ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ଜୟ ଜଗନ୍ନାଥ ସ୍ଵାମୀ

ମହାପ୍ରଭୁଙ୍କ ପଣସ ଚୋରି କଥା        ଶ୍ରୀ ଜଗନ୍ନାଥ ମହାପ୍ରଭୁ ଲୀଳାମୟ । ଭକ୍ତର ଅନାବିଳ ଭକ୍ତି ପ୍ରେମରେ ବିହ୍ୱଳ ହୋଇ ତାକୁ ସୁଖ ଦେବା ଉଦ୍ଦ୍...
19/07/2025

ମହାପ୍ରଭୁଙ୍କ ପଣସ ଚୋରି କଥା
ଶ୍ରୀ ଜଗନ୍ନାଥ ମହାପ୍ରଭୁ ଲୀଳାମୟ । ଭକ୍ତର ଅନାବିଳ ଭକ୍ତି ପ୍ରେମରେ ବିହ୍ୱଳ ହୋଇ ତାକୁ ସୁଖ ଦେବା
ଉଦ୍ଦ୍ୟେଶ୍ୟରେ ବିଚିତ୍ର ଲୀଳା କରିବାରେ ସେ ସିଦ୍ଧହସ୍ତ ।
ଏକଦା ମହାପ୍ରଭୁ ଭକ୍ତ ବଳରାମ ଦାସକୁ କହନ୍ତି "ଦାସେ! ମୋର ଆଜି ପାଚିଲା ପଣସ ଖାଇବାକୁ ପ୍ରବଳ ଇଛା ଜାଗ୍ରତ ହୋଇଛି । " ପ୍ରଭୁଙ୍କ କାମନା ଶୁଣି ଭକ୍ତ କହିଲେ "ପ୍ରଭୁ ଏଠାରୁ ଅଳ୍ପ ଦୂରରେ ଜଣେ ବ୍ରାହ୍ମଣଙ୍କ ବଗିଚାରେ ସୁମିଷ୍ଟ ପଣସ ପାଚିଛି,କିନ୍ତୁ ପଣସ ତ ଗଛରେ ପୁଣି ବ୍ରାହ୍ମଣ ନିଜେ ଜଗୁଆଳି , କ'ଣ କରିବା ?" ଲୀଳାଧର ନଟବରଙ୍କୁ କ'ଣ ଅସମ୍ଭବ । ପୁଣି ଚୌର୍ଯ୍ୟ କର୍ମରେ ତ ସେ ଶିରୋମଣି । ଗୋପପୁରରେ ତ ଗୋପୀମାନଙ୍କ ଲବଣୀ,ଦହି ଚୋରି କରିବା ତାଙ୍କର ନିତିଦିନିଆ କର୍ମ । ଏପରିକି ସ୍ନାନରତା ଗୋପୀମାନଙ୍କ ପାଲଟା ବସ୍ତ୍ର, ଉଢା-ଅନୁଢା (ବିବାହିତ-କୁମାରୀ) ନିର୍ବିଶେଷରେ ଗୋପାଙ୍ଗନା ମାନଙ୍କ ଚିତ୍ତ ଯେ ଚୋରାଇବାରେ ଆନନ୍ଦିତ ହେଉଥିଲେ ,ତାଙ୍କ ନିମନ୍ତେ ଏ ପଣସ ଚୋରି ବା କି ଛାର ! ରଙ୍ଗ ଅଧରରେ ଚପଳ ସ୍ମିତ ହାସ୍ୟର ଛଟା ଖେଳାଇ ଚୋର ଶିରୋମଣି ପ୍ରଭୁ କହନ୍ତି"ଦାସେ ! ଏଇଟା ମୋ ପାଇଁ କି ବଡ କଥା ! ଚୋରି କରି ଖାଇନେବା । ତୁମେ ତ ମୋ ସାଙ୍ଗରେ ଅଛ । ତେବେ ଆଜି ସନ୍ଧ୍ୟାରେ ଏ ଶୁଭକାର୍ଯ୍ୟର ସମାପନ ହେଉ ।"
ବିଳମ୍ବିତ ସନ୍ଧ୍ୟାରେ ମହାପ୍ରଭୁ ବଳରାମ ଦାସଙ୍କ ସହ ପଣସ ବଗିଚା ପାଖରେ ପହଞ୍ଚନ୍ତି । ଭାବମୟ ଲୀଳାରେ ତ ଭଗବାନଙ୍କ ଐଶ୍ୱର୍ଯ୍ୟ ବିଲୀନ ହୋଇଯାଏ । ଭକ୍ତକୁ ଆନନ୍ଦ ଦେବା ପାଇଁ ତା ସ୍ତରକୁ ଖସି ଆସନ୍ତି ସେ । ବ୍ରାହ୍ମଣ ଟିକେ ସନ୍ଧ୍ୟା କର୍ମ ପାଇଁ ଘରକୁ ଯାଇଥାନ୍ତି ଆଉ ଜଣେ ଲୋକକୁ ଜଗେଇ ଦେଇ । ମାତ୍ର ତା'ର କ'ଣ ଏତେ ଦାୟିତ୍ୱ । ଗ୍ରୀଷ୍ମ କାଳ ସନ୍ଧ୍ୟାର ମନ୍ଦ ଶୀତଳ ପବନ ପାଇ ତାର ଆଖି ଲାଗିଗଲା ।ଜହ୍ନ ଆଲୋକ ଛିଟା ଛିଟା ପଡୁଥାଏ । ଏଣେ ଏ ଦୁଇଜଣ ପଣସ ଚୋର ବଗିଚାରେ ଏ ସୁଯୋଗରେ ପସିଗଲେ । ପଣସ ଗଛରେ ପାଚି ମହକୁ ଥାଏ ।ଦାସେ ଗଛରେ ଚଢିଲେ । ମହାପ୍ରଭୁ ତଳେ ଠିଆ ହେଲେ କୋମଳ ପତ୍ର ବିଛାଇ ତୋଳା ଫଳକୁ ଧରିବା ପାଇଁ । ଗୋଟାଏ ବଡ ପାଚିଲା ପଣସ ତୋଳି ଦାସେ ଭଗବାନଙ୍କ ପାଖକୁ ତଳକୁ ପକାଇଦେଲେ । ମହାପ୍ରଭୁ ତ ବଡଖିଆ । ତାଙ୍କୁ ଗୋଟାଏ ତ ପାଇବନି । ତେଣୁ ଆଉ ଏକ ବଡ ପାଚିଲା ଫଳ ଖୋଜିବାରେ ଲାଗିଲେ ସେ ଛାଇ ଆଲୁଅ ମିଶା ପତ୍ର ଗହଳରେ । ଜଗନ୍ନାଥ ତ କିଛି ସମୟ ପାଇଁ ଧୈର୍ଯ୍ୟ ଧରି ରହିଲେ ।କିନ୍ତୁ ପାଚିଲା ପଣସର ସୁମିଷ୍ଟ ମଧୁର ବାସ୍ନା ଆଉ ସେ ସହି ପାରିଲେନି ।ବିକଳ ହୋଇ ସେ ପଣସକୁ ଭାଙ୍ଗି କୋଷାମାନ ଖାଇବାକୁ ଲାଗିଲେ । କେଇ କ୍ଷଣ ମଧ୍ୟରେ ପଣସଟା ଶେଷ ।ହେଲେ ଷାଠିଏ ପଉଟି ଖାଇଲାବାଲାଙ୍କ ପେଟ କି ମନ କୋଉଠି ପୂରୁଛି ଗୋଟିଏ ପଣସରେ । ବଳରାମ ଦାସ ଆଉ ଏକ ପଣସ ପକେଇଦେଲେ । ତାକୁ ବି ସେ ଉଦରସ୍ଥ କରିବାରେ ଲାଗିଗଲେ । ପଣସ ଅଧା ଖିଆ ହୋଇଛି , ବଗିଚାର ମାଲିକ ଜଗୁଆଳୀ ଆସିବାର ତୁଣ୍ତ ଶବ୍ଦ ଶୁଣାଗଲା । ମହାପ୍ରଭୁ ତ ତଳେ ଥାଆନ୍ତି । ନଟଖଟ ଲୀଳାମୟ ତୁରନ୍ତ ଭୋଜନ ଛାଡି ସେ କଣ୍ଟା ଝଟା ଦେଇ ବଗିଚା ବାଡ ଡେଇଁ ପଳାଇଗଲେ ।
