Satsang Vihar Balasore

Satsang Vihar Balasore Contact information, map and directions, contact form, opening hours, services, ratings, photos, videos and announcements from Satsang Vihar Balasore, Religious Center, Satsang Vihar, Balasore.

IMPORTANT NOTICERegarding Dol-Purnima and Total Lunar Eclipse
26/02/2026

IMPORTANT NOTICE
Regarding Dol-Purnima and Total Lunar Eclipse

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ତମ ଶୁଭ ଆବିର୍ଭାବ ଦିବସ ତଥା ବାଲେଶ୍ବର ସତସଙ୍ଗ ଶ୍ରୀ ମନ୍ଦିର ଶୁଭ ଉଦବୋଧନ ସ୍ମାରକୀ ...
16/02/2026

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ତମ ଶୁଭ ଆବିର୍ଭାବ ଦିବସ ତଥା ବାଲେଶ୍ବର ସତସଙ୍ଗ ଶ୍ରୀ ମନ୍ଦିର ଶୁଭ ଉଦବୋଧନ ସ୍ମାରକୀ ଉପଲକ୍ଷେ ସତସଙ୍ଗ I

01/02/2026
01/02/2026

I got over 1,200 reactions on one of my posts last week! Thanks everyone for your support! 🎉

_*ll ହଵିଷ୍ୟାନ୍ନ ll*_ _*ଶ୍ରୀ ଶ୍ରୀ ଠାକୁର :- ମୋର ମନେହୁଏ,ହବିଷ୍ୟାନ୍ନ ପରି ପୁଷ୍ଟିକର ଖାଦ୍ୟ ଖୁବ୍ କମ୍ ଅଛି । ସେଥିରେ ଅରୁଆ ଚାଉଳ,ବନ୍ତଳ...
27/01/2026

_*ll ହଵିଷ୍ୟାନ୍ନ ll*_

_*ଶ୍ରୀ ଶ୍ରୀ ଠାକୁର :- ମୋର ମନେହୁଏ,ହବିଷ୍ୟାନ୍ନ ପରି ପୁଷ୍ଟିକର ଖାଦ୍ୟ ଖୁବ୍ କମ୍ ଅଛି । ସେଥିରେ ଅରୁଆ ଚାଉଳ,ବନ୍ତଳ କଦଳୀ,ସିଝାଡାଲି,ଖସାବଟା,ଘିଅ,ଦୁଧ,କଦଳୀ ଇତ୍ୟାଦି ଯେଉଁସବୁ ସାମଗ୍ରୀ ଖିଆଯାଏ,ମୋର ମନେହୁଏ -- ଏଥିରେ ଆଉ ବିଶେଷ କୈାଣସି Deficiency (ଖାଁଟତି) ରହେ ନାହିଁ ।ତେବେ ତଟକା ପନି-ପରିବା ଓ କିଛି କିଛି ଫଳ ମଧ୍ୟ ଖାଇବା ଦରକାର,ଅବଶ୍ୟ ବ୍ରତ ହିସାବରେ ହବିଷ୍ୟ କଲାବେଳେ ନୁହେଁ । ଏହାସବୁ ଉଚ୍ଚାଙ୍ଗର କଥା ।ମୋର ମନେହୁଏ ମଣିଷ ଯଦି କଠୋର ପରିଶ୍ରମ କରେ,ନାମ ଯଦି ଠିକ୍ ରୂପେ କରେ, ମାନସିକ ଶାନ୍ତି ଯଦି ଥାଏ,ତେବେ କେବଳ ଭାତ-ଡାଲି ଖାଇ ହଜମ କରିପାରିଲେ ମଧ୍ୟ ଯଥେଷ୍ଟ ପୁଷ୍ଟି ଆହରଣ କରିପାରେ ।ଲୋକେ ଦାମି ଦାମି ଟନିକ ଖା'ନ୍ତି ସତ କିନ୍ତୁ ମୋ ମତରେ ପଞ୍ଚାମୃତ (ଦହି,ଦୁଧ,ଘିଅ,ମହୁ ଓ ଚିନିର ମିଶ୍ରଣ) ଖାଇ ଯଦି ହଜମ କରିପାରେ,ଅନେକ ଟନିକଠାରୁ ବେଶୀ ଫଳପ୍ରଦ ହୁଏ ।ଜିନିଷ ଗୁଡିକ ଯଦି ଖାଣ୍ଟି ହୁଏ,ତେବେ ଅନେକ କ୍ଷେତ୍ରରେ ହଜମ ହେବାର ତ କଥା ।*_

