Shri Jagannath Sanskruti Pracharaka

Shri Jagannath Sanskruti Pracharaka This page is developed and managed by Shree Jagannath Sanskruti Pracharak Parisada, Tiruna for creating Lord Jagannath consciousness Worldwide.

20/09/2024
13/09/2024

TODAY MANGAL ALATI DARSAN
13.09.2024
SHREE JAGANNATH TEMPLE PURI

11/09/2024


 #ଶ୍ରୀଦେବୀଙ୍କ_କୁକ୍କୁଟି_ଅଷ୍ଟମୀ_ବ୍ରତ :ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିନ ସକାଳ ଧୂପ ବଢ଼ିବା ପରେ ଶ୍ରୀଦେବୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ...
11/09/2024

#ଶ୍ରୀଦେବୀଙ୍କ_କୁକ୍କୁଟି_ଅଷ୍ଟମୀ_ବ୍ରତ :
ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିନ ସକାଳ ଧୂପ ବଢ଼ିବା ପରେ ଶ୍ରୀଦେବୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତପାହାଚ ଦ୍ୱାର ପାଶେ ଥିବା ପାଲିଙ୍କିରେ ବିଜେ କରି ମହାଲକ୍ଷ୍ମୀ ଦେଉଳର ଜଗମୋହନ କୁ ବିଜେ କରିଥିଲେ।
ଏଠାରେ ପଡିଥିବା ଖଟ ଉପରେ ବିଜେ କରିବା ପରେ ମଜଣା ହୋଇଥିଲା ତତ୍ପରେ ବେଶ ବଢିଥିଲା । ବେଶ ବଢ଼ିବା ପରେ ବରୁଣ ପୂଜା, ଲକ୍ଷ୍ମୀ ବ୍ରତ କଥା ପାଠ, ଫଳ ଓ ପୂର୍ଣ୍ଣ ପାତ୍ର ସମର୍ପଣ, ଶୀତଳ ଭୋଗ ଲାଗି ହୋଇ ବନ୍ଦାପନା ହେବା ପରେ , ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଦେବୀ ରତ୍ନ ସିଂହାସନ କୁ ବିଜେ କରିଥିଲେ ।

ଭାଦ୍ରବ ଶୁକ୍ଳ ଅଷ୍ଟମୀ ଠାରୁ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ଯାଏଁ ୟେ ବ୍ରତ ପାଳନ ହୁଏ। ଯଦି ଅକ୍ଷମ ହେବେ ତେବେ ଭାଦ୍ର ଶୁକ୍ଳ ଅଷ୍ଟମୀ ଆଉ ଆଶ୍ୱିନ କୃଷ୍ଣ ଅଷ୍ଟମୀରେ ୟେ ବ୍ରତ ପାଳନ ହେବ।ଶୁକ୍ଳାଷ୍ଟମୀଦିନେ ପ୍ରାତଃ ପୂଜାନନ୍ତରତୋ ନୃପ ।
ଲକ୍ଷ୍ମୀଂ ପ୍ରତି ଜଗନ୍ନାଥାନ୍ମାଲ୍ୟମାଜ୍ଞାସ୍ବରୂପକମ୍ ।।୩ ।।

ହେ ରାଜା ! ଶୁକ୍ଳାଷ୍ଟମୀ ଦିନ ପ୍ରାତଃ କାଳୀନ ପୂଜା ସମାପ୍ତ ହେବାପରେ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ସମର୍ପଣ କରିବ ।

ସମର୍ପ୍ୟ ପଶ୍ଚିମାଶାୟାଂ ସ୍ଵସ୍ଥାନଂ ତାଂ ସମାନୟେତ୍ ।
ତତଃ ପର୍ଯ୍ୟଙ୍କତଳ୍ପେଽପି ସ୍ଥାପୟିତ୍ୱା ହରେଃ ପ୍ରିୟାମ୍ ।।୪ ।।

ତା'ପରେ ଲକ୍ଷ୍ମୀଙ୍କୁ ସ୍ୱସ୍ଥାନରେ ବିଜେ କରାଇବ । ତାହାପରେ ପଲ୍ୟଙ୍କ ଉପରେ ବିଛାହୋଇଥିବା ଶେଯରେ ହରିପ୍ରିୟା ଲକ୍ଷ୍ମୀଙ୍କୁ ସ୍ଥାପନ କରାଇବ ।

ବସ୍ତ୍ରାଳଙ୍କାରମାଲ୍ୟୈଶ୍ଚ ଭୂଷୟେତ୍ଽପରମେଶ୍ଵରୀମ୍ ।
ପୂର୍ଣ୍ଣପାତ୍ରାଣି ପଞ୍ଚୈବ ତଦଗ୍ରେ ସ୍ଥାପୟେତ୍ତତଃ ।। ୫ ।।

ପରମେଶ୍ଵରୀ ଲକ୍ଷ୍ମୀଙ୍କୁ ବସ୍ତ୍ର , ଅଳଙ୍କାର ଓ ମାଲ୍ୟ ଦ୍ବାରା ବିଭୂଷିତ କରାଇବ । ତାଙ୍କ ସମ୍ମୁଖରେ ୫ଟି ପୂର୍ଣ୍ଣପାତ୍ର ସ୍ଥାପନ କରିବ ।

ନାରିକେଳଫଳଂ ଦିବ୍ଯଂ କୁଷ୍ମାଣ୍ଡଂବୀଜପୂରକମ୍ ।
ନାଗରଙ୍ଗଂ ଚ ରମ୍ଭାୟାଃ ଫଳଂ ଚ ଦାଡିମଂ ଫଳମ୍ ।।୬।।
ଜାତିଫଳଂ ତିନ୍ଦୁକଂ ଚ ତଥୈଳାଫଳମୁତ୍ତମମ୍ ।
ଦ୍ରାକ୍ଷାଫଳଂ ଗୁବାକଂ ଚ ବକୁଳସ୍ୟ ଫଳଂ ତଥା ।। ୭ ।।
ଜମ୍ଭୀରଂ କର୍କଟୀଫଳଂ ତଥୈବ ବଦରୀଫଳମ୍ ।
ତଥା ଜମ୍ବୁଫଳଂ ରାଜନ୍ ତଥା ସଂସ୍ଥାପୟେତ୍ ପୁରଃ।। ୮।।

ହେ ରାଜନ୍ ! ସେହି ପୂର୍ଣ୍ଣିପାତ୍ରରେ ନଡିଆ , ନାରଙ୍ଗ , ପାଣିକଖାରୁ , ଡାଳିମ୍ବ , ବେଦେନା , କଦଳୀ , ଜାଇ , କେନ୍ଦୁ, ଅଳେଇଚ , ଦ୍ରାକ୍ଷା , ଗୁଆ , ବଉଳ , ଟଭା , କାକୁଡି ( ଫୁଟିକାକୁଡି ) , ବରକୋଳି ଓ ଜାମୁକୋଳି ରଖିବ ।

ସନାରିକେଳାମ୍ରଦଳଂ ସଜଳଂ ଘଟମେବ ଚ ।
ବେଷ୍ଟିତଂ ନବବସ୍ତ୍ରେଣ ଦୂର୍ବାଃ ଷୋଡଶସଂଖ୍ୟକାଃ।।୯ ।।

ତାହାପରେ ଗୋଟିଏ ଜଳପୂର୍ଣ୍ଣ କଳସ ଉପରେ ଆମ୍ବଡାଳ ଓ ନଡିଆ ରଖି ତାହାକୁ ନୂତନ ବସ୍ତ୍ରରେ ବେଷ୍ଟନ କରିବ । ସେଥିରେ ୧୬କେରା ଦୂବ ରଖିବ ।

ସାକ୍ଷତାଃ ସ୍ଥାପୟେତ୍ତସ୍ୟାଃ କଥାଂ ସଂଶ୍ରାବୟେଦ୍ରମାମ୍ ।
କଥାନ୍ତେ ତତ୍ଫଳାନ୍ୟେବ ସମର୍ପ୍ୟ ପୂଜୟେତ୍ତତଃ ।।୧୦।।

