Marada Jagannath Temple,Mathura

Marada Jagannath Temple,Mathura For knowing about this temple every people in india. It is about 2.5 Km. far from Mathura Bus stand In the direction of East

16/01/2026
17/04/2025
31/01/2023

ଏଇ ଆମ ଗାଁ.....
ଇତିହାସେ ଲେଖା ତାର ନା।
ଆମ ଗାଁ ଗୌରବ ଶରଣ ଶ୍ରୀକ୍ଷେତ୍ର
ମାରଦା ମନ୍ଦିର ।
ସୌନ୍ଦର୍ଯ୍ୟ ଗନ୍ତା ଘର.....
ପକୃତିର ପାଦଦେଶରେ
ଗିରି ପରି ବିରାଜିତ ଶରଣ ଶ୍ରୀକ୍ଷେତ୍ର ।
କଳା ପାହାଡ଼ର ଛତିଚରି......
ସୂର୍ୟଦୟର ପାହିଲି କିରଣ ସ୍ପର୍ଶରେ ଝଲସି ଯାଏ
ମାରଦା ସବୁଜ ଉଦ୍ୟାନ ।
ପକୁର୍ତିର ପଦପର୍ଶ୍ୱରେ ସ୍ଥାପିତ.....
ଆଖିୱେନ ଆଶ୍ଚଯ୍ୟ କଳା ଆଳଙ୍କିତ କାର... ଆକ୍କର୍ସଣ କେନ୍ଦ୍ର ବିନ୍ଦୁ ଗର୍ଭ ଗୃହର ।ତୁମ ପାଦ ସ୍ପର୍ଶ ପଡି ଏଇ ମାଟିର
ଜୀବନ୍ତ ଏ ପରିବେଶ.....
ତଥାପି ତୁମ କରୁଣାରୁ ରହିଛି ଅପାର ବିଶ୍ୱାସ ।
ସିଂହାସନ ଛାଡ଼ିଦେଇ ଚାଲିଗଲ ରତ୍ନସିଂହାସନ....
ଏତିକି ରହିଗଲା ପ୍ରଭୂ ଅବୋଶସ ।

Written by-ଯଜ୍ଞ ନାରାୟଣ ଜେନା

Must Watch
18/12/2022

Must Watch

Kalia Ku Jhure Marada Pitha - Marada Jagannath temple Song - K Anjali Patra - Pitambar Gouda❤️ Singer - K Anjali Patra❤️ Music - Pitambar Gouda (7735882046)❤...

Enjoy the beauty of This Temple
09/08/2021

Enjoy the beauty of This Temple

25/07/2021

ମାରଦା ମନ୍ଦିରର ଐତିହ୍ୟ।🙏🏻

୧୭୩୩ ମସିହାରେ ମହମ୍ମଦ ତକି ଖାଁ
ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବା ସମୟରେ ଚତୁର୍ଦ୍ଧାମୂର୍ତ୍ତି ଯେଉଁଠାରେ ଆଶ୍ରୟ ନେଇଥିଲେ ତାହାକୁ ଏକାଧାରରେ ଶରଣ ଶ୍ରୀକ୍ଷେତ୍ର, ଦ୍ଵିତୀୟ ଶ୍ରୀକ୍ଷେତ୍ର,ମାରଦା ଜଗନ୍ନାଥ ମନ୍ଦିର ଏବଂ ମଥୁରା କ୍ଷେତ୍ର ବୋଲି କୁହାଯାଏ।ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରୁ ପ୍ରାୟ ୧୪୦ କି.ମି.,ଗଂଜାମ ଜିଲ୍ଲାର ବ୍ରହ୍ମପୁରଠାରୁ ୫୦ କି.ମି.,ଆସ୍କା ଠାରୁ ୨୦ କି.ମି.ଏବଂ ପୋଲସରା ଠାରୁ ମାତ୍ର ୪ କି.ମି. ଦୂରରେ ଅବସ୍ଥିତ। ଏହା ଆଜି ଓଡ଼ିଶା ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ର ଶ୍ରୀ ମାରଦା ଜଗନ୍ନାଥ ମନ୍ଦିର(ମଥୁରା) ନାମରେ ପରିଚିତ ହୋଇଛି। ଏହାର ଐତିହ୍ୟ ଓ ପରମ୍ପରା ଅତି ବିସ୍ମୟ ଏବଂ ରହସ୍ୟମୟ। ଏହି ମନ୍ଦିର ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ କରେ।