ହାଁ "ଯଃ ପଳାୟତି, ସଃ ଜୀବତି॥"ସୁଝୀନ ପିତାମ୍ବର ବି କଣ୍ଟା ଲାଗି ଚିରିଗଲା, ଶ୍ରୀଅଙ୍ଗରେ କିଛି ଆଞ୍ଚୁଡା କ୍ଷତ ବି ହେଇଗଲା । ଭଗବାନ ତ ପାର । ହେଲେ ଭକ୍ତ ବଳରାମ ତ ଗଛ ଉପରେ । ତରବରରେ ଗଛରୁ ଡେଇଁପଡିଲେ ଯେ ଗୋଡ ହାତ କିଛି ମୋଡି ହେଇଗଲା । ସେ ବି ରକ୍ଷା ପାଇବା ପାଇଁ ପ୍ରଭୁଙ୍କ ପରି କଣ୍ଟାବାଡ ଡେଇଁ ଯିବାବେଳେ ଅନୁରୂପ ଖଣ୍ଡିଆ ଖାବରା ହୁଅନ୍ତି । ମହାପ୍ରଭୁ ଆଗେ ଆଗେ ଆଉ ଦାସେ ତାଙ୍କ ପଛେ ପଛେ ଏକମୁହାଁ ହୋଇ ଦୌଡନ୍ତି ବଡ ଦେଉଳକୁ ।
ଏଣେ ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ସନ୍ଧ୍ୟା ଧୂପ ବେଳରେ ରତ୍ନ ସିହାଂସନରେ ନ ପାଇ ବ୍ୟସ୍ତ ବିବ୍ରତ ହୋଇ ପାଟ ଅଗଣାରେ ଇତସ୍ତତଃ ହୋଇ ବୁଲୁଥାନ୍ତି । ଆଉ ଠିକ୍ ଏ ସମୟରେ ଏ ଦୁଇ ଜଣ ଦୌଡି ଦୌଡି ଯାଇ ପହଞ୍ଚନ୍ତି। କି ବିଚିତ୍ର ବେଷ ନଟନାଗରଙ୍କ !!! ଶ୍ରୀଅଙ୍ଗ ମଳିନ କ୍ଷତବିକ୍ଷତ । ସର୍ବାଙ୍ଗ ଝାଳ ଜର୍ଜ୍କରିତ ! ଦ୍ରୁତ ଗତିରେ ନିଃଶ୍ବାସ ନେଉଥାନ୍ତି, ପୁଣି କନ୍ଧର ଉତ୍ତରୀୟ କେଉଁଠି ଖସି ପଡିଛି , ଫୁଙ୍ଗୁଳା ଦେହରେ କଟି ତଟରେ ପୀତବସ୍ତ୍ର ମାତ୍ର,ତାହା ପୁଣି ଚିରା ଆଉ କଣ୍ଟା ଝଟାରେ ପୂର୍ଣ୍ଣ !!! ଆପଣାର ଗୃହସ୍ୱାମୀ ପ୍ରାଣପତିଙ୍କୁ ଏ ଦଶାରେ ଦେଖି କପାଳରେ ହାତ ଦେଲେ ଠାକୁରାଣୀ । ସାମାନ୍ଯ ରୋଷ ପ୍ରକାଶ କରି ପଚାରଲେ " ପ୍ରଭୁ !ଏ ବିଚିତ୍ର ଦଶା କିପରି ଆପଣଙ୍କର !??" ପ୍ରଭୁ କେତେ ଆଉ କିପରି ଲୁଚେଇବେ । ପୁଣି ଦାସେ ତ ପାଖରେ ତଦ୍ରୁପ ଅବସ୍ଥାରେ ଦଣ୍ଡାୟମାନ ।ଭକ୍ତ ତ ସରଳ । କହିପକାଇଲେ ସବୁ କଥା । ସବୁ ଶୁଣି ଲକ୍ଷ୍ମୀଙ୍କ କ୍ରୋଧ ଆଉ ଦେଖେ କିଏ ! ବର୍ଷିଚାଲିଲେ ତ ଜଗନ୍ନାଥଙ୍କ ଉପରେ । ଦାସେ ବି ବାଦ୍ ପଡିଲେନି ।
"ଆଉ ଏ ଭଗବାନ ଯେମିତି ଅଖାଡୁଆ, ତାଙ୍କ ଭକ୍ତ ବି ସେମିତି । କେହି କାହାକୁ କମ୍ ନୁହଁନ୍ତି । କଥାରେ ପରା ଅଛି -ଶୁଣ୍ଢି ସାକ୍ଷୀ ମାତାଲ ।" ମହାପ୍ରଭୁ ତ ତଳକୁ ମୁହଁ ପୋତି ପାଦ ନଖରେ ଭୁଇଁ ଚିରୁଥାନ୍ତି, ଭକ୍ତ ଆଉ ସହି ପାରିଲେ ନାହିଁ ପ୍ରାଣପ୍ରିୟ ଭଗବାନଙ୍କୁ ଗାଳି । ରୋଷରେ କହିଗଲେ ...
"ମା ! ତୁ ତ ବାଇ ଠାକୁରାଣୀ । ତୁ କ'ଣ ଜାଣିବୁ ଭକ୍ତ -ଭଗବାନଙ୍କ ଭାବ ??!!"
ଏ କଟାଳ ଶୁଣି ମହାକଲକ୍ଷ୍ମୀଙ୍କ ରାଗ ତ ପଞ୍ଚମ । ଅଭିଶାପ ଦେଇଗଲେ ଭକ୍ତକୁ " ରେ ବଳରାମ ! ତୁ ଶ୍ରୀକ୍ଷେତ୍ରର ପଞ୍ଚକୋଶ ଭିତରେ ମରିପାରିବୁ ନାହିଁ । ମୋର ଅଭିଶାପ ଅନ୍ୟଥା ହେବ ନାହିଁ ।"(କାରଣ ପ୍ରାୟ ଭକ୍ତର କାମନା ଥାଏ ଶ୍ରୀକ୍ଷେତ୍ରର ପଞ୍ଚକୋଶ ମଧ୍ୟରେ ଦେହ ତ୍ୟାଗ କରି ବୈକୁଣ୍ଠ ଧାମ ଗମନ କରିବାକୁ)
କାଳ ଗଡି ଚାଲିଲା । ବଳରାମ ଦାସ ଶ୍ରୀକ୍ଷେତ୍ର ବାହାରକୁ କୌଣସି କାର୍ଯ୍ୟରେ ଯାଇ ଫେରୁଥିବା ବେଳେ ରାସ୍ତାରେ ତାଙ୍କ କାଳ ପୂର୍ଣ୍ଣ ହୋଇଗଲା । ଲକ୍ଷ୍ମୀଙ୍କ ଅଭିଶାପ ଫଳିଲା । ସେଠି ପଡିଯାଇ ସେ ଭଗବାନଙ୍କୁ ସ୍ମରଣ କଲେ ହୃଦୟରେ ।ରତ୍ନ ସିଂହାସନ କମ୍ପିଲା । ମହାପ୍ରଭୁ ଜଗନ୍ନାଥ ଅସ୍ଥିର ହୋଇ ଯିବାକୁ ବାହାରି ପଡିଲେ ଭକ୍ତ ନିକଟକୁ । ମହାଲକ୍ଷ୍ମୀ ବି ପ୍ରଭୁଙ୍କ ସଙ୍ଗେ ଚାଲିଲେ । ତତ୍ କ୍ଷଣାତ୍ ଦୁହେଁ ପହଞ୍ଚିଲେ ବଳରାମ ଦାସଙ୍କ ସମୀପରେ । ନିଜ ଆରାଧ୍ୟଙ୍କ ଭକ୍ତ ବତ୍ସଳତା ଦେଖି ଆଖିରୁ ଅଶ୍ରୁ ଝରିଚାଲିଲା ଭକ୍ତଙ୍କର । ଲକ୍ଷ୍ମୀ କହିଲେ "ଦେଖିଲୁ ନା ବଳରାମ ! ମୋ ଶାପ ସତ୍ୟ ହେଲା।" ଭକ୍ତ କହିଲେ "ମା ! ତୁ ବଡ ଭୋଲୀ । ଆପଣ ଦୁଇଜଣ ଯେଉଁଠି , ପଞ୍ଚକୋଶ ତ ସେଇଠି । ତୋ ଶାପ ତ ମୋ ପାଇଁ ଆର୍ଶୀବାଦ ହୋଇଗଲା । ସାକ୍ଷାତରେ ମହାପ୍ରଭୁ ଆଉ ତୋତେ ଦେଖି ପ୍ରାଣ ଛାଡୁଛି ।"
ଭଗବାନଙ୍କ ଶ୍ରୀଚରଣରେ ମସ୍ତକ ରଖି ଭକ୍ତ ସ୍ୱଦେହ ତ୍ୟାଗ କରି ଦିବ୍ୟ ଧାମ ଗମନ କରିଗଲେ ।
ଜୟ ଜଗନ୍ନାଥ

