SCART TV

SCART TV କଳା, ସାହିତ୍ୟ, ସଂସ୍କୃତି, ସର୍ବ ଧର୍ମ ସମନ୍ୱୟ ଓ ସମ୍ବାଦର ପ୍ରଚାର ଓ ପ୍ରସାର ଆମର ମୁଖ୍ୟ ଲକ୍ଷ୍ୟ

21/08/2026

*🙏ସତ୍ୟ ସନ୍ଦେଶ 🙏*
*********************************
**ପରମାତ୍ମା ସତ୍ୟ ସ୍ୱରୂପ ଅଟନ୍ତି। ଯେଉଁଠାରେ ସତ୍ୟ ଥାଏ ସେଠାରେ ନିର୍ଭୟତା ବିରାଜିତ ହୋଇଥାଏ। ସତ୍ୟ ମାନବ ଜୀବନର ପରମ ଲକ୍ଷ୍ୟ ଓ ପରମ ସାଧନା ମଧ୍ୟ। ଅତଏବ ସତ୍ୟର ବ୍ୟବହାର କରିବା ଉଚିତ୍। ବିଚାରରେ ସତ୍ୟ, ବ୍ୟବହାରରେ ସତ୍ୟ, କ୍ରିୟାରେ ସତ୍ୟ ଓ ବାଣୀରେ ସତ୍ୟ- ସବୁଠାରେ ସତ୍ୟର ବ୍ୟବହାର କର।*

**ସତ୍ୟ ଦ୍ୱାରା ମୋର କେବେ କ୍ଷତି ହୋଇଯିବ, ଏଭଳି ନକାରାତ୍ମକ ବିଚାର ସର୍ବଦା ବର୍ଜନୀୟ। ସତ୍ୟ କେବେ ହାନୀକାରକ ହୋଇ ନ ଥାଏ। ଅସତ୍ୟ ଦ୍ୱାରା ଆବୃତ ହୋଇଥିବା ବୁଦ୍ଧି ବେଳେ ବେଳେ ସତ୍ୟ ଉପରେ ସନ୍ଦେହ ପ୍ରକାଶ କରିଥାଏ। ସତ୍ୟର ଆଚରଣ କଲେ ଏଭଳି ମଳିନ ବୁଦ୍ଧି ମଧ୍ୟ ଶୁଦ୍ଧ ହୋଇଯାଏ। ସତ୍ୟ ଅତୀବ ସୁନ୍ଦର, ଯାହା କି ସମସ୍ତଙ୍କର କଲ୍ୟାଣକାରୀ। ତେଣୁ ଏଥିରୁ ପ୍ରମାଣିତ ହେଲା ଯେ ସତ୍ୟ କେବେ କଲ୍ୟାଣର ବିରୋଧୀ ହୋଇ ପାରିବ ନାହିଁ। ଯେଉଁ କଥାରେ ଅକଲ୍ୟାଣ ଲୁଚି ରହିଥାଏ, ତାହା କଦାପି ସତ୍ୟ ହୋଇ ନ ପାରେ।*

**ଯାହାର ମନରେ ସତ୍ୟ ବିରାଜମାନ ଥାଏ, ସେଠାରେ ସାକ୍ଷାତ ଈଶ୍ଵର ବିରାଜମାନ ହୁଅନ୍ତି। ଯାହାର ବାଣୀରେ ସତ୍ୟତା ଥାଏ, ତାହା ଦୈବୀ ବାଣୀ ସଦୃଶ ହୋଇଥାଏ। ଯାହାର ବ୍ୟବହାରରେ ସତ୍ୟତା ଥାଏ, ସେ ସମସ୍ତଙ୍କୁ ସତ୍ୟପଥରେ ପ୍ରେରିତ କରିଥାଏ।*

**ସତ୍ୟର ଧ୍ୟାନ ଦ୍ୱାରା, ସତ୍ୟ ସଂକଳ୍ପ ଦ୍ୱାରା, ସତ୍ୟର ମନନ ଦ୍ୱାରା, ସତ୍ୟର ଅନୁସନ୍ଧାନ କରିବାଦ୍ୱାରା, ସତ୍ୟର ପ୍ରୟୋଗ ଦ୍ଵାରା, ସତ୍ୟ ବଚନ କହିବା ଦ୍ୱାରା, ସତ୍ୟ ପ୍ରତି ସ୍ଵତଃ ଶ୍ରଦ୍ଧା ଜାଗ୍ରତ ହୋଇଥାଏ। ସତ୍ୟର ବ୍ୟବହାର କରିବାଦ୍ୱାରା ମୃତ୍ୟୁକୁ ମଧ୍ୟ ଭୟ ହୁଏନାହିଁ। ଆମେ ପିଲାବେଳେ ପ୍ରାର୍ଥନା କରୁଥିଲେ, "ସତ କହିବାକୁ କିମ୍ପା ଡରିବି , ସତ କହି ପଛେ ମଲେ ମରିବି। ସତ୍ୟବାଦୀ ହରିଶ୍ଚନ୍ଦ୍ର, ଯୁଧିଷ୍ଠିର ପ୍ରଭୃତି ମହାନୁଭବ ମାନଙ୍କର ଯଶ ଗାନ ଆଜି ମଧ୍ୟ ଲୋକ ମୁଖରେ ମୁଖରିତ। ସତ୍ୟ ମଣିଷର ପ୍ରକୃତ ରକ୍ଷା କବଚ। ସତ୍ୟ ବହୁବାର କଷ୍ଟର ସମ୍ମୁଖୀନ ହେଲେ ମଧ୍ୟ କେବେ ପରାଜିତ ହୋଇ ନ ଥାଏ।ତେଣୁ ଧର୍ମର ଦଶ ଲକ୍ଷଣ ଭିତରେ ସତ୍ୟର ସ୍ଵତନ୍ତ୍ର ସ୍ଥାନ ରହିଛି। ସନ୍ଥ ତୁଳସୀଙ୍କ ଭାଷାରେ {ଧରମ ନ ଦୂସର ସତ୍ୟ ସମାନା} ଅର୍ଥାତ୍ ସତ୍ୟ ସମାନ ଧର୍ମ ଆଉ ନାହିଁ, ତେଣୁ ଭକ୍ତଟି ପରମାତ୍ମାଙ୍କୁ ପ୍ରାର୍ଥନା କରିଥାଏ।*

**ସତ୍ୟପଥେ ଧର୍ମପଥେ ଘେନିଯାଅ ମୋତେ।*
*ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ।*
*ଓଁ ନିରାକାର ପରଂବ୍ରହ୍ମ ଅଦୃଶ୍ୟ ଶକ୍ତି ଭଗବାନ* * *ବିଶ୍ୱ ଦେବ ସମାଜ*

Address

Telengapentha
Cuttack
754001

Alerts

Be the first to know and let us send you an email when SCART TV posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share