04/11/2024
ହୃତାତ୍ମା ଦିବସ ଅବସରରେ ରକ୍ତଦାନ ଶିବିର : ଶ୍ରୀରାମପୁର ପ୍ରଖଣ୍ଡ (ରସୁଲପୁର ବ୍ଲକ)
ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ, ଶ୍ରୀରାମପୁର ପ୍ରଖଣ୍ଡ, ଯାଜପୁର ତରଫରୁ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନରେ ଦିବଙ୍ଗତ ବଳିଦାନୀ ଓ ବୀରଗତି ପ୍ରାପ୍ତ ହୋଇଥିବା ଦୁଇ ଭାଇ ସନାତନୀ ହିନ୍ଦୁ ବୀର ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ରାମ କୋଠରୀ ଓ ଶରଦ କୋଠାରୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ "ହୃତାତ୍ମା ଦିବସ" ଅବସରରେ ଗୋପିନାଥଜୀୟୂ ଉଚ୍ଚ ବିଦ୍ୟାଳୟ,ଅତାଲାପୁର ଠାରେ ଏକ ରକ୍ତଦାନ ଶିବିର ଜିଲ୍ଲା ବ୍ଲଡ଼ ବ୍ୟାଙ୍କ, ଯାଜପୁର ସହଯୋଗରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦର ସମ୍ପାଦକ ରାଜ କିଶୋର ମଲିକ ପ୍ରଦିପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅନ୍ୟ ଅଧିକାରୀ ଭାବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ସାହୁ, କେନ୍ଦ୍ରାପଡ଼ା ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର, ବିଶ୍ଵ ହିନ୍ଦୁ ପରିଷଦ କୋଷାଧ୍ୟକ୍ଷ ଯଶୋବନ୍ତ ଦାସ, ପ୍ରଖଣ୍ଡ ସଂପାଦକ ଅମିୟ ରଞ୍ଜନ ସାହୁ, ଜିଲ୍ଲା ବଜରଙ୍ଗ ଦଳ ମିଳନ କେନ୍ଦ୍ର ପ୍ରମୂଖ ଧର୍ମେନ୍ଦ୍ର ଗୁଇଁ , ଦୁର୍ଗା ବାହିନୀ ସହ-ସଂଯୋଜିକା ସୌଭାଗ୍ୟରାଣୀ ପଣ୍ଡା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମର ଶେଷରେ ଆସିଥିବା ଡାକ୍ତର ଟିମ୍ କୁ ପ୍ରଖଣ୍ଡ ତରଫରୁ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି କୁ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ସମୀର କୁମାର ନାୟକ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୨ ୟୂନିଟ ସଂଗୃହୀତ ହୋଇଅଛି ।ଏହି କାର୍ଯ୍ୟକ୍ରମକୁ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ବିଶ୍ଵଜିତ୍ ସାହୁ ସଂଯୋଜନା କରୁଥିବା ବେଳେ ସର୍ବ ବ୍ୟବସ୍ଥା ପ୍ରମୂଖ ଭାବରେ ଅତାଲାପୁର ଗ୍ରାମର ଯୁବ ସଂଗଠକ ନିରାକାର ସାହୁ ଦାଇତ୍ୱ ନିର୍ବାହନ କରୁଥିଲେ । ଅନ୍ୟ କାର୍ଯ୍ୟକର୍ତ୍ତା ଭାବରେ ଅନିରୁଦ୍ଧ ଗୁଇଁ, ଦିନବନ୍ଧୁ ଗୁଇଁ, ପ୍ରଦିପ ଗିରି, ମାୟାଧର ଦାଶ, ପଙ୍କଜ ପଣ୍ଡା, ରାମଚନ୍ଦ୍ର ସିଂ, ଦେବାଶିଷ ସିଅ, ଅଚୁ୍ତାନନ୍ଦ ମହାଳିକ, ପ୍ରଖଣ୍ଡ ଦୁର୍ଗା ବାହିନୀର ସତ୍ୟଭାମା ଦାସ,ସିମାରାଣୀ ଦାସ, ମଧୁସ୍ମିତା ମଲିକ , ଯାଜପୁର ପ୍ରଖଣ୍ଡର ସଂଯୋଜକ ରାଜେଶ ସାହୁ, ସର୍ବେଶ୍ଵର ସର୍ମା,ମଣିନାଥ ସେନାପତି ଓ ଅନ୍ୟମାନେ ରକ୍ତଦାନ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ ।