05/05/2026
10th May Mother's day Special 🙏
🌱ମାଁ ଙ୍କ ଆଦେଶ ଆଲୁଅ🌱
https://youtu.be/f5FOs38PdUI?si=0s6hq1-O_LNAWJ69
🌱 ମାତା ଙ୍କ ଆଦେଶ 🌱
🌹 ହିତୋ - 6:23 ଯେହେତୁ ସେହି ଆଜ୍ଞା ପ୍ରଦୀପ ଓ ସେହି ଆଦେଶ ଆଲୁଅ;
ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ।
🎈 "ମାଁ ଙ୍କ ଆଦେଶ ଆଲୁଅ ଅଟେ" । ଏହି କଥା/ବାକ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ।
🎈 ମାଁ ଙ୍କ କେଉଁ ଆଦେଶ ଆଲୁଅ ଅଟେ ❓
🎈 ମାଁ ଙ୍କ ଆଦେଶରୂପ ଆଲୁଅ କି କି କାର୍ଯ୍ୟ ରେ ଲାଗେ ❓
🎈 କେଉଁ ପ୍ରକାର ର ମାଁ ଙ୍କ ଆଦେଶ ଆଲୁଅ ଅଟେ ❓
🎈 କେଉଁ ଅନ୍ଧକାର କୁ ଦୂର କରିପାରେ, ଏହି ଆଲୁଅ ❓
💠 ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଲିଙ୍କ୍ ରେ କ୍ଳିକ୍ କରି ପ୍ରଚାରିତ ବାକ୍ୟ ଶୁଣନ୍ତୁ । ଯେହେତୁ ବ୍ୟାଖ୍ୟା ଲେଖିବା ସମ୍ଭବ ନୁହେଁ ।
🙏 Inrtoduction. ଉପକ୍ରମ ।
👉 ଜଗତରେ ମନୁଷ୍ୟ କୁ ଯେକୌଣସି ବିଷୟ /ଜିନିଷ ସହଜରେ ଏବଂ ବହୁତ ମିଳେ, ସେ ତାର ମୂଲ୍ୟ ବୁଝେ ନାହିଁ ।
ଏବଂ ହାଲୁକା ବିଷୟ ବୋଲି ମନେ କରିଥାଏ ।
🔹 ତାହା ଯେ, ମୂଲ୍ୟବାନ ଏବଂ ବିରଳ ଅଟେ ତାହା ସେ ଭାବି ନ ଥାଏ ।
🔹 ଅନ୍ୟମାନଙ୍କ ପାଇଁ ତାହା ଅନନ୍ୟ ହୋଇଥାଏ...
🔹 ତାହା - ଶିକ୍ଷା, ଅର୍ଥ, ପ୍ରେମ, ଦୋସ୍ତି, ଉପଦେଶ ଏବଂ ପରିବାର ହୋଇପାରେ........
💠 ସେହିପରି ମୂଲ୍ୟବାନ ଏବଂ ବହୂମୂଲ୍ୟ ବିଷୟରେ ହେଉଛି :- ପିତାଙ୍କ ଆଜ୍ଞା ଏବଂ ""ମାତା ଙ୍କ ଆଦେଶ "" ଅଟେ ।
{ ପରବର୍ତୀ ସମୟରେ "ପିତାଙ୍କ ଆଜ୍ଞା " ବିଷୟରେ ଆଲୋଚନା କରିବା କିନ୍ତୁ ଆଜି ""ମାଁ ଙ୍କ ଆଦେଶ"" ବିଷୟରେ ଆଲୋଚନା କରିବା, ଯାହାକି "ଆଲୁଅ" ଅଟେ।}
🙏 ମାତା ଙ୍କ ଆଦେଶ ର ମୂଲ୍ୟ.........
