Bodamo Bahini ବଡାମ ବାହୀନି Officials

Bodamo Bahini ବଡାମ ବାହୀନି Officials CULTURAL & PEOPLE SERVICE

Big shout out to my newest top fans! 💎 ଶିମିଳିପାଳ ର ସ୍ବରDrop a comment to welcome them to our community,
04/01/2026

Big shout out to my newest top fans! 💎 ଶିମିଳିପାଳ ର ସ୍ବର

Drop a comment to welcome them to our community,

Big shout out to my newest top fans! 💎 ଶିମିଳିପାଳ ର ସ୍ବରDrop a comment to welcome them to our community,
04/01/2026

Big shout out to my newest top fans! 💎 ଶିମିଳିପାଳ ର ସ୍ବର

Drop a comment to welcome them to our community,

ଶିମିଳିପାଳ ହେଉଛି ବାଥୁଡି ମାନଙ୍କର ମୂଳ ଗଡ଼ । ଶହ ଶହ ବର୍ଷ ଧରି ଶିମିଳିପାଳ ଗଡ଼ କୁ ବାଥୁଡି ସମ୍ପ୍ରଦାୟର ମହାପାତ୍ର ସଂଜ୍ଞା ଧାରୀ ରାଜା ମାନ...
07/04/2025

ଶିମିଳିପାଳ ହେଉଛି ବାଥୁଡି ମାନଙ୍କର ମୂଳ ଗଡ଼ । ଶହ ଶହ ବର୍ଷ ଧରି ଶିମିଳିପାଳ ଗଡ଼ କୁ ବାଥୁଡି ସମ୍ପ୍ରଦାୟର ମହାପାତ୍ର ସଂଜ୍ଞା ଧାରୀ ରାଜା ମାନେ ଶାସନ କରି ଆସୁଥିଲେ। ପ୍ରଭୁ ବଡାମ ଓ ମାତା ବଡାମଣୀ ବାଥୁଡି ସମ୍ପ୍ରଦାୟର ଇଷ୍ଟ ଦେବତା ,ଜଣା ଯାଏ ଯେ ଷଷ୍ଠ ସପ୍ତମ ଶତାବ୍ଦୀ ବେଳକୁ ଆର୍ଯ୍ୟ ମାନେ ଓଡିଶା ରେ ପ୍ରବେଶ ପୂର୍ବ ରୁ ବର୍ତ୍ତମାନର ଓଡିଶା ର ମୟୂରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଆଦି ଜିଲ୍ଲା ପ୍ରଭୁ ବଡାମଙ୍କର କ୍ଷେତ୍ର ଥିଲା । ଏହି ଅଞ୍ଚଳ ର ମୂଳ ଆଦିବାସୀ ଗୋଷ୍ଠି ବାଥୁଡି, ଭୂୟାଁ , ଶବର ଆଦି ଜନଜାତି ପ୍ରଭୁ ବଡାମ ଙ୍କୁ ଉପାସନା କରୁ ଥିଲେ ।ଏହା ବ୍ୟତୀତ ଐତିହାସିକ ତଥ୍ୟ ରୁ ଜଣା ଯାଏ ଯେ ପ୍ରାକ ଐତିହାସିକ ଯୁଗର ମନୁଷ୍ୟ ପର୍ବତ ଗୁହାରେ ରହୁ ଥିଲେ । ବିଭିନ୍ନ ଦେବାଦେବୀଙ୍କୁ ପର୍ବତ ଗୁହାରେ ରଖି ପୂଜା କରୁ ଥିଲେ । ଶିମିଳିପାଳ ରେ ଅଵସ୍ଥାନ କରୁ ଥିବା ସମୟରେ ବାଥୁଡି ଜାତି ଯେଉଁ ଉପାସନା ସ୍ଥଳୀ ରେ ପୂଜା କରୁ ଥିଲେ ତାହା ଥିଲା ଅଠର ଦେଉଳ । ଯାହା କି ହଜାର ହଜାର ବର୍ଷ ଧରି ଆଜି ବି ଇତିହାସ ର ମୁକ ସାକ୍ଷୀ ରୂପେ ଶିମିଳିପାଳର ଘଞ୍ଚ ଅରଣ୍ୟ ମଧ୍ୟ ରେ ଦଣ୍ଡାୟମାନ ।