ସେହି କଳସରେ ଅକ୍ଷତ ରଖି ଲକ୍ଷ୍ମୀବ୍ରତ କଥା ଶୁଣାଇବ । କଥା ଶୁଣାଇବା ସମାପ୍ତ ହେବାପରେ ସେହି ଫଳଗୁଡିକ ଲକ୍ଷ୍ମୀଙ୍କୁ ସମର୍ପଣ କରିବ ।

ଉପଚାରୈଃ ଷୋଡଶଭିରଥବା ପଞ୍ଚଭିର୍ଦ୍ୱିଜଃ ।
ଆମିକ୍ଷାୟାସ୍ତ୍ରୟୋ ଭାଗା ଭାଗଂ ଗୋଧୂମଚୂର୍ଣ୍ଣକମ୍ ।। ୧୧ ।।
ସଂମଥ୍ୟ ପାତ୍ରେଽ ପି ଚିରଂ ଘୃତୈର୍ଦିବ୍ୟୈଶ୍ଚ ପାଚୟେତ୍ ।
ନାରିକେଳସ୍ୟ ଶକଳୈଃ,ପୂରିତାଭ୍ୟନ୍ତରାଣି ଚ ।।୧୨ ।।

ତାହାପରେ ଷୋଡଶୋପଚାରରେ କିମ୍ବା ପଞ୍ଚୋପଚାରରେ ପୂଜା କରିବ । ତିନିଭାଗ ଛେନା ଏବଂ ଗୋଟିଏ ଭାଗ ଗହମଚୂନା ଏକତ୍ର କରି ପାତ୍ରରେ ମନ୍ଥନ କରି ତାହାକୁ ଘୃତରେ ପାକ କରିବ , ସେଥିରେ ନଡିଆ ଖଣ୍ଡ ପୂର୍ଣ୍ଣ କରି ତାହାଭିତରେ ଭର୍ତ୍ତି କରିବ ।

କୃତ୍ଵା ଷୋଡଶସଂଖ୍ୟାନି ମୋଦକାନି ପୃଥୁନି ଚ ।
କୃତ୍ୱା ନୈବେଦ୍ୟମସ୍ୟୈତନ୍ମହାଲକ୍ଷ୍ମ୍ୟୈ ନିବେଦୟେତ୍।।୧୩।।

ତାହାଦ୍ବାରା ବଡ ବଡ ଆକାରର ୧୬ଟି ମୁଠି ଲଡୁ ତିଆରି କରି ମହାଲକ୍ଷ୍ମୀଙ୍କୁ ନୈବେଦ୍ୟ କରିବ ।

ବନ୍ଦାପନାଂ ତଦା ରମ୍ୟାଂ କୁର୍ଯ୍ୟାତ୍ ପୂଜାଂ ତତୋଽର୍ଚକଃ।
ଏବଂ ଷୋଡ଼ଶସଂଖ୍ୟାନି ଦିନାନି ନୃପସତ୍ତମ।। ୧୪।।

ସେତେବେଳେ ମହାଲକ୍ଷ୍ମୀଙ୍କୁ ଉତ୍ତମଭାବରେ ବନ୍ଦାପନା କରି ପୂଜକ ପୂଜା କାର୍ଯ୍ୟ ନିର୍ବାହ କରିବେ। ହେ ରାଜା ! ଏହିପରି ୧୬ ଦିନ ପର୍ଯ୍ୟନ୍ତ ସମସ୍ତଙ୍କର ମଙ୍ଗଳକାମନା କରି ମହାଲକ୍ଷ୍ମୀଙ୍କର ବ୍ରତ କରିବ।

କୁର୍ଯ୍ୟାଲ୍ଲକ୍ଷ୍ମୀବ୍ରତମିଦଂ ସର୍ବେଷାଂ ହିତକାମ୍ୟୟା।
ଅସମ୍ଭବେଽଥବା କୁର୍ଯ୍ୟାଦାଦ୍ୟେ ଚାନ୍ତେ ଚ ପୂଜନମ୍।। ୧୫।।

