Odia Jagat

Odia Jagat Contact information, map and directions, contact form, opening hours, services, ratings, photos, videos and announcements from Odia Jagat, Religious organisation, Medical Road, Karamanga, Konark Puri, Konarka.

ଓଡ଼ିଆ ଜଗତ - ଆମ ସଂସ୍କୃତି, ଆମ ପରିଚୟ 🙏

ଓଡ଼ିଶା ହେଉଛି ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟର ଏକ ଅମୂଲ୍ୟ ଗନ୍ତାଘର। ଆମର ଏହି ମହାନ ଉତ୍କଳୀୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏବଂ ପ୍ରଚାର ପ୍ରସାର କରିବା ପାଇଁ "ଓଡ଼ିଆ ଜଗତ" ଏକ କ୍ଷୁଦ୍ର ପ୍ରୟାସ ଆରମ୍ଭ କରିଛି।

16/07/2026
29/06/2026
ll ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦେବୀ ରୁକ୍ମିଣୀ ଙ୍କ ସହ ବିବାହ ll  "ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃରୁକ୍ମିଣୀପତି ଦେବେଶ ଶେ...
25/06/2026

ll ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦେବୀ ରୁକ୍ମିଣୀ ଙ୍କ ସହ ବିବାହ ll

"ଜୟ ଜୟ ଜଗନ୍ନାଥ ସୂର୍ଯ୍ୟବଂଶ ସମୁଭବଃ
ରୁକ୍ମିଣୀପତି ଦେବେଶ ଶେଷଛତ୍ର ସୁଶୋଭିତଃ
ଆଞ୍ଜନେୟ ପ୍ରିୟଃ ଶାନ୍ତଃ ରାମରୂପୀ ସୁବନ୍ଦିତଃ
କୁର୍ଵନ୍ତୁ ମଙ୍ଗଳଂ କ୍ଷେତ୍ରେ ଭକ୍ତାନାଂ ପ୍ରିୟବାଦିନାଂ "

ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦେଉଳରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାତା ରୁକ୍ମିଣୀଙ୍କ ସେହି ପବିତ୍ର ଦିବ୍ୟ ବିବାହୋତ୍ସବ "ରୁକ୍ମିଣୀ ହରଣ ଏକାଦଶୀ"।

ଦ୍ୱାପର ଯୁଗର ସେହି ଅଲୌକିକ ପରମ୍ପରା ଅନୁଯାୟୀ, ବୈଦିକ ରୀତିରେ ମହାପ୍ରଭୁଙ୍କ ନାଟକୀୟ ରୁକ୍ମିଣୀ ହରଣ ନୀତି ଓ ଲକ୍ଷ୍ମୀ-ନାରାୟଣଙ୍କ ଏହି ଦିବ୍ୟ ବିବାହ ଉତ୍ସବ ଭକ୍ତମାନଙ୍କ ଗହଣରେ ଅତ୍ୟନ୍ତ ଯାକଜମକରେ ସମ୍ପନ୍ନ ହେବ।

🪷ଆଜି ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି🪷 ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ।  ଆଜି ସନ୍ଧ୍ୟାଧୂପ ନୀତି ...
24/06/2026

🪷ଆଜି ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି🪷

ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ। ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହେବେ । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନ କୁ ସମ୍ପୂର୍ଣ୍ଣ ଅନ୍ଧାର କରାଦିଆ ଯିବ। ଏହି ସମୟରେ ଗର୍ଭ ଗୃହ ରେ ମହାପ୍ରଭୁଙ୍କ ଆଲଟ ସେବା ହୋଇଥାଏ। ଏଥି ଉତ୍ତରା ରୁ ଜଣେ ଡଗର ଆସି ମଦନମୋହନ ଙ୍କ ନିକଟରେ ରୁକ୍ମିଣୀ ଙ୍କ ବିବାହ ପ୍ରସ୍ତାବ ଜଣାଇବେ ଓ ସ୍ୱୟଂ ପ୍ରଭୁ ରାଜେନ୍ଦ୍ରଭିଷେକ ହେବା ନିମନ୍ତେ କହିବେ। ଶ୍ରୀ ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟ ମୂଳ ଥିବା ଏକ ସୁସଜିତ ରଥରେ ଆରୋହଣ କରିଥାନ୍ତି। ଘଣ୍ଟ , ଛତା , କାହାଳି ବାଜି ବିମାନବଡୁମାନେ ଉକ୍ତ ରଥକୁ ବଡ଼ ଦେଉଳର ବେଢା଼ ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି। ଏହି ସମୟରେ ପାଳିଆ ଖୁଣ୍ଟିଆ , ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି।

