Mahaprasad Home Delivery

Mahaprasad Home Delivery Om Sri Sri Ananta Basudevay Namah

Chanting"Om Namo Narayanaya" (ॐ नमो नारायणा) mantra gives multiple benefits: Eliminates anger, ego, and ignorance, bring...
30/08/2025

Chanting"Om Namo Narayanaya" (ॐ नमो नारायणा) mantra gives multiple benefits:

Eliminates anger, ego, and ignorance, bringing tranquility and happiness.

May bring material prosperity, success, and good health.

Removes obstacles, creates harmony, and builds self-confidence.

Creates a protective shield against negative energies and spirits.

To invoke the blessings of Lord Vishnu for a peaceful and blissful life.

So keep on Chanting...

Order for Mahaprasad delivery of Ananta Basudev & Sri Lingaraja at 7978202503.
Jay Jagannath

Jay Jagannath 🙏Jagannath Swami Nayan Pathagami Bhaba Tume 🙏🙏🙏Call at 079782 02503 for Anata Basudev Prasad Delivery at H...
11/10/2024

Jay Jagannath 🙏

Jagannath Swami Nayan Pathagami Bhaba Tume 🙏🙏🙏

Call at 079782 02503 for Anata Basudev Prasad Delivery at Home.

SRI ALARNATH DEVAfter Snana Yatra when devotees of Sri Mandir are not allowed to see the central icon of lord Jagannath ...
26/06/2024

SRI ALARNATH DEV

After Snana Yatra when devotees of Sri Mandir are not allowed to see the central icon of lord Jagannath in Puri. The period is popularly known as Anasara or 'Anavasara.
Lord Jagannath during this time manifests as Alarnath Dev, at the Alarnath Mandir in Brahmagiri.

It is considered one among the 108 Abhimana Kshethram of Vaishnavate tradition. Lord Alarnath is a four-armed Vishnu deity. At His feet kneels Garuda, hands folded in prayer. The Lord’s consorts Sri and Bhu also accompany Him. The temple also contains small Deities of Lord Krishna’s queens Rukmini and Satyabhama.

Jay Jagannath 🙏🙏

Order for Mahaprasad Home Delivery of Sri Ananta Basudev at 079782 02503

IMPORTANCE OF AKSHAYA TRITHIYA:Akshaya Tritiya is the birthday of Parasurama, the sixth avatar of the god Vishnu also an...
09/05/2024

IMPORTANCE OF AKSHAYA TRITHIYA:

Akshaya Tritiya is the birthday of Parasurama, the sixth avatar of the god Vishnu also another event during the visit of numerous sages, including the sage Durvasa during the exile forest period of pandava, princes Draupadi got famished due to the lack of food, and was pained because she could not extend the customary hospitality to guests. So she was gifted a Patra by lord Surya with the help of Yudhishthir which would remain full till Draupadi served all of the guests.

ORDER FOR "MAHAPRASAD HOME DELIVERY" OF SRI ANANTA BASUDEB & LINGARAJ AT 079782 02503

Jay Patitapaban🙏Some beautiful glimpses of Sri Patitapaban.Order for Mahaprasad Home Delivery of Sri Ananta Basudev @ 79...
09/02/2024

Jay Patitapaban🙏
Some beautiful glimpses of Sri Patitapaban.
Order for Mahaprasad Home Delivery of Sri Ananta Basudev @ 7978202503..

Now order for Mahaprasad Home Delivery of Sri Ananta Basudev & Lingaraja at 7978202503.Dev Uthani Ekadashi marks the awa...
24/11/2023

Now order for Mahaprasad Home Delivery of Sri Ananta Basudev & Lingaraja at 7978202503.

Dev Uthani Ekadashi marks the awakening of Lord Vishnu after a four-month period of sleep. This auspicious day is dedicated to the worship of Lord Vishnu and Lord Krishna. Devotees observe a fast on this day. This is also known as Prabodhini Ekadashi, Dev Uthani Ekadashi is considered one of the biggest Ekadashi and is celebrated across the country in various ways.

Observing Ekadashi vrata pleases the Supreme Personality of Godhead and by its regular observance, one makes advancement in Krishna consciousness. In the Brahma-vaivarta Purana it is said that one who observes fasting on Ekadashi day is freed from all kinds of reactions to sinful activities and advances in pious life.

(Source: Google)

Jay Jagannath 🙏Order for Mahaprasad Home Delivery of Sri Ananta Basudev at 079782 02503
06/11/2023

Jay Jagannath 🙏
Order for Mahaprasad Home Delivery of Sri Ananta Basudev at 079782 02503

*ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ*ଶ୍ରୀମନ୍ଦିରରେ ଥିବା ବିଭିନ୍ନ ଷୋଡ଼ଶ ମଣ୍ଡପ ସବୁ ହେଲା :- ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ...
10/08/2023

*ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ*

ଶ୍ରୀମନ୍ଦିରରେ ଥିବା ବିଭିନ୍ନ ଷୋଡ଼ଶ ମଣ୍ଡପ ସବୁ ହେଲା :-
ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମୁକ୍ତି ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ରତ୍ନ ମଣ୍ଡପ (ରତ୍ନ ବେଦୀ), ଦୋଳ ମଣ୍ଡପ (ଦୋଳ ବେଦୀ) ଓ ଯଜ୍ଞ ମଣ୍ଡପ ।

(୧) ରତ୍ନ ମଣ୍ଡପ :-
ଶ୍ରୀମନ୍ଦିରରେ ଚାରି ବିଗ୍ରହ ବର୍ଷସାରା ଯେଉଁଠାରେ ବିଜେ କରିଥାନ୍ତି ତାହାକୁ ରତ୍ନ ମଣ୍ଡପ କୁହାଯାଏ । ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ । ଯେଉଁଥିରେ କି ଶ୍ରୀବଳଭଦ୍ର, ଦେବୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖ ପୂର୍ବକ ଅବସ୍ଥାନ କରିଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ସୁଦର୍ଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି । ଏହି ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ । ଏହାକୁ ରତ୍ନ ବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ । ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ଯନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି ।

(୨) ଦେବସଭା ମଣ୍ଡପ :-
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନମ୍ବର ୩୦ରେ ଦେବସଭା ମଣ୍ଡପ ଅବସ୍ଥିତ । ମୂଖ୍ଯ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଛି । ଏହା ଦେବସଭା ମଣ୍ଡପ ନାମରେ କଥିତ । ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଧରେ ଏହି ସ୍ଥାନରେ ଦେବତାମାନେ ସେମାନଙ୍କର ସଭା କରିଥାନ୍ତି ।