ଏହିପରି ଷୋଳଦିନ ପର୍ଯ୍ୟନ୍ତ କରି ନ ପାରିଲେ ଆରମ୍ଭ ଦିନ ଓ ଶେଷ ଦିନ ଏହିପରି ପୂଜା କରିବ।

ଭାଦ୍ର ଶୁକ୍ଳ ସପ୍ତମୀଦିନ କୁକ୍‌କୁଟୀ ବ୍ରତ ପାଳନ ହୁଏ । ବଙ୍ଗ ଓ ଓଡ଼ିଶାରେ ଏହା ବିଶେଷ ଭାବରେ ପ୍ରଚଳିତ । ମୁଖ୍ୟତଃ ଏହି ବ୍ରତ ଛୋଟନାଗପୁର ଅଞ୍ଚଳର ପାର୍ବତ୍ୟ ଗୋଷ୍ଠିରୁ ଆସି କ୍ରମେ ହିନ୍ଦୁ ଧର୍ମରେ ପ୍ରବେଶ କରିଛି । କୁକ୍ କୁଟୀ ସେହିମାନଙ୍କର ଦେବୀ । ପୂର୍ବକାଳର ବହୁ ଅହିନ୍ଦୁ ଦେବୀଙ୍କ ପରି, ସେ ମଧ୍ୟ ଆର୍ଯ୍ୟହିନ୍ଦୁମାନଙ୍କଦ୍ୱାରା ପୂଜିତ ହୋଇଛନ୍ତି । ବ୍ରତଟି ହିନ୍ଦୁଧର୍ମ ଛାଞ୍ଚରେ ଉତୁରିଛି । ଯୁଧିଷ୍ଠିର-ଶ୍ରୀକୃଷ୍ଣ ଆଳାପରୁ ବ୍ରତକଥା ଆରମ୍ଭ । ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀକୃଷ୍ଣ, ଲୋମଶ ମୁନିଙ୍କ କଥା ଉଠାଇଛନ୍ତି । ଥରେ ସେ ପୁଣ୍ୟତପା ମଥୁରାରେ ପହଁଞ୍ଚିଲେ । ଦେବକୀ ଓ ବାସୁଦେବ ତାଙ୍କର ଅଭ୍ୟର୍ଥନା କଲେ । ଦେବକୀଙ୍କର ବିଷାଦମଳିନ ମୁଖ ଦେଖି ଲୋମଶ ତାଙ୍କୁ କୁକ୍‌କୁଟୀ ବ୍ରତ କଥା କହିଲେ । ଏହିବ୍ରତ ପୂର୍ବେ ଅଯୋଧ୍ୟାର ରାଜା ନହୁଷଙ୍କ ପତ୍ନୀ ଚନ୍ଦ୍ରମୁଖୀ ଓ ତାଙ୍କ ପୁରୋହିତଙ୍କ ପତ୍ନୀ ମେନା ସରଯୂ ନଦୀ କୂଳରେ କରିଥିଲେ । ଚନ୍ଦ୍ରମୁଖୀ ଓ ମେନା ସରଯୂ କୂଳରେ ସ୍ନାନ ପାଇଁ ଯାଇଥିଲେ । ସେଠାରେ କେତେକ ରମଣୀ ସ୍ନାନ ପରେ ମଣ୍ଡଳ କାଟି ସେଥିରେ ଉମା ମହେଶ୍ୱରଙ୍କ ପ୍ରତିମୂର୍ତ୍ତି ଆଙ୍କି ପୂଜା କରୁଥିଲେ । ପୂଜା ସାରି ହାତରେ ରକ୍ତ ବର୍ଣ୍ଣର ଡୋରକି ବାନ୍ଧିଲେ । ଚନ୍ଦ୍ରମୁଖୀ ଓ ମେନା ସେମାନଙ୍କଠାରୁ ବ୍ରତଫଳ ଓ ପାଳନ ବିଧି ବୁଝିଲେ । ସେଦିନ ସେମାନଙ୍କ ସହ ବ୍ରତ କରି ହାତରେ ଡୋରକ ବାନ୍ଧି ବାହୁଡ଼ିଲେ । ତା’ପରେ ଚନ୍ଦ୍ରମୁଖୀ ଗର୍ବରେ ଡୋରକ ପିନ୍ଧିଲେ ନାହିଁ । ମେନା ମଧ୍ୟ ବ୍ରତ ଭୁଲିଗଲେ । ଫଳରେ ଚନ୍ଦ୍ରମୁଖୀ ମର୍କଟୀ ଓ ମେନା କୁକ୍‌କୁଟୀ ହୋଇ ଜନ୍ମ ହେଲେ । କିନ୍ତୁ ମେନା ଏହି କୁକ୍‌କୁଟୀ ଜନ୍ମରେ ପୁନର୍ଜନ୍ମ କଥା ମନେରଖିଥିଲେ । ତେଣୁ ସେ ମନେମନେ ଶିବଙ୍କୁ ସ୍ତୁତି କଲେ । କିଛି କାଳପରେ ଚନ୍ଦ୍ରମୁଖୀ ଗୋଟିଏ ରାଜ୍ୟରେ ଇଶ୍ୱରୀ ନାମକ ରାଣୀ ହୋଇ ଜନ୍ମ ହେଲେ । ମେନା ସେହିରାଜ୍ୟର ରାଜପୁରୋହିତ ଅଗ୍ନିମନ୍ଦିଙ୍କ ପତ୍ନୀ ହେଲେ । ଏଜନ୍ମରେ ତାଙ୍କର ନାଁ ହେଲା ଭୂଷଣା । ସେ ପୂର୍ବଜନ୍ମ ପରି ଏଜନ୍ମରେ ମଧ୍ୟ ଜାତିସ୍ମର ହେଲେ । ଭୂଷଣା ବ୍ରତ ପାଳୁଥିଲେ । ତାଙ୍କର ଆଠଟି ପୁତ୍ର ଥିଲେ । ପାରିବାରିକ ଜୀବନ ଆନନ୍ଦମୟ ଥିଲା । ଅପରପକ୍ଷରେ ଇଶ୍ୱରୀଙ୍କର ଗୋଟିଏ ପୁଅ । ସେ ସବୁବେଳେ ରୁଗ୍‌ଣ । ନଅ ବର୍ଷ ବୟସରେ ତାର ମୃତ୍ୟୁ ଘଟିଲା । ଇଶ୍ୱରୀ ଦୁଃଖରେ ଭାଙ୍ଗି ପଡ଼ିଲେ । ଭୂଷଣା ତାଙ୍କ ପ୍ରତି ସମବେଦନାଶୀଳା ଥିଲେ । ମାତ୍ର ଇଶ୍ୱରୀ ଇର୍ଷା ପରାୟଣ ଥିଲେ । ସେ ଛଳନାପୂର୍ଣ୍ଣ ବ୍ୟବହାର ଦେଖାଇ ଭୂଷଣାଙ୍କ ପୁତ୍ରମାନଙ୍କୁ ମାରିବାକୁ ବହୁବାର ଉଦ୍ୟମ କରିଲେ । ମାତ୍ର ଭୂଷଣାଙ୍କର ବ୍ରତ ପ୍ରଭାବରୁ ତାଙ୍କର କିଛି କ୍ଷତି ହେଲାନାହିଁ । ଦିନେ ଇଶ୍ୱରୀ ଭୂଷଣାଙ୍କ ଠାରୁ ପୂର୍ବଜନ୍ମ ପ୍ରସଙ୍ଗ ଓ ବ୍ରତ ପାଳନ ପାଇଁ ପରାମର୍ଶ ଶୁଣିଲେ । ବିଧି ଅନୁସାରେ ବ୍ରତ ପାଳିଲେ । ତାଙ୍କ ଜୀବନରେ ପୁଣି ସୁଖ ସମ୍ପଦ ଫେରିଲା । ମୃତବତ୍ସା ଦୋଷ ଦୂର କରିବା ପାଇଁ ଏହି ବ୍ରତ ପାଳନ କରାଯାଏ । ଲୋମଶ ମୁନି ଦେବକୀଙ୍କୁ ଏହି ବ୍ରତ ପାଳନ ପାଇଁ କହିଥିଲେ । କୁକ୍‌କୁଟୀ ବ୍ରତ ଅନ୍ୟ ବ୍ରତ ଓ ଓଷା ପରି ସକଳ ଧର୍ମ କୃତ୍ୟ । ଏଥିରେ ଉମା ମହେଶ୍ୱରଙ୍କୁ ପୂଜା କରାଯାଏ ।

11/09/2024

Today Mangal alati darsan
Shree Jagannath Temple puri
11.09.2024

 #ଶ୍ରୀମନ୍ଦିରରେ_ପ୍ରାବରଣ_ଯାତ୍ରା/ ଓଢ଼ଣ ଷଷ୍ଠୀ /ଘୋଡ଼ ଲାଗି             "ସ୍ନାନ ଗୁଣ୍ଡିଚା ଶୟନଯାତ୍ରା ଅନ୍ତେ ଅୟନ         ପାରୁଶ ପରିବର...
29/11/2022

#ଶ୍ରୀମନ୍ଦିରରେ_ପ୍ରାବରଣ_ଯାତ୍ରା/ ଓଢ଼ଣ ଷଷ୍ଠୀ /ଘୋଡ଼ ଲାଗି

"ସ୍ନାନ ଗୁଣ୍ଡିଚା ଶୟନଯାତ୍ରା ଅନ୍ତେ ଅୟନ
ପାରୁଶ ପରିବର୍ତ୍ତନ ଉତ୍‍ଥାପନ ଓଢ଼ଣ।।
ମକର ଅଭିଷେକ ଦୋଳ ଦମନକ ଚନ୍ଦନ
ୟେ ରୂପେ ଦ୍ବାଦଶ ଉତ୍ସବ ୟେକେ ୟେକେ ସଘନ।।"
(ଲୋକନାଥ ବିଦ୍ୟାଧର)
ଶ୍ରୀଜଗନ୍ନାଥ ମହାପ୍ରଭୁ ଦାରୁବ୍ରହ୍ମ ରୂପରେ ଶ୍ରୀମନ୍ଦିରର ଚିନ୍ତାମଣି ଗୃହରେ ବିରାଜମାନ କରି ସାଧାରଣ ଦେହଧାରୀ ମନୁଷ୍ୟପରି ଲୀଳା କରୁଛନ୍ତି । ଗ୍ରୀଷ୍ମକାଳରେ ଶୀତଳ ଉପଚାର ନିମନ୍ତେ ଚନ୍ଦନ ଯାତ୍ରା କରିବା, ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅତିଶୟ ସ୍ନାନକରି ଜ୍ବରରେ ପଡ଼ିବା, ଦଶମୂଳ ଖାଇ ଆରୋଗ୍ୟ ହେବାପରେ, ଚିତ୍ତ ବିନୋଦନ ପାଇଁ ରଥରେ ଚଢ଼ି ଆଡ଼ପ ମଣ୍ଡପକୁ ବୁଲିଯିବା, ଋତୁ ଅନୁକୂଳ ବେଶ ଧାରଣ କରିବା, ବସନ୍ତ କାଳରେ ମଦନୋତ୍ସବ କରିବା, ମୃଗୟାବିନୋଦ ବା ବେଣ୍ଟଲୀଳା କରିବା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପ୍ରଭୃତି ମହାପ୍ରଭୁଙ୍କର ‘ମାନବୀୟ ଲୀଳା’ର ଗୋଟିଏ ଗୋଟିଏ ନିଦର୍ଶନ । ସେହି ପରି ମହାପ୍ରଭୁଙ୍କର ଅନ୍ୟ ଏକ ଆକର୍ଷଣୀୟ ମାନବୀୟ ଲୀଳା ହେଉଛି ଶୀତ ଋତୁରେ ଶୀତର ପ୍ରକୋପରୁ ରକ୍ଷାପାଇବା ନିମନ୍ତେ ଶୀତବସ୍ତ୍ର ପରିଧାନ କରିବା । ମହାପ୍ରଭୁଙ୍କର ଏହି ଲୀଳା ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ କଥିତ । ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ । ଠାକୁର ମାନଙ୍କ ଶ୍ରୀବିଗ୍ରହରେ ଘୋଡ଼ଲାଗି ହୋଇଥାଏ ବସନ୍ତ ପଞ୍ଚମୀ ଦିନ ବସନ୍ତ ଉତ୍ସବ ସମାପ୍ତି ପରେ ଟେକାଘୋଡ଼ ଲାଗି ହୋଇଥାଏ ।

ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଚାଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାଘୋଡ଼ ପରିଧାନ କରିଥାନ୍ତି । । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନ’ଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରୀ , ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଚାଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମଇଲମ ବଢ଼ିବା ପରେ ପାଣି ପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି(ଚନ୍ଦନ) ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧିବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବା ଶୟନ ଠାକୁର ବିଜେ ହୁଅନ୍ତି ନାହିଁ। ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମଇଲମ ହୁଏ। ଗତ ଦିନ ଭୋଗମଣ୍ଡପ ଘରେ ଅଧିବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସଂହାସନକୁ ବିଜେ କରାଯାଏ। ସଂହାସନରେ ସିଂହାରୀ ପୁଷ୍ପାଳକଙ୍କ ଦ୍ବାରା ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିଲେ ଛଅମୂର୍ତ୍ତି ଅଳକାଂର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତା ବସ୍ତ୍ର), ଖଣ୍ଡୁଆ ପାଟ, ଭେଲ୍‌ଭେଟ୍‌ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧି ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।

ଯଥା :-
ରବି ବାର- ଲାଲ ରଙ୍ଗ,
ସୋମବାର- କଳାଛିଟ ମିଶା ଧଳା ରଙ୍ଗ
ମଙ୍ଗଳବାର- ବାରିପଟିଆ (ପଞ୍ଚରଙ୍ଗମିଶା),
ବୁଧବାର- ନୀଳରଙ୍ଗ,
ଗୁରୁବାର- ବସନ୍ତ (ହଳଦିଆ) ରଙ୍ଗ,
ଶୁକ୍ରବାର- ଧଳା ରଙ୍ଗ
ଶନିବାର- କଳା ରଙ୍ଗ

ଜ୍ୟୋତିଷ ଶାସ୍ତ୍ର ମତରେ ମହାପ୍ରଭୁଙ୍କର ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ବିବେଚନା କରାଯାଇଛି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି । 'ନୀଳାଦ୍ରିମହୋଦୟ' ରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ଓ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୁଏ।

"ଏତଦ୍ ପ୍ରାବରଣୋତ୍ସବଂ ଚ କୁରୁତେ ଯୋ ବା ମୁଦା ପଶ୍ୟତି
କ୍ଷିପ୍ରଂ ସର୍ବମନୋରଥଂ ଚ ଲଭ୍ୟତେ ପୁତ୍ରପ୍ରପୌତ୍ରୈଃ ସମମ୍ ।
ଅନ୍ତେ ବିଷ୍ଣୁପୁରଂ ବ୍ରଜେତ୍ ସ ତୁ ପୁନସ୍ତତ୍ରୈବ ଲବ୍‍ଧ୍ଵା ପରଂ
ଜ୍ଞାନଂ ମୋକ୍ଷମନନ୍ୟ ଲଭ୍ୟମମରୈସ୍ତଦ୍ ବାଞ୍ଛନୀୟଂ ବ୍ରଜେତ୍।।"

 #ଶ୍ରୀମନ୍ଦିରରେ_ବକାସୁର_ଓ_ଅର୍ଘାସୁର_ବଧ କରେ ଧଇଲେ ବେନି ପାଟି ଅସୁର ନ ପାରିଲା ଉଠିବାଳକ ମେଳେ ଯେ ଶ୍ରୀ ହରି ଚିରିଲେ ବେନି ଫାଳ କରି || ବଣଭ...
23/08/2022

#ଶ୍ରୀମନ୍ଦିରରେ_ବକାସୁର_ଓ_ଅର୍ଘାସୁର_ବଧ
କରେ ଧଇଲେ ବେନି ପାଟି ଅସୁର ନ ପାରିଲା ଉଠି
ବାଳକ ମେଳେ ଯେ ଶ୍ରୀ ହରି ଚିରିଲେ ବେନି ଫାଳ କରି ||
ବଣଭୋଜି ବେଶ ବଢି ସାନ୍ଧ୍ୟ ଧୂପ ନୀତି ବଢ଼ିଲା ପରେ
ରାମ ଓ କୃଷ୍ଣ ବିଗ୍ରହ ଜଗମୋହନ ସ୍ଥିତ ଦୋଳିରେ ବିଜେ ହେବା ପରେ ବାଲି ସାହି ଲୋକେ ବକାସୁର ବଧ ପ୍ରସ୍ତାବ କରନ୍ତି । ଗୋଟେ ବଡ଼ ବକାସୁର ବେଶ କରି ଆଣିଥାନ୍ତି। ଜଣେ କୃଷ୍ଣ ବେଶ ଧାରୀ ବାଳକ ବକାସୁର ବଧ ଲୀଳା ଦେଉଳରେ ହୋଇଥାଏ।
ତତ୍ପରେ ହରଚଣ୍ଡୀ ସାହି ଲୋକ ଅର୍ଘାସୁର ବଧ ପ୍ରସ୍ତାବ କରନ୍ତି। ସେହିପରି ଭାବେ ଅର୍ଘାସୁର ବଧ ନୀତି ଦେଉଳରେ ସମ୍ପନ୍ନ ହୋଇଥାଏ। ଏହାପରେ ରାମ କୃଷ୍ଣ ଙ୍କ ଉଦ୍ଧେଶ୍ୟ ରେ ଶୀତଳ ଭୋଗ ଓ ବନ୍ଦାପନା ହୋଇଥାଏ। ବନ୍ଦାପନା ପରେ ଚଳନ୍ତି ପ୍ରତିମା ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି।
ଜୟ ଜୟ ଜଗନ୍ନାଥ

 #ଶ୍ରୀମନ୍ଦିରରେ_କୋଳିବିକା_ନୀତି ଫଳ ବିକ୍ରୟିଣୀ ତସ୍ୟ ଚ୍ୟୁତ ଧାନ୍ୟଂ କରଦ୍ୱୟଂପଳୈର ପୂରୟଦ ରତ୍ନୈଃ ଫଳଭାଣ୍ଡମ ପୂରି ଚ ||ଆଜି ଭାଦ୍ରବ କୃଷ୍ଣ ...
22/08/2022