Mahabahu
19/07/2025

Mahabahu

Prabhu
19/07/2025

Prabhu

Boss
19/07/2025

Boss

Maa
19/07/2025

Maa

ବୋଲବମ୍/କାଉଡ଼ିଆ!ଆସନ୍ତୁ ଜାଣିବା ଶାସ୍ତ୍ର କଣ କୁହନ୍ତି କାଉଡ଼ି ଯାତ୍ରା ବିଷୟରେ?ଶ୍ରାବଣମାସର ନାମ ଶୁଣିବା ମାତ୍ରେ ମନରେ ଭାବାନ୍ତର ସୃଷ୍ଟି ହ...
19/07/2025

ବୋଲବମ୍/କାଉଡ଼ିଆ!
ଆସନ୍ତୁ ଜାଣିବା ଶାସ୍ତ୍ର କଣ କୁହନ୍ତି କାଉଡ଼ି ଯାତ୍ରା ବିଷୟରେ?
ଶ୍ରାବଣମାସର ନାମ ଶୁଣିବା ମାତ୍ରେ ମନରେ ଭାବାନ୍ତର ସୃଷ୍ଟି ହୁଏ, ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ପ୍ରସନ୍ନ କରିବାର ପ୍ରକୃଷ୍ଠ ସମୟ। ଏହି ସମୟରେ ହର ମନ୍ଦିରେ ବୋଲବମ୍ ବା କାଉଡ଼ିଆ ଜଳଧାରୀ ଭକ୍ତ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୁଏ।
ଏହି କାଉଡ଼ି ଯାତ୍ରା ସମ୍ପୂର୍ଣ ଅଶାସ୍ତ୍ରୀୟ ବିଧି ନୁହେଁ ବରଂ ସ୍ଥାନ, କାଳ, ପାତ୍ରକୁ ନେଇ ଏହା ଅଶାସ୍ତ୍ରୀୟ ହେଉଛି । ଏହାର ବିଧି ରହିଛି କେବଳ ଗଙ୍ଗାଜଳ ଆବଶ୍ୟକ ସ୍ଥଳେ ଯମୁନା, ସରସ୍ବତୀ ଓ ତ୍ରିବେଣୀ ସଙ୍ଗମ ଜଳ କିନ୍ତୁ ଏଥିରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି।
*ଓଡ଼ିଶାରେ କିପରି ଏହା ଅଶାସ୍ତ୍ରୀୟ ହୋଇଛି ଓ ଏହାର କାରଣ ସମ୍ୱନ୍ଧରେ ଜାଣିବାପାଇଁ ଆମର ସ୍ବତନ୍ତ୍ର ଉପସ୍ଥାପନା...*
ଶ୍ରାବଣ ମାସରେ ପ୍ରାୟତଃ ପ୍ରତ୍ୟେକ ଶିବ ମନ୍ଦିରରେ କାଉଡ଼ିଆ ମାନଙ୍କ ଗହଳି ଲାଗିଥାଏ ଜଳଲାଗି କରିବାକୁ କିନ୍ତୁ ପ୍ରାଚୀନ ଶାସ୍ତ୍ର ଗ୍ରନ୍ଥ ଏ ବିଷୟରେ କଣ କୁହନ୍ତି...
ଅତ୍ରି ସଂହିତାନୁଯାୟୀ ଏ ଘୋର ଚାତୁର୍ମାସ୍ୟା (ଆଷାଢ଼ ହରିଶୟନ ଏକାଦଶୀରୁ କାର୍ଷିକ ଶିବ ଉତ୍ଥାପନ ଚତୁର୍ଦ୍ଦଶୀ) କାଳରେ କେବଳ ଗଙ୍ଗା ନଦୀକୁ ଛାଡ଼ି ଅନ୍ୟାନ୍ୟ ସମସ୍ତ ନଦ ନଦୀ ରଜସ୍ବଳା ହୋଇଥାନ୍ତି। ତେଣୁ ଏହି ସମୟରେ ସେ ନଦୀଜଳ କୌଣସି ମାଙ୍ଗଳିକ ତଥା ଦେବ କାର୍ଯ୍ୟରେ ବିନିଯୋଗ ହୋଇପାରିବ ନାହିଁ।
ସେହିପରି ବିଷ୍ଣୁସ୍ମୃତିରେ ମଧ୍ୟ ଉଲ୍ଲେଖ ରହିଛି ଯେଉଁଦିନ ଠାରୁ ନୀଳାଚଳରେ ମା ଭଗବତୀ କାମାକ୍ଷାଙ୍କ ଅମ୍ବୁବାଚି (ଦେବୀଙ୍କ ରଜସ୍ବଳା ପର୍ବ ପ୍ରତିବର୍ଷ ଆଷାଢ଼ ମାସରେ ସପ୍ତମ ଦିବସରୁ ଆରମ୍ଭ ହୁଏ) ପର୍ବ ପାଳନ କରାଯାଏ ତା ଦୁଇ ମାସ ପର୍ଯ୍ୟନ୍ତ କେବଳ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀକୁ ଛାଡ଼ି ଅନ୍ୟ ସମସ୍ତ ନଦୀ ରଜବତୀ ହୋଇଥାନ୍ତି ତେଣୁ ଉକ୍ତ ରିକ୍ତ ଜଳକୁ ଦେବପୂଜା ନିମନ୍ତେ ଅଗ୍ରାହ୍ୟ କରାଯାଏ।
ଆମ ଓଡ଼ିଆ ପାଞ୍ଜିରେ ମଧ୍ଯ ଏହି ଚାତୁର୍ମାସ୍ୟ ସମୟରେ ନଦୀ ରଜସ୍ବଳା ହେବା କଥା ସ୍ପଷ୍ଟ ଉଲ୍ଲେଖ କରାଯାଉଛି।
ତେବେ ଏହି ନଦୀମାନଙ୍କର ଏହି ରଜସ୍ୱଳା ଦୋଷ କଣ? ଏହା କଣ ନାରୀମାନଙ୍କ ପରି?