_*ଆଲୋଚନା ପ୍ରସଙ୍ଗ, ତୃତୀୟ ଖଣ୍ଡ*_
_*୪/୧/୧୯୪୨*_
_*ପୃଷ୍ଠା ନମ୍ବର-୬୭*_

*ଶ୍ରୀଶ୍ରୀଠାକୁରଙ୍କ_ଦୃଷ୍ଟିରେ_ଦେବଦେବୀ*                  *ସରସ୍ବତୀ**: ଶ୍ରୀ ଦେବୀପ୍ରସାଦ ମୁଖପାଧ୍ୟାୟ (ମୂଳ: ବଙ୍ଗଳା)**ଅନୁବାଦକ: ଶ୍ରୀ...
23/01/2026

*ଶ୍ରୀଶ୍ରୀଠାକୁରଙ୍କ_ଦୃଷ୍ଟିରେ_ଦେବଦେବୀ*

*ସରସ୍ବତୀ*

*: ଶ୍ରୀ ଦେବୀପ୍ରସାଦ ମୁଖପାଧ୍ୟାୟ (ମୂଳ: ବଙ୍ଗଳା)*
*ଅନୁବାଦକ: ଶ୍ରୀ ଅରୁଣ କୁମାର ମିଶ୍ର*
_________________________

