shree Jagannath adhyatmika o sangathana odisha, balibil

  • Home
  • India
  • Jajpur
  • shree Jagannath adhyatmika o sangathana odisha, balibil

shree Jagannath adhyatmika o sangathana odisha, balibil Requesting your benign assistance in aid of construction of Jagannath temple

19/10/2024
04/12/2022

#ଭକ୍ତକୁ_କଲେ_ମୋର_ଦୂର.. #ସହିବି_ନାହିଁ_ନିରାଧାର
(ଭକ୍ତ ମଣିଦାସଙ୍କ କାହାଣୀ --ଦୀର୍ଘ post )

କଥା ଅନେକ ଦିନ ତଳର l ପୂଣ୍ୟ ପୁରୁଷୋତ୍ତମରେ ରହୁଥିଲେ ମଣିଦାସ ନାମକ ଜଣେ ଭକ୍ତ l ବାଲ୍ୟକାଳରୁ ଭକ୍ତିଭାବ ମହାପ୍ରଭୁଙ୍କ ପ୍ରତି l ଅକାଳ ଦୁର୍ଭିକ୍ଷରେ ପରିବାର, କୁଟୁମ୍ଭ ନାଶ ଗଲେ l ସାଧାରଣ ମନୁଷ୍ୟ ତ ଟିକିଏ ବିପଦ ପଡ଼ିଲେ ନିଜର କୁକର୍ମର ଫଳ ସ୍ୱରୂପ ଭଗବାନଙ୍କୁ ଗାଳି ଦିଏ ( ନଚେତ୍ ଭଗବାନ କାହାକୁ ଦୁଃଖ କାହିଁ ଦେବେ ଅକାରଣରେ, ସେ ତ ସମଦର୍ଶୀ, ନ୍ୟାୟୀ ) l କିନ୍ତୁ ମଣିଦାସଙ୍କ ଭକ୍ତି ଚେତନା ଥିଲା ଉଚ୍ଚ ସ୍ତରରେ l ଭାବିଲେ "ପ୍ରଭୁଙ୍କ କୃପା ମୋ ପ୍ରତି, ସଂସାରର ଜଞ୍ଜାଳ, ମାୟାମୋହର ବନ୍ଧନ କାଟିଦେଲେ l ଏବେ ନିଶ୍ଚଳ ମନରେ ତାଙ୍କ ଭଜନ କରିବି l"

❄️ବୈଷ୍ଣବ ବେଶ ଧରିଲେ l କଣ୍ଠରେ ତୁଳସୀ ମାଳ, ମୁଣ୍ଡରେ ତିଳକ l ହୃଦୟରୁ ଗୀତ ଭଜନ ଗାଇ ପ୍ରାଣପ୍ରିୟ ମହାପ୍ରଭୁଙ୍କୁ ଗେହ୍ଲାରେ ଖୁସି କରିବେ ପରା ! ସ୍ୱର ହୃଦୟର, ଏକାନ୍ତ ନିଜର l କିନ୍ତୁ ବାଦ୍ୟ ଯନ୍ତ୍ର କେଉଁଠୁ ପାଇବେ? ଦୁଇ ଫାଳ ନଡ଼ିଆ ସଢ଼େଇ ମିଳିଲା l ତାକୁ କାଖରେ ଜାକି ଧରି ପାଦରେ ଘୁଙ୍ଗୁର ବାନ୍ଧି ପହଞ୍ଚିଗଲେ ଜଗମୋହନରେ l ଆଃ କି ଅପୂର୍ବ ଆନନ୍ଦ ! ନିତି ସନ୍ଧ୍ୟା ଧୂପ ବେଳେ ଭୁବନମୋହନ କଳାଶ୍ରୀମୁଖକୁ ଚାହିଁ ଝର ଝର ଅନ୍ତରରେ ଆଖିରୁ ଲୁହ ଝରାଇ ଗାଇଚାଲିଲେ ସରଳ
ଅବୋଧ ଭାଷାରେ ଅନ୍ତରର ଭାବ ଆବେଗ ଭରା ଗୀତ