ଉତ୍ତର ଆସିବ ନାଁ ନାରୀମାନଙ୍କ ରଜସ୍ବଳା ସହିତ ଏହାର କୈାଣସି ସମ୍ପର୍କ ନାହିଁ କିନ୍ତୁ ଯେହେତୁ ଏହି ସମୟରେ ପ୍ରବଳ ପରିମାଣରେ ବର୍ଷା ହେବା ଯୋଗୁଁ ନାନାଦି ବର୍ଜ୍ୟବସ୍ତୁ, ଅଳିଆ, ମଳମୁତ୍ର, ଗଳିତ ପଚିତ ଦ୍ରବ୍ୟମାନ ଆସି ନଦୀରେ ମିଶିଥାଏ । ଓ ଜଳସ୍ତର ବୃଦ୍ଧି ପାଇବା ଫଳରେ ନଇରେ ବଢ଼ି ଆସିବା ସମୟରେ ସମାନ ଘଟଣା ଘଟିଥାଏ, ଏହି ଗୁଢ଼ ତଥ୍ୟକୁ ଆମ ମହାନ ବିଦ୍ବାନ ପୂର୍ବ ପୁରୁଷଗ ଷଗଣ ସୁନ୍ଦର ଭାବେ ରଜସ୍ବଳା ଆକ୍ଷା ପ୍ରଦାନ କରିଛନ୍ତି।
ଉପରୋକ୍ତ କ୍ତ କାରଣରୁ ଏହି ସମୟରେ ଶିବ ମହାପ୍ରଭୁଙ୍କ ଉପରେ ଅନ୍ୟାନ୍ୟ ନଦନଦୀର ଜଳ ଚଢାଇବା ମହାପାତକ ତୁଲ୍ୟା। କେବଳ ଗଙ୍ଗା ଯମୁନା, ସରସ୍ବତୀ ଓ ତ୍ରିବେଣୀ ସଙ୍ଗମର ଜଳ ଏ ସମୟରେ ଅର୍ପିତ ହୋଇପାରିବ କାରଣ ଉକ୍ତ ନଦୀତ୍ରୟ ଓ ସଙ୍ଗମ ସଦା ସର୍ବଦା ପବିତ୍ର ।
କାଉଡ଼ିଆ ବା ବୋଲବମ୍ ପରମ୍ପରା ମୁଳତଃ ଉତ୍କଳୀୟ ସଂସ୍କୃତି ନୁହେଁ। ଏହା ହେଉଛି ଉତ୍ତର ଭାରତୀୟ ସଂସ୍କୃତି ଯେହେତୁ ସେଠାରେ ଗଙ୍ଗାମାତା ପ୍ରତ୍ୟକ୍ଷ ଭାବେ ଉପଲବ୍ଧ ଅଛନ୍ତି ତେଣୁ ସେଠାକାର ବ୍ୟକ୍ତିମାନେ ଶଙ୍କର ମହାପ୍ରଭୁଙ୍କୁ ଗଙ୍ଗାପୟ ଲାଗି କରାନ୍ତି।
ଏହା କାଳକ୍ରମେ ଏକ ଲୋକ ଦେଖାଣିଆ ଟ୍ରେଣ୍ଡ୍ ଭାବେ ଆମ ଓଡ଼ିଶାକୁ ଆସିଛି। ଆମେ ଯଦି ଆଖପାଖର ବିଜ୍ଞଜନ ଓ ପୁରୁଖା ବ୍ୟକ୍ତିଙ୍କୁ ଏ ସମ୍ପର୍କରେ ପଚରା ଉଚରା କରିବା ତେବେ ସେମାନେ ମଧ୍ଯ ସମାନ କଥା କହିବେ। କହିବାକୁ ଗଲେ ବିଗତ ୭୦-୮୦ ବର୍ଷ ପୂର୍ବରୁ ଏ ପରମ୍ପରା ଓଡ଼ିଶାରେ ନଥ୍‌ଲା,
ଏବେ ମଧ୍ଯ ଅନେକ ପ୍ରାଚୀନ ଶିବାଳୟରେ ବୋଲବମ୍ ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ଛଡ଼ା ଯାଏନି ବାହାରେ ମହାପ୍ରଭୁଙ୍କ ଏକ ପାର୍ଥିବ ଶିବଲିଙ୍ଗ ସ୍ଥାପନ କରି ତା ଉପରେ ଜଳାଶାୟୀ କରିବାର ବିଧି ବ୍ୟବସ୍ଥା ରହିଆସିଛି ମୂଳତଃ ବୈଶାଖ ଓ କାର୍ତ୍ତିକ ସାମବାର ଉତ୍କଳୀୟ ଭୂଖଣ୍ଡରେ ମହାନ ଶୈବଧର୍ମର ପରିଚାୟକ ଗ୍ରହଣ କରେ।
ଓଡ଼ିଆ ଧର୍ମୀୟ ଭାବନାରେ ଅନ୍ୟ ଏକ ସ୍ଥୂଳ ଦୃଷ୍ଟିରୁ ଦେଖିବାକୁ ଗଲେ, ଜଗନ୍ନାଥ ମହାପ୍ରଭୁ ଶୟନ କରିବା ପରେ ପରେ ମହାପ୍ରଭୁ ବିଶ୍ବନାଥ ତ୍ରିଭୁବନେଶ ମଧ୍ୟ ଶୟନ କରନ୍ତି ଯେହେତୁ ଶୋଇବା ଲୋକର ନିଦ୍ରାଭଙ୍ଗ କରିବା ଅନୁଚିତ ତେଣୁ ଅଶାସ୍ତ୍ରୀୟ ଜଳ ଆଣି କାହିଁକି ଗହଳି ଜମେଇ ତାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବା।
ଶ୍ରାବଣରେ ସଦାଶିବଙ୍କୁ ଭକ୍ତି କରନ୍ତୁ କିନ୍ତୁ ଏଭଳି ଭାବେ ଶରୀରକୁ କଷ୍ଟଦେଇ ଲୋକ ଦେଖାଣିଆ ଅପ୍ରାସଙ୍ଗିକ କାର୍ଯ୍ୟ କରନ୍ତୁ ନାହିଁ। ଯଦି ଗଙ୍ଗା, ଯମୁନା, ସରସ୍ବତୀ ଓ ତ୍ରିବେଣୀ ସଙ୍ଗମର ଜଳ ଆଣି ପାରୁନାହାନ୍ତି ତେବେ ଅପରିଷ୍କୃତ ନଦୀଜଳ ଅର୍ପଣ କରନ୍ତୁନି ।
ଜଳାଶାୟୀ କରିବାକୁ ଯଦି ଏତେ ଇଚ୍ଛୁକ ତେବେ ଶୁଦ୍ଧ କୂପଜଳ ଆଣି ମହାପ୍ରଭୁଙ୍କୁ ଅର୍ପଣ କରନ୍ତୁ ସେ ଆଶୁତୋଷ...🙏🔱