"ଅଠର ଦେଉଳ ଯେ ଅଠରଟି ଗୁହା

ପଥର ପଥରପରେ ହୋଇଅଛି ଥୁଆ

ବିଶ୍ୱକର୍ମା ନିର୍ମାଣ ଯେ ପଥରର ଘର

ବାଥୁଡି ତହିଁରେ କରୁ ଥିଲେ କାରବାର

ବାରଦଣ୍ଡା ଶିମିଳିପାଳ ଯେ ପରବତ

ସେହି ଠାରେ ଅଠରଟି ଦେଉଳ ବିଖ୍ୟାତ"

ବର୍ତ୍ତମାନ ର ଶିମିଳିପାଳ ର Core Area ରେ ଅବସ୍ଥିତ ବାଥୁଡି ମାନଙ୍କ ପବିତ୍ର ଅଠର ଦେଉଳ ର ଅଂଶବିଶେଷ "ମାନବ ଦେଉଳ" ବାଥୁଡି ମାନଙ୍କ ର ପୂର୍ବ ଗରିମାମୟ ଇତିହାସ ର ବାର୍ତ୍ତା ଦେଉଛି । ମାନବ ଦେଉଳ ର ନିର୍ମାଣ ଶୈଳୀ କୁ ଲକ୍ଷ୍ୟ କଲେ ଜଣା ଯାଏ ଯେ ଏହା ଏକ ବହୁ ପୁରାତନ ଦେଉଳ । ଏହା ମାଙ୍କଡ଼ା ପଥର ରେ ନିର୍ମିତ । ସବୁ ଠାରୁ ବଡ଼ କଥା ହେଲା ଏ ଦେଉଳ ନିର୍ମାଣ ସମୟରେ କୌଣସି ମାଧ୍ୟମ ର ବ୍ୟବହାର ହୋଇ ନାହିଁ କେବଳ ପଥର ଉପରେ ପଥର କୁ ଲୋଦି ଏହି ଦେଉଳ ର ନିର୍ମାଣ କରାଯାଇ ଅଛି । ପଥର କୁ ପଥର ଯୋଡିବା ପାଇଁ ଚୂନ କିମ୍ବା ଅନ୍ୟ ପଦାର୍ଥ ର ବ୍ୟବହାର ନ ହେବା ଏହି ଦେଉଳ ର ପୁରାତନତା କୁ ଦର୍ଶାଏ । ବାଥୁଡି ସମ୍ପ୍ରଦାୟର ଲୋକେ ଏହା ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ ବେଳକୁ ନିର୍ମାଣ ହୋଇ ଥିବାର ଦାବି କରନ୍ତି ।
ସମୟ ର ସ୍ରୋତ ରେ ଆଗକୁ ବଢୁଥିବା ବାଥୁଡି ଜନଜାତି ନିଜର ପୂର୍ବ ଗୌରବ ଓ ପୂଜା ଉପାସନା ପଦ୍ଧତି କୁ ଆଜି ବି ବଜେଇ ରଖିଛନ୍ତି । ପ୍ରତି ବର୍ଷ ଚଇତ୍ର ମାସ ର ଦଶ ଦିନୁ ରୁ ଆରମ୍ଭ ହୁଏ ପ୍ରଭୁ ବଡାମ ଙ୍କର ପବିତ୍ର ବାର୍ଷିକ ଅଠର ଦେଉଳ ପୂଜା । ପ୍ରତିଟି ବାଥୁଡି ଗାଁ ର ନର ନାରୀ ନିଜ ଗ୍ରାମ ଦେହୁରୀଙ୍କୁ ସାଙ୍ଗ ରେ ଧରି ପାରମ୍ପରିକ ବେଶ ପୋଷାକ ରେ ବାହାରି ପଡନ୍ତି ଶିମିଳିପାଳ ଅଭିମୁଖେ , ପୂଜା କରିବାକୁ ନିଜ ଇଷ୍ଟ ଦେବ ବଡାମ ଙ୍କୁ। ଚଇତ୍ର ମାସ ରେ ଶିମିଳିପାଳ ର ଅଠର ଟି ସ୍ଥାନ ରେ ପୂଜାର୍ଚ୍ଚନା କରି ଥାନ୍ତି । ଏକ ସପ୍ତାହ ବ୍ୟାପୀ ଚାଲୁ ଥିବା ପୂଜା ଚଇତ୍ର ମାସ ର ଦଶ ଦିନ ରୁ ଆରମ୍ଭ ହୋଇ ଅଠର ଦିନ ରେ ପରିସମାପ୍ତି ଘଟି ଥାଏ ।