*ସରସ୍ଵତୀ ବିଦ୍ୟାର ଦେବତା । ସକଳ ବିଦ୍ୟାର ଅଧ୍ୟଷ୍ଠାତ୍ରୀ ଦେବୀ ସେ ।* *ଗାୟତ୍ରୀ-ରହସୋପନିଷଦରେ ଅଛି "ସରସ୍ୱତ୍ୟାଃ ସର୍ବେ ବେଦା ଅଭବନ୍"--ସରସ୍ବତୀଙ୍କଠାରୁ ସୃଷ୍ଟି ହୋଇଛି ସମସ୍ତ ବେଦ । ଆହୁରି ବିଭିନ୍ନ ଜାଗାରେ ସରସ୍ବତୀ ସମ୍ବନ୍ଧରେ ନାନା ଉକ୍ତି ରହିଛି । ତାଙ୍କର ଅନେକ ନାମ-- ବାକ୍‌, ବାକ୍ୟଶ୍ବରୀ, ଗିର୍, ଭାଷା, ଭାରତୀ, ବାଣୀ ପ୍ରଭୃତି । ସେ ଶୁକ୍ଳବର୍ଣ୍ଣା, ଶ୍ୱେତବସନା, କମଳବାସିନୀ, ହଂସବିହାରିଣୀ । ହସ୍ତରେ ତାଙ୍କର ବୀଣା, ଗଳାରେ ମୁକ୍ତାର ମାଳ, କୋଳରେ ପୁସ୍ତକ । ଏଇ ରୂପରେ ଆମେ ମା'ସରସ୍ୱତୀଙ୍କୁ ଦେଖିବାରେ ଅଭ୍ୟସ୍ତ । କିନ୍ତୁ ଏଇ ରୂପର ତାତ୍ପର୍ଯ୍ୟ କ'ଣ ?*
*ପରମପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ନିକଟରେ ଆବ୍ରହ୍ମସ୍ତମ୍ଭପର୍ଯ୍ୟନ୍ତ ସବୁ ବିଷୟରେହିଁ ଆଲୋଚନା ହୋଇଛି । ଥରେ ସରସ୍ବତୀ-ପୂଜାର ପ୍ରାକ୍‌କାଳରେ ଉଠିଲା ସରସ୍ବତୀ-ପ୍ରସଙ୍ଗ । ଦେବୀଙ୍କ ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ହେଲା । ପ୍ରଥମେ ସେ ପଚାରିଲେ, 'ସରସ୍ଵତୀ' ମାନେ କ'ଣ ? ଅଭିଧାନ ଦେଖାଗଲା ଅଭିଧାନରେ ଅଛି ‘ସରସ୍‌ + ବତୀ, ସରସ ବା ସରଃ ମାନେ ଜଳ । ତା'ହେଲେ ଯିଏ ଜଳବତୀ, ସିଏ ସରସ୍ବତୀ ସେ ଏତିକିରେ ସନ୍ତୁଷ୍ଟ ହେଲେ ନାହିଁ । ପ୍ରତିଟି ଅର୍ଥର ଧାତ୍ବର୍ଥ ଜାଣିବାକୁ ସେ କହିଲେ । ତଦନୁଯାୟୀ ସରସ ଶବ୍ଦର ଧାତୁ ଦେଖାଗଲା । 'ସୃ', ମାନେ ଗତି, ଚାଲିବା । ଶ୍ରୀଶ୍ରୀଠାକୁର କହିଲେ, “ତା' ହେଲେ ସରସ୍ବତୀ ମାନେ ଗତିମତୀ, ଯିଏ ଗତିର ପ୍ରତୀକ" । ଗତି ଛଡ଼ାବି ସୃ ଧାତୁର ଅପର ଏକ ଅର୍ଥ "ବିକଶିତ ହେବା" । ତେଣୁ 'ସରସ୍ଵତୀ' ଶବ୍ଦ ମଧ୍ୟରେ ବିକାଶର ଆକୁଳତା ବି ଅଛି ।*
*ସରସ୍ବତୀଙ୍କର ଆଉ ଏକ ନାମ ବାଗ୍‌ଦେବୀ । ବାକ୍‌ ମାନେ ବାକ୍ୟ ବା ଶବ୍ଦ । ତାହା ଶୁଣି ଶ୍ରୀଶ୍ରୀଠାକୁର କହିଥିଲେ, ତା'ହେଲେ ସରସ୍ୱତୀ ଶବ୍ଦରବି ଦେବତା ।"*