ମୁଁ ଶରଧାବାଲି କହୁଚି ମୋର ଅନେକ କିମ୍ବଦନ୍ତୀ🌹ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରର ପାଦଦେଶରୁ ବଡ଼ଶଂଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳର ନ...
19/07/2025

ମୁଁ ଶରଧାବାଲି କହୁଚି ମୋର ଅନେକ କିମ୍ବଦନ୍ତୀ🌹
ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରର ପାଦଦେଶରୁ ବଡ଼ଶଂଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳର ନାମ ଶରଧାବାଲି, ଯାହାକୁ ବିଷ୍ଣୁପଦରଜ ରୂପେ ପରମ ପବିତ୍ର ବୋଲି ବିଶ୍ବାସ କରାଯାଏ । ଏଣୁ ଭକ୍ତ ଓ ଶ୍ରଦ୍ଧାଳୁଗଣ ଶରଧାବାଲିକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ଦେହରେ ମୁଣ୍ଡରେ ବୋଳି ଥାଆନ୍ତି, ତୁଣ୍ଡରେ ଲଗାନ୍ତି ଓ କାନୀରେ ବାନ୍ଧି ସ୍ଵଗୃହକୁ ନେଇଥାନ୍ତି । ସେଇଥି ପାଇଁ ଭକ୍ତ ସାଲବେଗ ଲେଖୁଛନ୍ତି,
ବଡ଼ଦାଣ୍ଡ ଦେଖି ହେଲି ତୋଷ, ରେଣୁ ମାତ୍ର ତେଣୁ ଜଳି ଗ୍ରାସ ।
ଏଣୁ ପୁରୁଷୋତ୍ତମ ଧାମର ଶରଧାବାଲି ଏକ ମହତ୍ଵପୂର୍ଣ, ସ୍ଥାନ, ଯାହାର ରେଣୁ ରେଣୁ ପାବନ ପବିତ୍ର, କାରଣ ଏହା ନୀଳମାଧବଙ୍କ ଆଦ୍ୟପୂଜକ ଶବରରାଜା ବିଶ୍ଵାବସୁ, ମହାରାଜ ଇନ୍ଦ୍ରଦ୍ୟୁମ୍ନ, ମାତା ଶ୍ରଦ୍ଧାଦେବୀ, ତାଙ୍କ ମହାରାଣୀ ଗୁଣ୍ଡିଚା, ଦେବର୍ଷୀ ନାରଦ, ପିତାମହ ବ୍ରହ୍ମଦେବଙ୍କ ପଦରଜ ଦ୍ଵାରା ପବିତ୍ର ହୋଇଛି । ଏହି ପବିତ୍ର ସ୍ଥଳ ମଧ୍ୟ ଦାରୁବ୍ରହ୍ମ ଚତୁର୍ଦ୍ଧାମୂର୍ତୀଙ୍କ ଜନ୍ମସ୍ଥଳ, ପରମାତ୍ମା ପରଂବ୍ରହ୍ମକ ଦିବ୍ୟ ଉପସ୍ଥିତି ଦ୍ଵାରା ଏହି କ୍ଷେତ୍ର ସଂସ୍କାରିତ ।
ଶରଧାବାଲି ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡର ଏକ ଅଂଶ, ଏହି ପବିତ୍ର ସ୍ଥଳର ଉତରରେ ଶ୍ରୀଗୁଣ୍ଡିଚା ମନ୍ଦିର, ଦକ୍ଷିଣରେ ନୀଳକନ୍ଦର ଶ୍ରୀମନ୍ଦିର, ନିକଟରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ସମେତ ଯଜ୍ଞନୃସିଂହ ମନ୍ଦିର ଓ ନୀଳକଣ୍ଠେଶ୍ଵର ମନ୍ଦିର । ଶରଧାବାଲିରେ ଅବସ୍ଥିତ ଶ୍ରୀଗୁଣ୍ଡୀଚା ମନ୍ଦିରକୁ ଜନକପୁରୀ ବୋଲି ମଧ୍ୟ କୁହାଯାଏ, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଏଠାରେ ଅଶ୍ଵମେଧ ଯଜ୍ଞକରି ଶ୍ରୀଜୀଉଙ୍କୁ ପାଇଥିଲେ ବୋଲି ଏହାକୁ ଯଜ୍ଞବେଦୀ ବା ଅନୁର୍ବେଦୀ ମଧ୍ୟ କୁହାଯାଏ ।
ଶ୍ରଦ୍ଧା ହେଉଛି ଏକ ଭଗବତ ସଦଗୁଣ, ମାନବ ଜୀବନରେ ଶ୍ରଦ୍ଧାର ପ୍ରମୁଖ ଭୂମୀକା ରହିଛି, ମନୁଷ୍ୟ ଶ୍ରଦ୍ଧାବାନ ହେଲେ, ତାର ସ୍ଵରୂପ ଏବଂ ନିଷ୍ଠା ବଦଳିଯାଏ। ଶ୍ରଦ୍ଧାବାନ ଲୋକ ସାଧାରଣତଃ ନିର୍ମଳ ପ୍ରକୃତିର, ନିଷ୍ଠାପର ଖୋଲା ହୃଦୟର ସହନଶୀଳ ବ୍ୟକ୍ତିତ୍ଵ । ଶ୍ରଦ୍ଧାବାନ ବ୍ୟକ୍ତି ହିଁ ଅସାଧ୍ୟ ସାଧନ କରିଥାଏ, ଶ୍ରଦ୍ଧା ସିଦ୍ଧି ପ୍ରାପ୍ତିର ଚାବିକାଠୀ, ଈଶ୍ବରଙ୍କୁ ପ୍ରାପ୍ତ କରିବାର ପ୍ରମୁଖ ସାଧନ । ତେବେ ମନରେ ସ୍ଵତଃ ପ୍ରଶ୍ନ ଉଠେ, ଏହାର ନାମ ଶରଧାବାଲି କାହିଁକି ହେଲା ? କାହାର ଶ୍ରଦ୍ଧା ହେତୁ ଏହି ବାଲୁକାମୟ କ୍ଷେତ୍ରକୁ ଶୁଦ୍ଧାବାଲି ବା ଶରଧାବାଲି ବୋଲି କୁହାଯାଏ। ଏହାର ସଠିକ ଉତର ନିମନ୍ତେ, ବହୁ ପୌରାଣିକ ତଥା ଐତିହାସିକ ତଥ୍ୟ ମିଳେ ।
ଶରଧାବାଲିର ପୌରାଣିକ ଆକ୍ଷାୟୀକା
