Bhairabi Temple

Bhairabi  Temple A tribute to MAA SIDHA BHAIRABI

21/08/2025

My dear friends
Have you seen the damage building just to the very near the temple. It is very dangerous state. No one is looking it for months over. The government is also not taking any steps to repair it. It is a famous temple of southern Odisha. Every one is trying to take the credit that they are good and they are trying to improve the place but nothing. Only fighting in the court is going on. I request to all my friends, devotees, the government officials to look into the matter seriously .

Jai Maa Bhairabi
29/10/2024

Jai Maa Bhairabi

A good essay on Bhairabi
10/10/2024

A good essay on Bhairabi

01/09/2024

କଥା ଅଛି- ପୂର୍ବକାଳ ରେ ବ୍ରହ୍ମପୁର ସ୍ଥିତ ମହୁରୀ ରଜାଂକ ରାଜଜେମା ପୋଖରୀ ରେ ସ୍ନାନ କଲାବେଳେ ମସ୍ତକର ମଥାମଣିଟିକୁ ପୋଖରୀପାବଚ୍ଛ ଉପରେ ରଖି ସ୍ନାନ କରୁଥିଲେ । ଗୋଟିଏ ଚିଲ ପକ୍ଷୀ ସେ ଅଳଂକାରଟିକୁ ନେଇ ଗୋଟିଏ ଓଉ ଗଛର ଫୁଲ ଭିତରେ ରଖିଦେଲା॥ ଜେମା ସ୍ନାନ ପରେ ଅଳଂକାର ଟିକୁ ଖୋଜି ପାଇଲେ ନାହିଁ । ମନରେ ଦୁଃଖ ହେଲା । ସେତେବେଳେ ଜେମା ଶୁଣିପାରିଲେ କି ମନ୍ତ୍ରୀଡି ଭୈରବୀ ପ୍ରସନ୍ନ ହୋଇ ଯାବତୀୟ ପ୍ରଶ୍ନର ଉତ୍ତର ଦିଅନ୍ତି । ସେ ତତକାଳ ମନ୍ତ୍ରୀଂକ ସହ ଭୈରବୀକ୍ଷେତ୍ର କୁ ଆସି ମାଁ କୁ ପ୍ରସନ୍ନକରାଇ ପଚାରିଲେ। ମାଁ ପ୍ରସନ୍ନ ହୋଇ ଅଳଂକାର ଟି ଓଉ ଫଳ ମଧ୍ଯ ରେ ଥିବାକଥା କହିଲେ।ଗଛରେ ଥିବା ତିନୋଟି ଓଉ ଫଳ ମଧ୍ଯରୁ ଗୋଟିକରୁ ତାହା ବାହାରିଲା॥ସମସ୍ତେ ଦେଖି ଆଶ୍ଚର୍ଯ୍ଯ ହେଲେ । ପ୍ରସନ୍ନଚିତ୍ତା ରାଣୀ ମା ଭୈରବୀଂକ ପୀଠରେ ଗୋଟିଏ ପୁଷ୍କରଣୀ ଖୋଳାଇଲେ ଯାହା ଅଦ୍ଯ ରାଣୀବଂଧ ନାମରେ ଖ୍ଯାତ ।
କଥିତ ଅଛି ମାଁ ଭୈରବୀଂକ ଜନ୍ମତିଥି ମାଘମାସ ପୂର୍ଣ୍ଣୀମା ଅଟେ । ଏହିଦିନ ମାଁ କ ଜୟନ୍ତି ପାଳନ କରାଯାଏ ॥

14/10/2023

ସ୍ବାଗତଂ ମା ମହିଷାମର୍ଦ୍ଦନୀ................................

