30/04/2022
🙏ବିଦ୍ୱାନ ରାବଣର ଭକ୍ତିଭାବ🙏
ସେଦିନ ସ୍ବାମୀ ବିଂଶ ବାହୁ ରାବଣର ପାଦ ସଂଚାଳନ କରୁ କରୁ ସ୍ତ୍ରୀ ମନ୍ଦଦୋରୀ କହିଲା,ସ୍ବାମୀ ! ଜଗତମାତା ସୀତାଙ୍କୁ ଅପହରଣ କରି ଆପଣ କଣ ଠିକ୍ କରିଛନ୍ତି ? କାହିଁକି ଏମିତି ଭୁଲ କଲେ । ଧୀରେ ଧୀରେ ସମସ୍ତେ ତ ମଲେଣି । ଏ ବଂଶ ଲୋପ ପାଇବାକୁ ବସିଲାଣି । ଆପଣ କଣ ଜାଣି ପାରିଲେ ନାହିଁ ଯେ ରାମ କିଏ ? ଯିଏ ପରମବ୍ରହ୍ମ,ଯିଏ ଜଗତ ପିତା ଆପଣ ତାଙ୍କ ସ୍ତ୍ରୀକୁ ଅପହରଣ କରି କଣ ଠିକ୍ କଲେ ?
ରାବଣ ସ୍ମିତ ହସିଲେ । କହିଲେ, ମନ୍ଦଦୋରୀ ! ରାମ କିଏ , ସେ କଥା ମୋ ଠାରୁ ଭଲ ସଂସାରରେ କିଏ ଜାଣିଛି ? ଜୟ ବିଜୟ ଦୁଇ ଭାଇ ଦ୍ବାରପାଳ କାମ କରୁଥିଲୁ ବିଷ୍ଣୁଙ୍କ ପାଖରେ । ଆମର ଭୁଲ ପାଇଁ ଅଭିଶାପ ପାଇ ଆମେ ଦୁଇ ଜଣ ଏବେ ରାବଣ ଏବଂ କୁମ୍ଭକର୍ଣ୍ଣ ହୋଇ ଜନ୍ମ ନେଇଛୁ । ଅନେକ ପ୍ରାର୍ଥନା ପରେ ପ୍ରଭୁ ଆସିଛନ୍ତି ଆମକୁ ଉଧାର କରିବେ ଏ ରାକ୍ଷସ ଯୋନୀରୁ ।
ମୁଁ ମହାନ ଋଷି ବିଶ୍ରାବାଙ୍କ ପୁଅ । ମୁଁ ଚାରି ବେଦ ଦଶ ମୁଖରେ ଉଚ୍ଚାରଣ କରିପାରେ । ମୁଁ ଯେତେବେଳେ ଜାଣିଲି ପ୍ରଭୁ ଆସୁଛନ୍ତି ମୋତେ ମାରି ଉଧାର କରିବା ପାଇଁ ମୁଁ ନିଜେ ଗଲି ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ ।
ମନ୍ଦଦୋରୀ ! ମୁଁ ରାବଣ । ମୋ ନାମର ପ୍ରଥମ ଅକ୍ଷର "ରା" । ତୁମେ ମନ୍ଦଦୋରୀ । ତୁମ ନାମର ପ୍ରଥମ ଅକ୍ଷର "ମ" । ଦୁଇଟା ଯାକ ମିଶିଗଲେ ପ୍ରଭୁଙ୍କ ନାମ ହବ "ରାମ" ।
ମୁଁ ଭକ୍ତ ସେ ଭଗବାନ । ମୁଁ ପୁଅ ସେ ବାପା । ମୁଁ ଜୀବ ସେ ପରମ । ମୁଁ ପ୍ରକୃତି ସେ ପୁରୁଷ । ଯେତେବେଳେ ମାଆ ସୀତାଙ୍କୁ ଆଣିବାକୁ ଯାଇ ତାଙ୍କ ବାମ ହାତ ଧରି ପକେଇଲି, ମୁଁ ଜାଣି ପାରିଲି ସୀତା ଠାକୁରାଣୀ ମାଆ ହବାକୁ ଅକ୍ଷମ । (ଡାକ୍ତର/ ବୈଦ୍ୟମାନେ ନାରୀମାନଙ୍କର ବାମ ହାତର ନାଡିକୁ ପରୀକ୍ଷା କରନ୍ତି ।