13/07/2026
ଶ୍ରୀଶ୍ରୀଠାକୁର ----
ମୋତେ ଯଦି ପ୍ରସଂଶା କରିବାକୁ ହୁଏ, ସେଇଟା କରିବା ଉଚିତ୍, ତୁମମାନଙ୍କ କାର୍ଯ୍ୟ ମଧ୍ୟଦେଇ, ତୁମମାନଙ୍କ ଚରିତ୍ର ମଧ୍ୟଦେଇ, ତୁମମାନଙ୍କ ସୌଜନ୍ୟ ମଧ୍ୟଦେଇ। ମୁଁ ଚାହେଁ, ତୁମ ପ୍ରତ୍ୟେକଙ୍କର ଚଳଣୀ ଯେପରି ଲୋକମାନଙ୍କୁ ମୁଗ୍ଧ, ତୃପ୍ତ ଓ ଉଦବୁଦ୍ଧ କରିତୋଳେ ଏବଂ ପ୍ରତ୍ୟେକେ ହିଁ ଯେପରି ଶତମୁଖରେ ମୋ ନିକଟରେ ଆସି ତୁମମାନଙ୍କ ପ୍ରଶଂସା କରନ୍ତି। ତୁମେ ପ୍ରଶଂସନୀୟ କାର୍ଯ୍ୟ କରିଲେ, ତୁମେ ପ୍ରଶଂସିତ ହେଲେ, ମୁଁ କେତେ ଯେ ଆତ୍ମପ୍ରସାଦ ଲାଭ କରେ ତା' କହି ବୁଝାଇ ପାରେନା। ସେତେବେଳେ ମୁଁ ବୁଝେ ଯେ ତୁମ ମଧ୍ୟଦେଇ ପରୋକ୍ଷରେ ମୁଁ ପ୍ରଶଂସାର ଭାଗି ହେଲି, ଆଉ ସେଇଟା ହିଁ ମୋତେ ଖୁବ ଭଲ ଲାଗେ। ମୋ ଆଗରେ ମୋର ମୌଖୂକ ସ୍ମୃତି ନକରି ତୁମେମାନେ ସତତ ତୁମର ଜୀବନ ଓ ଚରିତ୍ର ଦେଇ କାୟମନୋବାକ୍ୟରେ ଯଦି ପରମପିତାଙ୍କ ସ୍ମୃତି କର, ତହିଁରେ ମୁଁ ସୁଖ ପାଏ। ମୋର ଯାହା କୁହାଅଛି, ତୁମେମାନେ ଯଦି ସେଇ ପଥରେ ଚାଲ, ସେଥ୍ରେ ମୁଁ ସ୍ବସ୍ତି ପାଏ। କାରଣ ସେହି ପଥରେ ଠିକ୍ ଭାବରେ ଚାଲିଲେ ଅମଙ୍ଗଳ ବା ବିଧ୍ବସ୍ତି ତୁମମାନଙ୍କ କେଶାଗ୍ର ବି ସ୍ଟର୍ଶ କରି ପାରିବନି।-
(ଆ: ପ୍ର: ୧୧ ଖଣ୍ଡ)