11/06/2025
ଜୀବନର ଅନେକ ଝଡଝଞ୍ଜାକୁ ତୁ ହସିହସି ସହିଯାଇଥିଲୁ ।ବିଷାଦର କାଳିମା ତୋ ତେଜସ୍ୱୀ ମୁଖମଣ୍ଡଳକୁ କେବେ ମଳିନ କରି ଦେଇନଥିଲା,ହେଲେ ହଠାତ୍ ଏମିତି ଅଧା ବାଟରେ ପରିବାରକୁ ଛାଡି ଚାଲିଯିବୁ ବୋଲି ଜଣା ନ ଥିଲା ଆମକୁ।ଈଶ୍ବରଙ୍କର ଏଇ ବିଚିତ୍ର ବିଧାନ।ଚାଁହୁ ଚାଁହୁ ଚଉଦ ବର୍ଷ ବିତିଗଲା.,ଗୋଟିଏ ଦୁଃଖ ପାଇଁ ଆଖିରେ ଲୁହ ଶୁଖି ନ ଥିବାବେଳେ ପୁଣି ଏକ ଶକ୍ତ ପ୍ରହାର।ବୋଧ ହୁଏ ।ଯେଉଁଠି ବି ଥାଆ ଶାନ୍ତିରେ ଥାଆ ।ହୃଦୟର ଗଭୀରତମ କୋଣରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଆମ ପରିବାର ତରଫରୁ ......
ପିଲାବେଳ କଥା ମନେ ପଡ଼ିଗଲେ
ତତେ ଖୋଜେ ଏ ନୟନ
କେଉଁଠି ଲୁଚିଲୁ ମୋର ସାନ ଭାଇ
କାହିଁକି ରହିଛୁ ମୌନ।।
ବିଶ୍ବାସ ହୁଏନା ମୃତ୍ୟୁ କୁ ତୋହର
ସ୍ତମ୍ଭିଭୂତ ଆମ ପାଣି ପରିବାର
ଅବୋଧ ସିପୁନ କାନ୍ଧେ ଦେଇଗଲୁ
ତୋ କର୍ତ୍ତବ୍ୟର ଭାର ।।
ମଣିଷ ମନକୁ କିଣି ପାରୁଥିବା
ମଣିଷ ଟେ ଥିଲୁ ତୁ
ଭାବନାକୁ ରୂପ ଦେଉଥିଲୁ ସଦା
ଏକାନ୍ତେ ଖୋଜେ ଆଜି ମୁଁ ।।
( ଇତି)
ତୋର ବଡ଼ ଭାଇ
ରାଜେଶ