(୩) ସ୍ନାନ ମଣ୍ଡପ ମଣ୍ଡପ :-
ଶ୍ରୀମନ୍ଦିର ବାହାର ବେଢାସ୍ଥିତ ଆନନ୍ଦ ବଜାର ପରିସରରେ ସ୍ନାନ ମଣ୍ଡପ ବା ସ୍ନାନ ବେଦୀ ଅବସ୍ଥିତ। ମଣ୍ଡପଟି ପୂର୍ବାଭିମୁଖୀ। ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନଂ୧୪୮ରେ ଏହି ମଣ୍ଡପଟି ରହିଛି । ବଉଳମାଳା ପ୍ରସ୍ତରରେ ନିର୍ମିତ ଏହି ମଣ୍ଡପର ଦୈର୍ଘ୍ଯ ଓ ପ୍ରସ୍ଥ ଉଭୟ ୭୫ ଫୁଟ୍ । ମଣ୍ଡପ ଉପରକୁ ଉପରକୁ ଯିବା ପାଇଁ ଉଭୟ ଦକ୍ଷିଣ ଓ ଉତ୍ତର ପାର୍ଶରେ ପ୍ରସ୍ତର ପାହାଚ ରହିଛି। ମଣ୍ଡପରେ ଏକ ସିଂହାସନ ଓ ତିନୋଟି ଚକା ସ୍ଥାପିତ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ବିଗ୍ରହ ରତ୍ନ ସିଂହାସନରୁ ଏହି ମଣ୍ଡପ ବା ବେଦୀରେ ବିରାଜମାନ କରିଥାନ୍ତି। ମଣ୍ଡପ ଉପରେ ଶ୍ରୀବିଗ୍ରହମାନେ ବିରାଜମାନ କରିଥିବା ସମୟରେ ସମୁଦାୟ ୧୦୮ ଗରା ସଂସ୍କାରିତ ଚନ୍ଦନ, କର୍ପୂର, କେଶରାଦି ମିଶ୍ରିତ ଜଳରେ ସ୍ନାନ କରିଥାନ୍ତି। ଏହି ମଣ୍ଡପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ବେଶ ହୋଇଥାଏ।

(୪) ଗୁଣ୍ଡିଚା ମଣ୍ଡପ ମଣ୍ଡପ :-
ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଗୁଣ୍ଡିଚା ମଣ୍ଡପର ପବିତ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି :-
ଗୁଣ୍ଡିଚାମଣ୍ଡପଂ ନାମ ଯାତ୍ରାହମଜନଂ ପୁରା |
ଅଶ୍ୱମେଧସହସ୍ରସ୍ଯ ମହାବେଦୀ ତଦାଭବତ୍ |
ତସ୍ୟାଃ ପୁଣ୍ଯମତଂ ସ୍ଥାନଂ ପୃଥିବ୍ଯା ନେହ ବିଦ୍ୟତେ ||
ଏହି ମଣ୍ଡପକୁ ଯଜ୍ଞବେଦୀ, ମହାବେଦୀ, ଆଡ଼ପ ମଣ୍ଡପ, ରାସ ମଣ୍ଡପ, ଆଟୋପ ମଣ୍ଡପ ଇତ୍ଯାଦି ନାମରେ ଉଲ୍ଲେଖ କରାଯାଇଛି । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଗୁଣ୍ଡିଚା ମଣ୍ଡପଟି କାଷ୍ଠ ମଣ୍ଡପ ଥିଲା। ଗଙ୍ଗ ବଂଶର ରାଜା ନରସିଂହ ଦେବ(୨ୟ) (ଖ୍ରୀ.୧୨୭୮-୧୩୦୬)ଙ୍କ ରାଜତ୍ୱ ସମୟରେ ପଥର ମଣ୍ଡପ ନିର୍ମାଣ କରାଯାଇଥିଲା। ଗୁଣ୍ଡିଚା ଘର ଗର୍ଭ ଗୃହରେ ପ୍ରତିଷ୍ଠିତ ମଣ୍ଡପ ବା ସିଂହାସନଟି କଳା ମୁଗୁନି ପ୍ରସ୍ତରରେ ନିର୍ମିତ । ଏହି ମଣ୍ଡପର ଉଚ୍ଚତା ୪ଫୁଟ୍ ଏବଂ ଲମ୍ବ ୧୯ଫୁଟ୍ ବିଶିଷ୍ଟ।

ଶରଧାବାଲିରେ ଦାରୁଦିଅଁ ରଥରୁ ଓହ୍ଲାଇ ଯେଉଁ ମଣ୍ଡପରେ ବିଜେ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । ଆଡ଼ପ ମଣ୍ଡପ ପଛ ଭାଗରେ ଶ୍ରୀନୃସିଂହଙ୍କ ପ୍ରତିଷ୍ଠା କରି ମହାରାଜା ଇନ୍ଦ୍ରଦ୍ୟୁମ୍ନନ ଯେଉଁ ଅଶ୍ୱମେଧ ଯଜ୍ଞ କରିଥଲେ ସେହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼ କରି ଏହି ମଣ୍ଡପ ଅବସ୍ଥିତ ଥିଲା । ବର୍ତ୍ତମାନ ମଧ୍ୟ ଦାରୁଦିଅଁ ଶ୍ରୀପତିତପାବନ ଯାତ୍ରାରେ ବିଜେ କରି ସେହି ଆଡ଼ପ ମଣ୍ଡପକୁ ଯାଆନ୍ତି । ଓଡ଼ିଶାରେ ଏକ ଧାରଣା ବିକାଶ ଲାଭ କରିଛି ଯେ, ମହାପ୍ରଭୁ ମାଉସୀ ଘରକୁ ଯାଆନ୍ତି ବୋଲି । ବାସ୍ତବରେ ଦାରୁଦିଅଁଙ୍କର କେହି ମାଉସୀ ନାହାନ୍ତି । ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମନ୍ଦିର ତାଙ୍କର ମାଉସୀ ଘର ନୁହେଁ। ଏହିଭଳି ଶ୍ରୀରାମ ଉପାସକମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଜନକ ପୁରୀ ମଧ୍ୟ କହିଥାନ୍ତି । ଏହା ଏକ ଭାବର ଧାରଣା । କାରଣ ମା’ ସୁଭଦ୍ରା ତାଙ୍କର ପତ୍ନୀ ନୁହଁନ୍ତି କି ଶାସ୍ତ୍ରୀୟ ମତରେ ସୀତା ନୁହଁନ୍ତି । ତେଣୁ ଦାରୁଦିଅଁ ନବଦିନାତ୍ମକ ଯାତ୍ରାରେ ବିଜେ କରନ୍ତି ତାଙ୍କର ଆବିର୍ଭାବ ମଣ୍ଡପରେ । ଏହା ହେଉଛି ଶାସ୍ତ୍ରର କଥା । ତେଣୁ ଶାସ୍ତ୍ରରେ କୁହାଯାଇଛି ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।

(୪) ମଣି ମଣ୍ଡପ :-
ବିଶିଷ୍ଟ କବି ଜୀବଦେବାଚାର୍ଯ୍ୟଙ୍କ ଉତ୍ସାହବତୀ ରୂପକମ ନାଟକ କାବ୍ଯଟି ଶ୍ରୀମନ୍ଦିର ପାର୍ଶ୍ୱରେ ମଣି ମଣ୍ଡପରେ ଅଭିନୀତ ହୋଇଥିଲା। ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ଯ ପ୍ରାସାଦ ପାର୍ଶ୍ୱେ ମଣି ମଣ୍ଡପେ ।