💠ସେ ସମୟରେ ଜଗମୋହନରେ ପୁରାଣ ଶାସ୍ତ୍ର ଚର୍ଚ୍ଚା ପ୍ରଚଳିତ ଥିଲା l ମଣିଦାସଙ୍କ ସଢ଼େଇ ତାଳ ସହ ଭାବମୟ ଉଦ୍ଦଣ୍ଡ ନାଚ ପୁରାଣ ପଣ୍ଡାଙ୍କ ଦେହରେ ଗଲାନି l ଲୋକ ଲଗେଇ ଗଳା ଧକା ଦେଇ ବଡ଼ ଦେଉଳରୁ ବାହାର କରିଦେଲେ ତାଙ୍କୁ l ଲାଂଛିତ ହୋଇ କାନ୍ଦି କାନ୍ଦି ମହାପ୍ରଭୁଙ୍କ ଶ୍ରୀମୁଖକୁ ଚାହିଁ ସଢ଼େଇ ଦୁଇ ଫାଳ ତଳେ ପକେଇ ଦେଇ ଚାଲିଗଲେ ଭକ୍ତ l

🌼କିଏ ବା ବୁଝିବ ତାଙ୍କ ମରମ କଥା ! ହେଲେ ଯାହା ପାଇଁ ସେ ଭାବରେ ହୃଦୟରୁ ଗାଉଥିଲେ ସେ ଭକ୍ତବତ୍ସଳ ଭାବବିନୋଦିଆ ଭଗବାନ କ'ଣ ସହି ପାରିଥିବେ ଭୃତ୍ୟର ଅପମାନ !!?

🔹 ସନ୍ଧ୍ୟା ଧୂପ ବେଳକୁ ନିତି ଦିନ ପରି ମଣିଦାସ ନ ଯାଇ ରୁଷିକି ମୁହଁ ମାଡ଼ି ପଡ଼ିଥାନ୍ତି ଉପବାସରେ ଭଙ୍ଗା କୁଡ଼ିଆରେ l ସବୁ ଦିନ ପରି ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି ସରିଲା, ଦେଉଳର ପହଡ଼ ପଡ଼ିଲା l

🍀ହେଲେ ଏଣେ ମହାପ୍ରଭୁଙ୍କ ନୟନରେ ନିଦ୍ରା ନାହିଁ, ମଣୋହୀ ବି କରିନାହାନ୍ତି ଷାଠିଏ ପଉଟି ଛପନଭୋଗୀ l

🥀🥀🥀🥀🥀🥀🥀
ଏଥି ଉତ୍ତାରୁ ଆଦିମୂଳ, ଯେ ପ୍ରଭୁ ଭକତବତ୍ସଳ l
ନ ସହେ ସେବକ ବେଦନା, ଏଥି ନିମନ୍ତେ ଚକ୍ରେ ବାନା
ଉଡ଼ୁ ଯେ ଅଛି ନିରନ୍ତରେ, ଭୃତ୍ୟ ଆରତ ଖଣ୍ଡିବାରେ l
🌿🌿🌿🌿🌿🌿

ବ୍ୟଥିତ, କ୍ରୋଧିତ ମନ ହୃଦୟ ନେଇ ସ୍ୱୟଂ ଶ୍ରୀ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ନିଦ୍ରାଗତ ଗଜପତିଙ୍କ ସ୍ୱପ୍ନରେ l ଆବେଗଭରା ଥର ଥର କଣ୍ଠରେ ଅଭିଯୋଗ ଭଙ୍ଗୀରେ କହିଲେ ଜଗତଜୀବନ, ଭକ୍ତ ପ୍ରାଣଧନ...

" ଗଜପତି ! ତୁମେ ତ ନିଶ୍ଚିତରେ ନିଦ୍ରାଗତ l
ଆଦ୍ୟସେବକ ହୋଇ ପାଇଛ କି ଶ୍ରୀମନ୍ଦିରର ସମାଚାର !?
ମୋର ଅତି ସରଳ ସ୍ନେହୀ ମଣିଆ ଦାସକୁ ତୁମ ପୁରାଣ ପଣ୍ଡା ଲାଂଛିତ କଲେ l ତାର ସେହି ସଢ଼େଇ ତାଳର ଅବୋଧ ନାଚ ଗୀତ ଥିଲା ମୋ ପାଇଁ ସେପରି ଅମୃତ ସମାନ ଯେମିତି ତୁମ ପାଇଁ ତୁମ ସାନ ପୁଅର ଗେହ୍ଲେଇ ଗେହ୍ଲେଇ ଦୋରୋଟି କଅଁଳ ମଧୁର କଥା l ତେଣୁ ମୋର ଭକ୍ତ ନିକଟରେ କ୍ଷମା ଭିକ୍ଷା କରି ମନ୍ଦିରକୁ ନ ଆଣିଲା ପର୍ଯ୍ୟନ୍ତ ମୋର ମଣୋହି ନାହିଁ l"

💦💦💦💦💦
ତେଣୁ ମୁଁ ଉପବାସେ ଅଛି, ତାକୁ ମୁଁ ନ ପାରେ ମୂରୁଛି l
ଭୃତ୍ୟ ନଇଲା ଯାଏ ମୋର, ମଣୋହି ନାହିଁଟି ମୋହର
💦💦💦💦💦💦

ପୁଣି ଆହୁରି କଠୋର ଆଦେଶ ଦେଇ କହିଲେ ରାଜାଧିରାଜ ଭାବଗ୍ରାହୀ ମହାପ୍ରଭୁ...

☝️
ଭକତଜନ ଯହିଁ ମିଳି, ରଙ୍ଗେ ବଜାଇ କରତାଳି l
ମୋ ରଙ୍ଗା ଅଧରକୁ ଚାହିଁ, ମୋ ପଦପଦ୍ମକୁ ଯେ ଧ୍ୟାୟୀ
ମୋ ନାମ କରିଣ କୀର୍ତ୍ତନ, ଆନନ୍ଦ କରୁଥିବେ ମନ l
ଭାବରେ ଯାଉଥିବେ ଗଡ଼ି, ଉଠି କପାଳେ କରଯୋଡ଼ି l
ତାହା ମୁଁ ଶୁଣୁଥିବି ବସି, ଭକତ ଜନ ମନ ତୋଷି l
ଜଗମୋହନ ଏଥିପାଇଁ, ଆନେ ମୋ ପ୍ରୟୋଜନ ନାହିଁ l
ପୁରାଣପଣ୍ଡା ଆଜିଠାରୁ, ମୋ ଆଗେ ପୁରାଣ ନ କରୁ l
ପାରିଲେ ଲକ୍ଷ୍ମୀଙ୍କ ମୋହନେ, ପୁରାଣ କରୁ ପ୍ରତିଦିନେ l
ଭୃତ୍ୟକୁ କଲେ ମୋର ଦୂର, ସହିବି ନାହିଁ ନିରାଧାର l

🔸🔸🔸🔸🔸🔸🔸🔸🔸

🌷ସେତିକିରେ ମନ ବୁଝିଲାନି ମହାପ୍ରଭୁଙ୍କର l ସ୍ୱୟଂ ମଣିଦାସଙ୍କ ନିକଟକୁ ଯାଇ ସ୍ନେହରେ ବୁଝାଇ ତାକୁ ନିଜ ହାତରେ ଅମୃତ ଭୋଜନ କରାଇ ଶ୍ରୀ ମନ୍ଦିର ଫେରିଲେ l

☀️ ଏଣେ ଚକିତ ହୋଇ ନିଦ୍ରାରୁ ଉଠି ଗଜପତି ଅନୁତପ୍ତ ହୋଇ ଚାଲିଲେ ସିଧା ମଣିଦାସଙ୍କ ନିକଟକୁ l ପାଦତଳେ ପଡ଼ି କ୍ଷମା ମାଗିଲେ l ପରଦିନ ଆଦରରେ ଗୌରବ କରି ଶ୍ରୀମନ୍ଦିର ଅଣାଇ ସନ୍ଧ୍ୟା ଧୂପ ସମୟରେ ଯଥାପୂର୍ବ ଗୀତ ନାଚ କରିବାକୁ ନିବେଦନ କଲେ l ରାଜାଙ୍କ ଆଦେଶରେ ସେହି ଦିନରୁ ଜଗମୋହନରେ ପୁରାଣ ଚର୍ଚ୍ଚା ବନ୍ଦ ହେଲା l ଶ୍ରୀଜଗନ୍ନାଥଙ୍କ ସମ୍ମୁଖର ସେହି ସ୍ଥାନ କେବଳ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସଂରକ୍ଷିତ ହୋଇଛି ସେ ଦିନରୁ l