#ଶ୍ରୀମନ୍ଦିରରେ_କୋଳିବିକା_ନୀତି
ଫଳ ବିକ୍ରୟିଣୀ ତସ୍ୟ ଚ୍ୟୁତ ଧାନ୍ୟଂ କରଦ୍ୱୟଂ
ପଳୈର ପୂରୟଦ ରତ୍ନୈଃ ଫଳଭାଣ୍ଡମ ପୂରି ଚ ||
ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଶ୍ରୀ ଜୀଉମାନଙ୍କର 'ବଣ ଭୋଜି ବେଶ" କୋଳିବିକା ନୀତି. ବକାସୁର ଓ ଅର୍ଘାସୁର ନୀତି ଆଦି ଅନୁଷ୍ଠିତ ହୋଇଥାଏ। ଉକ୍ତ ବେଶ ସମ୍ପର୍କରେ ଉଲ୍ଲେଖ ଅଛି ଯେ , ଏହି ଦିନ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥାଏ। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଥାନ୍ତି। ପୂଜାପଣ୍ଡା ଆସି ବଡ଼ବାଡ଼ ରୁ ରାମ ଙ୍କୁ ଓ ମହାପ୍ରଭୁଙ୍କ ବାଡ଼ରୁ କୃଷ୍ଣ ଙ୍କୁ ଆଜ୍ଞା ମାଳ ଦେଲା ପରେ ମହାଜନ ସେବକ ଙ୍କ ହାତରେ ବିଜେ ହୋଇ ରାମ କୃଷ୍ଣ ବଟ ଦ୍ୱାର ଠି ଥିବା ପାଲିଙ୍କିରେ ବିଜେ ହୁଅନ୍ତି। ବିମାନବଡୁ ସେବକ ବଡ଼ ଛତା ମଠ ପାର୍ଶ୍ୱରେ ଥିବା ଏକ କାଷ୍ଠ ନିର୍ମିତ ସିଂହାସନ ରେ ବିଜେ କରନ୍ତି। ଏହି ଠାରେ ଜଣେ ଲୋକ ଶବରୁଣୀ ବେଶ ହୋଇ ଗୁଆ କୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକିଥାଏ।
"ପାଣିର ଫଳ ସିଙ୍ଗଡାରେ କୋଳି ଖାଇବ ଆସ ହେ ପୁଏ "
ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀ ଠାରୁ କୋଳି ନେଇ ରୂପା ପିଙ୍ଗଣ ରେ ରଖି ତାହାକୁ ସମର୍ପଣ କରି ଥାନ୍ତି ଓ ପୂଜାପଣ୍ଡା ସେଠାରେ ଶୀତଳଭୋଗ ଓ ଭିତ୍ତରଛ ମହାପାତ୍ର ବନ୍ଦାପନା କରିଥାନ୍ତି। ଏହାପରେ ଠାକୁର ବାହୁଡା ବିଜେ ହୋଇ ଜଗମୋହନ ରେ ଥିବା ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି ।
ଭାଣ୍ଡେ ତୋ ଅଛି କେତେ ଫଳ ଟେକି ଚାହିଁଲେ ଆଦିମୂଳ
ରତ୍ନ ହୋଇଲା ତତକ୍ଷଣେ ଗୋବିନ୍ଦ ଆଜ୍ଞା ପରମାଣେ ||
ଜୟ ଜୟ ଜଗନ୍ନାଥ

କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ ।କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ ।।ଧରଣୀ ମଣ୍ଡିଲା ପରାୟେ ହୋଇଛନ୍ତି କି ଉଭା ।ଧଳା କଳା ବେ...
22/08/2022

କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ ।
କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ ।।
ଧରଣୀ ମଣ୍ଡିଲା ପରାୟେ ହୋଇଛନ୍ତି କି ଉଭା ।
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଶୋଭା ।।
ରାମ କୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା ।
ରଙ୍ଗେ ନାଚି ଆସୁଛନ୍ତି ଗୋ ଯେହ୍ନେ ଗଗନେ ତାରା ।।
ଭଜିବାକୁ ହେଲା ଭଜନମାଳ କଲା ଏ ରୂପ ।
ଭଜିବ କି ଭକ୍ତଦାସ ତା କ୍ଷୟ କରିବ ପାପ ।।

( ଭକ୍ତ ଚରଣ ଦାସ )

⚫❗⚫ll  କାଳିଆ ର ମାୟା ll ସର୍ବଷାଂ ସର୍ବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମସର୍ବେଷାଂ ସର୍ବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ          ...
21/08/2022

⚫❗⚫
ll କାଳିଆ ର ମାୟା ll

ସର୍ବଷାଂ ସର୍ବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ
ସର୍ବେଷାଂ ସର୍ବ ଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମ

ସମସ୍ତ ତୀର୍ଥକ୍ଷେତ୍ରମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଧାମ ପୁରୀ ଶ୍ରେଷ୍ଠ । ସମସ୍ତ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଶ୍ରୀ ଜଗନ୍ନାଥ। କାହିଁ କେଉଁ ଅନାଦି କାଳରୁ ଭିନ୍ନ ରୂପରେ ଭିନ୍ନ ଭାବରେ ସାକ୍ଷାତ ବ୍ରହ୍ମ ସ୍ୱରୂପ ଶ୍ରୀ ଜଗତର ନାଥ ଶ୍ରୀ ଜଗନ୍ନାଥ ପୁଣ୍ୟଧାମ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ରହିଛନ୍ତି। ସେ ପରଂବ୍ରହ୍ମ ହେଉଛନ୍ତି ବିଶ୍ୱମୟ ପୁଣି ବିଶ୍ୱାତୀତ। ଏ ଚରାଚର ଜଗତର ସୃଷ୍ଟି, ସ୍ଥିତି, ବ୍ୟାପ୍ତି ଓ ସମାପ୍ତି ପୁଣି ଏ ମହାକାଳର ପ୍ରାରମ୍ଭ ତଥା ବିଲୟ ସଂପର୍କରେ କେହି ବି ଜାଣନ୍ତି ନାହିଁ। ସର୍ବ ନିୟନ୍ତା ମହାପ୍ରଭୁଙ୍କ ଦ୍ୱାରା ସୃଷ୍ଟ, ବ୍ୟାପ୍ତ ଏ ଅନାଦି ଅନନ୍ତକାଳ ଓ ସଂସାର ଚକ୍ର ସଂପର୍କରେ ଜାଣିବା ପାଇଁ କେତେ କେତେ ଦିବ୍ୟଦ୍ରଷ୍ଟା ମୁନିଋଷି ସିଦ୍ଧ ସାଧକ, ବୈଜ୍ଞାନିକ ଅନୁସନ୍ଧାନ ତଥା ଅନଶୀଳନ କରିଆସିଛନ୍ତି। ହେଲେ ତାଙ୍କର ଅନନ୍ତ ମାୟା ଓ ମହିମାର ଟେର କେହି ପାଇନାହାନ୍ତି । ଅଦ୍ୟାବଧି ଏ ଅନୁସନ୍ଧାନର ଅସରନ୍ତି ପକ୍ରିୟା ଚାଲୁଅଛି, ରହିଥିବ ମଧ୍ୟ ଏ ସମସ୍ତ କାଳାତୀତ ପକ୍ରିୟା ଭିତରେ କିନ୍ତୁ ସମସ୍ତ ଦାର୍ଶନିକ ତଥା ବୈଚାରିକ ସିଦ୍ଧାନ୍ତ ଏହାର ପୃଷ୍ଟି କରିଛନ୍ତି ଯେ, ଶ୍ରୀ ଜଗନ୍ନାଥ ହେଉଛନ୍ତି ସାକ୍ଷାତ ଜ୍ଞାନ ବିଜ୍ଞାନର ମୂର୍ତ୍ତ ବିଗ୍ରହ।

