26/06/2026
ଜୟ ଶ୍ରୀରାମ! ଜୟ ବଜରଙ୍ଗବଲୀ! 🙏✨
ଅତ୍ୟନ୍ତ ଆନନ୍ଦ ଓ ହର୍ଷଉଲ୍ଲାସର ସହ ଜଣାଉଛୁ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପଦନୀପାଳ ଗ୍ରାମରେ ନବନିର୍ମିତ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ପ୍ରଭୁ ଶ୍ରୀ ସଙ୍କଟମୋଚନଙ୍କ ଅପାର କୃପାରୁ ଆମ ଅଞ୍ଚଳରେ ଏକ ଦିବ୍ୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରଭୁ ପଞ୍ଚମୁଖୀ ହନୁମାନ ସମସ୍ତଙ୍କ ଦୁଃଖ କଷ୍ଟ ଦୂର କରି ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ, ଏହା ଦେବପାଦରେ ଆମର ପ୍ରାର୍ଥନା।
ଆପଣ ସମସ୍ତେ ପରିବାର ସହ ଆସି ପ୍ରଭୁଙ୍କ ଦର୍ଶନ କରନ୍ତୁ ଓ ପରମ କଲ୍ୟାଣର ଅଧିକାରୀ ହୁଅନ୍ତୁ। ଆପଣଙ୍କ ଯାତ୍ରା ମଙ୍ଗଳମୟ ହେଉ।
📍 ସ୍ଥାନ: ପଦନୀପାଳ ଗ୍ରାମ, ଆଳି, କେନ୍ଦ୍ରାପଡ଼ା, ଓଡ଼ିଶା।