ଜନୈକ ସେବକ କୁତ କୌତୁକ ଋଷି ଭାବେ ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ ଜଣାଇ ମାଳି ଦେଇଥିବା ଶୁକ୍ଳ ଫୁଲ ପାଳିଆ ଖୁଣ୍ଟିଆ ଙ୍କଠୁ ନେଇ ଆଞ୍ଜୁଳି କରି ବିଜେ ରାସ୍ତାରେ ପକାଇବା ସହିତ ଶ୍ରୀ ମଦନମୋହନ ଙ୍କୁ ଥରକୁ ଥର ଦଣ୍ଡ ପ୍ରଣାମ କରି ତାହାଙ୍କୁ ଦକ୍ଷିଣୀ ଘର କୁ ନେବେ । ଏଠାରେ ଖଟ ଉପରେ ବିଜେ ହେବା ପରେ ଶ୍ରୀ ମଦନମୋହନ ଙ୍କୁ ପଞ୍ଚାମୃତ ରେ ସ୍ନାନ କରାଯାଇ ଥାଏ। ତତ୍ପରେ ଫୁଲ , ଚନ୍ଦନ ଲାଗି ହୋଇ ବେଶ ବଢିଥାଏ ଓ ଶୀତଳ ଭୋଗରେ ଖିରି , ଅମାଲୁ ଭୋଗ ହୋଇ ବନ୍ଦାପନା ବଢିବା ପରେ ଦକ୍ଷିଣୀ ଘରସ୍ଥ ସ୍ବ ଆସ୍ଥାନ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ଅଭିଷେକ ସମୟରେ ଛତି ଟେକା ଯାଇଥାଏ। ଘଣ୍ଟା , କାହାଳୀ , ମହୁରୀ ବାଜୁଥାଏ। ଅଭିଷେକ ବଢିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ।

ବାପା - କେବଳ ଏକ ଶବ୍ଦ ନୁହେଁ, ବରଂ ଏକ ବିଶ୍ୱାସର ବଟବୃକ୍ଷ। ନିଜେ ଖରାରେ ସିଝି ପିଲାମାନଙ୍କୁ ଛାଇ ଦେଉଥିବା ମଣିଷଟି ହେଉଛନ୍ତି ବାପା। ଜୀବନର ...
21/06/2026

ବାପା - କେବଳ ଏକ ଶବ୍ଦ ନୁହେଁ, ବରଂ ଏକ ବିଶ୍ୱାସର ବଟବୃକ୍ଷ। ନିଜେ ଖରାରେ ସିଝି ପିଲାମାନଙ୍କୁ ଛାଇ ଦେଉଥିବା ମଣିଷଟି ହେଉଛନ୍ତି ବାପା। ଜୀବନର ପ୍ରତିଟି ପଦକ୍ଷେପରେ ଆମକୁ ବାଟ କଢ଼େଇ ନେଉଥିବା ସେହି ମହାନ ଦେବତାଙ୍କ ଚରଣରେ କୋଟି କୋଟି ପ୍ରଣାମ। ସମସ୍ତଙ୍କୁ ପିତୃ ଦିବସ ର ଅନେକ ଅନେକ ଶୁଭେଚ୍ଛା ❤️🙏

ଦେବାଧି ଦେବ ମହାଦେବ ଓ ମାଆ ପାର୍ବତୀଙ୍କ ଶୁଭ ବିବାହୋତ୍ସବ ଉପଲକ୍ଷେ ସମସ୍ତ ଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଦେବଦମ୍ପତି ସମସ୍ତ ଙ୍କର ମଙ୍ଗ...
19/06/2026

ଦେବାଧି ଦେବ ମହାଦେବ ଓ ମାଆ ପାର୍ବତୀଙ୍କ ଶୁଭ ବିବାହୋତ୍ସବ ଉପଲକ୍ଷେ ସମସ୍ତ ଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଦେବଦମ୍ପତି ସମସ୍ତ ଙ୍କର ମଙ୍ଗଳ କରନ୍ତୁ। ନମଃ ପାର୍ବତୀପତୟେ ହର ହର ମହାଦେବ। 🌺
Greetings on the auspicious wedding occasion of Deva Deva Mahadeva with Jagatjanani Maa Parvati.

ଶ୍ରୀକ୍ଷେତ୍ରରେ ଶିବ ପାର୍ବତୀ ବିବାହୋତ୍ସବ ପାଳନ।
Shiva Parvati Vivaha Utsava in ShriKshetra Puri.

