28/08/2022
*ପଇତା ଏବଂ ଏହାର ଗୁରୁତ୍ୱ*.
@ଅରବିନ୍ଦ ନାୟକ।
ଆପଣମାନେ ନିଶ୍ଚୟ ଦେଖିଥିବେ ଯେ ବ୍ରାହ୍ମଣ ଓ ବିବାହିତ ଲୋକେ କେତେଖିଅ ସୂତାକୁ ବାମ କାନ୍ଧ ଉପରୁ ଡାହାଣ ହାତ ତଳ ପର୍ଯ୍ୟନ୍ତ ଓହଳାଇ ରଖିଥାନ୍ତି। ଏହି ସୂତ୍ରକୁ *ପଇତା* କୁହାଯାଏ । ଏହାକୁ ହିନ୍ଦିରେ *ଜନେଉ* ଓ ଇଂରାଜୀରେ ସାକ୍ରେଡ଼ ଥ୍ରେଡ୍ ମଧ୍ୟ କୁହାଯାଏ।
ପଇତାକୁ ସଂସ୍କୃତ ଭାଷାରେ 'ଯଜ୍ଞ-ଉପଵିତ' କୁହାଯାଏ ।
ଏହା ମୁଖ୍ୟତ ହେଉଛି ତିନୋଟି ସୂତା ବିଶିଷ୍ଟ। ଏହାକୁ ଧାରଣ ପୂର୍ବରୁ ଅଭିମନ୍ତ୍ରୀତ କରି ପବିତ୍ର କରାଯାଇଥାଏ।
ପାଇତା
ମୁଖ୍ୟ ତିନୋଟି ସୂତ୍ର ଦେବରୁଣ, ପିତୃରୁଣ ଏବଂ ଋଷିରୁଣକୁ ମନେ ପକାଇ ଦେଇଥାଏ।
(ଦେବରୁଣ: ଆମେ ଜୀଵନ ଧାରଣ ପାଇଁ ପୃଥିବୀରେ ପରିଶ୍ରମ କରୁ କିନ୍ତୁ ଆଲୋକ ଉତ୍ତାପ ବାୟୁ ଜଳ ପ୍ରଭୃତି ଦେବଦତ୍ତ। ତେଣୁ ଆମେ ଦେବତାଙ୍କ ଋଣୀ।
ପିତୃରୁଣ: ଆମେ ପିତା- ମାତାଙ୍କ ପାଇଁ ପୃଥିବୀକୁ ଆସିଛନ୍ତି। ଏହା ଆମ ଉପରେ ଏକ ଋଣ ଓ ଏହାକୁ ସୁଝିବାକୁ ହେଲେ ଆମକୁ ମଧ୍ୟ ପିତା ମାତା ହେବାକୁ ପଡ଼ିବ।
ଋଷିରୁଣ: ଋଷି ମାନେ ଆମର ଜ୍ଞାନ ଦାତା। ସେମାନଙ୍କ ଠାରୁ ଆମର ଗୋତ୍ରର ଆରମ୍ଭ। ତେଣୁ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ଆମର କର୍ତ୍ତବ୍ୟ।)
ପଇତାର ତିନୋଟି ସୂତାକୁ *ସତ୍ୟ, ରଜ ଏବଂ ତମ ର* ପ୍ରତୀକ ମଧ୍ୟ କୁହାଯାଏ। କେହି କେହି ଏହାକୁ ଗାୟତ୍ରୀ ମନ୍ତ୍ରର ତିନୋଟି ସୋପାନର ପ୍ରତୀକ କହନ୍ତି। ଏହାକୁ ମଧ୍ୟ ମନୁଷ୍ୟର ତିନୋଟି ଆଶ୍ରମ(ବ୍ରହ୍ମଚର୍ଜ୍ୟ-ଗୃହସ୍ତ-ବାନପ୍ରସ୍ତ)ର ପ୍ରତୀକ ମଣନ୍ତି।