ତ୍ରିପୁର ମୋହିନୀ ମହିଷା ମର୍ଦ୍ଦନୀ
ଜୟ ମାତ ଦଶଭୁଜା ।
ମା ବିନ୍ଧ୍ଯବାସିନୀ ସଂକଟ ତାରିଣୀ
ତୋର ଶ୍ରୀଚରଣେ ପୂଜା ।।
ଆସ ଆସ ମାତା ଏ ଧରାଧାମକୁ
ଚାହିଁଛୁ କୋଟି ଜନତା ।
ଏ ନବରାତ୍ରି ର ଶୁଭ ଅବସରେ
ପ୍ରସନ୍ନ ବିଶ୍ବପୂଜିତା ।।
ଦିଅ ଦିବ୍ଯଶକ୍ତି ଦିଅ ଦିବ୍ଯଜ୍ଞାାନ
ଦେଇ ତବ ଦରଶନ ।
ମ୍ଲେଛ କୁ ସଂହାରି ଉଦ୍ଧର ଭକ୍ତଂକୁ
କର ଧରିତ୍ରି ମହାନ ।।
ଦୁଃଖ ଜର୍ଜରିତ ଏ ବିଶ୍ବବାସୀଂକୁ
କର ମାଗୋ ତୁହି ରକ୍ଷା ।
ଶରଣରକ୍ଷଣୀ ବିପଦ ଭଂଜନୀ
ଏହା ତୋ ଚରଣେ ଭିକ୍ଷା ॥
ଦୁର୍ଗତି ନାଶିନି ମା ଗୋ କାତ୍ଯାୟନୀ
ଚରଣେ ଶରଣ ତୋର।
ଦେଇ ଶୁଭାଶିଷ ହର ଆମ କ୍ଲେଶ
ଏହା ତ ପ୍ରାର୍ଥନା ମୋର ।।
ଉଦୟ ।
This is an auspicious day . On this day Maa Bhairabi visits Mantrdi . People worship Maa for 8 days . She returns to the temple after Mahastami puja.

20/04/2023

Jai Maa Bhairabi. It is the real time to visit Maa Bhairabi and get her blessing.

26/09/2022

ଆସ ମା ଦୁର୍ଗା ।
—————-
ସ୍ବାଗତ କରୁଛୁ ମର୍ତ୍ତ୍ୟପୁର ବାସୀ
ଆସ ମାତା ଦୁର୍ଗାଦେବୀ ।
ପୂଣ୍ୟ ମହାଳୟା ସୁ ଅବସର ରେ
ଆବିର୍ଭାବ ହୁଅ ଭାବି ।।
ମାତା ରୂପେ ମାଗୋ ତୋର ଅବସ୍ଥିତି
ସର୍ବଭୂତରେ ପ୍ରକାଶ ।
ଶକ୍ତି ସ୍ବରୁପିଣୀ ଅଭୟ ଦାୟିନୀ
ଅଟେ ତୋ ଲୀଳା ବିଶେଷ।।
ପ୍ରକଟ ହେଉ ମା ସର୍ବ ପୂଜାସ୍ଥଳେ
ବାଣ୍ଟି ଦେଉ ଶୁଭାଶୀଷ ।
ଭକ୍ତମନ ଜାଣି କୃପାକରୁ ପୁଣି
ନୁହଁନ୍ତି କେହୁ ନିରାଶ ।
ଝକମକ ଦିଶେ ଗ୍ରାମ ଠୁ ସହର
କି ସୁନ୍ଦର ସାଜସଜ୍ଜା ।
ମହିଷା ମର୍ଦ୍ଦନୀ ତୁ ସିଂହ ବାହିନୀ
ପାଉ କେତେ ରୂପେ ପୂଜା ।।
ତୁ ପରା ଭୈରବୀ ତୁହି ଦୁର୍ଗାଦେବୀ
ଭଗବତୀ ,ଉଗ୍ରତାରା ।
ମାଁ ତରା ତାରିଣି ବିରଜା,ମଂଗଳା
ତୁ ପରା ମାତା ବିମଳ।।
ସ୍ଥାନ ଅନୁସାରେ ସ୍ଥାନେଶ୍ବରୀ ତୁହି
ଭକ୍ତଂକୁ କରୁ ଉଲ୍ଲାସ ।
ଯୁଗେ ଯୁଗେ ମାଗୋ ତୋ କରୁଣା ଭିକ୍ଷା
କରନ୍ତି ସର୍ବେ ପ୍ରୟାସ ।।
ପ୍ରଣତି କରୁଛୁ ଆଜି ଶ୍ରୀଚରଣେ
ଲୋଟୁଅଛୁ ତୋ ପୟରେ ।
ହୁଅ ମା ପ୍ରସନ୍ନ ବିଶ୍ବବାସି ଜନେ
ସଂକଟ ଯାଉ ଅଚିରେ ।।
ଉଦୟ।

06/06/2022

ଜୟ ମାତ ଭଇରବୀ ଅଯୋନୀ ଶମ୍ଭୁତା
ଜୟ ଜୟ ମହାମାୟୀ ପର୍ବତ ଦୁହିତା
ମାଗୋ ସଂକଟ ତାରିଣୀ,
କୃପାକରି ଘେନ ମୋର ଆକୁଳ ଦୟିନୀ ।।୧