💦🙏💦ଅନ୍ତରର ଭାବ, ଭକ୍ତି ରଙ୍କୁଣା ବୋଲି ସିନା ଏ ଲୀଳା ମହାପ୍ରଭୁଙ୍କର l ନ ହେଲେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଅଧୀଶ୍ଵରଙ୍କୁ କି ଛନ୍ଦ, ତାଳ, ସ୍ୱରଯୁକ୍ତ ନୃତ୍ୟ ସଙ୍ଗୀତ ଅପୂର୍ଵ ! ବେଦ ବେଦାନ୍ତ, ପୁରାଣ ଚର୍ଚ୍ଚାକୁ ତ ସେ ସ୍ୱୟଂ ବେଦପତି ବ୍ରହ୍ମାଙ୍କର ମୁଖରୁ ବି କର୍ଣ୍ଣପାତ କରନ୍ତିନି l

🤦‍♂️ଆଉ ଅନ୍ୟ ଦେବୀ ଦେବତାମାନଙ୍କ କଥା କଣ କହିବା l ଏତେ କଠୋର !
ମନ୍ତ୍ର ଉଚ୍ଚାରଣରେ ସ୍ୱରଟାଏ ଭୁଲ ହୋଇଗଲା ବୋଲି ବ୍ରହ୍ମାଙ୍କ ଯଜ୍ଞରୁ ପୁତ୍ର ବଦଳରେ 'ଇଳା 'ନାମରେ କନ୍ୟା ଉତ୍ପନ୍ନ ହେଲା l ଶତ୍ରୁମେଧ ଯଜ୍ଞରେ ମନ୍ତ୍ରରେ 'ଇନ୍ଦ୍ର' ଶବ୍ଦର 'ଇ' ର ଉଚ୍ଚାରଣରେ ସାମାନ୍ୟ ସ୍ୱର ବଦଳି ଗଲା ବୋଲି ଇନ୍ଦ୍ର ବଦଳରେ ଯଜ୍ଞ କରାଉଥିବା ବୃତ୍ରାସୁର ନିଜେ ମଲା, ଆହୁରି ଅନେକ ଉଦାହରଣ l

🙏ସେଥିପାଇଁ ତ ମହାପ୍ରଭୁ ଅନନ୍ୟ l ଅନ୍ତରରରୁ ପଦେ ଗାଇଦେଲେ ପଦେ କହିଦେଲେ ଭାବ ଭରା ଆବେଗରେ ବା ଲୁହ ଦି ଟୋପା ଗଡ଼େଇ ଜଣେଇ ଦେଲେ ଅକୁହା କଥା କାନ ଡେରି ଅତି ଶରଧାରେ ବ୍ୟାକୁଳିତ ହୋଇ ଶୁଣି ନିଅନ୍ତି ଭାବଗ୍ରାହୀ, ଗ୍ରହଣ କରି ନିଅନ୍ତି ଭାବ l
ନ ହେଲେ କି ସରଳ ମଣିଦାସ, ସୁରଦାସ ତାଙ୍କର ପ୍ରିୟ ହୋଇପାରିଥାନ୍ତେ l
ନୃତ୍ୟ ସଙ୍ଗୀତ ବିଶାରଦ ସ୍ୱର୍ଗର ଗନ୍ଧର୍ବ, ଅପ୍ସରାଗଣ ସେ ସ୍ଥାନ ନେଇଥାନ୍ତେ l

✍️ଅନ୍ନପୂର୍ଣ୍ଣା
ଶ୍ରୀକ୍ଷେତ୍ର ଇତିହାସ Srikhetra itihasa

☘️☘️☘️☘️☘️☘️☘️☘️☘️☘️

Address

At/po//balibil, Bari
Jajpur
755003

Website

Alerts

Be the first to know and let us send you an email when shree Jagannath adhyatmika o sangathana odisha, balibil posts news and promotions. Your email address will not be used for any other purpose, and you can unsubscribe at any time.

Share

Category