କନ୍ୟାଚୋରି ନୀତି || Kanyachori niti, Srikhetra ||ଶ୍ରୀକ୍ଷେତ୍ରର କନ୍ୟାଚୋରି ନୀତି ହେଉଛି ଜଗନ୍ନାଥ ସଂସ୍କୃତି ଓ ଶୈବ ସଂସ୍କୃତିର ମିଳନରେ...
18/06/2026

କନ୍ୟାଚୋରି ନୀତି || Kanyachori niti, Srikhetra ||
ଶ୍ରୀକ୍ଷେତ୍ରର କନ୍ୟାଚୋରି ନୀତି ହେଉଛି ଜଗନ୍ନାଥ ସଂସ୍କୃତି ଓ ଶୈବ ସଂସ୍କୃତିର ମିଳନରେ ଗଢ଼ିଉଠିଥିବା ଏକ ଅତି ନିଆରା ଏବଂ ପବିତ୍ର ପରମ୍ପରା। ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥୀ କିମ୍ବା ପଞ୍ଚମୀ ତିଥିରେ, ଶୀତଳ ଷଷ୍ଠୀ (ଶିବ ବିବାହ) ପୂର୍ବ ରାତିରେ ପୁରୀର ପଞ୍ଚମହାଦେବ ମା' ପାର୍ବତୀଙ୍କୁ ଚୋରି ବା ହରଣ କରିବାର ଏହି ରୀତି ସମ୍ପନ୍ନ ହୋଇଥାଏ।
ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ଭଗବାନ ଶିବଙ୍କର ଏଭଳି କନ୍ୟାଚୋରି ନୀତି ଦେଖିବାକୁ ମିଳେନାହିଁ।ବିବାହର ପୂର୍ବ ରାତିରେ ପଞ୍ଚମହାଦେବ ନିଜ ନିଜ ମନ୍ଦିରରୁ ସାହି ପରିକ୍ରମା କରି ନିର୍ଦ୍ଧାରିତ ସେବାୟତଙ୍କ ଘରକୁ ବିଜେ କରନ୍ତି।ସେବାୟତଙ୍କ ଘରେ ଗୁପ୍ତରେ ରଖାଯାଇଥିବା ମା' ପାର୍ବତୀଙ୍କ ମୂର୍ତ୍ତିକୁ ମହାଦେବ ଆଲିଙ୍ଗନ କରିବା ସହ ତାଙ୍କୁ "ଚୋରି" ବା ହରଣ କରି ନିଜ ବିମାନକୁ ନେଇ ଆସନ୍ତି।କନ୍ୟାଚୋରି ନୀତି ସରିବା ପରେ, ସେଠାରେ ଠାକୁରଙ୍କୁ ଶୀତଳ ଭୋଗ (ଦହି, ପଣା, ଫଳମୂଳ ଆଦି) ଅର୍ପଣ କରାଯାଏ।ମା' ପାର୍ବତୀଙ୍କୁ ସାଙ୍ଗରେ ଧରି ମହାଦେବ ନିଜ ମନ୍ଦିରକୁ ଫେରିଆସନ୍ତି, ଯେଉଁଠାରେ ପରଦିନ ମହାଆଡ଼ମ୍ବରରେ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ।ବିବାହ ପରଦିନ, ନବବିବାହିତ ଦେବଦମ୍ପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଜଗନ୍ନାଥ ଏବଂ ମା' ମହାଲକ୍ଷ୍ମୀଙ୍କଠାରୁ ବିବାହର ଆଶୀର୍ବାଦ ଗ୍ରହଣ କରିଥାନ୍ତି।
​ #संस्कृति

"ନୀଳ ସିନ୍ଧୁ ମୁହାଣେ ବିରାଜେ ଗୋ ମାଗୋ... ଅଭୟ ବରଦାୟିନୀ ମାଁ ରାମଚଣ୍ଡୀ"​ଅର୍କକ୍ଷେତ୍ର କୋଣାର୍କର ପବିତ୍ର ମାଟି, ଏକ ପାଖରେ କୁଶଭଦ୍ରା ନଦୀର...
06/06/2026

"ନୀଳ ସିନ୍ଧୁ ମୁହାଣେ ବିରାଜେ ଗୋ ମାଗୋ... ଅଭୟ ବରଦାୟିନୀ ମାଁ ରାମଚଣ୍ଡୀ"

