ୍ଳ ପଞ୍ଚମୀ , ଜାଗ୍ରତ ଗୌରୀ ପଞ୍ଚମୀ ଭାବରେ ଓଡ଼ିଶାରେ ପ୍ରଚଳିତ। ଜାଗ୍ରତ ଗୌରୀ ଅପଭ୍ରଂଶ ହେଇ ଗ୍ରାମ ମାନଙ୍କରେ ମା ଜାଗୁଳାଇ କୁହନ୍ତି । ଦେବୀ ପାର୍ବତୀଙ୍କର ଅନ୍ୟ ନାମ ( ଗୌରୀ), ଲଳିତା ସହସ୍ରନାମରେ ଥିବା ଦଶସହସ୍ର ନାମ ମଧ୍ୟରୁ ଏହା ଗୋଟିଏ। ଶିବ ତାଙ୍କୁ ତପସ୍ୟାରୁ ଜାଗ୍ରତ କରିଥିବାରୁ ତାଙ୍କ ନାମ ଗୌରୀ। ଦେବୀ ପାର୍ବତୀ କିପରି କାଳୀରୁ ଗୌରୀ ହେଲେ ତାହା ଏକ ରୋଚକ ପୌରାଣିକ ଉପାଖ୍ୟାନ ।
କଠୋର ତପସ୍ୟା କରି ପାର୍ବତୀ ଶିବଙ୍କୁ ପତିରୂପେ ପାଇଥିଲେ। କିନ୍ତୁ ଶିବ ତାଙ୍କୁ ସର୍ବଦା କାଳୀ ରୁପେ ସମ୍ବୋଧନ କରୁଥିଲେ। ସେଥିରେ ଦୁଃଖୀ ହୋଇ ସେ କଠୋର ତପସ୍ୟା କରି ବ୍ରହ୍ମାଙ୍କ‌ ଠାରୁ ଗୌରୀ ହେବାର ବର ପାଇଲେ । କାଳୀରୁ ସେ ହେଲେ ଗୌରୀ, ଏହା_ସୂଚାଏ-ଯିଏ କଳୀ ସେ ହିଁ ଗୌରୀ। ଓଡ଼ିଶାର ମନ୍ଦିର ମାନଙ୍କରେ ଦୁଇ ପ୍ରକାର ଗୌରୀ ମୂର୍ତ୍ତି ଦେଖାଯାଏ। ଲଜ୍ଜା‌ଗୌରୀ ମୂର୍ତ୍ତିରେ ଦେବୀ ଏକ ପଦ୍ମଫୁଲରେ ମୁହଁ ଢାଙ୍କି ଥାଆନ୍ତି।ଅନ୍ୟ ମୂର୍ତ୍ତି ଜାଗ୍ରତ ଗୌରୀ । ସେ ବୃଷଭାରୁଢା । ଗାଁଆ ଗାଁଆରେ ସିନ୍ଦୂର ବିଲେପିତ ପଥରକୁ ମଧ୍ୟ ଜାଗୁଳାଇ ରୂପେ ପୂଜା କରି ଥାଆନ୍ତି।

ଭାଗବତର ଦଶମ ସ୍କନ୍ଧରେ ଏକ ସୁନ୍ଦର ସୂଚନା ମିଳେ। ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ଯୋଗମାୟାଙ୍କୁ ଯାହା କହିଥିଲେ ତାହା ହିଁ ଏହାର ମୂଳ ଆଧାର ।

ସେ କହିଥିଲେ:----
(ଶ୍ରୀ ମଦ୍ଭାଗବତ)
ପଞ୍ଚେ ହୋଇବୁ ତୁ ଯେ ଜାତ
ଜଗତେ ହୋଇବୁ ବିଖ୍ୟାତ।।
ଲୋକେ କରିବେ ତୋତେ ପୂଜା ।
ଅନେକ ଦେବେ ବଳୀ ଭୋଜା ।।
ଭଗତେ ହୋଇବୁ ପ୍ରସନ୍ନ ।
ଅନେକ ହେବ ତୋର ନାମ ।।
ତେଣୁ ଜାଗୁଳାଇ ବୁଢ଼ୀ ଜାଗୁଳାଇ ନାମରେ ଉପକୂଳର୍ବୀ ଅଞ୍ଚଳରେ ମା ପୂଜା ପାଆନ୍ତି