୧୭୩୩ ମସିହାରେ ମୋଗଲ ସୁବେଦାର ମହମ୍ମଦ ତକି ଖାଁ ଦ୍ଵିତୀଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେ ସମୟରେ ପୁରୀର ଗଜପତି ମହାରାଜ ଦ୍ଵିତୀୟ ରାମଚନ୍ଦ୍ର ଦେବ ରାଜତ୍ଵ କରୁଥିଲେ। ଠାକୁର ରାଜାଙ୍କୁ ସ୍ୱପ୍ନରେ କହିଥିଲେ:-"ମତେ ଶ୍ରୀମନ୍ଦିରରୁ ଗଞ୍ଜାମର ଆଠଗଡ଼ ନିକଟସ୍ଥ ମଥୁରା ର ହାତୀବାଡି ପର୍ବତକୁ ନେଇଯିବ। ତାହାର ଦକ୍ଷିଣ ପାର୍ଶ୍ଵରେ ଏକ ଉଦ୍ୟାନ ରହିଛି ସେଠାର ରଖିବ। ଠାକୁରଙ୍କ ନିର୍ଦ୍ଦେଶରେ ପଣ୍ଡାମାନେ ଚତୁ୍ର୍ଦ୍ଧାମୂର୍ତ୍ତିଙ୍କୁ ଚିଲିକା କୂଳେକୂଳେ ନଈରି ସ୍ଥିତ ହରିହରେଶ୍ୱର ମଣ୍ଡପ ଅତିକ୍ରମ କରି ବାଲୁଗାଁ ବାଟରେ ଖଲ୍ଲିକୋଟ ଦେଇ ଆଠଗଡ଼, ପୋଲସରା ନିକଟସ୍ଥ ମଥୁରାର ହାତୀ ବାଡି ପର୍ବତର ପାଦଦେଶରେ ରଖି ପୂଜାର୍ଚ୍ଚନା କଲେ।

ଠାକୁରଙ୍କ ଆଗମନ ଶୁଣି ଆଠଗଡ଼ ମହାରାଜ ଶ୍ରୀ ରଘୁନାଥ ହରିଚନ୍ଦନ ଜଗଦ୍ଦେବ ଆଶ୍ଚର୍ଯ୍ୟ ହୋଇଥିଲେ। ମହାପ୍ରଭୁ ଓ ଗଜପତି ମହାରାଜଙ୍କୁ ପ୍ରଣାମ କରି ଜଗନ୍ନାଥ ଏଠିକି ଆସିବାର କାରଣ ପଚାରିବାରୁ ରାଜା ସମସ୍ତ ବୃତ୍ତାନ୍ତ ଜଣାଇଥିଲେ। "ଦାଆ"ରେ ଏହି ସ୍ଥାନ କୁ ସଫା କରିଥିବାରୁ ଏବଂ ଆଟୁ ଘର ସଦୃଶ ଏହି ମନ୍ଦିର ନିର୍ମାଣ ହୋଇଥିବାରୁ ଏହାକୁ ମାରଦା ବୋଲି କୁହାଯାଏ। ଚତୁ୍ର୍ଦ୍ଧାମୂର୍ତ୍ତି ଏଠାର ଶରଣ ପଶିଥିବାରୁ ଏହାର ନାମ ଶରଣ ଶ୍ରୀକ୍ଷେତ୍ର କରାଯାଇଛି। ଏଠାର ମହାପ୍ରଭୁ ଦୀର୍ଘ ଦିନ ଅବସ୍ଥାନ କରିଥିବାରୁ ଏହାକୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ଏବଂ ମଥୁରାରେ ଥିବାରୁ ଏହାକୁ ମଥୁରା କ୍ଷେତ୍ର ବୋଲି ମଧ୍ୟ କୁହାଯାଏ। ମଥୁରାର ଦକ୍ଷଶିଳ୍ପୀମାନେ ୪୫ ଦିନ ମଧ୍ୟରେ ଉନ୍ନତ କାରୁକାର୍ଯ୍ୟ ପୂର୍ଣ୍ଣ ଏକ ଭବ୍ୟ ମାରଦା ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ବଉଳା ପଥରରେ ନିର୍ମିତ ହୋଇଛି। ଆଠଗଡ଼ ମହାରାଜ ଶ୍ରୀଜୀଉଙ୍କ ପୂଜା ଓ ସେବା ନୀତି ପାଇଁ ୯୬୦ ଭରଣ ଜମି ସହ ପୂଜକ ଆଦି ଆବଶ୍ୟକ ପରିମାଣରେ ସବୁ ଯୋଗାଡ କରିଥିଲେ। ଗଜପତି ମହାରାଜ ରହିବା ପାଇଁ ପାନ୍ତିଆମ୍ମା ଦୁର୍ଗରେ ଗୁପ୍ତଗଡ ନିର୍ମାଣ କରିଥିଲେ।

