Shree Radhe Radhe

Directions

Shree Radhe Radhe ହରେ ରାମ ହରେ ରାମ ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ........

02/12/2023
02/12/2023

#କଳି_ଚଉତିଶା🌹🌹 (ଭାଗ-୪)
*************✍️✍️ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଦାସ

ଗୁରୁ ଦେବ ଶ୍ରୀଅଚ୍ୟୁତାନନ୍ଦ ଓ ଶିଷ୍ୟ ରାମ ଦାସ ମଧ୍ୟରେ କଥୋପୋକଥନ ମହାପୁରଷ ବିରଚିତ ,ଓଡ଼ିଆ ବର୍ଣ୍ଣ କ, ଖ, ଗ, ଘ.......ରୁ ଆରମ୍ଭ କରି ପଦ ବା ପଂକ୍ତି ଶେଷ କରିବା ଏକ ଅଦ୍ଭୁତ ସମନୟ ଯାହା... ନିମ୍ନୋକ୍ତ ପଙ୍କ୍ତି ରେ କହିଛନ୍ତି:-

ତପ ଜପ ଧର୍ମ ଛାଡ଼ିବେ ନର
ତର୍କେ ପାଷାଣ୍ଡେ ମାତିବେ ଅପାର ।
ତଥ୍ୟ ବଚନ ନିନ୍ଦିବେ ଅସୁର
ତର୍କ ପଣରେ ସାଧି ଅହଂକାର ।
ତୁଟି ଯିବ ସତ୍ୟ
ତିମିର ଆଦିତ୍ୟେ ଢାଙ୍କି ରହିବ ।୧୬।

ଥୟେ ନ ରହିବ କାହାରି ମନ
ଥିଲା ଲୋକ ମାନେ କରିବେ ଟାଣ ।
ଥିବିର ପରାୟେ କହିବେ ଜ୍ଞାନ
ଥିଲା ଲୋକ ଧନ ହେବ ଉଭାନ ।
ଥୟ ଯେ ନୋହିବ
ଥିଲା ନଥିଲା ସମସରି ହେବ ।୧୭।

ଦୟା ଧର୍ମ ପାଦ ରହିବ ନାହିଁ
ଦୁସ୍ଥ କାନ୍ତାର ଯେ ଘୋଟିବ ମହୀ ।
ଦଇବେ ସତ୍ୟ ନ ଶୁଣିବେ କେହି
ଦେବତା ବ୍ରାହ୍ମଣ ଅପୂଜା ରହି ।
ଦୁସ୍ତର ପଡିବ
ଦୁଇ ପ୍ରହରରେ ଶୃଗାଳ ରଡ଼ିବ ।୧୮।

ଧୁନି ଧାରଣା ଟଳିଯିବ ଯୋଗ
ଧ୍ରୁବ ମଣ୍ଡଳ ଯେ ନିମୁଣ୍ଡା ହେବ ।
ଧରିବେ ନାହିଁ ସତ୍ୟ ପଥେ ମାନ
ଧୂମ ଦିଶୁଥିବ ଚତୁର୍ଦ୍ଦିଗେଣ ।
ଧରଣୀର ଭାର
ଧରିବେ ପ୍ରଭୁ କଳ୍କୀ ଅବତାର ।୧୯।

🚩 ଜୟ ଶ୍ରୀ ଗୁରୁ ଅଚ୍ୟୁତ ଶରଣମ 🚩

କ୍ରମଶଃ..........

02/12/2023

ମା ଶାରଳା ଠାକୁରାଣୀଙ୍କ ସକାଳ ମଙ୍ଗଳ ଆଳତି ଓ ସ୍ନାନ ମାଜଣା ଶେଷ ହୋଇ ବେଶ ଶେଷ ହେଲା ପରେ ମା ଙ୍କ ସୂର୍ଯ୍ୟ ପୂଜା ନୀତି ଅନୁଷ୍ଠିତ ହୋଇଥାଏ ।।

02/12/2023

ଆଜିର ଦର୍ଶନ ❤️

Address

Odisha
Cuttack
754207

Website

Alerts

Be the first to know and let us send you an email when Shree Radhe Radhe posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category