ଶିମିଳିପାଳ ମଧ୍ୟ ରେ ଖାଲି ପାଦ ରେ ଚାଲି ଚାଲି ଦେଉଳ ରୁ ଦେଉଳ କୁ ଯାଇ ୮ ଦିନ ଧରି ପୂଜାର୍ଚ୍ଚନା କରି ଥାନ୍ତି । ରାତି ତମାମ ପାରମ୍ପରିକ ଦେବ ବାଦ୍ୟ ଚାଙ୍ଗୁ ବାଦ୍ୟ ଧରି ମନ ଆନନ୍ଦ ରେ ପୁରୁଷ ମହିଳା ମିଶି ଚାଙ୍ଗୁ ନୃତ୍ୟ କରି ନିଜର ଇଷ୍ଟ ଠାକୁରଙ୍କ ପ୍ରତି ନିଜର ଭକ୍ତି ଅର୍ଘ୍ୟ ଢାଳି ଦେଇ ଥାନ୍ତି । ନିସ୍ତବ୍ଧ ବନ ମୁଲକରେ ଚାଙ୍ଗୁ ବାଦ୍ୟ ର ଶବ୍ଦ ଚଉଦିଗ ଗୁଞ୍ଜରିତ ହୋଇ ଥାଏ । ନିଘଞ୍ଚ ଜଙ୍ଗଲ ରେ ଏକ ସପ୍ତାହ ବ୍ୟାପୀ ପତ୍ର କୁଡ଼ିଆ କରି ବାଥୁଡି ମାନେ ରହୁ ଥିଲେ ମଧ୍ୟ ପ୍ରଭୁ ବଡାମଙ୍କ କୃପା ରୁ କେବେ କୌଣସି ହିଂସ୍ର ଜନ୍ତୁ କିମ୍ବା ସରୀସୃପ ତାଙ୍କର କୌଣସି କିଛି କ୍ଷତି କରି ନ ଥାନ୍ତି । ଧନୀ ଗରିବ ଭେଦ ଭାବକୁ ଛାଡି ସମସ୍ତେ ଧବଳ ପୋଷାକ ପରିହିତ ହୋଇ ଆମେ ସମସ୍ତେ ଏକ ଜାତି ଏକ ଇଷ୍ଟ ଦେବତା ର ସନ୍ତାନ ବୋଲି ପରିଚୟ ଦେଇ ଥାନ୍ତି । ଆଠ ଦିନ ଧରି ଖାଲି ପାଦ ରେ ଚଲାବୁଲା କରିବା , ପୂଜାର୍ଚ୍ଚନା ସହ ପ୍ରାକୃତିକ ବୃକ୍ଷ ଲତା ଗୁଳ୍ମ ଆଦି ସଂସ୍ପର୍ଶରେ ଆସିବା ଫଳ ବର୍ଷ ଯାକ ନିରୋଗ ରହିବାର ବିଶ୍ୱାସ ରହିଛି । ଏହି ବାର୍ଷିକ ପୂଜା ର ମୁଖ୍ୟ ଉଦ୍ଦେଶ୍ୟ ଥାଏ ନିଜକୁ ପ୍ରକୃତି କୋଳ ରେ ହଜେଇ ଦେବା । ପ୍ରକୃତି ର ନିୟମ କାନୁନ୍ ସହ ନିଜ କୁ ଖାପ ଖୁଏଇ ବନ୍ୟଜାତ ପଦାର୍ଥ ଖାଇ ବଞ୍ଚି ଶିଖିବା । ବୃକ୍ଷ ପାହାଡ଼ ଜଙ୍ଗଲ ଝରଣା ଆଦି କୁ ଉପାସନା କରି ତାର ସଂରକ୍ଷଣ କରିବା।
ମୟୂରଭଞ୍ଜ ର ତତ୍କାଳୀନ ମହାରାଜା ଯଦୁନାଥ ଭଞ୍ଜଦେଓ ମହାପାତ୍ର ଵଂଶ କୁ ୧୨୭୫ ସାଲ ରେ ଯେଉଁ ସନନ୍ଦ ପ୍ରଦାନ କରି ଥିଲେ ସେଥିରେ ଉଲ୍ଲେଖ ରହିଛି , " ଜାଗିରି ଜମି ରୁ ଯାହା ପାଇବୁ ଶିମିଳିପାଳ ଅଠର ଦେଉଳ ଦେବା ଦେବୀ ପୂଜାରେ ଲଗେଇବୁ" .ଉକ୍ତ ଅଧିକାର ବଳ ରେ ଏବେ ସୁଧା ବାଥଡି ସମ୍ପ୍ରଦାୟର ଲୋକେ ପୁରୁଷାନୁକ୍ରମ ରେ ଶିମିଳିପାଳ ର ଘଞ୍ଚ ଅରଣ୍ୟ ରେ ଅବାଧ ଭାବରେ ପ୍ରବେଶ କରି ଅଠର ଦେଉଳ ରେ ପୂଜା କରି ଆସୁଛନ୍ତି ।

