23/05/2024
ଆଜି #ବଗେଇବିରା କଜଲି ବିଜଲି ପାହାଡ଼ ଠାରେ #ନାଗାର୍ଜୁନ ବୁଦ୍ଧବିହାର କମିଟି ତରଫରୁ ମହାମାନବ ଗୌତମ ବୁଦ୍ଧଙ୍କ ୨୫୬୮ବ ତ୍ରିବିଧ ବୁଦ୍ଧ ପୁର୍ଣିମାର ପାବନ ଅବସରରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀର କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ବୁଦ୍ଧ ପ୍ରେମୀ ମାନେ ଏବଂ ବଗେଇବିରା ଗ୍ରାମବାସୀ ମାନେ ବହୁତ ମାତ୍ରାରେ ଯୋଗଦେଇଥିଲେ । ଗୌତମ ବୁଦ୍ଧଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ବୁଦ୍ଧଙ୍କର ବିଚାର ବିଷୟରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ଶେଷରେ ସହଭୋଜନ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପ୍ରଜ୍ଞା, ଶୀଳ,କରୁଣାର ପ୍ରତୀକ ବିଶ୍ବ ଶାନ୍ତିଦୂତ,ଏସିଆ ର ଆଲୋକ, ଗଣତାନ୍ତ୍ରିକ ସମତାପୂର୍ଣ୍ଣ ବ୍ଯବସ୍ଥାର ମୂଳ,ଯୁକ୍ତିସିଦ୍ଧ, ବିଜ୍ଞାନ ଭିତ୍ତିକ ମାନସିକତା ସହ ସମତା, ଭାତୃତ୍ବ, ନ୍ଯାୟ, ସ୍ବତନ୍ତ୍ରତା ଓ ମୌଳିକ ଜୀବନଶୈଳୀ ର କଥାକହେ ବୁଦ୍ଧଦର୍ଶନ । ନାଗାର୍ଜୁନ ବୁଦ୍ଧବିହାର କମିଟୀ ବଗେଇବିରା ବରଗଡ଼ର ସଭାପତି ଧିମାନ୍ #ପୁରନ୍ଦର ଭୋସାଗରଙ୍କର ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅତିଥି ଶିକ୍ଷାବିତ #ଗୋପବନ୍ଧୁ ପୁରୋହିତ, ସମ୍ବାଦ ଖବର କାଗଜର ଜିଲ୍ଲା ପ୍ରତିନିଧି #ବିଶ୍ୱନାଥ ଦାଶ, ବକ୍ତା #ବିକ୍ରମ ଛତର, ବକ୍ତା #ବଳିଷ୍ଠ ତାଣ୍ଡି ଯୋଗ ଦେଇ ଥିଲେ । ନାଗାର୍ଜୁନ ବୁଦ୍ଧବିହାର କମିଟି ର ଯୁଧିଷ୍ଠିର ବିଭାର, ବାଳମୁକୁନ୍ଦ ଜଗଦଳ୍ଲା, କମଲ ତାଣ୍ଡି, ସୁରେନ୍ଦ୍ର ତାଣ୍ଡି, ଆଶିଷ କୁମାର ସୁନା, ଭାବେନ୍ଦ୍ର ବିଭାର, ତପନ ଦରଦ ମେଘ, ବସନ୍ତ କୁମ୍ଭାର, ଆଶୁତୋଷ ଛତର, ବିକାଶ ବାଗ, ଅଭୟ ସାମଲ, ଅନ୍ତର୍ଯ୍ୟାମୀ ଗଡତିଆ, ଦିଲ୍ଲୀପ ନାଗ, ବିମଳ ନାଗ,ଧରମବିର କୁଅଁର,କାର୍ତ୍ତିକ ଦୀପ,ବୈକୁଣ୍ଠ ଜାଲ, ଅଚ୍ୟୁତ ସର, ସଂଜୀବ ସୁନା, ପରେଶ ଚନ୍ଦ୍ର ବେହେରା, ଫକୀର, ବିକ୍ରମ ବାଗ, ବାବଲୁ ବିଭାର, ଉଦ୍ଧବ ମହାନନ୍ଦ, ଗୁରୁଚରଣ ହରିପାଲ, ଏବଂ କମିଟୀର ସମସ୍ତ ସଦସ୍ଯ ମାନେ ଓ ବଗେଇବିରା ଗ୍ରାମବାସୀ ତଥା ଅଞ୍ଚଳର ଅନେକ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସଭାକୁ #ଆଶିଷ କୁମାର ସୁନା ପରିଚାଲନା କରିଥିଲେ ଏବଂ ସମ୍ପାଦକ #ଅବିନାଶ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।