ମାରଦାରେ ଚତୁ୍ଦ୍ଧାମୂର୍ତ୍ତି ୩୦ ମାସ ୩ ଦିନ ଅର୍ଥାତ୍ ୨ ବର୍ଷ ୬ ମାସ ୩ ଦିନ ରହିଥିଲେ। ସେତେ ମାସ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲୁକ୍କାୟିତ ଭାବେ ଗୁପ୍ତ ସେବା ପୂଜା କରାଯାଇଥିଲା। କାରଣ କାଳେ କୌଣସି ବିଧର୍ମୀମାନେ ସନ୍ଧାନ ପାଇଗଲେ ପୁଣି ଆକ୍ରମଣ କରିବେ। ଯେହେତୁ ଜଗନ୍ନାଥ ଏଠାରେ ଥିଲେ ତେଣୁଏହି ସମୟ ମଧ୍ୟରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା। ମହାପ୍ରଭୁଙ୍କ ସ୍ୱପ୍ନାଦେଶ କ୍ରମେ ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଗଜପତି ମହାରାଜ ଆଠଗଡ଼ ମହାରାଜଙ୍କୁ କହିଥିଲେ:" ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିରରେ ବଡ ଏକାଦଶୀ ଦିନ ଦୀପ ଲାଗିବା ବେଳେ ଏହି ଗଡ ଓ ମନ୍ଦିରର ମହିମା ଗାନ କରାଯିବ।" ଆଜି ମଧ୍ୟ ପ୍ରତ୍ୟେକ ବଡ ଏକାଦଶୀ ଦିନ ଏହା କରାଯାଉଛି। ସେହି ଉକ୍ତିଟି ହେଲା:-"ଶରଣ ପଞ୍ଜର ମାନ ଉଦ୍ଧାରଣ ଭାଇ ଭାଇ,
ଶ୍ରୀ ରଘୁନାଥ ହରିଚନ୍ଦନ ଜଗଦ୍ଦେବଜୀ ମହାରାଜଙ୍କୁ ଶଙ୍ଖରେ ବୁଡାଇ,
ଘଣ୍ଟରେ ଘୋଡାଇ,
ଚକ୍ର ଆଢ଼ୁଆଳରେ
ରଖହେ ମହାବାହୁ! ରଖହେ ମହାବାହୁ! ରଖହେ ମହାବାହୁ!

ଚତୁ୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀକ୍ଷେତ୍ର ନେବା ପରେ ମଥୁରାର ମାରଦା ମନ୍ଦିରରେ ଶୂନ୍ୟ ଆସନ ରହିଲା,ଯାହାକୁ ପିଣ୍ଡିକା କୁହାଯାଏ। ଶ୍ରୀମନ୍ଦିର ସହିତ ଏହାର ନିବିଡ ସମ୍ପର୍କ ରହିଲା।ଏହି ମନ୍ଦିରର କାରୁକାର୍ଯ୍ୟ ଏପରି ଯେ ଦର୍ଶକ ଦେଖିବା ମାତ୍ରେ ଆକୃଷ୍ଟ ହୋଇଥାଏ। ଏହାର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ଏହି ମନ୍ଦିରର ୩ଟି ମୁଖ୍ୟ ଦ୍ଵାର ରହିଛି। ଏହି ମନ୍ଦିରର ସମ୍ମୁଖରେ ହନୁମାନ ମନ୍ଦିର, ପାର୍ଶ୍ୱରେ ଲୋକନାଥ ମନ୍ଦିର, ବେଢ଼ାରେ ସୂର୍ଯ୍ୟ ମନ୍ଦିର ଓ କୂପ ରହିଛି।ଏହି ମନ୍ଦିରର ପାଚେରୀ ସମ୍ମୁଖରେ ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ ଶୋଭା ପାଉଛି। ଏହାର ଅଳ୍ପ ଦୂରରେ ମା ଭରାଣ୍ଡି ଦେବୀ ମନ୍ଦିର, ବୈଷ୍ଣବ ଦେବୀ ମନ୍ଦିର, ମୟୁରୀକଣା ମନ୍ଦିର ଅବସ୍ଥିତ। ଏହି ମନ୍ଦିର ନିକଟରେ ଏକ ପାଣିଖିଆ ନାଳ ବା ହ୍ରଦ ରହିଛି।

