11/07/2025
ଅନୁଭୂତି ରେ ବାବା ଓଁକାରେଶ୍ୱର ମହାରୁଦ୍ର, ଧୁଁପୁର
ସେଦିନ ହୋଇଥାଏ ଜାନୁଆରୀ 14 ତାରିଖ 2025, ରାତିରେ ସ୍ବପ୍ନରେ ଦେଖିଲି ନନା ମହାଦେବଙ୍କୁ ପୂଜା କରୁଥିବା ସମୟରେ ଶିବ ଲିଙ୍ଗଟି ଚାରି ଫାଳ ହୋଇ ଫାଟିଗଲା ଏବଂ ତା ଭିତରେ ଅନେକ ପ୍ରକାର ରତ୍ନ ଭାରି ରହିଥିଲା, ହଟାତ୍ ନିଦ ଭାଙ୍ଗିଲା ବେଳକୁ ସକାଳ 🔱
ସଙ୍ଗେ ସଙ୍ଗେ ମନ୍ଦିର ପୂଜାରିକୁ ଫୋନ୍ କଲି ଓ ସବୁ କଥା କହିଲି ଏବଂ ଏକଥା ପଚାରିଲି ଯେ ତୁମେ ପୂଜା ରେ କିଛି ବ୍ୟତିକ୍ରମ କରିନତ, ସେ ମଧ୍ୟ କହିଲେ ନା ସେମିତି କିଛି ହୋଇନି. ଦୀର୍ଘ ଚାରିବର୍ଷ ହେଲା ଆମେ ଦେଖିଛୁ ସେ ସବୁବେଳେ ପୂଜା ନିଷ୍ଟାର ସହ କରନ୍ତି 🔱
ସେଦିନ ଆଉ ମନ କେଉଁଥିରେ ଲାଗୁନଥାଏ, ବାବାଙ୍କୁ ଯେବେ ବି ସ୍ୱପ୍ନରେ ଦେଖେ ସକାରାତ୍ମକ ଭାବେ ଦେଖେ, ଆଜି କାଇଁ ଏମିତି ଦେଖିଲି 🔱 ତାପରେ କିଛି ପଣ୍ଡିତଙ୍କ ମତାମତ ମଧ୍ୟ ନେଲି ll ନାନା ମୁନି ନାନା ମତ 🔱
କିଏ କହିଲା "କିଛି ରିଷ୍ଟ ଥିଲା ଗାଁ ପାଇଁ କଟିଗଲା", କିଏ କହିଲା "ଏମିତି ଦେଖିବା ଭଲ ସୂଚନା ନ ହୋଇ ପରେ", କିଏ କହିଲା "ସେ ଭୋଳା ତାକୁ ସ୍ୱପ୍ନରେ ଦେଖିବା ଭାଗ୍ୟରେ ଥିଲେ ମିଳେ". ଶେଷରେ ସମସ୍ତଙ୍କ ମତ ଅନୁସାରେ ବାବାଙ୍କୁ କ୍ଷମା ପର୍ଥାନା କରି ପୁଜା ଟିଏ କଲି ll ଏମିତି ଚାରିଦିନ ବିତିଗଲା 🙏
18 ଜାନୁଆରୀ ସମୟ ପାଖାପାଖି ଦିନ ବାରଟା ହେବ ମୁଁ ଜଗନ୍ନାଥପୁର ବଜାର ରେ ଥାଏ ହଟାତ୍ ନନାଙ୍କ ଫୋନ ଆସିଲା କହିଲେ ଟିକେ ଶୀଘ୍ର ଆସିଲ ମନ୍ଦିର ପାଖକୁ, ମା ପାର୍ବତୀଙ୍କ ବିଗ୍ରହ ତଳେ ପଡ଼ି ଭାଙ୍ଗି ଯାଇଛି
ଚାରି ଦିନ ତଳେ ସ୍ଵପ୍ନରେ ଦେଖିଲି ଶିବଲିଙ୍ଗ ଫାଟି ଯାଇଥିଲା ଆଉ ବର୍ତ୍ତମାନ ସତକୁ ସତ ମା ଙ୍କ ମୂର୍ତ୍ତି ଭାଙ୍ଗିଗଲା ll ମନ୍ଦିର ପାଖରେ ପୂହଞ୍ଚି ଦେଖେ ତ କିଛି ଛୋଟ ପିଲା ମାଙ୍କଡ କୁ ଟେକା ପକାଇଥିଲେ, ମାଙ୍କଡ ଡେଇଁବା ଦ୍ଵାରା ବିଗ୍ରହ ଟି ପଡ଼ି ଭାଙ୍ଗି ଯାଇଛି 🔱
ଯଥା ଶୀଘ୍ର ଗାଁ ରେ ଥିବା ମୂରବୀ ଜଣାଇ ପଣ୍ଡିତ ମାନ ଙ୍କୁ ସବୁ ଜଣାଇଲି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ, କହିଲେ ହର ଓ ପାର୍ବତୀ କେହିବି ଭାଙ୍ଗିବା ଏକା କଥା, ବିଘ୍ନ ଘଟିବା ପୂର୍ବରୁ ବାବା ତୁମକୁ ସୂଚକ ଦେଇଦେଇଥିଲେ🔱