(୫) ଭେଟ ମଣ୍ଡପ :-
ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିର ପ୍ଳଟ ନଂ ୧୮୨ରେ ଭେଟ ମଣ୍ଡପଟି ଅବସ୍ଥିତ। ଶ୍ରୀମନ୍ଦିର ରୋଷଘର ପରିସରର ପୂର୍ବାଭିମୂଖୀ ଏହି ମଣ୍ଡପକୁ ନିଳାଦ୍ରି ବିଜେ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରୁ ପହଣ୍ଡି ବିଜେରେ ଅବତରଣ କରିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଏଠାରେ ଉଭା ହୋଇ ଭେଟିଥାନ୍ତି । ଦିବ୍ୟସିଂହ ଦେବ (ଖ୍ରୀ.୧୬୮୮-୧୭୧୬)ଙ୍କ ସମୟରେ ଏହି ମଣ୍ଡପଟି ନିର୍ମାଣ କରାଯାଇଥିଲା।

(୬) ଚାହାଁଣି ମଣ୍ଡପ :-
ଶ୍ରୀମନ୍ଦିର ଆନନ୍ଦ ବଜାରସ୍ଥିତ ସ୍ନାନ ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ପ୍ଳଟ ନଂ ୧୪୯ ଉପରେ ଏହି ମଣ୍ଡପଟି ଅବସ୍ଥିତ। ବାହୁଡା ରଥ ସମୟରେ ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ରଖାଯାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀ ଚାହାଁଣି ମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଥମେ ଚାହିଁବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ନିମନ୍ତେ ଶ୍ରୀନଅର ସମ୍ମୁଖକୁ ବିଜେ କରିଥାନ୍ତି। ମୋଟ ୧୨ ଗୋଟି ଖମ୍ବ ଉପରେ ୭ ଫୁଟ ଉଚ୍ଚତା ବିଶିଷ୍ଟ ପୀଢ଼ ଶୈଳୀ ଛାତ ନିର୍ମିତ ଏକ ଖୋଲା ମଣ୍ଡପ । ଶାଳ-ପିଆଶାଳ କାଠର କଡିବରଗା ଖମ୍ବ ଉପରେ ଚତୁଃଷ୍କୋଣୀ ଭାବେ ନିର୍ମିତ ମଣ୍ଡପଟି ଦୈର୍ଘ୍ଯ ଓ ପ୍ରସ୍ଥରେ ପ୍ରାୟ ୧୨ଫୁଟ ମଧ୍ୟରେ ସୀମିତ । ଏହି ମଣ୍ଡପଟିକୁ ସପ୍ତଦଶ ଶତାବ୍ଦୀରେ ଖୋଜାବେଣୁ ଛୋଟରାୟ ନିର୍ମାଣ କରିଥିଲେ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଏହିଠାରେ ରଥ ପ୍ରତିଷ୍ଠା କର୍ମ ଅନୁଷ୍ଠିତ ହୋଇଥାଏ ।

(୭) ମୁକ୍ତି ମଣ୍ଡପ :-
ମୁକ୍ତି ମଣ୍ଡପ ହେଉଛି ଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ ମଧ୍ୟରୁ ଅନ୍ୟତମ ଏକ ପ୍ରାଚୀନ ସାସ୍କୃତିକ ପୀଠ । ଶ୍ରୀମନ୍ଦିର ଭିତର ବେଢ଼ାର କଳ୍ପବଟ ଏବଂ ରୋହିଣୀ କୁଣ୍ଡର ମଧ୍ୟବର୍ତ୍ତୀ ଏହି ପବିତ୍ର ସ୍ଥାନଟି ଅବସ୍ଥିତ । ଶ୍ରୀମନ୍ଦିର ସ୍ୱତ୍ତ୍ୱ ଲିପିର ଉଲ୍ଲେଖ ପ୍ରକାରେ ବଡ଼ଦେଉଳ ପ୍ଳଟ ନମ୍ବର ୮୨ରେ ମୁକ୍ତି ମଣ୍ଡପ ଅବସ୍ଥିତ । ପୁରୀ ଷୋଳଶାସନର ଧୁରୀଣ ଷୋଳଜଣ ଅଧୀତବିଦ୍ୟ ପଣ୍ଡିତ ଆମ ଉତ୍କଳର ସ୍ତମ୍ଭସଦୃଶ ବୋଲି ମୁକ୍ତରେ ଜଣାଯିବା ଲାଗି ‘ମୁକ୍ତମଣ୍ଡପ’ରେ ଖୋଲାରେ ବସୁଥିଲେ ଓ ଦର୍ଶନାର୍ଥୀଙ୍କୁ ଆଶୀର୍ବାଦ କରୁଥିଲେ । ଉକ୍ତ ଷୋଳଟି ସ୍ତମ୍ଭକୁ ପରମ୍ପରାଗତ ଭାବେ ସେମାନଙ୍କ ଅଣ/ପଣନାତି ଷୋଳଜଣ ଅଧିକୃତ କଲେ। ସ୍ୱଜାତୀୟ ବ୍ରତୋପନୟନ,ବିବାହ ଇତ୍ୟାଦି କରିବା ପାଇଁ ଓ କୌଣସି ଦୋଷଜନିତ ପାପାପନୋଦନ ସକାଶେ ପ୍ରାୟଶ୍ଚିତ ବିଧାନ ତଥା ସାମୂହିକ ବ୍ରତ ଓ ବିବାହ ଇତ୍ୟାଦି କର୍ମସାଧନରେ ସହାୟତା ସକାଶେ ଗଠିତ। ମୁକ୍ତି ମଣ୍ଡପ ପଣ୍ଡିତସଭାର ଶ୍ରୀମନ୍ଦିର ନୀତିକାନ୍ତି ସହ କୌଣସି ସମ୍ବନ୍ଧ ନାହିଁ I