*ସରସ୍ବତୀ-ପ୍ରତିମା ମଧ୍ୟରେ ସୃଜନ-ପ୍ରଗତିକୁ ଲକ୍ଷ୍ୟ କରାଯାଏ । ସରସ୍ବତୀ ଗତିର ପ୍ରତୀକ । ସୃଷ୍ଟିର ଆଦିରେ ବି ଅଛି ଋତ (ଋଧାତୁ --ଗତି) ଅନନ୍ତର ବୁକୁରେ ଆକର୍ଷଣ ବିକର୍ଷଣର ଗତି ମଧ୍ୟ ଦେଇ ସୃଷ୍ଟିର ପ୍ରଥମ ସଞ୍ଚାର । ସେତେବେଳଠାରୁହିଁ ସୃଷ୍ଟି ବିକଶିତ ହୋଇଉଠିଲା । ପୁଣି, ଏଇ ଗତି ମଧ୍ୟରେ ଅଛି ସ୍ପନ୍ଦନ । ସନ୍ଦନହିଁ ବ୍ୟକ୍ତ ହୋଇଉଠିଛି ଶବ୍ଦରେ । ଅନନ୍ତ ବ୍ୟୋମରେ ଏଇ ଶବ୍ଦ ବିଚ୍ଛୁରିତ ହୋଇପଡ଼ିଛି ନାନା ରୂପରେ । ତେଣୁ, ଶ୍ରୀମଦ୍ଭାଗବତରେ ଅଛି, ଆଦିରେ ପରମବ୍ରହ୍ମ ଶବ୍ଦରୂପୀ । ତାଙ୍କୁ ଉପଲବ୍ଧ କରିବାକୁ ହେଲେ ଶବ୍ଦର ଉପାସନା କରିବାକୁ ହୁଏ । ସରସ୍ବତୀ ପୂଜା ସେଇ ଶବ୍ଦ ଉପାସନାରହିଁ ବ୍ୟାପାର ।*
*ଏବେ ଆମେ ପ୍ରତିମାର ଆଙ୍ଗିକଗୁଡ଼ିକ ବିଶ୍ଳେଷଣ କରି ସମସ୍ତ ଚିତ୍ରଟାକୁ ବୁଝିବାକୁ ଚେଷ୍ଟା କରିବା । ପରମଦୟାଲ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କ ନିକଟରେ ଗୋଟିଏ ଗୋଟିଏ ବିଷୟ ନେଇ ପ୍ରଶ୍ନ କରାଯାଇଛି । ପ୍ରତ୍ୟେକଟିର ସମାଧାନୀ ଉତ୍ତର ଦେଇ ମଣିଷର ଜ୍ଞାନକ୍ଷୁଧାକୁ ମୋଚନ କରିଛନ୍ତି ସେ । ସେ ଯେପରି ଯାହା କହିଛନ୍ତି, ଆମେ ସେ ଦୃଷ୍ଟିଭାଙ୍ଗୀକୁ ଅନୁସରଣ କରିହଁ ମା'-ସରସ୍ବତୀଙ୍କୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରୁ ।*
*ମା'ଙ୍କର ଚରଣ ଯେଉଁ ପଦ୍ମ ଉପରେ ନ୍ୟସ୍ତ, ସେଇ ପଦ୍ମଟି ଜଳରେ ଫୁଟିଛି । ଏଇ ଜଳ କ'ଣ ? ମନୁସଂହିତାରେ ଅଛି, ଅବ୍ୟକ୍ତ ଈଶ୍ୱର ଯେତେବେଳେ ଜୀବଜଗତ୍ ସୃଷ୍ଟି କରିବାକୁ ଇଚ୍ଛା କଲେ ସେତେବେଳେ ସେ ପ୍ରଥମେ ଜଳ ସୃଷ୍ଟି କଲେ ।