👉 20 ପଦ, ପରିତ୍ୟାଗ କର ନାହିଁ, ( ଯେହେତୁ ବହୁମୂଲ୍ୟ ଅଟେ )
👉 21 ପଦ, ହୣଦୟ ରେ ବାନ୍ଧି ରଖ. (ଯେହେତୁ ବହୂମୂଲ୍ୟ ଅଟେ )
👉 21 ପଦ, ଗଳଦେଶ ରେ ବାନ୍ଧି ରଖ। (ଯେହେତୁ ବହୁମୂଲ୍ୟ ଅଟେ)
👉 22ପଦ, ଚାଲିବା ବେଳେ ପଥ ଦେଖାଇବ। (ଜୀବନ ଯାତ୍ରା ରେ)
👉 22 ପଦ, ଶୋଇବା ବେଳେ ପ୍ରହରୀ ହେବ । (ରକ୍ଷା କରିବ) ବ୍ୟାଖ୍ୟା ପାଇଁ ପ୍ରଚାରିତ ବାକ୍ୟ ଶୁଣନ୍ତୁ ।
👉 22 ପଦ, ଚାଲିବା ବେଳେ ଆଳାପ କରିବ/ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବ। ( ସାଥି ହେଇ ଉତ୍ସାହ ଦେବ, ସ୍ଵାନ୍ତନା ଦେବ, ଦ୍ଵନ୍ଦ ସମୟରେ ଠିକ୍ ନିର୍ଦେଶ ଦେବ )
🙏 23 ପଦ, ଅନୁସାରେ --...---...---
ଆଜ୍ଞା = ପ୍ରଦୀପ
ଆଦେଶ = ଆଲୁଅ ଅଟେ ।
👉 ଅର୍ଥାତ୍ ମାଁ ଙ୍କ ଆଦେଶ ଏପରି ଏକ ଆଲୁଅ ଅଟେ ଯାହା...
🔺 କେବେ ଘୁଞ୍ଚାଯିବ ନାହିଁ....
🔺 କେବେ ନିର୍ବାପିତ ହେବ ନାହିଁ....
🔺 କେବେ କ୍ଷୀଣ ହେବ ନାହିଁ.....
🔺 କେବେ କ୍ଷତି କରିବ ନାହିଁ....
🔺 କେବେ ବାଟବଣା କରିବ ନାହିଁ....
🔺 କେବେ କୁବାଟ ବା ଅବାଟରେ ନେବ ନାହିଁ...
🔺 କେବେ ଅନ୍ଧାର କୁ ନେବ ନାହିଁ.....
🔺 କେବେ ଦ୍ଵନ୍ଦ ପଥ କୁ ନେବ ନାହିଁ....
🔺 କେବେ ତ୍ୟାଗ ( ଅନାଥ ) କରିବ ନାହିଁ....
🙏 ମାଁ ଙ୍କ ଆଦେଶ ର ପ୍ରକୣତ ଅର୍ଥ......
👉 ପ୍ରକୣତରେ "ମାତାଙ୍କ ଆଦେଶ ଆଲୁଅ " ବୋଲି ଯାହା ଲେଖାଯାଇଛି ତାହା ଗୋଟିଏ "ବତୀଘର " ସଦୣଶ୍ୟ ।
🔹 ସମୁଦ୍ର ରେ ଯେତେ ବଡ଼ ଜାହାଜ ହେଉ ନ କାହିଁକି ସମୁଦ୍ର କୂଳ କୁ ଆସିବା ପାଇଁ ହେଲେ, ବତୀଘର ର ଆଲୁଅ କୁ ଅନୁସରଣ କରିବାକୁ ହିଁ ପଡ଼ିବ।
ଯେତେ ଧନୀ, ଜ୍ଞାନୀ, ବୁଦ୍ଧିମାନ, ସୁନ୍ଦର, ବା ଆଧୁନିକ ହେଲେ ମଧ୍ୟ ବତୀଘର ( ମାଁ ଙ୍କ ଆଦେଶ ) ର ଅନୁସରଣ କରିବାକୁ ହିଁ ପଡ଼ିବ.....
🔹 ନହେଲେ ଅନ୍ଧାର ଓ ଗଭୀର ସମୁଦ୍ର ରେ ( ଜଗତରେ ) ହଜିଯିବ, ପରେ ପରେ ବିନାଶ ହେବ।
💠 ତେଣୁ ଜୀବନରୂପି ଜାହାଜ କୁ ଉପଯୁକ୍ତ ଭାବେ ଗତି କରାଇ ଆଗକୁ କଢ଼ାଇ ନେବାପାଇଁ ଆଲୁଅ ର ଆବଶ୍ୟକ। ସେହି ଆଲୁଅ = ମାତା ଙ୍କ ଆଦେଶ ଅଟେ।
💠 ଜୀବନରୂପି ଜାହାଜ କୁ ଏବଂ ଗତିପଥକୁ ସଜାଡ଼ିବା ପାଇଁ ଏହି ଆଲୁଅ = ଅର୍ଥାତ୍ ଏହି ଶିକ୍ଷା, ଆଦେଶ, ନିୟମ ନିତାନ୍ତ ଆବଶ୍ୟକ।
👉 ହିତୋ 6:23 ରେ ଯେଉଁ ""ଆଦେଶ"" ଶବ୍ଦ ଲେଖାଯାଇଛି ତାହା ପ୍ରକୣତରେ ତାହା ""ନିୟମ"" ଅଟେ । ବ୍ୟବସ୍ଥା /Law.