ପାଇତାର ପ୍ରତ୍ୟେକ ସୂତ୍ରରେ ତିନୋଟି ଲେଖାଏଁ ପତଳା ସୂତା ଥାଏ। ଏହିପରି ସମୁଦାୟ ସୂତ୍ର ସଂଖ୍ୟା ନଅ । ଏହି ନଅ ସୂତ୍ରକୁ ମନୁଷ୍ୟର ନଅ ଦ୍ୱାର ବୋଲି କୁହାଯାଏ। ଗୋଟିଏ ପାଟି, ଦୁଇଟି ନାକ, ଦୁଇଟି ଆଖି, ଦୁଇଟି କାନ, ଗୋଟିଏ ମଳଦ୍ୱାର ଓ ଗୋଟିଏ ମୂତ୍ରଦ୍ୱାର ଏହିପରି ସମୁଦାୟ ନଅଟି ଦ୍ୱାର।
(କପିଳା ନାମରେ ଗାଈସେ .....ତିନିମୁଖ-ଷଢ଼ ଲୋଚନ ଏକ ପାଦରେ ଉଭା)
ପାଇତାର ପାଞ୍ଚଟି ଗଣ୍ଠି:-
ପାଞ୍ଚଟି ଗଣ୍ଠି ଯାହା ବ୍ରହ୍ମ, ଧର୍ମ, ଅର୍ଥ, କାମ ଏବଂ ମୋକ୍ଷର ପ୍ରତୀକ ଅଟେ । ଏହା ମଧ୍ୟ ପାଞ୍ଚ ଇନ୍ଦ୍ରିୟ(ଚକ୍ଷୁ-କର୍ଣ୍ଣ-ନାସା-ଜିହ୍ଵା-ସ୍ପର୍ଶ)ର ପ୍ରତୀକ । କେହି କେହି ଏହାକୁ ପଞ୍ଚ ତତ୍ୱ(କ୍ଷୀତ-ଆପ-ତେଜ-ମରୁତ-ବ୍ୟୋମ)=ମାଟି-ପାଣି-ନିଆଁ-ପବନ-ଆକାଶ ବୋଲି କହନ୍ତି।
ବୈଦିକ ଧର୍ମରେ, ପ୍ରତ୍ୟେକ ଆର୍ଯ୍ୟଙ୍କର କର୍ତ୍ତବ୍ୟ ହେଉଛି ପଇତା ପିନ୍ଧିବା ଏବଂ ଏହାର ନିୟମ ପାଳନ କରିବା ।
ପଇତାର ଦୈର୍ଘ୍ୟ ହେଉଛି ୯୬ ଆଙ୍ଗୁଠି। ଏହାର ଅର୍ଥ ହେଉଛି ପଇତା ଧାରକ ୩୨ ବିଦ୍ୟା ଓ ୬୪ କଳା ଶିଖିବାକୁ ଚେଷ୍ଟା କରିବା ଉଚିତ୍।
୩୨ ବିଦ୍ୟା:-
ଚାରୋଟି ବେଦ, ଚାରି ଉପବେଦ, ଛଅ ଅଙ୍ଗ, ଛଅ ଦର୍ଶନ, ତିନୋଟି ସୂତ୍ର, ନଅ ଅରନ୍ୟକ କୁ ନେଇ ସମୁଦାୟ ୩୨ ଟି ବିଦ୍ୟା ଅଛି ।
ସେହିପରି ୬୪ ଟି କଳା:- ଯଥା ସ୍ଥାପତ୍ୟ, ରୋଷେଇ, ଚିତ୍ର, ସାହିତ୍ୟ କଳା, ହସ୍ତଶିଳ୍ପ, ଭାଷା, ମେସିନ୍ ତିଆରି, ସିଲେଇ, ଏମ୍ବ୍ରୋଡୋରୀ, ବୁଣାକାର, ହସ୍ତଶିଳ୍ପ, ଅଳଙ୍କାର ତିଆରି, କୃଷି ଜ୍ଞାନ ଇତ୍ୟାଦି ଇତ୍ୟାଦି ଶିଖିବା ଉଚିତ।
ପଇତା ବ୍ୟବହାର କରିବାର ନିୟମ:-