ମୁକ୍ତି ମଣ୍ଡପ ଇତିହାସ :- ଉକ୍ତ ମଣ୍ଡପଟି ଷୋଡଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ଦ୍ୱାରା ନିର୍ମିତ ହୋଇ ଥିବାର ଜଣାଯାଏ । ଆଲୋଚକମାନଙ୍କ ମତରେ ୧୫୧୧ ଖ୍ରୀ: ବେଳକୁ ଏହା ନିର୍ମିତ ହୋଇଥିଲା । କିନ୍ତୁ ମାଦଳା ପାଞ୍ଜି ଅନୁସାରେ ଭୋଇ ବଂଶର ରାମଚନ୍ଦ୍ର ଦେବଙ୍କ ୪୩ ଅଙ୍କେ ମାନସିଂହଙ୍କ ଭାର୍ଯ୍ୟା ଗୌରୀ ରାଣୀ (ମତାନ୍ତରେ ଗୋରାରାଣୀ) ବଡ଼ ଦେଉଳ ମୁକୁତ ମଣ୍ଡପ ଗଢ଼ାଇଥିଲେ । ପଣ୍ଡିତ ମାନଙ୍କ ମତରେ ମଣ୍ଡପଟି ୧୫୮୦ ଖ୍ରୀ.ଅ.ରେ ନିର୍ମିତ ହୋଇଥିଲା । ତେବେ ଆକବରଙ୍କ ରାଜ ସଭାରେ ମନ୍ତ୍ରୀ ଥିବା ରାଜପୁତ ବୀର ମାନସିଂ ଖୋରଧା ରାଜବଂଶର ବିବାଦ ସମୟରେ ଆସି ଭୋଇବଂଶ ରାମଚନ୍ଦ୍ର ଦେବଙ୍କୁ ରାଜା ବୋଲି ଘୋଷଣା କରି ଯାଇଥିଲେ । ଏହି ସମ୍ବନ୍ଧ ଯୋଗୁଁ ଧାର୍ମିକ ବିବାଦଗୁଡିକର ସମାଧାନ ପାଇଁ ତାଙ୍କ ସ୍ତ୍ରୀ ଗୌରୀ ରାଣୀ ବ୍ରହ୍ମାସନକୁ ଉପଯୁକ୍ତ ସ୍ଥାନ ବିବେଚନା କରି ସମ୍ଭବତଃ ୧୫୯୨ ଖ୍ରୀ.ଅ.ରେ ତାହାକୁ ଏକ ଭବ୍ୟ ରୂପ ଦେଇଥିଲେ । ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତରେ ଶ୍ରୀମନ୍ଦିର ପ୍ରତିଷ୍ଠାତା ଚୋଳଗଙ୍ଗଦେବ କିମ୍ବା ତାଙ୍କ ବଂଶର ଉତ୍ତରାଧୂକାରୀ ଅନଙ୍ଗ ଭୀମ ଦେବ ମୁକ୍ତ ମଣ୍ଡପ ପ୍ରତିଷ୍ଠା କରିଥିବା ଅନୁମାନ କରାଯାଇ ପାରେ । ଏହାର ଛାତ ରାଜା ବୀରକିଶୋର ଦେବଙ୍କ ସମୟରେ ଅର୍ଥାତ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ମରାମତି ହୋଇଥିଲା ।

ଏହା ଏକ ପ୍ରସ୍ତର ନିର୍ମିତ ବେଦୀ । କଳା ମୁଗୁନି ପଥରରେ ନିର୍ମିତ । ବେଦୀଟି ଏକ ବର୍ଗାଗାର କ୍ଷେତ୍ରପରି । ଲମ୍ବ ଏବଂ ପ୍ରସ୍ଥ ପ୍ରତ୍ୟେକ ୩୮ ଫୁଟ । ଚାରିପଟେ ୧୨ଟି ଓ ମଝିରେ ୪ଟି ସ୍ତମ୍ଭ ରହିଛି । ଖୁବ୍ ମସୃଣ ଓ ଗାଢ଼ କଳାବର୍ଣ୍ଣର ସ୍ତମ୍ଭଗୁଡିକର ଗୋଲେଇ ହେଉଛି ୫ ଫୁଟ ୫ ଇଞ୍ଚ । କେହି କେହି କହନ୍ତି ଓଜନ ସମ୍ଭାଳିବା ପାଇଁ ମଝି ସ୍ତମ୍ଭ ୪ଟିରେ ସିମେଣ୍ଟ ଦିଆଯାଇ ପ୍ରାୟ ଦୁଇଗୁଣ ମୋଟ କରାଯାଇଛି । ପ୍ରତି ସ୍ତମ୍ଭର ଉଚ୍ଚତା ୮ ଫୁଟ । ମଣ୍ଡପର ଉପର କାନ୍ଥରେ ନୃସିଂହ, ଗଣେଶ, ଦୁର୍ଗା, ବ୍ରହ୍ମା, ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅଛନ୍ତି । କେତେକ ଚାମର ଧାରିଣୀ ମୂର୍ତ୍ତି କୋଣାର୍କ ମନ୍ଦିରରୁ ଅଣାଯାଇ ଅବସ୍ଥାପିତ କରାଯାଇଛି ବୋଲି ଆଲୋଚକମାନେ କହନ୍ତି । ମଣ୍ଡପର ପଶ୍ଚିମ ଦିଗରେ କାଳୀଙ୍କ ଚିତ୍ର ଅଛି । ଏଠାରେ ଗଣେଶ, ନୃସିଂହ ଓ କାଳୀଙ୍କ ପାଇଁ ଭୋଗ ଲଗାଯାଏ । ବେଢ଼ା ପରିକ୍ରମା କଲାବେଳେ ଯାତ୍ରୀମାନେ ଏହାର ପଶ୍ଚିମରେ ରୋହିଣୀ କୁଣ୍ଡ, ସୁଦର୍ଶନ ଚକ୍ର ଓ ଭୁଷଣ୍ଡକାକକୁ ଦର୍ଶନ କରିଥାନ୍ତି । ଏହି ମଣ୍ଡପକୁ ଲାଗି ନୃସିଂହଙ୍କ ମନ୍ଦିର ଅବସ୍ଥିତ । ମନ୍ଦିର ଚଟାଣଠାରୁ ପ୍ରାୟ ସାଢ଼େ ପାଞ୍ଚଫୁଟ ଉଚ୍ଚରେ ମୁକ୍ତିମଣ୍ଡପ ଅବସ୍ଥିତ । ମୁକ୍ତିମଣ୍ଡପ ପଣ୍ଡିତ ସଭାର ଏକ ନିଜସ୍ୱ ପାଠାଗାର ଅଛି। ଏଥିରେ ଅନେକ ମୂଲ୍ୟବାନ ପ୍ରାଚୀନ ଗ୍ରନ୍ଥ, ଦୁଷ୍ପ୍ର୍ୟାପ୍ୟ ତାଳପତ୍ର ପୋଥି, ପୁରାଣ, ସଂହିତା ଆଦି ମହଜୁଦ ଅଛି । ଧାର୍ମିକ ନିଷ୍ଣତ୍ତି ସଂପର୍କୀୟ ସମସ୍ତ ବ୍ୟୟ ମନ୍ଦିର ପାଣ୍ଠିରୁ ବହନ କରାଯାଇଥାଏ । ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ଦଶମୀଠାରୁ ପ୍ରତିପଦା ଯାଏଁ ୭ ଦିନ ପର୍ଯ୍ୟନ୍ତ ଏଠାରେ ମହାପ୍ରଭୁଙ୍କର ଝୁଲଣ ଯାତ୍ରା ହୁଏ । ଏହି ଝୁଲଣ ଯାତ୍ରାରେ ମଦନମୋହନ, ଲକ୍ଷ୍ମୀ ଓ ସରସ୍ୱତୀ ଝୁଲଣ ମଣ୍ଡପକୁ ବିଜେ ହୁଅନ୍ତି । ଏଠାରେ ଠାକୁରଙ୍କୁ ବିଡ଼ିଆପାନ ମଣୋହି ହୁଏ । ସନ୍ଧ୍ୟାଧୂପ ପରେ ପଣ୍ଡା ଏଠାରେ ପଞ୍ଚୋପଚାରରେ ଶୀତଳଭୋଗ କରନ୍ତି । ଏହି ମଣ୍ଡପରେ ଶ୍ରୀନୃସିଂହ ଭଗବାନଙ୍କ ଜନ୍ମନୀତି ମଧ୍ୟ ସମାପନ ହେଇଥାଏ ।