(୧/୮) । ଜଳ ପ୍ରଥମେ ସୃଷ୍ଟି ହେଲା କାହିଁକି ? କାରଣ, ଜଳ ନହେଲେ କୌଣସି ପ୍ରାଣୀ ବଞ୍ଚିପାରେନା । ପୁଣି ପଞ୍ଚ ମହାଭୂତରେ (କ୍ଷିତି, ଅପ୍, ତେଜ, ମରୁତ୍, ବ୍ୟୋମ) ମଧ୍ୟ ପ୍ରଥମ ଘନୀଭୂତ ଅବସ୍ଥା ସେହି ଜଳ (ଅପ୍) । ଏହା ଆଗରୁ ଅଛି ବ୍ୟୋମ ଅର୍ଥାତ୍ ଶୂନ୍ୟ, ମରୁତ୍ ଅର୍ଥାତ୍ ବାୟୁ, ଏବଂ ତେଜ ଅର୍ଥ ଅଗ୍ନି ସବୁହିଁ ବାୟବୀୟ ବା ବାଷ୍ପୀୟ ଅବସ୍ଥା ଘନୀଭୂତ ପ୍ରଥମ ଭୁତହିଁ ହେଲା ଜଳ । ତେଣୁ, ଜଳ ସୃଷ୍ଟିର ପ୍ରଥମ ପର୍ଯ୍ୟାୟର ପ୍ରତୀକ ।*
*ଜଳରେ ପଦ୍ମ ଫୁଟେ । ପଦ୍ମ ଶବ୍ଦର ଉତ୍ପତ୍ତି ପଦ୍ ଧାତୁରୁ, ଅର୍ଥ ଗତି, ସ୍ଥିତି, ପ୍ରାପ୍ତି । ସୃଷ୍ଟିର ପ୍ରଥମ ଧାପରେହିଁ ଅଛି ଗତି ଓ ସ୍ଥିତି-- ଋତ ଓ ସତ୍ୟ (ଋଗ୍‌ବେଦ) । ଏହାକୁ ଆଶ୍ରୟ କରିହିଁ କୌଣସି କିଛି ବିକଶିତ ବା ବିବର୍ଦ୍ଧିତ ହୋଇଉଠେ । ମଣିଷ ଚାଲିବା ସମୟରେ ଗୋଟିଏ ପାଦକୁ ସ୍ଥିର କରି ଅନ୍ୟ ପାଦଟିକୁ ଆଗକୁ ବଢ଼ାଏ । ଗୋଟିଏ ବଟଗଛର ଚାରା ଯେତେବେଳେ ବିରାଟ ହୁଏ, ସେତେବେଳେ ତାହା ସେଇ ବଟବୃକ୍ଷ (ବରଗଛ) ହୋଇହିଁ ରହେ, ରହି ବଡ଼ରୁ ବଡ଼ କ୍ରମେ ହୁଏ । ଏଇ ଗତି ଓ ସ୍ଥିତି ସୃଷ୍ଟିର ସବୁକିଛି ମଧ୍ୟରେହିଁ ଅନ୍ତଃସ୍ୟୂତ । ବିଶ୍ଵସୃଷ୍ଟିର ପ୍ରଥମ ଧାପରେ ବି ଗୋଟାଏ ଅବସ୍ଥିତିକୁ ଅବଲମ୍ବନ କରି ସୃଷ୍ଟି ବିକଶିତ ହୋଇ ଉଠିଥିଲା । ହୋଇ ଅଟକି ନାହିଁ, ଆଗେଇ ଚାଲିଛି ତାହା ଗୋଟାଏ ପରିଣତିର ଦିଗରେ-- ଯାହାର ଆଉ ଏକ ନାମ ଦିଆଯାଏ ପ୍ରାପ୍ତିର ଦିଗରେ । ଗତି ଯେପରି, ପରିଣତି ବା ପ୍ରାପ୍ତିବି ହୁଏ ସେପରି ।*
*ମା-ସରସ୍ଵତୀ ହିଂସାସୀନା । 'ହଂସ' କହିବାକୁ ଯାଇ ଶ୍ରୀଶ୍ରୀଠାକୁର କହିଛନ୍ତି ‘ଅହଂ ସଃ', ଅର୍ଥାତ୍ ମୁଁ ହିଁ ସେଇ, ତା'ର ମାନେ ପ୍ରତିଟି ବ୍ୟକ୍ତି ଯିଏ । ଯେ ସର୍ବ ଜ୍ଞାନର ଅଧୀଶ୍ୱରୀ, ପ୍ରତିଟି ମଣିଷ ତାଙ୍କୁ ବହନ କରି ଚାଲୁ, ଏଇ ହେଲା ହଂସରୂଢ଼ା ଦେବୀଙ୍କର ତାତ୍ପର୍ଯ୍ୟ । ବିଦ୍ୟା ବା ଜ୍ଞାନର ଚର୍ଚ୍ଚା ଯେଉଁ ପରିବାରରେ, ଯେଉଁ-ସମାଜରେ ଯେତେ ବେଶି, ସେମାନଙ୍କର ମନର ତାର ସେତେ ଉଚ୍ଚ ଗ୍ରାମରେ ବନ୍ଧା ହୋଇଥାଏ । ହୀନତା, ସଂକୀର୍ଣ୍ଣତା, ସ୍ୱାର୍ଥପରତା, ଅଶ୍ଳୀଳତା ସେଠାରେହିଁ ଠାଇଁ ପାଏନା । ମଣିଷର ମନ ଉଦାର ହୁଏ, ପରାର୍ଥପର ହୁଏ ; ସେମାନଙ୍କର ସହନ, ଧାରଣ ଓ ବହନଶକ୍ତି ବଢ଼େ । ଏଇଥିପାଇଁ ହିଁ ଦେବୀ ହଂସବିହାରିଣୀ । ତା’ବ୍ୟତୀତ ଆହୁରି ବି ଅଛି । ହଂସ ହେଲା କଳନାଦୀ ବା କଳକଣ୍ଠ । କଳ ଶବ୍ଦର ଉତ୍ପତ୍ତି କଳ୍-ଧାତୁରୁ, ମାନେ ଗତି ବା ଶବ୍ଦ । ହଂସରୂପୀ ପ୍ରତିଟି ବ୍ୟକ୍ତିସତ୍ତାହିଁ ଶବ୍ଦବ୍ରହ୍ମରୁ ଉଦ୍ଭୂତ, ଆଉ ସୃଷ୍ଟିର ପ୍ରତିଟି ପଦାର୍ଥ ମଧ୍ୟରେହିଁ ଅଛି ଗତି ବା ଚଳମାନତା । ସବୁହିଁ ନିରନ୍ତର ଗତିଶୀଳ । ତେଣୁ ବିଶ୍ୱର ଅପର ନାମ ଜଗତ୍ (ଗମ୍-ଧାତୁରୁ, ଅର୍ଥ ଗତି) । ତେଣୁ, ଗତି ଓ ଶବ୍ଦ ହଂସ ମଧ୍ୟରେ ନିତ୍ୟ ଅବସ୍ଥିତ ।*
*ମା'ଙ୍କ କୋଳରେ ଥାଏ ପୁସ୍ତକ । ସେ ଯେ ବିଦ୍ୟାର ଦେବୀ । ପୁସ୍ତକ ବା ଗ୍ରନ୍ଥ ସେଇ ବିଦ୍ୟାର ପ୍ରତୀକ । ଜ୍ଞାନଚର୍ଚ୍ଚା ତାଙ୍କରି କୋଳରେହିଁ ଲାଳିତ ହୁଏ । ଆଗରୁ କୁହାଯାଇଛି, ସରସ୍ବତୀଙ୍କ ମଧ୍ୟରେ ସୃଜନ-ପ୍ରଗତି ବିକଶିତ ହୋଇଉଠିଛି । ତାଙ୍କ ମଧ୍ୟରେ ନିହିତ ଅଛି ସୃଷ୍ଟିର ମୂଳ କଥାଗୁଡ଼ିକ । ସେଇ ମୂଳ କାରଣ ସହିତ ଯିଏ ଅବଗତ ହୋଇପାରେ, ତା'ରହିଁ ପ୍ରକୃତ ବିଦ୍ୟାଲାଭ ହୁଏ । ବିଦ୍ୟା ଶବ୍ଦର ଉତ୍ସ ସଂସ୍କୃତିର ବିଦ୍-ଧାତୁ । ତା'ର ଅର୍ଥ-ଜ୍ଞାନ, ବିଚାରଣା, ଅସ୍ତିତ୍ବ, ପ୍ରାପ୍ତି । ତା'ହେଲେ ଯାହାର ବିଦ୍ୟାଲାଭ ହୁଏ, ତାହାର ଅସ୍ତିତ୍ୱ ରକ୍ଷା କରିବାର ଜ୍ଞାନ ଥାଏ । ବିଚାରଶକ୍ତି ଥାଏ, ମନ୍ଦରୁ ଭଲଟାକୁ ସେ ବାଛି ବାହାର କରି ନେଇପାରେ ଏବଂ ଏଇଭାବରେ ସେ ଆଗେଇ ଚାଲେ ତା'ର ମୂଳ ପ୍ରାପ୍ତି ଗନ୍ତବ୍ୟର ଦିଗରେ । ସେ ଗନ୍ତବ୍ୟ ହେଲା ଧାରଣ-ପାଳନୀ-ସମ୍ବେଗସିଦ୍ଧ ବ୍ୟକ୍ତିତ୍ବଲାଭ, ଅନ୍ୟ କଥାରେ ଈଶ୍ଵରପ୍ରାପ୍ତ । ଏଇ ସବୁ ଅବସ୍ଥାଟାହିଁ ମା'ର କୋଳରେ ସଯତ୍ନରେ ପାଳିତ, ପୋଷିତ ଓ ବର୍ଦ୍ଧିତ ହୁଏ । ପୁସ୍ତକର ଅପର ତାତ୍ପର୍ଯ୍ୟ ହେଲା, ପୁସ୍ତକ ପାଠ କରାଯାଏ ଏବଂ ପାଠର ଗୋଟାଏ ଶବ୍ଦ ଅଛି । ପୁସ୍ତକସ୍ଥ ପଦ ଓ ବାକ୍ୟଗୁଡ଼ିକ ଶବ୍ଦ-ସହଯୋଗରେହିଁ ଗଠିତ । ଆଉ, ଏଇ ଶବ୍ଦ ତଥା ଜଗତର ସବୁ ଶବ୍ଦହିଁ ସେଇ ପରମ ଶବ୍ଦବ୍ରହ୍ମରୁହଁ ଉଦ୍ଭୂତ ।*
*ସରସ୍ବତୀଙ୍କ ହସ୍ତରେ ବୀଣା ଥାଏ । ବୀଣାରୁବି ଧ୍ବନି ବା ନାଦ ଉତ୍‌ଥିତ ହୁଏ । ତାହା ବି ସେଇ ଶବ୍ଦ-ଉପାସନାରହିଁ ପ୍ରତୀକ । ସରସ୍ଵତୀଙ୍କର ବୀଜମନ୍ତ୍ର ଐଂ । ଏଇ ଐଂ ଧ୍ବନି ଝଙ୍କାର-ସହ ଉଚ୍ଚାରଣ କଲେ ବୀଣାଧ୍ବନି ଭଳି ଅନେକଟା ପ୍ରତୀତ ହୁଏ । ସାଧନସ୍ତରରେ ସାଧକ ଗୋଟିଏ ଜାଗାରେ ଏଇ ବୀଣାଧ୍ବନି ଶୁଣିବାକୁ ପାଏ । ସେଇ ସ୍ତରର ନାମ ସତ୍ୟଲୋକ, ଅର୍ଥାତ୍ ଯେଉଁଠାରୁ ଅସ୍ତିତ୍ବର ବାର୍ତ୍ତା ପ୍ରଚାରିତ ହୁଏ (ଅସ୍-ଧାତୁ -- ଅସ୍ତିତ୍ବ, ବିଦ୍ୟମାନତା ; ଅସ୍+ଶତୃ--ସତ୍) । ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ସାଧନାର ବିଭିନ୍ନ ସ୍ତର ସମ୍ପର୍କରେ କହିବାକୁ ଯାଇ ଏଠାକାର ସମ୍ପର୍କରେ କହିଛନ୍ତି “ସେଠାରେ ସେଇ ରକମ ଶବ୍ଦ ହୁଏ" ଉପଲବ୍ଧିବାନ ସାଧକ ସେଇ ଧ୍ବନି ଅନ୍ତର କର୍ଣ୍ଣରେ ଶ୍ରବଣ କରନ୍ତି ।*
*ଓଁ, ଐଂ, ହ୍ରୀଂ, କ୍ଳିଂ ପ୍ରଭୃତି ଯେଉଁସବୁ ବୀଜମନ୍ତ୍ର ଅଛି, ସେଗୁଡ଼ିକ ବି ନାଦର ବା ଶବ୍ଦର ବିଭିନ୍ନ ସ୍ତରର କମ୍ପନ । ଶବ୍ଦକୁ ଯଦି ଅଧିଗତ କରାଯାଏ, ତେବେ ସୃଷ୍ଟିଧାରାର ମୂଳ ମରକୋଚ ହସ୍ତଗତ ହୁଏ । ସେତେବେଳେ ବିଷୟ ଓ ବ୍ୟାପାର ସମୂହର କାର୍ଯ୍ୟକାରଣ ସମ୍ବନ୍ଧବି ଚିତ୍ତରେ ଧରାପଡ଼େ । ତେଣୁ, ସଦ୍‌ଗୁରୁଙ୍କ ନିକଟରୁ ଦୀକ୍ଷା ନେଇ ବିଧିମତ ନାମଜପ କରିବାର ନିର୍ଦ୍ଦେଶ ଅଛି । ଆଉ, ଯେ କୌଣସି ପୂଜାର ଆଗେହିଁ ଗୁରୁପୂଜା ଅପରିହାର୍ଯ୍ୟ ।*