୧. ବହିଷ୍କାର(ମଳତ୍ୟାଗ) ଏବଂ ପରିସ୍ରା କରିବା ପୂର୍ବରୁ ଡାହାଣ କାନରେ ଯଜ୍ଞୋପବିତ ଧାରଣ କରିବା ଉଚିତ। ହାତ ସଫା କରିବା ପରେ ଏହା ବାହାର କରାଯିବା ଉଚିତ । ଏହାର ଅର୍ଥ ହେଉଛି ପଇତା ସର୍ବଦା ଏପରି ଭାବେ ଅଣ୍ଟାରୁ ଉଚ୍ଚରେ ରହିବା ଉଚିତ ଯାହାଦ୍ୱାରା ଏହା ଅଶୁଦ୍ଧ ହେବ ନାହିଁ।
୨. ଯଦି ଉପଵିତର କୌଣସି ସୂତା ଛିଣ୍ଡି ଯାଏ କିମ୍ବା ଏହା 6 ମାସରୁ ଅଧିକ ହୁଏ, ତେବେ ଏହାକୁ ବଦଳାଇ ଦେବା ଉଚିତ ।
୩. ଏଥିରେ ଚାବିକାଠି କିମ୍ବା ଅନ୍ୟକିଛି ଓହଳାଇବେ ନାହିଁ।
୪. ଏହାକୁ ଶରୀରରୁ ବାହାରକୁ ନିଆଯାଏ ନାହିଁ । ଏହାକୁ ପିନ୍ଧିଥିବା ଅବସ୍ଥାରେ ଘୂର୍ଣ୍ଣନ କରି ସଫା କରାଯାଏ।
୫. ଯେତେବେଳ ପର୍ଯ୍ୟନ୍ତ ପିଲାମାନେ ଏହି ନିୟମ ମାନିବାକୁ ସକ୍ଷମ ନ ହୋଇ ଥାଆନ୍ତି, ସେତେବେଳ ପର୍ଯ୍ୟନ୍ତ ସେମାନଙ୍କୁ ଏହା ପିନ୍ଧାଯିବା ଉଚିତ୍ ନୁହେଁ।
ପଇତା ପିନ୍ଧିବାର ସୁଫଳ:-
୧. ଡାହାଣ କାନର ଶିରାର ପୁରୁଷର ଅଣ୍ଡକୋଷ ସହ ସମ୍ପର୍କ ଅଛି। ମୂତ୍ର ତ୍ୟାଗ କରିବା ସମୟରେ ଡାହାଣ କାନରେ ସୂତା ଗୁଡ଼ାଇ ପରିସ୍ରା କଲେ ଶୁକ୍ରାଣୁ ରକ୍ଷା ହୋଇଥାଏ ।
୨. ବାରମ୍ବାର ଖରାପ ସ୍ୱପ୍ନ ଦେଖିବା ସମସ୍ୟାରୁ ଏହା ମୁକ୍ତି ଦେଇଥାଏ ।
୩. ପଇତାକୁ କାନରେ ଗୁଡ଼ାଇଲେ ବ୍ୟକ୍ତିଙ୍କ ମଧ୍ୟରେ ସୂର୍ଯ୍ୟ ନାଡିର ଏକ ଜାଗରଣ ହୁଏ। କାନରେ ଗୁଡ଼ାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଏବଂ ରକ୍ତଚାପ ସମସ୍ୟା ମଧ୍ୟ ରୋକିଥାଏ ।
୩. ଏହା ମାନସିକ ଶୁଦ୍ଧତାର ଏକ ଅନୁଭବ କରାଏ। ଏହା ମନକୁ ମନ୍ଦ କାର୍ଯ୍ୟରୁ ନିବୃତ କରିଥାଏ ।
*ଜଗନ୍ନାଥେ ସମସ୍ତଙ୍କୁ ଭଲରେ ରଖନ୍ତୁ।*🙏🙏🙏