ମୁକ୍ତି ମଣ୍ଡପ ଉପରେ ୧୬ଟି ସ୍ତମ୍ଭ ରହିବାର ତାତ୍ପର୍ଯ୍ୟ ହେଉଛି ଦେବମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଜ୍ଞ ପାଇଁ ୧୬ ଗୋଷ୍ଠୀର ଯାଞ୍ଜିକ ବ୍ରାହ୍ମଣ ଆବଶ୍ୟକ । ତେଣୁ ଷୋହଳଜଣ ଯାଞ୍ଜିକ ବ୍ରାହ୍ମଣଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିଲା। ସେମାନେ ହେଲେ ଆଚାର୍ଯ୍ୟ, ପ୍ରଚାରକ, ବ୍ରହ୍ମା, ଚରୁ, ସମିଦ୍ଧ, ନ୍ୟାସାଚାର୍ଯ୍ୟ, ମଣ୍ଡଳାଚାର୍ଯ୍ୟ, ପୁସ୍ତକାଚାର୍ଯ୍ୟ, ଚାରିଦ୍ୱାରରେ ଚାରିବେଦ ପାଇଁ ହୋତ୍ରୀ, ଅଗ୍ନିରକ୍ଷକ, ଜ୍ୟୋତିଷ ଓ ତାପକ । ମୁକ୍ତିମଣ୍ଡପର ଷୋହଳଗୋଟି ସ୍ତମ୍ଭ ରାମଚନ୍ଦ୍ର ଦେବଙ୍କଦ୍ୱାରା ପ୍ରତିଷ୍ଠିତ ଷୋଳଶାସନକୁ ଆବଣ୍ଟନ କରାଯାଇଥିଲା । ସଂପ୍ରତି ପୁରୀ ଜିଲ୍ଲାର ପ୍ରାୟ ୨୩ ଶାସନ ଓ କରବାଡର ବ୍ରାହ୍ମଣମାନଙ୍କର ମୁକ୍ତି ମଣ୍ଡପରେ ବସିବାର ନଜିର ରହିଛି । ରାଜାମାନେ ବେଦ ଏବଂ ଯଜ୍ଞରେ ଅବହିତ ବ୍ରାହ୍ମଣମାନଙ୍କୁ ତତ୍କାଳୀନ ଶାସନରେ ଆଣି ରଖାଉଥିଲେ । ଏତଦ୍ ବ୍ୟତୀତ ନିମ୍ନୋକ୍ତ ଶାସନ ବ୍ରାହ୍ମଣମାନେ ମୁକ୍ତିମଣ୍ଡପରେ ବସିବା ପାଇଁ ଅଧିକାରୀ ଅଟନ୍ତି । ସେଗୁଡିକ ହେଲା- (୧) ବୀର ହରେକୃଷ୍ଣପୁର, (୨) ବୀର ପ୍ରତାପପୁର, (୩) ବୀର କିଶୋର ପୁର, (୪) ବୀର ରାମଚନ୍ଦ୍ରପୁର, (୫) ବୀର ବଳଭଦ୍ରପୁର, (୬) ବୀର ନରସିଂହପୁର, (୭) ବୀର ଗୋବିନ୍ଦପୁର, (୮) ବୀର ପୁରୁଷୋତ୍ତମପୁର, (୯) ଶ୍ରୀରାମଚନ୍ଦ୍ରପୁର, (୧୦) ଶ୍ରୀମୁକୁନ୍ଦପୁର, (୧୧) ଶ୍ରୀପୁରୁଷୋତ୍ତ ମପୁର, (୧୨) ପ୍ରତାପ ପୁରୁଷୋତ୍ତମପୁର, (୧୩) ବିଶ୍ୱନାଥପୁର, (୧୪) ବିଶ୍ୱନାଥପୁର ସାମିଲ ନୁଆଗାଁ, (୧୫) ଗୋପୀନାଥପୁର ଶାସନ, (୧୬) ଦାମୋଦରପୁର ଶାସନ, (୧୭) କାଶୀ ଜଗନ୍ନାଥପୁର, (୧୮) ରାୟଚକ୍ରଧରପୁର, (୧୯) ଜଗନ୍ନାଥବିଦ୍ୟା ଧରପୁର, (୨୦) ଗୋବିନ୍ଦପୁର (୨୧) ବାସୁଦେବପୁର, (୨୨) ପାଟଯୋଶୀପୁର, (୨୩) ରାୟଗୁରୁପୁର, (୨୪) ସରିକିଆ ବୀରକିଶୋରପୁର, (୨୫) କହ୍ନେଇବିଦ୍ୟା ଧରପୁର ।

ମୁକ୍ତି ମଣ୍ଡପ ବିଶେଷତ୍ୱ :- ଶ୍ରୀକ୍ଷେତ୍ରସ୍ଥ ଅଷ୍ଟାଦଶ ମଣ୍ଡପ ମଧ୍ୟରେ ମୁକ୍ତ ମଣ୍ଡପ ଅନ୍ୟତମ । ଗଜପତି ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ମନ୍ଦିର ଗଲାବେଳେ ଦର୍ଶନ ସାରି ଦକ୍ଷିଣ ଦ୍ୱାର ପଟେ ଫେରିଲା ବେଳେ ମୁକ୍ତି ମଣ୍ଡପରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତି । ସେ ମହାପ୍ରଭୁଙ୍କ ଦର୍ଶନ କଲାବେଳେ ବୀର କାହାଳୀ ଯେପରି ବାଜିଥାଏ ଠିକ ସେହିପରି ମୁକ୍ତିମଣ୍ଡପକୁ ପ୍ରଣାମ କଲାବେଳେ ମଧ୍ୟ କାହାଳୀ ବାଜେ ।

ଏଠାରେ ମୁଣ୍ଡିଆଟିଏ ମାରି ଆଶୀର୍ବାଦ ଭିକ୍ଷା କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ଅଛି । ପଣ୍ଡିତ ସଭାର ଅଧିବେଶନ ଏଠାରେ ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥଙ୍କ ନବକଳେବର ସମୟରେ ଦଇତାପତିମାନେ ଆବଶ୍ୟକୀୟ ଦାରୁ ଆଣିସାରିବା ପରେ ପ୍ରତିଷ୍ଠା, ହୋମ, ଯଜ୍ଞାଦି କରିବାରେ ମୁକ୍ତମଣ୍ଡପର ଗୁରୁ ଦାୟିତ୍ୱ ରହିଛି । କେତେକ ନିର୍ଦ୍ଦିଷ୍ଟ ବ୍ରାହ୍ମଣ ଶାସନର ପୁରୋହିତ ଓ ଶ୍ରୀମନ୍ଦିରର ପୂଜାପଣ୍ଡାମାନେ ହିଁ ଏଠାରେ ବସି ପାରନ୍ତି ।ପଣ୍ଡିତମାନଙ୍କର ଏକ ନ’ଜଣିଆ କମିଟି ଅଛି । ଗୋବର୍ଦ୍ଧନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ସଭାପତି । ତାଙ୍କ ସମେତ ନୈଷ୍ଠିକ ଉଚ୍ଚଶିକ୍ଷିତ ବେଦଜ୍ଞ ବୟୋପ୍ରାପ୍ତ ପଣ୍ଡିତ ବ୍ରାହ୍ମଣମାନଙ୍କର ଏଥିରେ ବସିବାର ଅଧିକାର ଅଛି । ଏତଦ୍ୱାବ୍ୟତୀତ ରାଜଗୁରୁ, ରାୟଗୁର, ଦେଉଳ ପୁରୋହିତ, ଚଣ୍ଡୀ ଏବଂ ସନ୍ନ୍ୟାସୀ ମୁକ୍ତିମଣ୍ଡପରେ ବସିପାରନ୍ତି ।

ମୁକ୍ତିମଣ୍ଡପରେ ଆମ ପ୍ରଦେଶର ଧର୍ମାଚାରଣ ସଂପର୍କୀୟ ନାନାଦି ସମସ୍ୟାର ଶାସ୍ତ୍ରୀୟ ମତେ ସମାଧାନ କରି ପନ୍ଥା ଓ ପାପ କାର୍ଯ୍ୟ ପାଇଁ ପ୍ରାୟଶ୍ଚିତ୍ତ ବିଧାନ ନିମନ୍ତେ ନିର୍ଦ୍ଦେଶ କରାଯାଉଥିଲା । ତଦନୁଯାୟୀ, ତତ୍କାଳୀନ ସମୟରେ ବହୁ ଉଚ୍ଚକୋଟୀର ପଣ୍ଡିତମାନେ ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ସ୍ଥାନ ପାଉ ଥିଲେ । ପରେ ଷୋଳ ଶାସନର ବ୍ରାହ୍ମଣମାନଙ୍କୁ ମୁକ୍ତି ମଣ୍ଡପରେ ବସିବାର ଅଧିକାର ମିଳିଲା ଏବଂ ଏହା ଅଦ୍ୟାବଧି ପ୍ରଚଳିତ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ପାଞ୍ଜିକୁ ମୁକ୍ତିମଣ୍ଡପ ସଭାରେ ସ୍ୱୀକୃତି ଦିଆଯାଇଥାଏ ।

(୮) ମାଜଣା ମଣ୍ଡପ :-
ଶ୍ରୀମନ୍ଦିରର ଭିତର ବେଢାସ୍ଥ ବେହେରଣ ଦ୍ୱାର ଡାହାଣ ପାର୍ଶ୍ୱରେ ତଥା ପ୍ଳଟ ନଂ ୨୧ରେ ମାଜଣା ମଣ୍ଡପଟିଅ ଅବସ୍ଥିତ। ସ୍ୱତ୍ତ୍ୱଲିପି ମୁତାବକ ଏଠାରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ମାଜଣା ହୁଏ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ଏହି ମଣ୍ଡପରେ ଶ୍ରୀଦେବୀ ଓ ମଦନମୋହନ ବିବାହ ଉତ୍ସବ ହୁଏ।

ଉକ୍ତ ମଣ୍ଡପରେ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି, ଆଶ୍ୱିନ କୃଷ୍ଣ ଅଷ୍ଟମୀ (ମୂଳାଷ୍ଟମୀ) ଦିନ ଏଠାରେ ଦୁର୍ଗାଦେବୀ ଙ୍କର ସହସ୍ର କୁମ୍ଭାଭିଷେକ ହୋଇଥାଏ ।

ଏହି ମଣ୍ଡପର ଅନ୍ୟ ନାମ ସୋମନାଥ ମଣ୍ଡପ। ପୀଢ଼ ଶୈଳୀରେ ନିର୍ମିତ ମାଜଣା ମଣ୍ଡପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତ୍ୟେହ ସନ୍ଧ୍ୟାରେ ପାରମ୍ପାରିକ ଭକ୍ତି ସଙ୍ଗୀତ, ଗୀତଗୋବିନ୍ଦ ଆଦି ଗାନ କରାଯାଇଥାଏ। ଶ୍ରୀବିଗ୍ରହମାନଙ୍କ ଚିତା ଓ ରାହୁ ରେଖା ସଫା କାର୍ଯ୍ୟ ଏହି ମଣ୍ଡପ ଉପରେ କରାଯାଇଥାଏ।

ପୁରାଣ ଅନୁସାରେ ଏହି ଦିନ ରୁକ୍ମିଣୀଙ୍କ ସହିତ ଶ୍ରୀକୃଷ୍ଣଙ୍କ ବିବାହ ହୋଇଥିଲା। ତେଣୁ ଏହି ଏକାଦଶୀକୁ ରୁକ୍ମିଣୀ ଏକାଦଶୀ କହନ୍ତି। ସେହି କାରଣରୁ ଏହି ମଣ୍ଡପକୁ ବିବାହ ମଣ୍ଡପ ବା ବିବାହ ବେଦୀ ମଧ୍ଯ କୁହାଯାଏ ।

(୯) ନାଭିକଟା ମଣ୍ଡପ :-
ଶ୍ରୀମନ୍ଦିର ଭିତର ବେଢାସ୍ଥିତ ଗାରଦ ଘରର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ପୀଢ଼ ଶୈଳୀର ଖୋଲା ମଣ୍ଡପକୁ ନାଭିକଟା ମଣ୍ଡପ କୁହା ଯାଏ। ଏହାର ଅନ୍ୟନାମ ବଜନ୍ତୀର ମଣ୍ଡପ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଏଠାରେ ନାଭିକଟା କର୍ମ ସମାପିତ ହୋଇଥାଏ। ଦୋଳ ପୂର୍ଣ୍ଣିମା ଦିନ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ମାଜଣା ବେଶ, ଭୋଗାଦି ଏହିଠାରେ ହେବା ଉତ୍ତାରେ ଦୋଳବେଦୀରେ ବିଜେ କରନ୍ତି। ସଂପ୍ରତି ଏହି ମଣ୍ଡପରେ ପ୍ରତ୍ୟହ ସଂନ୍ଧ୍ୟାରେ ହୁଣ୍ଡି ଗଣତି କାର୍ଯ୍ୟ ହେଉଅଛି।

(୧୦) ନିର୍ମାଲ୍ୟ ମଣ୍ଡପ :-
ଶ୍ରୀମନ୍ଦିର ବାହାର ବେଢାସ୍ଥିତ ନୀଳାଚଳ ଉପବନ ପରିସରରେ ନିର୍ମାଲ୍ୟ ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ଅନ୍ୟନାମ ନିର୍ମାଲ୍ୟ ଖଳା । ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବର୍ଗାକାର ଖୋଲା ମଣ୍ଡପ । ନିର୍ମାଲ୍ୟ ଖଳା ବା ମଣ୍ଡପ ଜୀର୍ଣ୍ଣୋଦ୍ଧାର ସମ୍ପର୍କରେ ଜଣାଯାଏ ଯେ, ସପ୍ତଦଶ ଶତାବ୍ଦୀରେ ଗଜପତି ବୀର କିଶୋରଙ୍କ ରାଜତ୍ୱ ସମୟରେ ଏହାର ନବୀକରଣ କରାଯାଇଥିଲା।