ଏକ ସୁନ୍ଦର ସତ୍ୟ କାହାଣୀ ଟିଏ। ଡାକ୍ତର ଶୁଶାନ୍ତ କୁମାର ତ୍ରୀପାଠି , ଓଡିଶା ମାଟି ମାର ପୁଅ । ହେଲେ ସମୟ କ୍ରମେ ଉଚ୍ଚ ଶିକ୍ଷିତ ପରିବାର ହୋଇଥିବାରୁ ନିଜ ପରିବାର ସହିତ ନିଜେ ବିଦେଶ ରେ ରୁହନ୍ତୀ। ସେ ଆମେରିକା ର ନିୟୁର୍କ ସହରରେ ଡାକ୍ତର ଚାକିରି କରନ୍ତି । ଅନେକ ଥର ଇଛା କରିଥିଲେ ଭି କାର୍ଜ୍ୟ ବେସ୍ତତା ଭିତରେ ରହି ଜଗନ୍ନାଥଙ୍କ ନିକଟକୁ ଦର୍ଶନ କରିବାକୁ ଆସିପାରିନଥାନ୍ତି। ଦିନେ ଶୁଶାନ୍ତ ଚିନ୍ତା କଲେ ଆସନ୍ତା କାଲି ମୁ ପୁରୀ ଯିଵି, ଯାହାବି ହେଇଜାଉ ପଛକେ । ଏମରଜେନ୍ସି ପ୍ଲେନ ଟିକେଟ କରିକି ସିଧା ଦିଲ୍ଲି ଆସିଲେ ଓ ଦିଲ୍ଲିରୁ ପୁରୀ । ଏକ ନିଶ୍ଵାସରେ ଆସିକି ପହଞ୍ଚିଲେ ପୁରୀ ସିଂହଦ୍ଵାର ନିକଟରେ ।ମନରେ ଏକମାତ୍ର ଇଛା ଓ ଆଶା କାଳିଆ ଦର୍ଶନ ।

ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଦେଖିଲେ ସିଂହଦ୍ଵାର ନିକଟରେ ଅତ୍ୟନ୍ତ ଭିଡ ହେଇଛି। ଆଉ ସେ ଭିଡ ଭିତରେ ଦେହରେ ହଳଦୀଆ ପାଟବସ୍ତ୍ର ପିନ୍ଧା କଳା ରଙ୍ଗର ଜଣେ ପଣ୍ଡା ତାଙ୍କ ନିକଟକୁ ଧାଇଁ ଆସୁଛନ୍ତି.. ସେଭି ଏକ ଅଜଣା ଶକ୍ତି ଦ୍ଵାରା ଆକର୍ଷିତ ହେଇ ପଣ୍ଡାଙ୍କ ନିକଟକୁ ଗଲେ । ପଣ୍ଡାଜଣଙ୍କ ଶୁଶାନ୍ତ ବାବୁଙ୍କୁ କହିଲେ ବାବୁ ଆପଣ ଦର୍ଶନ କରିବେ ଟି ? ବିନା ସନ୍ଧେହରେ ଆଗ୍ରହର ସହିତ ଶୁଶାନ୍ତ ବାବୁ ଆଜ୍ଞା 🙏 ,, ଆଜ୍ଞା କହି ସହମତୀ ପ୍ରକାଶ କଲେ। ପଣ୍ଡା ଜଣଙ୍କ ଶୁଶାନ୍ତ ବାବୁଙ୍କ ହାତ ଧରିକି ସିଧା ସିଧା ମାଡିଚାଲିଲେ ଜଗମୋହନ ନିକଟକୁ । ଶୁଶାନ୍ତ ବାବୁ ମହାପ୍ରଭୁଙ୍କର ଅପୁର୍ବ ଦର୍ଶନ ପାଇ ମହାଆନନ୍ଦରେ ହଜିଗଲେ ସେ ଦୁଇ ଚକା ଆଖିରେ। ଦର୍ଶନ ପରେ ଆନନ୍ଦ ବଜାର ରୁ ଶୁଖିଲା ପ୍ରସାଦ କିଛି କିଣି ବାହାରି ଆସିଲେ ଏବଂ ମନ୍ଦିର ବାହାରେ ପଣ୍ଡାଙ୍କୁ ପ୍ରଣାମ ଜଣାଇ ପଣ୍ଡାଙ୍କଠୁ ବିଦାୟ ନେବା ଉଦେଶ୍ୟରେ ଧନ୍ୟବାଦ ଶବ୍ଦ ସହିତ ୪ ଟି ଦୁଇହଜାର ଟଙ୍କିଆ ନୋଟ ପଣ୍ଡାଙ୍କୁ ବଢାଇ ଦେଲେ। କିନ୍ତୁ ପଣ୍ଡା ଜଣଙ୍କ ଆଶିର୍ବାଦ ଦେଇ ମୋର ଟଙ୍କା କଣ ହେବ ବାପା ! କହି ହସିଦେଇ ମନ୍ଦିର ଭିତରକୁ ଚାଲିଗଲେ । ସେ ମନେ ମନେ ଭାବି ଆଶ୍ଚର୍ଯ୍ୟ ହେଉଥାନ୍ତି ପଣ୍ଡାଜଣଙ୍କ ଏତେ ଭଲ କରିକି ମତେ ଦର୍ଶନ କାରାଇଲେ ହେଲେ ଦକ୍ଷିଣା ନେବାକୁ ମନା କଲେ କାହିଁକି ? ହଉ କାରଣ ଜାହା ହେଉ ... ମତେ ଫେରିବାକୁ ହେବ କହିକି ଗାଡିରେ ବସିକି ବାହାରିଲେ । ଫେରିବା ବାଟରେ କୋଣାର୍କ ନିକଟରେ ଏକ ବନ୍ଧୁଙ୍କ ହୋଟେଲ ରେ ଖରାବେଳ ଭୋଜନ ପାଇଁ ଅଟକିଲେ । ଭୋଜନ କରିବା ପାଇଁ ଟେବୁଲ ଉପରେ ବସିଥିବା ସମୟରେ ସେ ହୋଟେଲ ର ମାଲିକ ପଚାରିଲେ କିରେ ସାଙ୍ଗ ଆଜି ଏତେ ବର୍ଷ ପରେ ଏମିତି ହଠାତ୍ କୁଆଡେ ! କେମିତି ? ସେ ହସିକି କହିଲେ କାଳିଆ ର ଡୋରି ମତେ ପ୍ରାୟ ୧୨ ବର୍ଷ ପରେ ଓଡିଶା କୁ ଟାଣି ଆଣିଲା । ଆଉ ଫେରିବା ବାଟରେ ଭାବିଲି ତୋ ସହ ଦେଖା କରିକି ତୋ ହୋଟେଲ ରେ ଖାଇକି ଚାଲିଯିବି। ନଉ ନୁ ନେ ମହାପ୍ରସାଦ ପା .. ହୋଟେଲ ମାଲିକ ମହାପ୍ରସାଦ କୁ ପ୍ରଣାମ ଜଣାଇ ହାତଟିକୁ ବଢାଇଦେଲେ ଏବଂ ମହାଆନନ୍ଦରେ ମହାପ୍ରସାଦ ପାଇଲେ । ପାଇସାରି କହିଲେ ଆରେ ସାଙ୍ଗ ଆସିଲୁ ତ ଆସିଲୁ ସେ ପୁଣି ଏ କରୋନା ସମୟରେ ! ଲକଡାଉନ ସମୟରେ ଏତେ କଷ୍ଟ କରୁକି କାହିଁକି ଆସିଲୁ ? ତୁ ତ ମହାପ୍ରଭୁଙ୍କ ଦର୍ଶନ କରିପାରିନଥିବୁ ରେ ! କାରଣ ଏବେ ତ ମନ୍ଦିର ଭକ୍ତ ନିମନ୍ତେ ବନ୍ଦ ଅଛି ତୁ କଣ ଜାଣିନୁ ?