(୧). ସତ୍ୟଯୁଗରେ ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନ, ଜୀବନ୍ତ ଦେବତା ନୀଳମାଧବଙ୍କ ସମ୍ବନ୍ଧରେ, ତାଙ୍କ ରାଜ ପୁରୋହିତଙ୍କ ଭାଇ ବିଦ୍ୟାପତି ଠାରୁ ଅବଗତ ହୋଇଥିଲେ । ଯେତେବେଳେ ସେ ପ୍ରଭୁ ନୀଳମାଧବଙ୍କ ସଂନ୍ଧାନରେ ଉତ୍କଳ ଭୂମୀରେ ପହଞ୍ଚିଲେ ଶୁଣିଲେ ଯେ ଝଡ଼ବାତ୍ୟା ଦ୍ୱାରା ନୀଳମାଧବ ବାଲୁକାସ୍ତୁପ ତଳେ ପୋତିହୋଇ ଅନ୍ତନ୍ଧ୍ୟାନ ହୋଇ ଯାଇଛନ୍ତି । ସୁଦୂର ମାଳବରୁ ଦୀର୍ଘପଥ ଅତିକ୍ରମ କରି ସେ ଯେତେବେଳେ ପ୍ରଭୃକ ଦର୍ଶନ ସୁଖରୁ ବଞ୍ଚିତ ହେଲେ, ସେ ଦୁଃଖ ଓ ହତାଶାରେ କାନ୍ଦିପକାଇ ଅମୂହତ୍ୟା କରିବାକୁ ମନସ୍ତ କଲେ । ଏହି ସମୟରେ ଦେବର୍ଷୀ ନାରଦ ତାଙ୍କୁ ସାନ୍ତନା ଦେଇ, ଶ୍ରଦ୍ଧାର ସହ ପ୍ରଭୁ ନୃସିଂହକୁ ପ୍ରାର୍ଥନା କରିବାକୁ ଉପଦେଶ ଦେଲେ । ପ୍ରଭୁ ନୃସିଂହ ରାଜାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟହୋଇ, ଦର୍ଶନଦେଇ ମନ୍ଦିରନିର୍ମାଣ ନିମନ୍ତେ ଆଶିର୍ବାଦ ଦେଲେ । ଯେହେତୁ ଏହି ବାଲୁକାମୟ କ୍ଷେତ୍ରରେ, ରାଜା ଇନ୍ଦ୍ରଦ୍ୟୁମ୍ନ ନିଜର ଅତୁଟ ଶ୍ରଦ୍ଧାହେତୁ, ସ୍ଵୟଂ ଭଗବାନ ନୃସିଂହଂକୁ ଦର୍ଶନକରି ପାରିଲେ, ତେଣୁ ଏ ସ୍ଥାନକୁ ଶ୍ରଦ୍ଧାବାଲି ବା ଶରଧାବାଲି ବୋଲି କୁହାଯାଏ ।
(୨). ଦ୍ଵିତୀୟ ପୌରାଣିକ ତଥ୍ୟ କୁହେ ଯେ, ମହାପ୍ରଭୁଙ୍କ ଶ୍ରୀମନ୍ଦିର ନିର୍ମାଣ ଏବଂ ଚତୁର୍ଦ୍ଧାମୂର୍ତୀଙ୍କର ରତ୍ନସିଂହାସନରେ ସଂସ୍ଥାପନ ପରେ, ସ୍ଵୟଂ ପ୍ରଭୁ ଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ, ତାଙ୍କୁ ବର ଦେବାକୁ ଇଛା ପ୍ରକାଶ କଲେ । ମାତ୍ର ରାଜା ଇନ୍ଦ୍ରଦ୍ୟୁମ୍ନ, ନିଜ ପାଇଁ କିଛି ନ ମାଗି, ନିଜକୁ ବଂଶହୀନ ହେବାକୁ ଆଶିର୍ବାଦ ଦେବାକୁ କହିଲେ, କାରଣ ତାଙ୍କ ବଂଶଧର ଶ୍ରୀମନ୍ଦିର ନିର୍ମାଣ ନିମନ୍ତେ ଗର୍ବ ଦେଖାଇଲେ, ତାଙ୍କରର ସମସ୍ତ ଅର୍ଜିତ ପୂଣ୍ୟର ବିନାଶ ହୋଇଯିବ। ମହାପ୍ରଭୁ ତାଙ୍କର ଇଛା ପୂରଣ କଲେ । ତାପରେ ତାଙ୍କ ପତ୍ନୀ ମହାରାଣୀ ଗୁଣ୍ଡିଚା ଇଛା ପ୍ରକାଶ କଲେ ଯେ, ପ୍ରତିବର୍ଷ ଥରେ ମହାପ୍ରଭୁ ତାଙ୍କର ଏହି ଜନ୍ମସ୍ଥଳକୁ ଆସିବେ । ମହାପ୍ରଭୁ ଏଥିରେ ମଧ୍ୟ ରାଜିହୋଇ ଜନ୍ମବେଦୀ ସ୍ଥିତ ମନ୍ଦିରକୁ ଶ୍ରୀଗୁଣ୍ଡିଚାମନ୍ଦିର ରୂପେ ନାମିତ କଲେ । ପରିଶେଷରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମାତା ଶ୍ରଦ୍ଧାଦେବୀ କିଛି ନମାଗି, ମହାପ୍ରଭୁଙ୍କ ଅନୁପମ ରୂପ ଲାବଣ୍ୟରେ ବିମୋହିତ ହୋଇ, ତାଙ୍କ ବେନିନେତ୍ରରୁ ଅବିରତ ଆନନ୍ଦାଶ୍ରୁ ନିର୍ଗତ ହୋଇ, ବାଲୁକା କ୍ଷେତ୍ର ଭିଜି ଯାଇଥିଲା । ମହାପ୍ରଭୁ ତାଙ୍କର ଭକ୍ତିପୂତ ଶ୍ରଦ୍ଧା ଦ୍ବାରା ସନ୍ତୁଷ୍ଟ ହୋଇ, ସେହି ବାଲୁକାମୟ ପ୍ରାନ୍ତରର ନାମ ଶ୍ରଦ୍ଧାବାଲି ରଖିଥିଲେ ।
ଶରଧାବାଲିର ଐତିହାସିକ ତଥ୍ୟ
ଐତିହାସିକ ତଥ୍ୟ କହେ ଯେ, ପ୍ରାଚୀନ କାଳରେ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା । ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଏକ ସିଧା ରାସ୍ତା ନିର୍ମାଣ କରିବା ନିମନ୍ତେ, ଏହି ମାଳିନୀ ନଦୀକୁ ଅଗଣିତ ଜଗନ୍ନାଥ ଭକ୍ତ ଅତ୍ୟନ୍ତ ଶ୍ରଦ୍ଧାର ସହ ବାଲି ପକାଇ ପୋତି ଦେଇଥିଲେ, ତେଣୁ ଏହାକୁ ଶରଧାବାଲି କୁହାଯାଏ ।