ମୁଁ ଗର୍ବ କରେ ମୋ ମାଟିର ଏ ନିଆଁରେ ପରମ୍ପରା ପାଇଁ,
ମୁଁ ଗର୍ବ କରେ ଯେ ମୁଁ ଏ ପବିତ୍ର ମାଟିରେ ଜନ୍ମିତ,
ମୁଁ ଗର୍ବ ରେ କୁହେ

ଜୟ ବଡାମ
ଜୟ ବଡାମଣୀ
ଜୟ ମୟୂରଭଞ୍ଜ 🚩🚩🚩

ସଂଗୃହିତ : ଜୟ ପ୍ରକାଶ ସିଂହ

ଅଠର ଦେଉଳ ଯିବା ନିମନ୍ତେ ଯଶିପୁର ପଟୁ ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ୫ ତାରିଖ ଯିବା ପାଇଁ କାର୍ଯ୍ୟ ସୂଚୀ ଧାର୍ଯ୍ୟ କରାଯାଇଅଛ ଏବଂ ୬ ତାରିଖ ଦ...
17/03/2025

ଅଠର ଦେଉଳ ଯିବା ନିମନ୍ତେ ଯଶିପୁର ପଟୁ ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ୫ ତାରିଖ ଯିବା ପାଇଁ କାର୍ଯ୍ୟ ସୂଚୀ ଧାର୍ଯ୍ୟ କରାଯାଇଅଛ ଏବଂ ୬ ତାରିଖ ଦିନ ମେଲାଣି

ତେଣୁ ଉକ୍ତ କାର୍ଯ୍ୟସୂଚୀ ଅନୁସାରେ ଯଶିପୁର ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ୫ ତାରିଖରେ ଅଠର ଦେଉଳ ଯାତ୍ରା କରିପାରରିବେ ll

🙏🙏🙏ଜୟ ବଡାମ ମାତା ବଡାମଣୀ ll🙏🙏🙏

ଅଠର ଦେଉଳ ଯିବା ନିମନ୍ତେ ସୋସିଆଲ ମେଡିଆରେ(social media) ଦୁଇ ଗୋଟି କାର୍ଯ୍ୟସୂଚୀ ଘୁରୀ ବୁଲୁଛି ll ଯଶିପୁର ପଟୁ ମାର୍ଚ୍ଚ ୩୦ ତାରିଖରୁ ଏପ୍...
17/03/2025

ଅଠର ଦେଉଳ ଯିବା ନିମନ୍ତେ ସୋସିଆଲ ମେଡିଆରେ(social media) ଦୁଇ ଗୋଟି କାର୍ଯ୍ୟସୂଚୀ ଘୁରୀ ବୁଲୁଛି ll ଯଶିପୁର ପଟୁ ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ୫ ତାରିଖ ଯିବା ପାଇଁ କାର୍ଯ୍ୟ ସୂଚୀ ଧାର୍ଯ୍ୟ କରାଯାଇଅଛି ଏବଂ ୬ ତାରିଖରେ ମେଲାଣି ll

ତେଣୁ ଉକ୍ତ କାର୍ଯ୍ୟସୂଚୀ ଅନୁସାରେ ଯଶିପୁର ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ୫ ତାରିଖରେ ଅଠର ଦେଉଳ ଯାତ୍ରା କରିପାରରିବେ ll