ଏହି ଦିନ ମା ଦୁଆରି ଭୋଗ ହୁଅନ୍ତି। ଏ ସମ୍ପର୍କରେ ଏକ ଶିଶୁ ଗୀତ କୁହାଯାଇଚି:---ଜାଗୁଳାଇ ମା; ପାଗୁଳାଈ! ସବୁ ଦିଅଁଙ୍କର ମା / ବିରି ଚକୁଳି ଖାଇବୁ ଯେବେ ମୋ ଦୁଆରକୁ ଆ ।

ଏ ଉକ୍ତିଟି ଗ୍ରାମ ମାନଙ୍କରେ କୁହାଯାଏ, ଆମ ଶାସନ ପରମ୍ପରାରେ ଟିକିଏ ନିଆରା ଭାବରେ ପାଳନ କରାଯାଏ ।

🌺ଆମ ଶାସନରେ ଜାଗ୍ରତ ଗୌରୀ ପଞ୍ଚମୀ🌺

________________________________________________________________________________________

ପ୍ରଥମେ ଡମ ସେବକ ମହାଜନ କୋଠରୁ ବାଉଁଶ ନେଇ ଏକବଡ ବାଉଁଶିଆ ଓ ୪ଟି କାଠି ତିଆରି କରି ଭଣ୍ଡାରୀ ଘରେ ଦେଇଯାଏ । ସେହିପରି କୁମ୍ଭାର ସେବକ ମା ଜାଗ୍ରତଗୌରୀଙ୍କ ମୂର୍ତ୍ତି ଗଢି ଆଣି ବାରିକ ଘରେ ଦେଇଯାଏ‌ । ଭଣ୍ଡାରୀ ପ୍ରତ୍ୟେକ ବ୍ରାହ୍ମଣଙ୍କ ଗୃହରୁ ସଞ୍ଚା ଆଣନ୍ତି ଗୋଧୂଳି ବେଳାରେ ଭଣ୍ଡାରୀଙ୍କ ଗୃହକୁ ମଢୀଆ ଆସି ମୂର୍ତ୍ତିଙ୍କୁ ପ୍ରାଣ ପ୍ରତିଷ୍ଠା କରି ଖେଚୁଡି ତଥା ଭୋଗ କରନ୍ତି ।
ତାପରେ ମାଳିମାନେ ଛତୀ, ତ୍ରାସ, ଘଣ୍ଟ, ତେଲିଙ୍ଗି ବାଜା (ବୈଜୟନ୍ତୀ)ବାଜି ହକରା ଅନୁସାରେ ଦୁଆରି ଭୋଗ ହୁଅନ୍ତି । ଗୃହିମାନେ ଖେଚୁଡି,ଡାଲମା,ସାଧା ବେସର,ମାଛ ବେସର,ମାଛଭଜା,ସରୁ ଚକୁଳି,ମଣ୍ଡାପିଠା,ଖଟା, ଖିରୀ ଆଦି ମାଙ୍କୁ ଦୁଆରି ଭୋଗରେ ବଢାଯାଏ।
ଆଜି ନିଶାର୍ଦ୍ଧରୁ ମା ଜାଗ୍ରତ ହୁଅନ୍ତି ଆଜିଠାରୁ ଦେବୀଙ୍କ ଆବିର୍ଭାବ ହୁଏ ଜୟ ମା ଜାଗ୍ରତ ଗୌରୀ ।

:::::::::::::::::::::::::::::::::::::::::::::::::::::::::::::::::::::::::::::🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺

ସଂଗ୍ରାହକ: ----ଶ୍ରୀ ଶ୍ରୀ ପ୍ରିୟବ୍ରତ ତ୍ରିପାଠୀ

Address

Puri
752012

Alerts

Be the first to know and let us send you an email when ପ୍ରତାପ ରାମଚନ୍ଦ୍ର ପୁର ବ୍ରାହ୍ମଣ ଶାସନ Pratap Ramachandra Pur sasan posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share