(୧୧) ଅଚିନ୍ତା ମଣ୍ଡପ :-
ଶ୍ରୀମନ୍ଦିର ଭିତର ବେଢାସ୍ଥିତ ଶାଖା କାର୍ଯ୍ୟାଳୟର ପାର୍ଶ୍ୱରେ ଥିବା ପ୍ରତିହାରୀ ନିଯୋଗ ଅଫିସଟି ପୂର୍ବରୁ ଅଚିନ୍ତା ମଣ୍ଡପ ନାମରେ ପରିଚିତ ଥିଲା। ସାତପୁରୀ ତାଡ଼ ଓ ମକର ତାଡ଼ ବଡ଼ଦେଉଳକୁ ପରିକ୍ରମା ପରେ ତାଡ଼ ଏହିଠାରେ ରଖାଯାଏ।

(୧୨) ଜଳକ୍ରୀଡ଼ା ମଣ୍ଡପ :-
ନୃସିଂହ ମନ୍ଦିରର ପଶ୍ଚାତ ଭାଗରେ ପ୍ଳଟ ନଂ ୮୦ରେ ଜଳକ୍ରୀଡା ମଣ୍ଡପ ଅବସ୍ଥିତ। ଏହି ମଣ୍ଡପର ପ୍ରବେଶ ପଥରେ ଜୟ ବିଜୟ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି। ଶ୍ରୀବିଗ୍ରହ ମାନଙ୍କର ଭିତର ଚନ୍ଦନଯାତ୍ରା ଅବସରରେ ଏହି ମଣ୍ଡପରେ ଜଳାକ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ। ଏହି ମଣ୍ଡପଟିର ଉଚ୍ଚତା ୨୩ ଫୁଟ ଏବଂ ଭିତର ବେଢା ପତନଠାରୁ ମଣ୍ଡପଟି ୭ ଫୁଟ ଉଚ୍ଚରେ ଅବସ୍ଥିତ। ମଣ୍ଡପ ମଧ୍ୟ ଭାଗରେ ଏକ ପ୍ରସ୍ତର ନିର୍ମିତ କୁଣ୍ଡ ରହିଛି। ଜ୍ୟେଷ୍ଠ କୃଷ୍ଣ ଓ ଶୁକ୍ଳ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏଠାରେ ମଦନମୋହନଙ୍କ ତରଫରୁ ଦୋଳଗୋବିନ୍ଦ ଓ ଶ୍ରୀଦେବୀଙ୍କ ଜଳକ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥାଏ।

(୧୩) ଦୋଳ ମଣ୍ଡପ :-
ଅତୀତରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ଏକ ମଣ୍ଡପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ତେଣୁ ଏହି ମଣ୍ଡପକୁ ଦୋଳମଣ୍ଡ ଓ ଉକ୍ତ ସାହିକୁ ଦୋଳମଣ୍ଡପ ସାହି ନାମିତ କରାଯାଇଛି। ଏକଦା ଦୋଳଉତ୍ସବ ସମୟରେ ଦୋଳି ଛିଡି ପଡ଼ିବାରୁ ବଡ଼ଠାକୁରଙ୍କ ଶ୍ରୀଭୂଜ ଭଗ୍ନ ହେବାରୁ ପରବର୍ତ୍ତୀ ଦୋଳଯାତ୍ରାମାନଙ୍କର ଚଳନ୍ତି ପ୍ରତିମା ଦୋଳ ମଣ୍ଡପକୁ ବିଜେ କରିଥିଲେ। ଏହି ମଣ୍ଡପଟି ଜୀର୍ଣ୍ଣ ହେବାରୁ ବୀର କିଶୋର ଦେବ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଉତ୍ତର-ପୂର୍ବ କୋଣରେ ଅନ୍ୟ ଏକ ନୂତନ ମଣ୍ଡପ ଗଢ଼ାଇଥିଲେ, ଯାହାକି ଦୋଳବେଦୀ ନାମରେ ସୁପରିଚିତ। ସଂପ୍ରତି ଏହି ମଣ୍ଡପରେ ଶ୍ରୀଜୀଉଙ୍କର ଦୋଳଯାତ୍ରା ଅନୁଷ୍ଠିତ ହେଉଛି।

(୧୪) ଭୋଗ ମଣ୍ଡପ :-
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ପ୍ଲଟ ନଂ ୧୧ରେ ଭୋଗ ମଣ୍ଡପ ଅବସ୍ଥିତ। ଶ୍ରୀପୁରୁଷୋତ୍ତମ ଦେଉଳ କାର୍ଯ୍ୟବିଧି ପୋଥିର ଉଲ୍ଲେଖ ପ୍ରକାରେ ଭୋଗଟି ଟେରା ମଣ୍ଡପ ନାମରେ ଅଭିହିତ। ଏତଦବ୍ୟତୀତ କେତେକ ଏହାକୁ ନୀଳାଦ୍ରି ମଣ୍ଡପ ନାମରେ ଉଚ୍ଚାରଣ କରିଥାନ୍ତି। ବଡ଼ ଦେଉଳର ଚତୁର୍ଥ ବଖରା ହେଉଛି ଭୋଗମଣ୍ଡପ । ସେହି ଠାରେ ଏବେ ଭୋଗମଣ୍ଡପର ଭୋଗ ବା ବରାଦି ଭୋଗ ମହାପ୍ରଭୁଙ୍କୁ ଲାଗିହଉଛି । ଠାକୁରଙ୍କର ଏହି ଭୋଗମଣ୍ଡପ ଘର ଯେଉଁଠି ଗଢ଼ା ହୋଇଛି, ସେହିଠାରେ ରହିଥିଲା ଆଦି ଶଙ୍କରଙ୍କ ଛତି । ସେ ଛତି ମୂଳରେ ସେ ଆସନ ପରି ବସୁଥିଲେ । ତାଙ୍କରି ଛତି ଥିବା ସ୍ଥାନରେ ଭୋଗମଣ୍ଡପ ଗୃହ ନିର୍ମାଣ ହୋଇଛି ।

ଏହି ମଣ୍ଡପରେ ପ୍ରତ୍ୟେକ ଭୋଗ ମଣ୍ଡପ ପୂଜା ହୁଏ। ମଣ୍ଡପର ଦକ୍ଷିଣ ପାର୍ଶ୍ୱରେ ଭୋଗ ବୁହା ପାଇଁ ଅଚିନ୍ତା ପହଣ୍ଡି ନାମରେ ଏକ ସୁଡ଼ଙ୍ଗ ପଥ ସଂଲଗ୍ନ ହୋଇଛି। ମାଦଳା ପାଞ୍ଜିରୁ ଜଣାଯାଏ ଯେ, ମଣ୍ଡପଟି ସୂର୍ଯ୍ୟବଂଶୀ ପୁରୁଷୋତ୍ତମ ଦେବଙ୍କ ସପ୍ତମ ଅଙ୍କରେ ନିର୍ମିତ। ଭୋଗ ମଣ୍ଡପ ପରିସର ରେ ନୀଳାଦ୍ରି ମହୋଦୟର ପୂର୍ବଦିନ ଜଳ ଅଧିବାସ, ପୁଷ୍ୟାଭିଷେକ ପୂର୍ବଦିନ ଜଳ/ଘିଅ ଅଧିବାସ, ମକର ସଂକ୍ରାନ୍ତି ପୂର୍ବଦିନ ଚାଉଳ ଅଧିବାସ, ଅକ୍ଷୟ ତୃତୀୟା ପୂର୍ବଦିନ ଚନ୍ଦନ ଅଧିବାସ ଓ ଦୟଣା ଚତୁର୍ଦ୍ଦଶୀ ପୂର୍ବଦିନ ଦୟଣା ଅଧିବାସ ଅନୁଷ୍ଠିତ ହୋଇଥାଏ।

