04/05/2025
*କୁରୁକ୍ଷେତ୍ର ଯୁଦ୍ଧ ସରିବାପରେ ଥରେ ପାଞ୍ଚଭାଇ ଶ୍ରୀକୃଷ୍ଣ ଙ୍କୁ ପଚାରିଲେ।*
ପ୍ରଭୁ ଏ ଦ୍ବାପର ଯୁଗପରେ ଯେଉଁ କଳିଯୁଗ ଆସିବ, ସେତେବେଳେ ସମାଜର ବ୍ୟକ୍ତି ବିଶେଷଙ୍କର ସ୍ବଭାବ କେମିତି ରହିବ ??
👉🏻କୃଷ୍ଣ ଭଗବାନ ପାଞ୍ଚ ଭାଇଙ୍କୁ କହିଲେ ତୁମେମାନେ କିଛି ସମୟ ପାଇଁ ବାହାରେ ବୁଲିକି ଆସ, ଯିଏ ଯାହା ଦେଖିବ, ମୋତେ ଆସି କୁହ ତା ପରେ ମୁଁ ତୁମର ପ୍ରଶ୍ନର ଉତ୍ତର ଦେବି ।
ପ୍ରଥମେ ଯୁଧିଷ୍ଠିର କହିଲେ ମୁଁ ଗୋଟିଏ ହାତୀ ଦେଖିଲି ତାର ଦୁଇଟି ଶୁଣ୍ଡ।
ଭୀମ କହିଲେ ମୁଁ ଏମିତି ଏକ ଶାଗୁଣା ଦେଖିଲି ଯାହାର ଦୁଇ ଡେଣାରେ ବେଦ ଲେଖା ଯାଇଛି ହେଲେ ସେ ଶବକୁ ଆନନ୍ଦରେ ଖାଉଛି।
ଅର୍ଜୁନ କହିଲେ ମୁଁ ଏକ ଗାଈ ଦେଖିଲି ଯିଏ ତାର ଛୁଆକୁ ଚାଟିଚାଟି ରକ୍ତାକ୍ତ କରି ଦେଉଛି ।
ନକୁଳ କହିଲେ ମୁଁ ଏପରି ଏକ ଦୃଶ୍ୟ ଦେଖିଲି, ସାତଟି କୂଅ ଅଛି ହେଲେ ସେଥିରୁ ଗୋଟିଏ କୂଅ ଶୁଖିଲା ପଡିଛି , ଏ ଛଅଟି କୂଅରୁ ପାଣି ସେ କୂଅ ଭିତରକୁ ଯାଉନାହିଁ।
ଶେଷରେ ସହଦେବ କହିଲେ ମୁଁ ଦେଖିଲି ପାହାଡ ଉପରୁ ବିରାଟ ପଥର ଖଣ୍ଡଟିଏ ଖସିଲା, ବଡ ବଡ ବୃକ୍ଷ ସବୁକୁ ଭାଙ୍ଗି ତଳକୁ ଖସୁଥାଏ ହଠାତ୍ ଗୋଟିଏ ଛୋଟିଆ ଦୁବ ଘାସ ତାକୁ ଅଟକାଇ ଦେଲା।
*ଭଗବାନ ଶ୍ରୀକୃଷ୍ଣ ଏ ପାଞ୍ଚଟି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ*।
ଯୁଧିଷ୍ଠିରଙ୍କ ଦୃଶ୍ୟ ଥିଲା ଗୋଟିଏ ହାତୀର ଦୁଇଟି ଶୁଣ୍ଢ। ତାର ଅର୍ଥ ହେଉଛି, କଳିଯୁଗରେ ପ୍ରତ୍ୟେକ ମଣିଷ ଯେଉଁ କଥା କହିବେ; କାର୍ଯ୍ୟରେ ତାର ଓଲଟା କରିବେ। ତେଣୁ ପ୍ରତ୍ୟେକ ଲୋକର ଦୁଇଟା ମୁହଁ ହେବ।
ଭୀମ ଦେଖିଥିବା ଦୃଶ୍ୟ ଶାଗୁଣା ପରରେ ବେଦ ଲେଖା ହୋଇଥିଲା ସେ ଶବ ଉପରେ ବସି ପଚାମାଂସ ଖାଉଥିଲା ତାର ଅର୍ଥ ଠାକୁର କହିଲେ ଯେ କଳି ଯୁଗରେ ଯେଉଁମାନେ ମୁଖରେ ବେଦ ପଢ଼ୁଥିବେ, ସେମାନେ ମାଂସ ମଧ୍ୟ ଖାଉଥିବେ।
ଅର୍ଜୁନ ଦେଖିଥିଲେ ଗୋଟିଏ ଗାଈ ତା ବାଛୁରୀକୁ ଚାଟି ରକ୍ତାକ୍ତ କରିଦେଉଛି। ତାର ଅର୍ଥ କଳିଯୁଗରେ ପ୍ରତ୍ୟେକ ପିତାମାତା ତାଙ୍କର ସନ୍ତାନ ମାନଙ୍କୁ ଯେତିକି ଲାଳନପାଳନ କରିବା କଥା ତାର ଦଶଗୁଣ ଲାଳନପାଳନ କରି ପିଲାଙ୍କୁ ଅମଣିଷ କରିଦେବେ ।
ନକୁଳ ଦେଖିଥିଲେ ସାତଟି କୂଅରୁ ଛଅଟିରେ ଜଳ ପୂର୍ଣ୍ଣଥିଲା ବେଳେ ଗୋଟିଏ ଶୁଖିଲା ପଡିଥିଲା।
ତାର ଅର୍ଥ ସାତ ଭାଇ ମଧ୍ୟରୁ ଛଅଟି ଭାଇ କୋଠାବାଡି କରି ଭଲରେ ଥିଲେବି, ଗୋଟିଏ ଗରିବ ଭାଇକୁ ଅନେଁଇବେ ନାହିଁ। ବରଂ ପରକୁ ଦେବେ ହେଲେ ଭାଇକୁ ଦେବେ ନାହିଁ।
ଶେଷରେ ସହଦେବ ଦେଖିଥିଲେ ଗୋଟିଏ ପାହାଡରୁ ବିରାଟ ପଥର ଖଣ୍ଡ ଖସି ବଡବଡ ଗଛକୁ ଭାଙ୍ଗି ଦେଉଥିଲା ବେଳେ ଗୋଟିଏ ଦୁବ ଘାସ ତାକୁ ଅଟକାଇ ଦେଲା।
ତାର ଅର୍ଥ , ଯେ କଳିଯୁଗରେ ମହାପାପୀ ହୋଇ ଥିଲେବି, ବଡ ପାପ କରିଥିଲେବି ଥରୁଟିଏ *ରାମ* ନାମରେ ମଧ୍ୟ ସେ ପାପକୁ ଖଣ୍ଡନ କରି ପାରିବ।
*କଳିଯୁଗର ସମୟ କେତେ ଭୟଙ୍କର ହେବ। ଯାହା ଆଜିର ସମୟରେ ଦେଖିବାକୁ ମିଳୁଛି।*