ଏହା ଶୁଣି ଡାକ୍ତରବାବୁଙ୍କ ର ଛାତି ଥରିବା ସହିତ ଆଶ୍ଚର୍ଯ୍ୟ ଭି ଲାଗୁଥାଏ । ମନେ ମନେ ସାଙ୍ଗର କଥାଟିକୁ ମିଛଭଳି ଲାଗୁଥାଏ । କାରଣ ସେ ତ ନିଜ ସ୍ଵଚକ୍ଷୁରେ ମହାପ୍ରଭୁଙ୍କ ବେଶ ଭଲ ଭାବରେ ଦର୍ଶନ କରି ଆସିଛନ୍ତି। ନା ! କେମିତି ବା ସେ କଥାକୁ ବିଶ୍ଵାସ କରିପାରିବେ । ଡାକ୍ତର ବାବୁ କହିଲେ ଆରେ ତୁ କଣ କହୁଛୁ ସାଙ୍ଗ ! ମୁ ବା ନିଜେ ଜାଇକି ମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିକି ଆନନ୍ଦ ବଜାରରୁ ଭୋଗ କିଣିକି ଫେରିଲି। ସାଙ୍ଗ ଜଣଙ୍କ ଶୁଶାନ୍ତ ବାବୁଙ୍କୁ କହିଲେ ତୋ ମୁଣ୍ଡ ଠିକ ଅଛି ତ ! ତୁ ହୋସରେ ଅଛୁ ତ ! ନା ତୁ କିଛି ନିଶା ଫିସା ଖାଇଛୁ ରେ ? ଆରେ ଏତେ ବଡ କଟକଣା ଭିତରେ ତତେ କିଏ ନେଇ କିପରି ଦର୍ଶନ କାରାଇଲେ ? ତତେ କଣ କେହିବି ବାରଣ କଲେ ନାହିଁ ! ଡାକ୍ତର ବାବୁ କହିଲେ ନା ତ....

ଆରେ ମନ୍ଦିର ଭିତରେ କିଛି ସେବାୟତ ଙ୍କ ଛଡା ଆଉ କେହିଭି ନଥିଲେ।କୃଷ୍ଣବର୍ଣ୍ଣ ର ଜଣେ ପଣ୍ଡା ଆସିକି ମତେ ସିଧା ନେଇଗଲେ ଜଗମୋହନ ନିକଟକୁ। ମୁ ଭି ଏହିଭଲି ଦିବ୍ୟ ଶାନ୍ତି ଦର୍ଶନ ଆଉ କେବେ କରିନି ଆ ହା... କି ଆତ୍ମ ତ୍ରୁପ୍ତି ଥିଲା ସେ ଦର୍ଶନରେ। ଆଉ ସେ ପଣ୍ଡା ଆଜ୍ଞାଙ୍କ କଥା ଭି ବୋହୁ ଆକର୍ଷଣୀୟ ଆଉ ମନୋଲଭା ଥିଲା। କି ତେଜ ସେ ମୁହଁରେ ! ସତେ କଳା ମୁହଁ କୁ ପାନ ଖିଲା ନାଲି ଓଠ କପାଳେ ଚନ୍ଦନ ର ଚିତା। ମୁଁ ତ ପଣ୍ଡାଙ୍କ ସେ ମୁହଁର ସ୍ମୀତ ହାସ୍ୟକୁ ମନରୁ ଭୁଲି ପାରୁନି । ଆଉ ଜାଣିଛୁ ସାଙ୍ଗ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ମୋ ଠାରୁ ଦକ୍ଷିଣା ନନେଇ ହସି ଆର୍ଶୀବାଦ ଦେଇ ଚାଲିଗଲେ। କହିଲେ ମୋର ବାପ ପଇସା କଣ ହେବତୁମେ ଦର୍ଶନ ପାଇଁ ବ୍ୟାକୁଳ ଥିଲ ଆଉ ମୁଁ ତମର ଦର୍ଶନ କରାଇଦେଲି ବାସ! ଡାକ୍ତର ବାବୁଙ୍କ ମୁହଁକୁ ଏକଲୟରେ ଆଶ୍ଚର୍ଯ୍ୟକର ଦୃଷ୍ଟିରେ ଅନେଇ ଥାନ୍ତି ତାଙ୍କ ସାଙ୍ଗ ଏବଂ ସେଠାରେ ଉପସ୍ତିତ ଥିବା ଅନ୍ୟ କିଛି କର୍ମଚାରୀ ବା ପାଖ ଟେବୁଲରେ ବସିଥିବା କିଛି ଲୋକ। କଥା କହିଲା ବେଳେ ଭାବବିହ୍ଵଳ ହୋଇ ଡାକ୍ତର ବାବୁଙ୍କ କଣ୍ଠ ଥରି ଉଠିବା ସହିତ ଆଖିରୁ ଅମାନିଆ ଲୁହ ବୁନ୍ଦା ଗୁଡାକ ବୋହି ଜାଉଥାନ୍ତି। ସେଠାରେ ଉପସ୍ତିତ ସମସ୍ତ ଲୋକ ଡାକ୍ତର ବାବୁଙ୍କ ଠାରୁ ଏ କଥା ଶୁଣି ଏକ ଶ୍ଵର ରେ କହିବାକୁ ଲାଗିଲେ ଜୟ ଜଗନ୍ନାଥ ... ଜୟ ଜଗନ୍ନାଥ ...।

ସାର ଆପଣ ମହାନ ସେ ପଣ୍ଡା ଜଣଙ୍କ ଖାଲି କୃଷ୍ଣବର୍ଣ୍ଣ ର ହିଁ ନଥିଲେ.... ସେ ସୋୟଂ ପ୍ରଭୁ ଜଗନ୍ନାଥ ହିଁ ଥିଲେ। ଯେ ସର୍ବ ଚିତ୍ତ ଚୋର ଶ୍ରେଷ୍ଟ ମାୟାଧର। ଆପଣଙ୍କ ଦୃଢ ଇଛା ଓ ଭକ୍ତି ଭାବରେ ମହାପ୍ରଭୁ ଆକର୍ଷିତ ହୋଇ ନିଜେ ପଣ୍ଡା ରୁପରେ ଆସି ଆପଣଙ୍କୁ ସୁରକ୍ଷାର ସହିତ ଦର୍ଶନ କରାଇଲେ। ଡାକ୍ତର ବାବୁ ହାତ ଯୋଡି କହିଲେ ମହାନ ତ ମୋ ଜଗନ୍ନାଥ ଏବଂ ତାଙ୍କର ସେ ଭକ୍ତ ଭାବଗ୍ରାହିତା ଗୁଣ
। ମୁଁ ତ ଛାର ଅଧମ ଦାସ ଟିଏ ଯାହା ପ୍ରଭୁ ଆଜି ଦୟା କରିକି ଧନ୍ୟ କରିଛନ୍ତି ।ଏ କଥା ଏକ ସୁନ୍ଦର ମନଗଢା କାହାଣୀ ଭଳି ଲାଗୁଥାଇପାରେ ସତ କିନ୍ତୁ ଏହା ଥିଲା ମାୟାଧର ଙ୍କ ମାୟାର କାହାଣୀ। ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିବାକୁ ଜାଇ ନିଜେ ପଣ୍ଡାଙ୍କ ରୁପରେ ଆସି ଅନ୍ତଧ୍ୟାନ ହୋଇ ସମସ୍ତଙ୍କୁ କିମିଆ କରି ଭକ୍ତ ହାତ ଧରିକି ନେଇକି ଦର୍ଶନ କରାଇପାରେ ସେ। ଆଉ କେହି ନୁହେଁ ...ଏ କଳିଜୁଗ ର ପଥର ଦେଉଳେ ବସିଥିବା ମୋ ମାୟାଧର ଜଗନ୍ନାଥ ....🙏🙏🙏🙏

 #ଶ୍ରୀୟୁଗଲକିଶୋରାଷ୍ଟକମ୍ ॐ ଶ୍ରୀମଦ୍ରୂପଗୋସ୍ଵାମିବିରଚିତମ୍ ।ନବଜଲଧରବିଦ୍ୟୁଦ୍ୟୋତବର୍ଣୌ ପ୍ରସନ୍ନୌବଦନନୟନପଦ୍ମୌ ଚାରୁଚନ୍ଦ୍ରାବତଂସୌ ।ଅଲକତିଲ...
21/08/2022