👉 ଓଡ଼ିଆ ଭାଷା ର ପବିତ୍ର ବାଇବଲ ରେ ଆଦେଶ ବୋଲି ଲେଖାଯାଇଛି, କିନ୍ତୁ ଅନ୍ୟାନ୍ୟ ଭାଷା ର ପବିତ୍ର ବାଇବଲ ରେ ନିୟମ, ବ୍ୟବସ୍ଥା, Law ବୋଲି ଉଲ୍ଲେଖ ଅଛି।
🔹 ଅର୍ଥାତ୍ ମାଁ ଙ୍କ ଶୣଙ୍ଖଳା ର ନିୟମ ।
🔹 ପ୍ରତ୍ୟେକ ଉତ୍ତମ ମାଁ ନିଜ ପିଲାମାନଙ୍କ ମଙ୍ଗଳ ନିମନ୍ତେ କିଛି କିଛି ଶୣଙ୍ଖଳା ର ନିୟମ କରିଥାନ୍ତି। ତାହା ବତୀଘର ସଦୣଶ୍ୟ ।
👉 ମାଁ ଙ୍କ ନିୟମ /ଶିକ୍ଷା /ଆଦେଶ ମନୁଷ୍ୟ କୁ ସଂଶୋଧନ କରିଥାଏ ।
👉 ମାତା ଙ୍କ ଆଦେଶ/ଶିକ୍ଷା / ନିୟମ ଆଗାମୀ ବିପଦରୁ ରକ୍ଷା କରିଥାଏ ।
👉 ଏକ ବତୀଘର ର ଆଲୋକ କେବେମଧ୍ୟ ଜାହାଜ କୁ ନିନ୍ଦା କରିଥାଏ ।
💠 କିନ୍ତୁ ବିଶୣଙ୍ଖଳା ରେ ପରିପୂର୍ଣ ମାଁ ଙ୍କ ଆଦେଶ/ନିୟମ ଆଲୁଅ ନ ହୋଇ ଅନ୍ଧାର ହୋଇଥାଏ ।
🔹 ପିଲାମାନେ ଯଦି ଆଧ୍ୟାତ୍ମିକ ଆଲୋକ ରେ ଜୀବନଯାପନ କରନ୍ତୁ ବୋଲି ମାଁ ଚାହେଁ, ତେବେ ମାଁ ନିଜେ ଆଲୋକ ର ପରିଚୟ ପାଇଥିବା ଆବଶ୍ୟକ।
🔹 ମାଁ ନିଜେ ଶୋଇବା ସମୟ କ୍ଷେତ୍ରରେ, ଉଠିବା କ୍ଷେତ୍ରରେ, ଆଣ୍ଠୋଇବା କ୍ଷେତ୍ରରେ, ବାକ୍ୟ ପଢ଼ିବା ଏବଂ ପାଳନ କରିବା କ୍ଷେତ୍ରରେ ଶୣଙ୍ଖଳା ଥିଲେ ହିଁ, ସେହି ମାଁ ଙ୍କ ଆଦେଶ /ନିୟମ ଆଲୁଅ ହୋଇଥାଏ ।
🙏 ପବିତ୍ର ବାଇବଲ ଏହିପରି ବିଶୣଙ୍ଖଳା ମାଁ ମାନେ ଅଛନ୍ତି; ଯେଉଁମାନଙ୍କ ଆଦେଶ କେବେ ମଧ୍ୟ ଆଲୁଅ ହୋଇନାହିଁ..
ଯେପରି.....
