16/11/2025
ଚଳିତ ୨୦୨୫ ମସିହାର ପାର୍ବଣ ଋତୁରେ ପଡ଼ିଲା ଯବନିକା🙏
ଖାନନଗର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଖାନନଗର ଗ୍ରାମରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଠାରୁ ମା ଦୁର୍ଗା,ମା ଗଜଲକ୍ଷ୍ମୀ, ମା ଶ୍ୟାମାକାଳୀ ଓ ଶ୍ରୀ କାର୍ତ୍ତିକେଶ୍ୱର ପୂଜା ଓ ଭସାଣୀ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ମହାଆଡ଼ମ୍ବରରେ ସମ୍ପନ୍ନ ହୋଇଛି।
ଆଉ ନା ଖଡ଼ମାରେ ନଡ଼ା ବନ୍ଧା ହେବ ନା ଚେଚିସ୍ ମରାମତି ହୋଇ ରାସ୍ତା ରେ ମେଢ଼ ନେଇ ବାହାରିବ, ଆଉ ନା ହିଁ ବାଜିବ ଆସୁଛି ଆମ ସାହି ମେଢ଼ ଆସୁଛି🙂
ଆଉ ଏବେ ବର୍ଷେ ଯାଏଁ ମାଦଳ,ବଲାଙ୍ଗୀର ଘଣ୍ଟ ଏବଂ ବିଭିନ୍ନ ବାଜା ନାଚ ରୋଷଣୀ ତାଳେ ତାଳେ ଗାମୁଛା ପକେଇ ନାଚିବେନି ସାହି ଟୋକା ମାନେ😊
ପିଣ୍ଡ ରେ ପ୍ରାଣ ଥିଲେ ପୁଣି ଆର ବର୍ଷ ମାର୍କେଟ ଘୋ ଘା କରିବାକୁ ମଇଦାନରେ ଓହ୍ଲେଇବୁ 😍
*ଜୟ ଜଗନ୍ନାଥ🙏*
*ଜୟ ମା କଟକ ଚଣ୍ଡୀ🙏*
*ଜୟ ବାବା ପଞ୍ଚମୁଖୀ ମହାବୀର 🙏*
*ଜୟ ମା ରଣା ମା 🙏*
*ଖାନନଗର, କଟକ -୨୦୨୫ 🚩*
fans