🙏🙏🙏ଜୟ ବଡାମ ମାତା ବଡାମଣୀ ll🙏🙏🙏

17/03/2025

ମାନନୀୟ
ବାଥୁଡି ସମାଜର ସମସ୍ତ ଜ୍ଞାନୀ, ଗୁଣୀ , ସୁଧି ବୃନ୍ଦ
ସାଦର ପ୍ରଣାମ । ଆପଣଙ୍କ ସହଯୋଗ ସକାଶେ ସବୁବେଳେ ଜାତିର ବିକାଶ ତଥା ଜାତିମଧ୍ୟରେ ସତଭାବନା ବାତାବରଣ ବଜାୟ ରଖିବାରେ ରେ ସଫଳ ହୋଇପାରିଛି। ଆସନ୍ତା ମାର୍ଚ୍ଚ ମାସ ୩୦ ତାରିଖ ଠାରୁ ପବିତ୍ର “ଅଠର ଦେଉଳ” ବାର୍ଷିକ ପୂଜା ଆରମ୍ଭ ହୋଇ ଏପ୍ରିଲ ମାସ ୫ ତାରିଖ ଶେଷ ହେବ ଏବଂ ୬ ତାରିଖ ଦିନ ମେଲାଣି । ଏହି ବର୍ଷ ପବିତ୍ର “ଅଠର ଦେଉଳ” ବାର୍ଷିକ ପୂଜା ର ସୁପରିଚାଳନା ପାଇଁ ଆପଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ଆପଣଙ୍କୁ ବିଶେଷ ଅନୁରୋଧ ଆପଣଙ୍କ ସହଯୋଗ, ପଦକ୍ଷେପ ଓ ପରାମର୍ଶ ଜାତିର ହିତ ପାଇଁ ସହାୟକ ହେଉ ତଥା ପବିତ୍ର “ଅଠର ଦେଉଳ” ପୂଜାର ସୁପରିଚାଳନା ପାଇଁ ସହାୟକ ହେଉ ସେଥିପାଇଁ ପ୍ରଭୁ ବଡାମଙ୍କ ପାଖରେ ପାର୍ଥନା ।

🙏ଆପଣଙ୍କୁ ଅନୁରୋଧ ନିମ୍ନଲିଖିତ ନିୟମ ଗୁଡିକୁ ପାଳନ କରିବେ ଓ ଜାତି ର ଉନ୍ନତିରେ ସହଯୋଗ କରିବେ। 🙏
 👉ଅଠର ଦେଉଳ ଯାତ୍ରା ଅନୁକୂଳ ସମୟରେ ନିଜ ନିଜ ଗ୍ରାମ ଶ୍ରୀ ଠାକୁରାଣୀ ଓ ବଡା ମ ଶାଳରେ ଶରଣ ପଶି କୁଳ କୁଶଳ ମନାସି ଯାତ୍ରା ଆରମ୍ଭ କରିବେ। (ଶଙ୍ଖ ,ହୁଳହୁଳି ବାଇଦ ବାଜଣା ସହିତ )
 👉ଅଠର ଦେଉଳ ଯାତ୍ରା ସମୟରେ ସାଥିରେ ଆଧାର କାର୍ଡ ବା ଅନ୍ୟ ପ୍ରମାଣ ପତ୍ର ,ଗାଡି କାଗଜ ପତ୍ର ନେବାକୁ ଅନୁରୋଧ ।

 👉ଯଶିପୁର ପଟୁ ଯାଉଥିବା ଭକ୍ତଙ୍କ ପାଇଁ :-
ଦୁଆରଶୁଣି , ଅନ୍ଧାରିଶାଳ ,ମହୁ ଭଣ୍ଡାର ,ମହାବୃକ୍ଷ ଶାଳ(ବାସୁକି ଶାଳ), ମହାବୃକ୍ଷ ଚମ୍ପା (ଚମ୍ପା ବତୀ ଠାକୁରାଣୀ ),ବୁଢୀ ଘର ,ପୋଖରୀ ଦେବୀ ଙ୍କ ଠାରେ ଶରଣାପନ୍ନ ହୋଇ ମାନବଦେଉଳରେ ପ୍ରବେଶ କରିବେ।

