14/08/2026
କଟକରେ ଗୋଟିଏ ଦିନରେ ଦୁଇ ଦୁଇଟି ଦୁଷ୍କର୍ମ ଘଟଣାକୁ ନେଇ ହିନ୍ଦୁ ସେନା ଆନ୍ଦୋଳନକୁ ଓହ୍ଲାଇଛି। ଏଭଳି ଜଘନ୍ୟ ଅପରାଧ ଗୁଡିକର ଅଧିକାଂଶ ସମୟରେ ସଠିକ୍ ଭାବେ ତଦନ୍ତ ଓ ଚାର୍ଜସିଟ୍ ହେଉନଥିଵା ହିନ୍ଦୁ ସେନା ଅଭିଯୋଗ କରିଛି। ଏହି କାରଣରୁ ଦୁଷ୍କର୍ମକାରୀ ଖସି ଯାଉଥିବା କିମ୍ବା ଜମ ଦଣ୍ଡ ପାଉଥିବା ଦେଖାଯାଉଛି। ଏଭଳି ଵ୍ୟଵସ୍ଥା ଯୋଗୁଁ ଅସାମାଜିକ ତତ୍ତ୍ଵ ଦୁଷ୍କର୍ମ ଭଳି ଘଟଣା ଘଟାଇବାକୁ ସାହସ ପାଉଛନ୍ତି ବୋଲି କହିଛି ହିନ୍ଦୁସେନା। ଦୁଷ୍କର୍ମକାରୀଙ୍କ ବିରୋଧରେ ସଠିକ୍ ତଦନ୍ତ କରି ସେମାନେ କିଭଳି ମୃତ୍ୟୁଦଣ୍ଡ ପାଇବେ ସେ ନେଇ ପୋଲିସ ଜତ୍ନଵାନ ହେଵା ଆବଶ୍ୟକ ବୋଲି ହିନ୍ଦୁ ସେନା କହିଛି। ଗ୍ରାମାଞ୍ଚଳ ପୋଲିସ ତତ୍ପରତା ଦେଖାଇ ନିଶ୍ଚିନ୍ତକୋଇଲି ଘଟଣାରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଵାରୁ ସେନା ପୋଲିସକୁ ଧନ୍ୟବାଦ ଜଣାଇଛି। ମାତ୍ର ଏଭଳି ଘଟଣା ବାରମ୍ବାର ଘଟିଵା ଵିଗୁଡୁଥିଵା ଆଇନ ଶୃଙ୍ଖଳା ପରିସ୍ଥିତି ଆଡକୁ ଇସାରା କରୁଛି ବୋଲି ହିନ୍ଦୁସେନା ଅଭିଯୋଗ କରିଛି। ଏଭଳି ଘଟଣାର ପୁନରାବୃତ୍ତି ନହେଵା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଵା ଦାଵି କରି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି।
ଵାଇଟ: ଲୋପାମୁଦ୍ରା ଷଡ଼ଙ୍ଗୀ, ସଭାନେତ୍ରୀ, ହିନ୍ଦୁ ସେନା ମହିଳା ଶାଖା,କଟକ
ଵାଇଟ: ଦେବାଶିଷ ରାଉତ, ରାଜ୍ୟ ସଭାପତି, ହିନ୍ଦୁ ସେନା
ବାଇଟ - ସୌମିତ୍ର ଲେଙ୍କା, ରାଜ୍ୟ ସଂପାଦକ, ହିନ୍ଦୁସେନା