Deogaon, Kushaleswar

Deogaon, Kushaleswar Lord Kushaleswar
(1)

21/04/2019
13/04/2019

ଦେଓଗାଁର ଭୋଟରମାନଙ୍କୁ ଗୋଟିଏ ଅନୁରୋଧ, ଶ୍ରୀଯୁକ୍ତ ପୃଥିବୀରାଜ କୁଅଁର ଯେବେ ପ୍ରଚାର କରିବାକୁ ଆସିବେ ଓ ଆପଣମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ ସେତେବେଳେ ଆପଣମାନେ ୨ଟି ପ୍ରଶ୍ନ ପଚାରିବେ: -
୧. ଆମେମାନେ ଆପଣଙ୍କୁ ଭୋଟ କାହିଁକି ଦେବୁ ?
୨. ଯଦି ଆପଣ ବିଜୟ ଲାଭ କରନ୍ତି ତେବେ ଦେଓଗାଁ ତଥା ଏହି ନିର୍ବାଚନ ମଣ୍ଡଳୀର କେଉଁ ସମସ୍ୟା ଦୂର କରିବେ ଓ ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ପାଇଁ କଣ କଣ କରିବେ ?

13/04/2019

ଦେଓଗାଁର ଭୋଟରମାନଙ୍କୁ ଗୋଟିଏ ଅନୁରୋଧ, ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯେବେ ପ୍ରଚାର କରିବାକୁ ଆସିବେ ଓ ଆପଣମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ ସେତେବେଳେ ଆପଣମାନେ ୨ଟି ପ୍ରଶ୍ନ ପଚାରିବେ: -
୧. ଆପଣ ବିଧାୟକ ତଥା ମନ୍ତ୍ରୀ ଥିବା ସମୟରେ ଦେଓଗାଁର ଉନ୍ନତି ପାଇଁ କଣ କଣ ସବୁ କରିଛନ୍ତି ? ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶା ସରକାରରେ ଆପଣ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ, ତେବେ ଘଷିପୁରା ବ୍ଳକ ଓ କେନ୍ଦୁଝର ଜିଲ୍ଲା ପାଇଁ କରିଛନ୍ତି କଣ ?
୨. ଥରେ ନିର୍ବାଚନ ସରିଲେ ଆପଣ ସାଧାରଣ ଜନତାଙ୍କ ପାଖକୁ ଆସିନ୍ତି ନାହିଁ କିମ୍ବା ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କିଭଳି ହେବ ସେକଥା ଭାବନ୍ତି ନାହିଁ । କଣ କେବେଳ ନିର୍ବାଚନ ସମୟ ଆପଣଙ୍କର ଆମ କଥା ମନେପଡ଼େ ?

13/04/2019

ଦେଓଗାଁର ଭୋଟରମାନଙ୍କୁ ଗୋଟିଏ ଅନୁରୋଧ, ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ଯେବେ ପ୍ରଚାର କରିବାକୁ ଆସିବେ ଓ ଆପଣମାନଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ ସେତେବେଳେ ଆପଣମାନେ ୨ଟି ପ୍ରଶ୍ନ ପଚାରିବେ: -
୧. ଦେଓଗାଁରେ ଅବସ୍ଥିତ ବାବା କୁଶଳେଶ୍ୱରଙ୍କ ମନ୍ଦିର କେନ୍ଦୁଝର ଜିଲ୍ଲାର ବହୁ ପୁରାତନ ପୀଠ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ବାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇନାହିଁ କାହିଁକି ? ବାବା କୁଶଳେଶ୍ୱର ପୀଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପାଇଁ ଶ୍ରୀଯୁକ୍ତ ପାତ୍ର ଆଜି ପର୍ଯ୍ୟନ୍ତ କଣ ପଦକ୍ଷେପ ନେଇଛନ୍ତି ଓ ନିର୍ବାଚନ ପରେ କଣ ପଦକ୍ଷେପ ନେବେ ?
୨. ଦେଓଗାଁର ଜଳ ସମସ୍ୟା ଦୂର କରିବା ପାଇଁ overhead ଟାଙ୍କି ନିର୍ମାଣ କାର୍ଯ୍ୟ ୨ ବର୍ଷ ପୂର୍ବରୁ ସରିଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ କାହିଁକି ଓ overhead ଟାଙ୍କି କେବେ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିବ ?

21/09/2018

ପୋଲିସଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଖସାଇ ନେବା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର ଗିରଫ ହେବାର ପାଖାପାଖି ୪୮ ଘଣ୍ଟା ହୋଇଯାଇଥିଲେ ମଧ୍ୟ ବଦ୍ରୀ ବାବୁଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏପର୍ଯ୍ୟନ୍ତ ଚୁପ କାହିଁକି ? ନିରଞ୍ଜନ ପଟ୍ଟନାୟକଙ୍କ ମୁହଁରେ ତାଲା କାହିଁକି ?