(୧୫) ନାଟ ମଣ୍ଡପ :-
ଶ୍ରୀମନ୍ଦିରର ଜଗମୋହନ ଓ ଭୋଗ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନଙ୍କୁ ନାଟ ମଣ୍ଡପ କୁହାଯାଏ । କେତେକ ପୋଥି ଶିଳାଲେଖ ରେ ଏହା ନାଟପା ମଣ୍ଡପ ବୋଲି ଉଲ୍ଲେଖ ରହିଛି। ପ୍ଳଟ ନଂ ୧୦ରେ ଥିବା ଏହି ନାଟ ମଣ୍ଡପରେ ଶ୍ରୀକୃଷ୍ଣ ଜନ୍ମଲୀଳା ପ୍ରସଙ୍ଗରେ ଭିନ୍ନ ଭିନ୍ନ ତିଥିରେ ଅନ୍ଧ ଲୀଳା ପ୍ରସ୍ତାବ, ଦାହ ଲୀଳା ପ୍ରସ୍ତାବମାନ ଅନୁଷ୍ଠିତ ହୋଇଥାଏ। ନାଟ ମନ୍ଦିର କାନ୍ଥ ଓ ଖୁମ୍ବ ମାନଙ୍କରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତୀ, ଚିତ୍ର ଭାସ୍କର୍ଯ୍ୟମାନ ଖୋଦିତ ହୋଇଛି। ଏହି ସ୍ଥନରେ ପୂର୍ବେ ଦେବଦାସୀମାନେ ସକାଳଧୂପ ପଟୁଆର ସମୟରେ ନୃତ୍ୟ କରୁଥିଲେ। ପ୍ରତ୍ୟେହ ସକାଳ ଓ ରାତ୍ର ସମୟରେ ମଙ୍ଗଳ ଆଳତୀ ତଥା ପହୁଡ଼ ନୀତି ସମୟରେ ବଡ଼ଛତା ମଠର ବୈଷ୍ଣବ ,ବାବାଜୀ ପାରମ୍ପାରିକ ସଙ୍ଗୀତ ଗାନ କରିଥାନ୍ତି।

(୧୬) ରାହାସ ମଣ୍ଡପ :-
ଖ୍ରୀଷ୍ଟୀୟ ୧୬ଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ସୁପରିଚିତ ଥିବା ରାହସ ମଣ୍ଡପଟି ବଟ ଗଣେଶ ମନ୍ଦିର ସନ୍ନିକଟ ବଟବୃକ୍ଷ ମୂଳେ ଅବସ୍ଥିତ ଥିଲା। ଏହି ରାହାସ ମଣ୍ଡପରେ ଅତିବଡ଼ି ଜଗନ୍ନାଥ ଦାସ ସଂସ୍କୃତ ଭାଷୀ ମୂଳ ଭାଗବତ ଓଡ଼ିଆ ଭାଷାରେ ମଧୁର ସ୍ୱରରେ ତଥା ସରଳ ଭାଷାରେ ଉପସ୍ଥିତ ଶ୍ରୋତାମାନଙ୍କୁ ପଢ଼ି ଶୁଣାଉଥିବାର ପ୍ରମାଣ ବୈଷ୍ଣବ ଲୀଳାମୃତ, ଶ୍ରୀଚୈତନ୍ୟ ଚକଡା ଓ ଶ୍ରୀଜଗନ୍ନାଥ ଚରିତାମୃତ ଗ୍ରନ୍ଥରୁ ସୂଚନା ମିଳେ ।
(ସଂଗୃହୀତ)....

Order for home delivery of Mahaprasad Sri Ananta Basudev @ 797820250.

Jay Mahakal.ॐ शंकराय नमः । ॐ महादेवाय नमः। ॐ महेश्वराय नमः। ॐ श्री रुद्राय नमः।Order for Mahaprasad at Home of Sri Anant...
02/08/2023

Jay Mahakal.
ॐ शंकराय नमः । ॐ महादेवाय नमः।
ॐ महेश्वराय नमः। ॐ श्री रुद्राय नमः।

Order for Mahaprasad at Home of Sri Ananta Basudev at 7978202503.

ଅଦମ୍ୟ ବେଶ ଅପୂର୍ବ ବେଶ୍ l ଜୟ ଜୟ ଦେବ ହରେ, ସାରା ସଂସାର ଯାହା ଆଗରେ ନତମସ୍ତକ, ସେ ଆମ କାଲିଆ ଠାକୁର!Mahaprasad of Ananta Basudev Home...
06/06/2023

ଅଦମ୍ୟ ବେଶ ଅପୂର୍ବ ବେଶ୍ l ଜୟ ଜୟ ଦେବ ହରେ, ସାରା ସଂସାର ଯାହା ଆଗରେ ନତମସ୍ତକ, ସେ ଆମ କାଲିଆ ଠାକୁର!

Mahaprasad of Ananta Basudev Home delivery at 7978202503

Jay Jagannath 🙏कदाचित् कालिन्दी तट विपिन सङ्गीत तरलोमुदाभीरी नारी वदन कमला स्वाद मधुपःरमा शम्भु ब्रह्मामरपति गणेशार्चित ...
14/05/2023

Jay Jagannath 🙏

कदाचित् कालिन्दी तट विपिन सङ्गीत तरलो
मुदाभीरी नारी वदन कमला स्वाद मधुपः
रमा शम्भु ब्रह्मामरपति गणेशार्चित पदो
जगन्नाथः स्वामी नयन पथ गामी भवतु मे ॥

Order for Mahaprasad Home Delivery of Sri Ananta Basudev & Lingaraja @ 7978202503

Jay Jagannath 🙏Wish you all a Happy Mahashivratri 30 mesmerizing picture of Mahakal. Order for Mahaprasad Home Delivery ...
18/02/2023

Jay Jagannath 🙏

Wish you all a Happy Mahashivratri

30 mesmerizing picture of Mahakal. Order for Mahaprasad Home Delivery of Sri Ananta Basudev at home. Call 079782 02503

Address

Bhubaneswar

Telephone

7978202503

Website

https://mahaprasad-home-delivery.business.site/

Alerts

Be the first to know and let us send you an email when Mahaprasad Home Delivery posts news and promotions. Your email address will not be used for any other purpose, and you can unsubscribe at any time.

Share

Category