15/06/2024
*💫ସତ୍ୟାନୁସରଣ ବ୍ୟାଖ୍ୟାନରେ ପରମପୂଜ୍ୟପାଦ ଶ୍ରୀଶ୍ରୀବଡ଼ଦା 💫*🙏🏼🙏🏼🙏🏼
️
*ସତ୍ୟଦର୍ଶୀର ଆଶ୍ରୟ ନେଇ ସ୍ୱାଧୀନ ଭାବରେ ଚିନ୍ତାକର, ଏବଂ ବିନୟର ସହିତ ସ୍ୱାଧୀନ ମତ ପ୍ରକାଶ କର | ବହି ପଢି ବହି ହୋଇଯାଅ ନାହିଁ, ତାର essence (ସାର )-କୁ ମଜ୍ଜାଗତ କରିବାକୁ ଚେଷ୍ଟାକର | pull the husk to draw the seed |(ତୁଷାଟା ପକାଇ ଶସ୍ୟଟା ନେବାକୁ ହେବ ) I*
ବାଣୀଟି ବିଭିନ୍ନ ଭାଷାରେ ପାଠ ପରେ ସ୍ୱପ୍ନା (ଚୌଧୁରୀ) ଆଲୋଚନା କରିବାର ନିର୍ଦ୍ଦେଶ ପାଇଲା I
ସେ ଆଉ ଥରେ ବାଣୀଟି ପାଠ କରି କହିଲା —
ସତ୍ୟଦର୍ଶୀ ମାନେ ସତ୍ୟକୁ ଯିଏ ଦେଖିଛନ୍ତି I ସିଏ ସଦଗୁରୁ I ତାଙ୍କ ଆଶ୍ରୟ ନେବାକୁ ହେବ I
ଶ୍ରୀଶ୍ରୀପିତୃଦେବ—
ଆଶ୍ରୟ ନେବା ମାନେ କ'ଣ ?
ସ୍ୱପ୍ନା —
ତାଙ୍କ ସଙ୍ଗ କରିବାକୁ ହେବ I
ଶ୍ରୀଶ୍ରୀପିତୃଦେବ --
ସଙ୍ଗ କରିଲେ ଆଶ୍ରୟ ନେବା ହୁଏ ନା କଣ ? ଆଗେ ତ ଆଶ୍ରୟ ନେବାକୁ ହେବ I ଆଶ୍ରୟ ନେବାକୁ ହେବ ମାନେ ତାଙ୍କ ନିକଟରୁ ଦୀକ୍ଷା ନେବାକୁ ହେବ, ତାଙ୍କ ଅନୁଶାସନବାଦକୁ ସ୍ୱାଧୀନଭାବେ ଚିନ୍ତା କରିବାକୁ ହେବ ଏବଂ ଚିନ୍ତା କରି ଯା' ବୁଝିଲି ସେଇଟା ପ୍ରକାଶ କରି ବି ବିନୟର ସହିତ ଅର୍ଥାତ ଯାଜନ କରିବାକୁ ହେବ I ତାଙ୍କ ସଙ୍ଗ କରିବାକୁ ହୁଏ -- ବହିଗୁଡିକୁ ପଢିବାକୁ ହୁଏ --pull the husk to draw the seed.
(ପିତୃଦେବଙ୍କ ଚରଣପ୍ରାନ୍ତେ, ତା...31-05-79)