ମନ୍ତ୍ରୀଡି ଗ୍ରାମରେ ମା ଗୋ ହେଲୁ ଆବିର୍ଭୁତା
ସିଦ୍ଧ ଭଇରବୀ ନାମେ ହେଉ ଚୁ ପୂଜିତା
ମାଗୋ ବିପଦ ଭଂଜନୀ,
କର ବାରେ ଅନୁକଂପା ଜଗତ ଜନନୀ ।।୨

ଶଂଖ ଚକ୍ର ଅସୀ ଶୂଳ ହସ୍ତେ ଶୋଭାପାଏ ।
ଏକପାଦେ ବିରାଜିତ ହୋଇଛୁ ଗୋ ମାଏ ।
ମାଗୋ ବୈଷ୍ଣବୀ ରୁପିଣୀ ।
ଗ୍ରାମବାସୀଂକର ତୁହି ଇଷ୍ଟଦେବୀ ପୁଣି ।।୩

ମସ୍ତକରେ ଶୋଭାପାଏ ସିନ୍ଦୁର ର ଚିତା
ମହିଷା ମର୍ଦ୍ଦିନୀ ମାଗୋ ତୁ ବିଶ୍ୱପୂଜିତା
ମାଗୋ ଦୁଃଖୀ ଦୁଃଖ ହାରୀ ,
ଜଗତ ଉଦ୍ଧାର କଲୁ ଦୈତ୍ୟ କୁ ସଂହାରି ।।୪

ଭକତଂକ ହିତେ ମାଗୋ ଧରି ଅବତାର
ଚଣ୍ଡ ମୁଣ୍ଡ ଦୈତ୍ୟକୁ ମା କରିଲୁ ସଂହାର
ମାଗେ ତୁହି ଆଦିଶକ୍ତି,
ତୁହି ମାତ ଉଗ୍ରତାରା ତୁହି ଭଗବତୀ ।।୫

ଯୁଗେ ଯୁଗେ ଧରି ମାଗୋ ନାନା ଅବତାର
ଭକ୍ତଂକୁ କଷଣୁ ମାଗୋ କରିଛୁ ଉଦ୍ଧାର ।
ମାଗୋ କଳୁଷ ନାଶିନୀ,
ସଂସାର ଜନଂକ ମାତା ଅମୃତ ଦାୟିନୀ ।।୬

ମାତାଂକର ଦ୍ବାର ଥାଏ ସବୁବେଳେ ଖୋଲା
ଯେ ଯାହା ଯାଚନା କଲା ସେ ତାହା ପାଇଲା
ମାଗୋ ପ୍ରସନ୍ନବଦନୀ ,
ଯାଚି ବର ଦେଉ ମାତା ଭକ୍ତ ମନ ଜାଣି ।।୭

15/04/2022

Jai Maa Bhairabi.
My dear devotee friends. You may know that the temple of Maa Bhairabi is open to all after a long period. People suffered a lot to have the Darshan of Maa. The committee has broken some of temple structure to build which looks very odd. We should hope for the best.

16/11/2021

I am requesting to all the devotees of Maa Bhairabi to keep pressure on District administration to open the temple for devotee. Two to three times I tweeted for it. The temples of whole country is open but Bhairabi temple is close. Whoever try to close will get the punishment from Maa.

08/10/2021

Jai Maa Bhairabi.
The great Navaratri puja of Maa started. People of Mantridi village visited Maa Bhairabi temple in the midnight of Amabasya and offered puja and did prayer to Maa Bhairabi and invited her to the village for puja for nine days The flowers placed on the head of Maa falls indicating that She is agree. Then people come with that flowers and do puja for nine days . Earlier Maa was coming to the body of her sevak and replied many questions of her devotee. Everyone pleased but it is stopped now.It was depending on believes.

Maa Bhairabi is listening all ,irrespective of children,young and old  to all her devotee.Once you call in heart you wil...
11/07/2021

Maa Bhairabi is listening all ,irrespective of children,young and old to all her devotee.Once you call in heart you will hear her existence. One should pray Maa whole heartily than he will realise her blessings.Today I wish to see Maa Bhairabi and had the Darshan of Maa inspite of several obstacles raised due to Corona.
Jai Maa Bhairabi.

Address

Mantridi
Berhampur
761008

Telephone

9437216509

Website

Alerts

Be the first to know and let us send you an email when Bhairabi Temple posts news and promotions. Your email address will not be used for any other purpose, and you can unsubscribe at any time.

Share

Category