​ଅର୍କକ୍ଷେତ୍ର କୋଣାର୍କର ପବିତ୍ର ମାଟି, ଏକ ପାଖରେ କୁଶଭଦ୍ରା ନଦୀର ଶାନ୍ତ ପ୍ରବାହ ଆଉ ଅନ୍ୟପାଖରେ ମହୋଦଧିର ଗମ୍ଭୀର ଗର୍ଜନ। ଏହି ଦିବ୍ୟ ମିଳନ ସ୍ଥଳରେ ପ୍ରକୃତିର କୋଳରେ ବିରାଜମାନ କରିଛନ୍ତି ଆମ ସମସ୍ତଙ୍କର ଆରାଧ୍ୟା ଦେବୀ, ମାଗୋ ଅଭୟା ରାମଚଣ୍ଡୀ।

​ଆଜିର ସନ୍ଧ୍ୟା ସତେ ଯେମିତି ମାଁଙ୍କ ଚରଣରେ ନିଜକୁ ସମର୍ପି ଦେବା ପାଇଁ ଅଧୀର। ପଶ୍ଚିମ ଆକାଶର ରକ୍ତିମ ଆଭା ଯେତେବେଳେ ମାଁଙ୍କ ମନ୍ଦିରର ଚୂଡ଼ାକୁ ସ୍ପର୍ଶ କରେ, ସେତେବେଳେ ସାରା ପରିବେଶରେ ଏକ ଅଲୌକିକ ଓ ଆଧ୍ୟାତ୍ମିକ ଶିହରଣ ଖେଳିଯାଏ। ଧୂପ-ଦୀପର ସୁବାସ, ଶଙ୍ଖ ଓ ଘଣ୍ଟଧ୍ୱନିର ମଧୁର ମୂର୍ଚ୍ଛନା, ଏବଂ ମାଁଙ୍କର ସେହି ଦେଦୀପ୍ୟମାନ ସନ୍ଧ୍ୟା ଆଳତିର ରୂପ... ଯାହାକୁ ଦେଖିଲେ ମନର ସବୁ ଅବସାଦ ଦୂର ହୋଇଯାଏ ଏବଂ ହୃଦୟ ଅପୂର୍ବ ଶାନ୍ତିରେ ଭରିଯାଏ।

​ମାଁଙ୍କର ଏହି ଭବ୍ୟ ସନ୍ଧ୍ୟା ଦର୍ଶନ କେବଳ ଏକ ଚକ୍ଷୁ ପବିତ୍ରର ମୁହୂର୍ତ୍ତ ନୁହେଁ, ବରଂ ପ୍ରତିଟି ଓଡ଼ିଆ ପ୍ରାଣର ଆତ୍ମାର ସ୍ପନ୍ଦନ। ମାଁ ନିଜର ଅଭୟ ମୁଦ୍ରାରେ ସମସ୍ତ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି।

​ମାଗୋ ଅଭୟ ପ୍ରଦାୟିନୀ, ତୁମ ସିନ୍ଦୂର ମଣ୍ଡିତ ସ୍ନିଗ୍ଧ ବଦନକୁ ଚାହିଁଲେ ସଂସାରର ସବୁ ଦୁଃଖ ଭୁଲିହୁଏ। ଏହି ପବିତ୍ର ସଞ୍ଜରେ ସାରା ବିଶ୍ୱର ମଙ୍ଗଳ କର ମାଁ, ସମସ୍ତଙ୍କୁ ସୁଖ, ସମୃଦ୍ଧି ଓ ନିରୋଗ ଜୀବନ ଦାନ କର।

​ଆଜିର ଏହି ପବିତ୍ର ସନ୍ଧ୍ୟା ଦର୍ଶନ ଅବସରରେ ମାଁ ରାମଚଣ୍ଡୀଙ୍କ ଚରଣ କମଳରେ କୋଟି କୋଟି ପ୍ରଣାମ। 🙏 କୋଣାର୍କ ବେଳାଭୂମିର ଏହି ପବିତ୍ର ସଞ୍ଜ ସମସ୍ତଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ।

​ ା_ରାମଚଣ୍ଡୀ #ଅର୍କକ୍ଷେତ୍ର #କୋଣାର୍କ #ସନ୍ଧ୍ୟା_ଦର୍ଶନ #ଓଡ଼ିଶାର_ସଂସ୍କୃତି ଜୟ_ଜଗନ୍ନାଥ

Address

Medical Road, Karamanga, Konark Puri
Konarka
752111

Alerts

Be the first to know and let us send you an email when Odia Jagat posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Odia Jagat:

Shortcuts

Share