ଆପଣ ଲକ୍ଷ୍ୟ କରନ୍ତୁ ) ସେତେବେଳେ ମୁଁ ତାଙ୍କୁ ଆଣି ଅଶୋକ ବନରେ ରଖିଲି । କାରଣ - ଅଶୋକ ଗଛର ଏକ ଔଷଧୀୟ ଗୁଣ ହେଲା ନାରୀର ବନ୍ଧ୍ୟା ଦୋଷ ଦୁର କରିବ । (ଆଜି ବି ସ୍ତ୍ରୀ ରୋଗ ବିଶେଷଜ୍ଞମାନେ,ସ୍ତ୍ରୀ ଲୋକମାନଙ୍କୁ ଅଶୋକାରିଷ୍ଟ ଖାଇବାକୁ କୁହନ୍ତି)
ଦ୍ବିତୀୟ କାରଣ - ଅଶୋକ ଶବ୍ଦକୁ ଅନୟ କଲେ,ନ ଶୋକ = ଅଶୋକ । ଯେଉଁଠି ଶୋକ ନାହିଁ । ମାଆ ମୋର ଦୁଃଖ ନ ପାଉ ।
ତୃତୀୟ କାରଣ - କାରଣ ପ୍ରଭୁ ରାମ ଶପଥ ନେଇ ଥିଲେ ବନବାସ କରିବେ । ଯଦି ମୁଁ ସୀତାଙ୍କୁ ଉଆସରେ ରଖିଥାନ୍ତି , ଭୁଲ ହୋଇନଥାନ୍ତା ? ସେଥିପାଇଁ ଅଶୋକବନରେ ରଖିଛି ।
ଏତେ କଥା ଶୁଣି ମନ୍ଦଦୋରୀ କହିଲେ, ତୁମେ ତ ସୀତାଙ୍କୁ ନେଇ ସେତୁ ବନ୍ଧ ପ୍ରତିଷ୍ଠା କରିବାକୁ ଯାଇଥିଲ । ସେଠି ଯୁଦ୍ଧ କରିଥାନ୍ତ । ନିଜେ ମରି ମୁକ୍ତି ପାଇଥାନ୍ତ ।ପ୍ରଭୁ ରାମ,ମାଆ ସୀତାଙ୍କୁ ନେଇ ଯାଇଥାନ୍ତେ । ତାଙ୍କୁ ଲଙ୍କାକୁ ଆସିବାକୁ କାହିଁକି ସୁଯୋଗ ଦେଲ ?
ମୁଁ ରାକ୍ଷସମାନଙ୍କର ରାଜା । ରାଜାର କର୍ତ୍ତବ୍ୟ ପ୍ରଜାମାନଙ୍କର ମଙ୍ଗଳ କରିବା । ମୁଁ ତ ପ୍ରଭୁଙ୍କ ହାତରେ ମରି ଏ ରାକ୍ଷସ ଯୋନୀରୁ ମୁକ୍ତି ପାଇବି ମାତ୍ର ମୋ ପ୍ରଜାମାନେ କେମିତି ମୁକ୍ତି ପାଇବେ ? ମୋ ପାଖେ ମାଆ ଅଛି ମାନେ ବାପା ଆସିବେ । ପ୍ରଭୁଙ୍କର ଅପୁର୍ବ ଯୋଡି ଦେଖି ଏ ରାକ୍ଷସମାନେ ବି ମୁକ୍ତି ପାଇବେ ।
ମନ୍ଦଦୋରୀ ଆଖିରେ ଲୁହ । ପଚାରିଲା ସ୍ବାମୀ ! ସବୁ ତ ତୁମେ ପାଇଲ , ମୁଁ କଣ ପାଇଲି ..? ରାବଣ ଉତ୍ତର ଦେଲା - ତୁମେ ରାକ୍ଷସର ସ୍ତ୍ରୀ ହୋଇବି ସତୀ ହୋଇ ରହିବ । ଆଉ ଭଲ ସ୍ତ୍ରୀର ଉଦାହରଣ ପାଇଁ ବିବାହ ଭଳି ଶୁଭ କାର୍ଯ୍ୟରେ ବ୍ରାହ୍ମଣ ଗୋସେଇଁ ମନ୍ତ୍ର ଉଚ୍ଚାରଣ କରିବେ,
ଯଥା :
ରାମସ୍ୟ ସୀତା , ଯଥା ରାବଣସ୍ୟ ମନ୍ଦଦୋରୀ ।