୨୦୦୦ ମସିହାରେ ଏହି ମନ୍ଦିରର ଉନ୍ନତି ପାଇଁ "ମାରଦା ଉନ୍ନୟନ ପରିଷଦ" ନାମରେ ଏକ କମିଟି ଗଠନ କରାଯାଇଛି। ପୁରୀର ଗଜପତି ମହାରାଜ ଦିବ୍ୟସଂହ ଦେବଙ୍କ ଦୟାରୁ ଶ୍ରୀମନ୍ଦିରରୁ ମାରଦାର ଦୈନିକ ଭୋଗ ପାଇଁ ୧୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଉଥିଲା, କିନ୍ତୁ ତାହା କୌଣସି କାରଣରୁ ବନ୍ଦ ହୋଇଗଲା।

୨୦୦୬ ମସିହାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମାରଦା ପରିଦର୍ଶନ ରେ ଆସି ଏହାର ଐତିହ୍ୟ ଓ ପରମ୍ପରା ଶୁଣି ଆଶ୍ଚର୍ଯ୍ୟ ହୋଯାଇଥିଲେ।୨୦୧୩ ମସିହାରେ ଏଠାର "ମାରଦା ମହୋତ୍ସବ" ଅନୁଷ୍ଠିତ ହୋଇଥିଲା।ବର୍ତ୍ତମାନର ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଆଇଏଏସ ଅଧିକାରୀ ସୁରେନ୍ଦ୍ର ମିଶ୍ର,ପୁରୀ ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ବିଭିନ୍ନ ପଦାଧିକାରୀ ଅନେକ ସମୟରେ ଏଠାକୁ ଆସିଥାନ୍ତି। ନିକଟ ଅତୀତରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମଓ ପାକୃତିକ ଗ୍ୟାସ ମନ୍ତ୍ରୀ ତଥା ବର୍ତ୍ତମାନର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରଦା ଗ୍ରସ୍ତରେ ଆସି ଏ

ହାର ଉନ୍ନତି ପାଇଁ ୧ କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ ଏବଂ ଏହାର ଉନ୍ନତି ପାଇଁ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ । ସେହିପରି ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମାରଦା ଗ୍ରସ୍ତରେ ଆସି ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ପ୍ରତିଶ୍ରୁତି ଦେବା ସହ ଏହାର ଉନ୍ନତି ପାଇଁ ଯଥାସାଧ୍ୟ ଉଦ୍ୟମ କରିବି ବୋଲି କହିଥିଲେ।

ଆଠଗଡ଼ ମହାରାଜ ମାରଦାକୁ ଦେଇଥିବା ଜମିକୁ ଲୋକମାନେ ଜବରଦସ୍ତ ନିଜର କରି ନେଇଛନ୍ତି। ଏଥିପ୍ରତି ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ନାହିଁ। ବଡ ଦୁଃଖର କଥା ଏହିକି ଯେ ମାରଦା ମନ୍ଦିର ନିର୍ମାଣ ହେବାର ପ୍ରାୟ ୩୦୦ ବର୍ଷ ହୋଇଥିଲେ ମଧ୍ୟ ଏହାର ଆଶାନୁରୂପ ଉନ୍ନତି ଓ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ହୋଇପାରିନାହିଁ। ଏଣୁ ସ୍ଥାନୀୟ ସରପଞ୍ଚ, ବିଡ଼ିଓ, ତହସିଲଦାର,ବିଧାୟକ,ସାଂସଦ,ଜିଲ୍ଲା ପକଳ୍ପ ନିର୍ଦ୍ଧେଶକ(ପିଡି),ଜିଲ୍ଲାପାଳ, ପର୍ଯ୍ୟଟନ ସଚିବ ଏବଂ କେନ୍ଦ୍ର ଓ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଏହି ମନ୍ଦିରର ଉନ୍ନତି ହୋଇପାରିବ।

ଏଣୁ ମୁଁ ସମସ୍ତଙ୍କୁ ହାତଯୋଡି ଅନୁରୋଧ କରୁଛି ଯେ ଜୀବନରେ ଥରେ ହେଲେ ମଥୁରାର ଶରଣ ଶ୍ରୀକ୍ଷେତ୍ର ଶ୍ରୀ ମାରଦା ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବା ନିମନ୍ତେ ଆସିବେ ଏବଂ ଏହାର ଉନ୍ନତିରେ ସହାୟକ ହେବେ।
ମଥୁରା(ପୋଲସରା)ଗଂଜାମ

Address

Marada Jagannath Temple, Mathur
Polasara
761105

Alerts

Be the first to know and let us send you an email when Marada Jagannath Temple,Mathura posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Marada Jagannath Temple,Mathura:

Share

Category