🔺 2ୟ ବଂଶାବଳୀ 22:10 ଅହସୀୟ ଙ୍କ ମାଁ ଅଥଲୀୟା - ଯିଏ ନିଜ ରାଜବଂଶ (ନାତିନାତୁଣୀ) କୁ ବିନାଶ କରିଥିଲେ ।
🔺 ଯିଜେବେଲ - ଜଣେ ଦୁଷ୍ଟରାଣୀ, ଯିଏ କି ଗୋଟିଏ ଜାତି କୁ ବ୍ୟଭିଚାର ଆଡ଼କୁ କଢ଼ାଇ ନେଇଥିଲା ।
🔺 ହେରୋଦୀଆ - ଯିଏ କି ନିଜ ଝିଅକୁ ଭୁଲ ଶିକ୍ଷା ଦେଇ ଯୋହନ ଙ୍କ ମୁଣ୍ଡ କଟାଇ ଥିଲେ।
🔺 ରିବିକା - ଯିଏ ପିତାଙ୍କୁ ପ୍ରତାରଣା କରିବା ପାଇଁ ଶିକ୍ଷା ଦେଇଥିଲେ ।
👉 ଉପରୋକ୍ତ ମାଁ ମାନଙ୍କ ଆଦେଶ ଆଲୁଅ ହୋଇ ପାରିବ ନାହିଁ ।
🎈 କିନ୍ତୁ ହିତୋ 6:23 ରେ ଯେଉଁ ମାଁ ଙ୍କ ଆଦେଶ ""ଆଲୁଅ"" ବୋଲି ଜ୍ଞାନୀ ଶଲୋମନ କହିଅଛନ୍ତି ।
ଯେପରି...... କିଛି ମାଁ.....
🔺 1ମ ଶାମୁୟେଲ 1 ଅଧ୍ୟାୟ ରେ ହାନ୍ନା ଙ୍କ ଆଦେଶ ଓ ନିୟମ ହିଁ ଆଲୁଅ ହେଲା ।
🔺 ଯୋକେବତ୍,- ମୋଶା ଙ୍କ ମାଁ
🔺 ମରୀୟମ
🔺 ତୀମଥି ଙ୍କ ମାଁ - ଇଉନିକ
🔺 ତୀମଥି ଙ୍କ ଆଈ - ଲୋୟୀ, 2ୟ ତୀମଥି 1:5
💠 ଏହି ସମସ୍ତ ମାଁ ମାନଙ୍କ ଶିକ୍ଷା, ବ୍ୟବସ୍ଥା, ନିୟମ, ଆଦେଶ ଆଲୁଅ ଅଟେ = ଅର୍ଥାତ୍ ବତୀଘର
🎈 ବ୍ୟାଖ୍ୟା ପାଇବା ପାଇଁ ଉପରୋକ୍ତ ଲିଙ୍କ୍ ରେ କ୍ଳିକ୍ କରି ପ୍ରଚାରିତ ବାକ୍ୟ ଶୁଣନ୍ତୁ ।
🙏 ଆଲୋକ /ଆଲୁଅ ର ଉପକାର....
👉 ଆୟୁବ 18:6 ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ
ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ।
👉 ଆୟୂବ 33:28 ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତି
ଓ ମୋହର ଜୀବନ ଆଲୁଅ ଦେଖିବ ।’
👉 ଉପଦେଶକ 11:7 ପ୍ରକୃତରେ ଆଲୁଅ ସୁଖଦାୟକ ଅଟେ ।
🙏 ଏହି ଲେଖା କେବଳ ରୁପରେଖ ଅଟେ, ବ୍ୟାଖ୍ୟ ପାଇବା ପାଇଁ, ପ୍ରଚାରିତ ଶୁଣନ୍ତୁ ।
🙏 ଇଶ୍ବରଙ୍କ କ୍ଷେତ ର ଆପଣଙ୍କ ସହକର୍ମୀ ଭାଇ - Satish Kumar Lima, 8250817780
🙏🙏🙏🙏🙏🙏🙏
🌱🌱🌱🌱🌱 ମାତା ଙ୍କ ଆଦେଶ 🌱🌱🌱🌱🌱🌹 ହିତୋ - 6:23 ଯେହେତୁ ସେହି ଆଜ୍ଞା ପ୍ରଦୀପ ଓ ସେହି ଆଦେଶ ଆଲୁଅ;ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ।🎈 "ମା...