ବର୍ତ୍ତମାନ ଯାହା ହେବାର ଥିଲା ହୋଇଗଲାଣି ତୁମେ ଯଥା ଶୀଘ୍ର ଯେଉଁ ଦିନ ଦେବତା ପ୍ରତିଷ୍ଠା ଥିବ, ନୂଆ ବିଗ୍ରହ ଆଣି ପ୍ରତିଷ୍ଠା କରି ଏ ଭଗ୍ନ ବିଗ୍ରହ କୁ ସମୁଦ୍ର ରେ ବିସର୍ଜନ କରିବ 🔱
ପ୍ରତିଷ୍ଠା ପାଇଁ ଶିବରାତ୍ରି ଦିନ ଧାର୍ଯ୍ୟ ହେଲା ସେଦିନ ପାଞ୍ଜିରେ ଦେବତା ପ୍ରତିଷ୍ଠା ଥିଲେ ଯାହା ପାଖାପାଖି 45 ଦିନ ରହିଲା🔱
ତା ପରଦିନ ତଥା 19 ଜାନୁଆରୀ ରେ ମନ୍ଦିର ପୂଜାରୀ ସହ କଥା ହେଉଛି କେମିତି ଆଉ ଏମିତି ଅଘଟଣ ଘଟିବନି🔱 ଯେଉଁଠି ସବୁ ପାର୍ଶ୍ଵ ବିଗ୍ରହ ଅଛନ୍ତି ସେ ସ୍ଥାନକୁ ଛୋଟ ଛୋଟ ଗ୍ରିଲ ଲଗେଇଦେବା🔱
ସେହି ସମୟରେ ଗୋଟେ ପରା 🐦 ମନ୍ଦିର ଭିତରକୁ ପଶି ଆସିଲା ଦେହରେ ସିନ୍ଦୂର ବୋଳା ହୋଇଥାଏ, ଭଲରେ ଉଡ଼ିମଧ୍ୟା ପରୁ ନଥାଏ, ଯେମିତି ତାର ଗୋଟେ ପଟ ଡେଣାରେ କିଛି ଆଘାତ ହୋଇଛି 🔱
ଆମେ ତାକୁ ମନ୍ଦିର ଭିତରୁ ବାହାର କରିବାକୁ ଚେଷ୍ଟା କଲୁ କିନ୍ତୁ ଯାହା କଲେ ବି ସେ ଗଲାନି ଓ ସେମିତି ବସି ରହିଲା ମହାଦେବ ଙ୍କୁ ଅନେଇ ଓ କିଛି ସମୟ ପରେ ନିଜେ ଚାଲିଗଲା🔱
ସେହି ଦିନ ଠାରୁ ସେ ପ୍ରତିଦିନ ଏକ ନିର୍ଦ୍ଧିଷ୍ଟ ସମୟର ଆସେ ଓ ମନ୍ଦିର ରେ ଘଣ୍ଟେ ଦୁଇ ଘଣ୍ଟା ରହି ଚାଲିଯାଏ, ପ୍ରଥମେ ପ୍ରଥମେ ଏହା ସାମାନ୍ୟ ଲାଗୁଥିଲା କିନ୍ତୁ ଧୀରେ ଧୀରେ ତାର ଚାଲି ଚଳନ ଦେଖି, ସେ ପାରା🐦 ପାଖରେ କିଛି ଦୈବିକ ଶକ୍ତି ଅଛି ବୋଲି ଅନୁଭବ ହେଲା. ଆମେ କିଛି ବାଧା ଦେଲୁନି 🔱
ଏମିତି ସମୟ ବିତି ଚାଲିଲା ଓ ଶିବରାତ୍ରି ଆସିଲା ନୂଆ ବିଗ୍ରହ ପ୍ରତିଷ୍ଠା ହେଲେ ଓ ପୁରୁଣା ବିଗ୍ରହ ବିସର୍ଜନ ହେଲେ କିନ୍ତୁ ସେ ପାରା 🐦ଆଉ ଆସୁନି, ଶେଷ ଥର ପାଇଁ ତାକୁ ଶିବରାତ୍ରି ର ପୂର୍ବଦିନ ହିଁ ଦେଖିଥିଲୁ ll ଆଜିକୁ ଚାରି ମାସ ବିତିଗଲାଣି କିନ୍ତୁ ସେ ପାରା🐦କୁ ଆଉ କେଉଁଠୀ ଦେଖୁନୁ🔱
ଆଜି ବି ମନରେ ସେଇ ପ୍ରଶ୍ନ ଉଙ୍କିମାରେ ସେ ପାରା🐦 କଣ ସତରେ ମା ପାର୍ବତୀଙ୍କ ରୂପରେ ମନ୍ଦିର ରେ ବୁଲୁଥିଲା 🔱 ତାକୁ ମନ୍ଦିର ଭିତରୁ ବାହାର କରିବା ପାଇଁ ଚେଷ୍ଟା କରିଛୁ ହାତରେ ଚାଉଳ ଖୁଆଇଛୁ, ଫଟୋ ଉଠେଇଛୁ କିନ୍ତୁ କେବେ ସ୍ପର୍ଶ କରି କରିନୁ କି ଚେଷ୍ଟା ବି କରିନୁ 🙏🙏
ଏତେ ପରେ ବି ବାବାଙ୍କ ଆଶିର୍ବାଦ ରୁ କାହାର କିଛି ଅସୁବିଧା ହୋଇନି 🙏 ଏମିତି ବହୁ ଅନୁଭୂତି ଅଛି ଗ୍ରାମରେ ଥିବା ଦେବା ଦେବୀଙ୍କର 🙏
ଜୟ ବାବା ଓଁକାରେଶ୍ୱର୍ 🙏
ଲେଖା କିଛି ଭୁଲ ଥିଲେ କ୍ଷମା କରିବେ 🔱
#ଆଜିବାବାଙ୍କଦିବ୍ୟଦର୍ଶନ #ମୋଗାଁଧୁଁପୁର