 👉ଅଠର ଦେଉଳ ର ଲେମ୍ବୁ ଗଡ଼ା ଠାରେ ଚାରି ଚକିଆ ଯାନ ପାର୍କିଂ କରିବାକୁ ବିଶେଷ ଅନୁରୋଧ ।
 👉ଅଠର ଦେଉଳ ବେଢା ପାଖରେ କୌଣଶୀ ଦୋକାନ ବଜାର ବାରଣ କରାଯାଇଛି । ଯଦି ଏଥିରେ ତ୍ରୁଟି ହୁଏ ତା ହେଲେ ତାର ବିରୋଧ କରନ୍ତୁ।
 👉ମାନବ ଦେଉଳ ସ୍ଥିତ ଝରଣା ହେଉଛି ଠାକୁରଙ୍କ ବେଢାର ସିମା ଆଳି। ଏଣୁ ଦେଉଳ ବେଢା ଭିତରକୁ ଜୋତା,ଚପଲ ରଙ୍ଗୀନ ପୋଷାକ ପିନ୍ଧି ଓ ଯାନବାହାନ ପ୍ରବେଶ ନିଷେଧ । ନିଶା ସେବନ କରି ପ୍ରବେଶ ନିଷେଧ।
 👉ଝରଣା ଆର ପଟେ ବେଢା ବାହାରେ ଝାଡା ପରିଶ୍ରା ଇତ୍ୟାଦି ନିତ୍ୟକର୍ମ କରିବେ ।
 👉ନାଳରୁ ପାଣିନେଇ ବାହାରେ ଶୌଚ ହେବେ। ନାଳରେ ପଶି ଶୌଚ ହେବେ ନାହିଁ।
 👉ଅଙ୍ଗ ଘୋଷା ଉଦ୍ଧବ ଶୀଳା ଓ ଲଙ୍ଗଳ ଚଞ୍ଚା ପବିତ୍ର ସ୍ଥାନକୁ ଅପବିତ୍ର କରନ୍ତୁ ନାହିଁ।
 👉ମାନବ ଦେଉଳ ସଂଲଗ୍ନ ପୁଷ୍କରିଣୀ ରେ ପଶି ସ୍ନାନ ,ଶୌଚ କରିବେ ନାହିଁ।
 👉ସମସ୍ତେ ସୁଚି କ୍ରିୟା ହୋଇ ରୀତିନୀତି ମାନି ଶୃଙ୍ଖଳିତ ଭାବରେ ରହିବେ ।
 👉ଅଠର ଦେଉଳ ପରିସରକୁ ପ୍ଲାଷ୍ଟିକ ଖଲି ଓ ଚଉତି ବ୍ୟବହାର ନିଷେଧ ହୋଇଛି ।
 👉ନୂଆ ଡ଼ଲା ନୂଆ ଥାଳି କିମ୍ବା ନୂଆ ପଲଙ୍ଗା ରେ ଭୋଗରାଗ ଅର୍ପଣ କରିବେ।
 👉ଠାକୁରଙ୍କ ମହାବାଦ୍ୟ ଚାଙ୍ଗୁ ବିଶୃଙ୍ଖଳିତ ହୋଇ ଏଣେ ତେଣେ ପରିବେଷଣ କରନ୍ତୁ ନାହିଁ ।

ଏହି ପବିତ୍ର ପୂଜା କର୍ମର ସଫଳ ରୂପାୟନ ପାଇଁ ଜାତିର ଉନ୍ନତି ପାଇଁ ଆପଣଙ୍କ ତଥା ଆପଣଙ୍କ ସହଯୋଗ ଓ ଯୋଗଦାନ ଜାତି ପାଇଁ ଏକ ବଳିଷ୍ଠ ପଦକ୍ଷେପ ହେଉ ଏହା ହିଁ ବଡାମ ଠାକୁରଙ୍କ ପାଖରେ ଗୁହାରି । ଆପଣଙ୍କ ସହଯୋଗ ଓ ପରାମର୍ଶ ଅପେକ୍ଷାରେ ବଡାମ ବାହିନୀ ଏବଂ ବାଥୁଡି ସାଂସ୍କୃତିକ ସମାଜ ।ଆପଣଙ୍କ ସହଯୋଗ ଓ ଯୋଗଦାନ ଜାତି ପାଇଁ ଏକ ବଳିଷ୍ଠ ପଦକ୍ଷେପ ହେଉ ଏହା ହିଁ ବଡାମ ଠାକୁରଙ୍କ ପାଖରେ ଗୁହାରି ।