ପ୍ରକୃତରେ ସେତେବେଳେ ଶ୍ରୀକ୍ଷେତ୍ର ପୁରୀକୁ ୩ଟି କ୍ଷୁଦ୍ର ନଦୀ ଘେରି ରହିଥିଲେ । ଏହି ୩ ନଦୀ ମଧ୍ୟରୁ ମାଳିନୀ ନଦୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ପ୍ରବାହିତ ହୋଇ,
ବାଙ୍କି ମୁହାଣ ଠାରେ ସମୁଦ୍ରରେ ମିଶୁଥିଲା, ଯେଉଁ ବାଙ୍କି ମୁହାଣରୁ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଗ୍ରହନିର୍ମାଣ ନିମନ୍ତେ, ଦିବ୍ୟଦାରୁ ସଂଗ୍ରହ କରିଥିଲେ । ତେଣୁ ମାଳିନୀ ନଦୀ ଦ୍ବାରା, ପୁରୀର ବଡ଼ଦାଣ୍ଡ ୨ ଭାଗରେ ବିଭକ୍ତ ହୋଇଥିଲା, ଫଳରେ ଗୁଣ୍ଡିଚା ମନ୍ଦିର ସହ ଶ୍ରୀମନ୍ଦିରର ସହିତ ସିଧା ସଳଖ ସଂଯୋଗ ହୋଇପାରୁ ନଥିଲା । ଏଣୁ ରାଜା ପ୍ରଥମେ ୩ଟି ରଥ ନିର୍ମାଣକରି, ଠାକୁରଙ୍କୁ ରଥରେ ବସାଇ, ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ମାଳିନୀ ନଦୀକୂଳକୁ ଆଣିଥିଲେ । ତାପରେ ୩ଟି ବଡ଼ ଡଙ୍ଗା ଦ୍ୱାରା ଠାକୁରଙ୍କ ବିଗ୍ରହମାନଙ୍କୁ ନଦୀ ପାରିକରି, ଶ୍ରୀମନ୍ଦିର ପାର୍ଶ୍ବକୁ ଆଣିଲେ । ନଦୀର ଅପର ପାର୍ଶ୍ୱରୁ ଆଉ ୩ଟି ରଥ ନିର୍ମାଣକରି, ସେଥିରେ ବିଗ୍ରହମାନଙ୍କୁ ବସାଇ, ଶ୍ରୀମନ୍ଦିର ନେଇ ସେଠାରେ ପ୍ରତିଷ୍ଠା କରିଥିଲେ । ଏହା ହେଉଛି, ଚତୁର୍ଦ୍ଧାମୂର୍ତୀକର ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ହୋଇଥିବା ପ୍ରଥମ ରଥଯାତ୍ରା ।
ଏହାପରେ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ଦେଲେ ଯେ, ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ, ତାଙ୍କର ଜନ୍ମସ୍ଥାନ ବୁଲି ଯିବାକୁ ରଥଯାତ୍ରା ପାଳନ କରିବାକୁ ।
ସେ ସମୟରେ ଆଜି ଭଳି ରାସ୍ତାଘାଟର ସୁବିଧା ନଥୁଲା, ତେଣୁ ବାଲିମାଟିରେ ରଥଟାଣିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ମହାରାଜ ଇନ୍ଦ୍ରଦ୍ୟୁମ୍ନକ ଶାସନ କାଳରୁ ଆଜି ଯାଏ, ସେହି ସମୟରୁ ବର୍ତମାନର ଆମର ପ୍ରୀୟ ରଥଯାତ୍ରା ପାଳନ ହୋଇ ଆସୁଅଛି । ରାଜା ଅଶ୍ରୁ, ଗଜ , ତଥା ବେଠିଆ (ବିନା ମଜୁରୀରେ ରାକାଙ୍କ ଆଦେଶରେ ବେଠି ଖଟୁଥିବା ଲୋକ) ମାନଙ୍କ ସାହାଯ୍ୟରେ ରଥ ଗୁଡ଼ିକୁ ଟାଣିବାର ବ୍ୟବସ୍ଥା କରୁଥିଲେ । ୬ଟି ରଥ ସହ ରଥଯାତ୍ରା କରିବା ମଧ୍ୟ ଅତ୍ୟନ୍ତ ବ୍ୟୟସାପେକ୍ଷ ଓ କଷ୍ଟସାଧ୍ୟ ଥିଲା । ସେଥ‌ିପାଇଁ ନବଦିନାତ୍ମକ ରଥଯାତ୍ରା ପାଇଁ ଗୋଟିଏ ମାସରୁ ଉର୍ଦ୍ଧ୍ବ ସମୟ ଲାଗୁଥିଲା ।
୧୩ଶ ଶତାବ୍ଦୀରେ ପୁରୀର ଗଜପତି ମହାରାଜା ଥିଲେ ଭାନୁଦେବ (ନରସିଂହଦେବ ୧୨୭୮-୧୩୦୭), ଯାହଙ୍କ ମହାରାଣୀଙ୍କ ନାମ ଥିଲା ଶ୍ରଦ୍ଧାଦେବୀ । ମହାନ ବୈଷ୍ଣବ ସନ୍ଥ ମାଧବାଚାର୍ଯ୍ୟ ରାଜାକୁ କହିଲେ, ରଥଯାତ୍ରା ଅବସରରେ ଶ୍ରୀବିଗ୍ରହମାନଙ୍କର ବାରମ୍ବାର ଯାନ ପରିବର୍ତନ ଏକ ଧାର୍ମୀକ କାର୍ଯ୍ୟ ନୁହେଁ, ଏହି ଅସୁବିଧା ହେତୁ ମହାପ୍ରଭୁ ଅସନ୍ତୁଷ୍ଟ ହେଉଛନ୍ତି । ମହାରାଣୀ ଶ୍ରଦ୍ଧା ମଧ୍ୟ ପ୍ରତିବର୍ଷ ରଥଯାତ୍ରାର ଅସୁବିଧାକୁ ହୃଦୟଙ୍ଗମ କରି, ତାଙ୍କ ମନରେ ଏକ ଉପାୟ ଆସିଲା । ସେ ଗଜପତି ମହାରାଜାଙ୍କୁ କହିଲେ, ରଥଯାତ୍ରା କରିବାକୁ, ପ୍ରତିବର୍ଷ ଆମର ଏତେ ଅସୁବିଧା ହେଉଛି, ତେଣୁ ଯଦି