#ଶ୍ରୀୟୁଗଲକିଶୋରାଷ୍ଟକମ୍
ॐ ଶ୍ରୀମଦ୍ରୂପଗୋସ୍ଵାମିବିରଚିତମ୍ ।
ନବଜଲଧରବିଦ୍ୟୁଦ୍ୟୋତବର୍ଣୌ ପ୍ରସନ୍ନୌ
ବଦନନୟନପଦ୍ମୌ ଚାରୁଚନ୍ଦ୍ରାବତଂସୌ ।
ଅଲକତିଲକଫାଲୌ କେଶବେଶପ୍ରଫୁଲ୍ଲୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୧॥

ବସନହରିତନୀଲୌ ଚନ୍ଦନାଲେପନାଙ୍ଗୌ
ମଣିମରକତଦୀପ୍ତୌ ସ୍ଵର୍ଣମାଲାପ୍ରୟୁକ୍ତୌ ।
କନକବଲୟହସ୍ତୌ ରାସନାଟ୍ୟପ୍ରସକ୍ତୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୨॥

ଅତିମତିହରବେଶୌ ରଙ୍ଗଭଙ୍ଗୀତ୍ରିଭଙ୍ଗୌ
ମଧୁରମୃଦୁଲହାସ୍ୟୌ କୁଣ୍ଡଲାକୀର୍ଣକର୍ଣୌ ।
ନଟବରବରରମ୍ୟୌ ନୃତ୍ୟଗୀତାନୁରକ୍ତୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୩॥

ବିବିଧଗୁଣବିଦଗ୍ଧୌ ବନ୍ଦନୀୟୌ ସୁବେଶୌ
ମଣିମୟମକରାଦ୍ୟୈଃ ଶୋଭିତାଙ୍ଗୌ ସ୍ଫୁରନ୍ତୌ ।
ସ୍ମିତନମିତକଟାକ୍ଷୌ ଧର୍ମକର୍ମପ୍ରଦତ୍ତୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୪॥

କନକମୁକୁଟଚୂଡୌ ପୁଷ୍ପିତୋଦ୍ଭୂଷିତାଙ୍ଗୌ
ସକଲବନନିବିଷ୍ଟୌ ସୁନ୍ଦରାନନ୍ଦପୁଞ୍ଜୌ ।
ଚରଣକମଲଦିବ୍ୟୌ ଦେବଦେବାଦିସେବ୍ୟୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୫॥

ଅତିସୁବଲିତଗାତ୍ରୌ ଗନ୍ଧମାଲ୍ୟୈର୍ଵିରାଜୌ
କତି କତି ରମଣୀନାଂ ସେବ୍ୟମାନୌ ସୁବେଶୌ ।
ମୁନିସୁରଗଣଭାବ୍ୟୌ ବେଦଶାସ୍ତ୍ରାଦିବିଜ୍ଞୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୬॥

ଅତିସୁମଧୁରମୂର୍ତୌ ଦୁଷ୍ଟଦର୍ପପ୍ରଶାନ୍ତୌ
ସୁଖରସବରଦୌ ଦ୍ଵୌ ସର୍ଵସିଦ୍ଧିପ୍ରଦାନୌ ।
ଅତିରସବଶମଗ୍ନୌ ଗୀତବାଦ୍ୟୈର୍ଵିତାନୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୭॥

ଅଗମନିଗମସାରୌ ସୃଷ୍ଟିସଂହାରକାରୌ
ବୟସି ନବକିଶୋରୌ ନିତ୍ୟବୃନ୍ଦାବନସ୍ଥୌ ।
ଶମନଭୟବିନାଶୌ ପାପିନସ୍ତାରୟନ୍ତୌ
ଭଜ ଭଜ ତୁ ମନୋ ରେ ରାଧିକାକୃଷ୍ଣଚନ୍ଦ୍ରୌ ॥ ୮॥

ଇଦଂ ମନୋହରଂ ସ୍ତୋତ୍ରଂ ଶ୍ରଦ୍ଧୟା ଯଃ ପଠେନ୍ନରଃ ।
ରାଧିକାକୃଷ୍ଣଚନ୍ଦ୍ରୌ ଚ ସିଦ୍ଧିଦୌ ନାତ୍ର ସଂଶୟଃ ॥ ୯॥

ଇତି ଶ୍ରୀମଦ୍ରୂପଗୋସ୍ଵାମିବିରଚିତଂ ଶ୍ରୀୟୁଗଲକିଶୋରାଷ୍ଟକଂ ସମ୍ପୂର୍ଣମ୍ ।
🙏🏻

श्रीयुगलकिशोराष्टकम्
ॐ श्रीमद्रूपगोस्वामिविरचितम् ।
नवजलधरविद्युद्योतवर्णौ प्रसन्नौ
वदननयनपद्मौ चारुचन्द्रावतंसौ ।
अलकतिलकफालौ केशवेशप्रफुल्लौ
भज भज तु मनो रे राधिकाकृष्णचन्द्रौ ॥ १॥

वसनहरितनीलौ चन्दनालेपनाङ्गौ
मणिमरकतदीप्तौ स्वर्णमालाप्रयुक्तौ ।
कनकवलयहस्तौ रासनाट्यप्रसक्तौ
भज भज तु मनो रे राधिकाकृष्णचन्द्रौ ॥ २॥

अतिमतिहरवेशौ रङ्गभङ्गीत्रिभङ्गौ
मधुरमृदुलहास्यौ कुण्डलाकीर्णकर्णौ ।
नटवरवररम्यौ नृत्यगीतानुरक्तौ
भज भज तु मनो रे राधिकाकृष्णचन्द्रौ ॥ ३॥

विविधगुणविदग्धौ वन्दनीयौ सुवेशौ
मणिमयमकराद्यैः शोभिताङ्गौ स्फुरन्तौ ।
स्मितनमितकटाक्षौ धर्मकर्मप्रदत्तौ
भज भज तु मनो रे राधिकाकृष्णचन्द्रौ ॥ ४॥

कनकमुकुटचूडौ पुष्पितोद्भूषिताङ्गौ
सकलवननिविष्टौ सुन्दरानन्दपुञ्जौ ।
चरणकमलदिव्यौ देवदेवादिसेव्यौ
भज भज तु मनो रे राधिकाकृष्णचन्द्रौ ॥ ५॥

अतिसुवलितगात्रौ गन्धमाल्यैर्विराजौ
कति कति रमणीनां सेव्यमानौ सुवेशौ ।
मुनिसुरगणभाव्यौ वेदशास्त्रादिविज्ञौ
भज भज तु मनो रे राधिकाकृष्णचन्द्रौ ॥ ६॥

अतिसुमधुरमूर्तौ दुष्टदर्पप्रशान्तौ
सुखरसवरदौ द्वौ सर्वसिद्धिप्रदानौ ।
अतिरसवशमग्नौ गीतवाद्यैर्वितानौ
भज भज तु मनो रे राधिकाकृष्णचन्द्रौ ॥ ७॥

अगमनिगमसारौ सृष्टिसंहारकारौ
वयसि नवकिशोरौ नित्यवृन्दावनस्थौ ।
शमनभयविनाशौ पापिनस्तारयन्तौ
भज भज तु मनो रे राधिकाकृष्णचन्द्रौ ॥ ८॥

इदं मनोहरं स्तोत्रं श्रद्धया यः पठेन्नरः ।
राधिकाकृष्णचन्द्रौ च सिद्धिदौ नात्र संशयः ॥ ९॥

इति श्रीमद्रूपगोस्वामिविरचितं श्रीयुगलकिशोराष्टकं सम्पूर्णम् ।
⚜️🔱⚜️🔱⚜️🔱⚜️🔱⚜️🔱⚜️

Address

Bhubaneswar

Opening Hours

Monday 7am - 8pm
Tuesday 7am - 8pm
Wednesday 7am - 8pm

Alerts

Be the first to know and let us send you an email when Shri Jagannath Sanskruti Pracharaka posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Shri Jagannath Sanskruti Pracharaka:

Share