*🙏🙏ନିବେଦକ :-*ବାଥୁଡି ସାଂସ୍କୃତିକ ସମାଜ ll ,ବଡାମ ବାହିନୀ ll*🙏🙏

ଅଠର ଦେଉଳ ଯାତ୍ରା ୨୦୨୫ ,କାର୍ଯ୍ୟସୂଚୀ :-
17/03/2025

ଅଠର ଦେଉଳ ଯାତ୍ରା ୨୦୨୫ ,କାର୍ଯ୍ୟସୂଚୀ :-

13/01/2025

ଆଦିବାସୀ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମରେ ଚାଙ୍ଗୁ ନାଚରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିବା ବାଥୁଡି ଭାଇ ଭଉଣୀ ଏବଂ ଗୁରୁଜନ ମାନଙ୍କୁ ଧନ୍ୟବାଦ ll ବାଥୁଡି ଜାତି ଏବଂ ଜୟ ବଡାମ ମାତା ବଡାମଣୀଙ୍କର ପୂଜା ଵିଧି ନୀତିକର୍ମ ଭଲ ଭାବରେ ଆଦିବାସୀ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବାରୁ ଧନ୍ୟବାଦ ll

13/01/2025

ଆଦିବାସୀ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବାଥୁଡି ଭାଇ ଭଉଣୀ ଏବଂ ଗୁରୁଜନ ମାନଙ୍କୁ ଧନ୍ୟବାଦ ll ବାଥୁଡି ଜାତି ଏବଂ ଜୟ ବଡାମ ମାତା ବଡାମଣୀଙ୍କର ପୂଜା ଵିଧି ନୀତିକର୍ମ ଭଲ ଭାବରେ ଆଦିବାସୀ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବାରୁ ଧନ୍ୟବାଦ ll

ପବିତ୍ର “ଅଠର ଦେଉଳ” ମନ୍ଦିର ପୁନଃରୁଦ୍ଧାର ଓ ବାର୍ଷିକ ଅଠର ଦେଉଳ ପୂଜାର ସୁପରିଚାଳନା ପାଇଁ ଆସନ୍ତା ଡିସେମ୍ବର ତା ୨୮ ଓ ୨୯ ରିଖ ଅଖାପଲାଣ, ଠା...
09/12/2024

ପବିତ୍ର “ଅଠର ଦେଉଳ” ମନ୍ଦିର ପୁନଃରୁଦ୍ଧାର ଓ ବାର୍ଷିକ ଅଠର ଦେଉଳ ପୂଜାର ସୁପରିଚାଳନା ପାଇଁ ଆସନ୍ତା ଡିସେମ୍ବର ତା ୨୮ ଓ ୨୯ ରିଖ ଅଖାପଲାଣ, ଠାକୁରମୁଣ୍ଡା, ମୟୂରଭଞ୍ଜ ର ଗ୍ରାମବାସୀ ତଥା ସେହି ଅଞ୍ଚଳର ସଂଗଠନ ତଥା ଲୋକଙ୍କ ସହଯୋଗରେ ସାମୁହିକ ଅଧିବେଶନ ଆୟୋଜନ କରାଯିବ।
ଆପଣଙ୍କୁ ବିଶେଷ ଅନୁରୋଧ ଆପଣଙ୍କ ସହଯୋଗ, ପଦକ୍ଷେପ ଓ ପରାମର୍ଶ ଜାତିର ହିତ ପାଇଁ ସହାୟକ ହେଉ ତଥା ପବିତ୍ର “ଅଠର ଦେଉଳ” ମନ୍ଦିର ପୁନଃରୁଦ୍ଧାର ଓ ପବିତ୍ର ଅଠର ଦେଉଳ ପୂଜାର ସୁପରିଚାଳନା ପାଇଁ ସହାୟକ ହେଉ ସେଥିପାଇଁ ପ୍ରଭୁ ବଡାମଙ୍କ ପାଖରେ ପାର୍ଥନା ।

26/04/2024

ପାହାଡମଡ଼କ ଗ୍ରାମରେ ବଡାମ ମାତା ବଡାମଣୀ ଙ୍କର ବାର୍ଷିକ ପୂଜା ମହାଯୋଜ୍ଞ ଏବଂ ଚାଙ୍ଗୁ ନୃତ୍ୟ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ll ତା.15.04.2024 ରିଖ ଦିନ ବିସର୍ଜନର କିଛି ଦୃଶ୍ୟ II ଭିଡିଓ -1

Address

Jashipur
757091

Telephone

+919668545405

Website

Alerts

Be the first to know and let us send you an email when Bodamo Bahini ବଡାମ ବାହୀନି Officials posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Bodamo Bahini ବଡାମ ବାହୀନି Officials:

Share

Category