01/09/2018

ଆମ ଗାଁ ବିକାଶ ପାଇଁ ପଦେ.....
ମୁଁ ଏବେ ଏବେ ଭାଈ ଶୁଣୁଛି....
କଣ ଗୋଟେ ପ୍ରୋଗ୍ରାମ ହେଉଛି...
ଆଉ ପ୍ରୋଗ୍ରାମର ନାଁ...
ଆମ ଗାଁ ଆମ ବିକାଶ ରହିଛି...
ହେଲେ ଭାଈ ମୋତେ ତ କାଇଁ ଦିଶୁନି
ଯେ ବିକାଶ କୋଉଠି ହେଇଛି....

ଗରିବ ମରୁଛି ଗରିବ ସଢ଼ୁଛି
ତା ଦୁଃଖ କାହାକୁ ଦିଶୁଛି ?
ହେଲେ ଗାଁ ଗାଣ୍ଡୁ କଣ୍ଟ୍ରାକ୍ଟର ସାଜି
ଭଲ ଦି ପଇସା କମାଉଛି....
ହଁ ଏଇଟା ବୋଧେ ମୋ ଗାଁ ବିକାଶ ହୋଇଛି....

ମୋ ଗାଁ ର ସଂସ୍କୃତି ସଭ୍ୟତା ହଜିଛି,
ଗାଁ ଛକେ ମୋର କୁକୁଡ଼ାର ପର ବିଅର ବୋତଲ ଗଡୁଛି....
ହଁ ମୋ ଦେଖିବାରେ ଏଇଟା ବୋଧେ ବିକାଶ ହେଇଛି....
ରାଜନୀତି ଆଜି ଗୁଣ୍ଡାନୀତି ହୋଇ ସମାଜରେ ଛିଡା ହୋଇଛି...
ପଢ଼ୁଆ ପୁଅ ଟା ଦାଦନ ଖଟୁଛି....
ଆଉ ଅ ଅକ୍ଷର ବିବର୍ଜିତ ଡକାୟତ ଟୋକା
ମୋ ଗାଁ ରେ ଛାତି ଫୁଲାଇ ଚାଲୁଛି....
ହଁ ଏଇଟା ବୋଧେ ମୋ ଗାଁ ବିକାଶ ହୋଇଛି....

ଗାଁ ଭାଇଚାର ସ୍ନେହ ପ୍ରେମଭରା
ସବୁ ତ ଚୁଲିକୁ ଯାଇଛି....
ତେଲିଆ ମୁଣ୍ଡରେ ତେଲ ଏଠି ଭାଈ
ଦୁଃଖୀ ରଂକିକୁ କିଏ ଦେଖୁଛି....
କୁଶିକ୍ଷା, କୁକର୍ମ ଦିନକୁ ଦିନ ଭାଈ ମୋ ଗାଁ ରେ ବଢ଼ିଛି....
ଆଉ ସତ ଯେ କହିଲା....
ତାଙ୍କୁ ଯେ ରୋକିଲା....
ଠେଙ୍ଗା ପାହାର ସେ ଖାଉଛି....
ହଁ ଏଇଟା ବୋଧେ ମୋ ଗାଁ ବିକାଶ ହୋଇଛି....

ଭଦ୍ର ଲୋକ ଜଣେ ସଞ୍ଜ ବେଳଟାରେ....
ମୋ ଗାଁ ଛକକୁ ଯିବାକୁ ଡରୁଛି....
ମଦୁଆ ଗଞ୍ଜଡ଼ ଆଡ୍ଡା ହୋଇ ଭାଈ ମୋ ଗାଁ ର ସବୁ ଛକ ଉଡୁଛି....
ଦୋଅକ୍ଷରୀ ରେ ମୋ ଗାଁ ଛକ ସକାଳୁ ସଞ୍ଜ କମ୍ପୁଛି....
ହଁ ଭାଈ ମୋ ଗାଁ ବିକାଶ ହୋଇଛି....

ମତେ କହିବାକୁ ଲାଜ ଲାଗୁଛି....
ବିକାଶ ନାଁ ରେ ବିନାଶ ଆଡକୁ ମୋ ଗାଁ ମାଡି ଚାଲିଛି....
ଭାଈ ମୋ ଗାଁ ମାଡି ଚାଲିଛି ।

Ganesh Medha at Deogaon Market (in front of Kushaleswar Temple), Deogaon.
25/08/2017

Ganesh Medha at Deogaon Market (in front of Kushaleswar Temple), Deogaon.

Ganesh Medha at Kumbhar Sai Chhak, Deogaon.
25/08/2017

Ganesh Medha at Kumbhar Sai Chhak, Deogaon.

Address

Deogaon
758025

Website

Alerts

Be the first to know and let us send you an email when Deogaon, Kushaleswar posts news and promotions. Your email address will not be used for any other purpose, and you can unsubscribe at any time.

Share

Category