ମାଳିନୀ ନଦୀକୁ ପୋତି ଦିଆଯାଏ, ତେବେ ମାତ୍ର ୩ଟି ରଥରେ ରଥଯାତ୍ରା ସମ୍ପୁର୍ଣ୍ଣ ହୋଇ ପାରନ୍ତା । ସ୍ଵାମୀ ଭାନୁଦେବ ରାଣୀଙ୍କ ପ୍ରସ୍ତାବ ଶୁଣି ହସିଦେଇ କହିଲେ, “ ତୁମର କଅଣ ମୁଣ୍ଡ ଖରାପ ହେଲାଣି, ନଦୀ ପୋତିବା କଅଣ ଏତେ ସହଜ ? ରାଜାଙ୍କ କଥା ଶୁଣି ରାଣୀ ଶ୍ରଦ୍ଧା କହିଲେ, ଆପଣ କୋଷାଗାରରୁ ମୋତେ କିଛି ଅର୍ଥର ବ୍ୟବସ୍ଥା କରନ୍ତୁ, ମୁଁ ଯାଇ ନଦୀପୋତା କାର୍ଯ୍ୟ ଆରମ୍ଭ କରିବି । ତଥାପି ରାଜା ଭାନୁଦେବ ମହାରାଣୀକ ପ୍ରସ୍ତାବରେ ସମ୍ମତ ହୋଇ ପାରିଲେନି । ମାତ୍ର ରାଣୀ ଶ୍ରଦ୍ଧା କହିଲେ, ଆମେ ଥରେ ବାଲିପୋତା କାମ ଆରମ୍ଭ କଲେ, ଆମର ପିଢ଼ି ଦରପିଢ଼ି ଏଥିରେ ଅନୁପ୍ରାଣିତ ହେବେ ଏବଂ ମହାପ୍ରଭୁଙ୍କ କାର୍ଯ୍ୟ କେବେ ନା କେବେ ତ ସଂମ୍ପାଦିତ ହୋଇ ପାରିବ, ଏଣୁ ଏହି ମହତ କାର୍ଯ୍ୟର ଦାୟୀତ୍ଵ ଆପଣ ମୋତେ ଦିଅନ୍ତୁ ।
ଶେଷରେ ଗଜପତି ମହାରାଜ ମହାରାଣୀଙ୍କ କଥାରେ ସମ୍ମତ ହେଲେ ଏବଂ ବାଲି ପକାଇ ନଦୀକୁ ପୋତିବା କାର୍ଯ୍ୟ ରାଣୀକ ତତ୍ବାବଧାନରେ ଆରମ୍ଭ ହେଲା । ଲୀଳାମୟ ଭଗବାନଙ୍କ
ଲୀଳା ବିଚିତ୍ର, ଚାହୁଁ ଚାହୁଁ ସେହି ବର୍ଷ ରଥଯାତ୍ରା ପୂର୍ବରୁ ହିଁ ମାଳିନୀ ନଦୀ ବାଲିରେ ପୋତି ହୋଇଗଲା। ଫଳରେ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ବଡ଼ଦାଣ୍ଡ ହୋଇ ପାରିଲା, ଯାହା ମହାରାଜାଙ୍କୁ ଆଶ୍ଚର୍ଯ୍ୟାନୀତ କରିଥିଲା ।
ତାହାଦ୍ୱାରା ୬ଟି ରଥ ସ୍ଥାନରେ ୩ଟି ରଥରେ ଠାକୁରଙ୍କ ଘୋଷଯାତ୍ରା ସଂମ୍ପାଦିତ ହେଲା । ଗଜପତି ଖୁସୀହୋଇ ମହାରାଣୀଙ୍କ ଦ୍ଵାରା ଏହି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ଥୁବାରୁ, ଶ୍ରଦ୍ଧାର ସହ ବାଲିରେ ନଦୀକୁ ପୋତିଥିବାରୁ, ସେହି ସ୍ଥାନର ନାମ ଶ୍ରଦ୍ଧାବାଲି ରଖିଲେ, ଯାହା କାଳକ୍ରମେ ଅପଭ୍ରଂଶ ହୋଇ ଏବେ ଶରଧାବାଲି ନାମରେ ପରିଚିତ ।
ମହାରାଣୀ ଶ୍ରଦ୍ଧାଦେବୀ ବଡ଼ଦାଣ୍ଡର ବଳଗଣ୍ଡୀ ନିକଟରେ ଏକ ପୋଲ ମଧ୍ୟ ନିର୍ମାଣ କରିଥିଲେ । ମାଳିନୀ ନଦୀ ଅତ୍ୟନ୍ତ ସୁଗଭୀର ରହିଥୁଲା, ବଳଗଣ୍ଡୀ ନିକଟରେ ଏକ ବଡ଼ଗଣ୍ଡ ରହିଥିଲା। ଏହି ତତ୍‌କାଳୀନ ବଡ଼ଗଣ୍ଡ କାଳକ୍ରମେ ଅପଭ୍ରଂଶ ହୋଇ ବର୍ତମାନର ବଳଗଣ୍ଡୀ ହୋଇଛି।
ଶ୍ରୀମନ୍ଦିରର ମାଦଳାପାଞ୍ଜି ପୃଷ୍ଠା ୩୬ ମଧ୍ୟ, ଏହି ଐତିହାସିକ ତଥ୍ୟର ପ୍ରମାଣ ଦିଏ, ଯେଉଁଥିରେ ଲେଖା ହୋଇଛି ଯେ, “ ରାଜା ବାଙ୍କିମୁହାଣ ପୋତେଇଲେ, ୬ ରଥ ହେଉଥୁଲା, ନଦୀ ପୋତେଇ ୩ ରଥ କରେଇଲେ । ସେଇଥ୍ ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଶରଧାବାଲିକୁ ତିଳକ ରୂପେ ମସ୍ତକରେ ଗ୍ରହଣକରି ନିଜକୁ ଧନ୍ୟ ମନେ କରନ୍ତି । ଜ‌ୟ ଜଗନ୍ନାଥ ।

ଆଜି ମହାପ୍ରଭୁ ଶ୍ରୀ ପତିତପାବନଙ୍କ ସକାଳ ଦିବ୍ୟ ଦର୍ଶନ 🙏
19/09/2024

ଆଜି ମହାପ୍ରଭୁ ଶ୍ରୀ ପତିତପାବନଙ୍କ ସକାଳ ଦିବ୍ୟ ଦର୍ଶନ 🙏

💜💜
03/08/2024

💜💜

Address

Bhubaneswar
751013

Telephone

+919937530300

Website

Alerts

Be the first to know and let us send you an email when ଶ୍ରୀ ଜଗନ୍ନାଥ posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to ଶ୍ରୀ ଜଗନ୍ନାଥ:

Share