*ସରସ୍ଵତୀଙ୍କର ଆଉ ଏକ ନାମ ଭଦ୍ରକାଳୀ, ଅର୍ଥାତ୍ ସେ କଲ୍ୟାଣଗତିସମ୍ପନ୍ନା । (ଭଦ୍ର=କଲ୍ୟାଣ, କାଳୀ-- କଳ-ଧାତୁ=ଗତି) । ତାଙ୍କୁ ଭଲପାଇ, ତାଙ୍କର ସେବା କରି ମଣିଷ ଶବ୍ଦସ୍ତରକୁ ଆୟତ୍ତ କରିପାରେ । ଶବ୍ଦର କ୍ରମାଧିଗମନ ଏବଂ ବିଷୟ ଓ ବସ୍ତୁରେ ତାହା କିପରି ମୁର୍ତ୍ତ ହୋଇଉଠିଛି, ସେଇ ବିନ୍ୟାସକ୍ରମ ଯାହାର କରାୟତ୍ତ, ସେ ଶବ୍ଦକୁ ଇଷ୍ଟାର୍ଥରେ ପ୍ରୟୋଗ ଓ ବ୍ୟବହାର କରି କଲ୍ୟାଣର ଅଧ୍ୟକାରୀ ହୋଇ ଉଠିପାରେ ।*
*ସରସ୍ଵତୀଙ୍କର ଆଠଟି ଶକ୍ତି-- ଲକ୍ଷ୍ମୀ, ମେଧା, ଧରା, ତୁଷ୍ଟି, ଗୌରୀ, ପୁଷ୍ଟି, ପ୍ରଭା, ଧୃତି । ସରସ୍ଵତୀଙ୍କର ଏକନିଷ୍ଠ ସେବକ ଯିଏ, ତା ଭିତରେ ସ୍ୱତଃହିଁ ସେଇସବୁ ଶକ୍ତିର ଜାଗରଣ ଘଟେ ।*
*ସରସ୍ଵତୀ ଶୁକ୍ଳବର୍ଣ୍ଣା, ଶୁଭ୍ରବସ୍ତ୍ରାବୃତା । ଏଇ ଧଳା ରଙ୍ଗର ତାତ୍ପର୍ଯ୍ୟ କ'ଣ ? ଧଳା ରଙ୍ଗ ପବିତ୍ରତାର ପ୍ରତୀକ । ପୁଣି, ସତ୍ତ୍ୱଗୁଣର ରଙ୍ଗ ବି ଧଳା । ସତ୍ତ୍ୱଗୁଣ ମାନେ ଅସ୍ତିତ୍ବ ଯାହାଦ୍ବାରା ବଜାୟ ରହେ, ତା'ର ଚର୍ଚ୍ଚା (ସତ୍+ତ୍ବ=ସତ୍ତ୍ବ) । ସତ୍ତ୍ୱଗୁଣର ଚରିତ୍ର ହେଉଛି ହାଲୁକା । ତା' ସହଜରେ ଉପରକୁ ଉଠିପାରେ । ଉପରକୁ କିଏ ଉଠିପାରେ ? ଯାହାର ପଶ୍ଚାତ୍‌ଭାଗ ଓଜନରେ ଭାରି ନୁହେଁ, ଅନ୍ୟ କଥାରେ ପ୍ରବୃତ୍ତିର ପାଷାଣ ଭାରରୁ ଯିଏ ମୁକ୍ତ । ପ୍ରବୃତ୍ତାମୁକ୍ତ ଯିଏ ସେଇ ତ ପ୍ରକୃତ ମୁକ୍ତ । ପୁଣି ଦେଖାଯାଏ, ସମସ୍ତ ବର୍ଣ୍ଣ ଏକତ୍ର ମିଶ୍ରିତ ହେଲେ ଧଳା ଦେଖାଯାଏ । ସରସ୍ବତୀଙ୍କ ଶୁଭ୍ର ବର୍ଣ୍ଣ ମଧ୍ୟରେ ଏଇ ମିଳନ ବା ସମାହାରର ଇଙ୍ଗିତ ବର୍ତ୍ତମାନ ।*
*ଏଇଭାବରେ ସବୁଟାକୁ ଦେଖିଲେ ବୁଝାଯାଏ ଯେ, ସରସ୍ଵତୀଙ୍କର ଉପାସନା ମାନେ ପରବ୍ରହ୍ମଙ୍କରହିଁ ଉପାସନା, ସୃଷ୍ଟିତତ୍ତ୍ବର ଉପାସନା । ଏଇ ତାତ୍ପର୍ଯ୍ୟ ଜାଣି ଯେଉଁମାନେ ପୂଜା କରନ୍ତି, ସେଇମାନଙ୍କର ହିଁ ସରସ୍ବତୀ ପୂଜା ସାର୍ଥକ ହୁଏ । ମା'ସରସ୍ବତୀ ସତାତ୍ପର୍ଯ୍ୟେ ସେମାନଙ୍କ ନିକଟରେ ପ୍ରତିଭାତ ହୁଅନ୍ତି ।*
*ଏଇ କାରଣରୁ ସତ୍‌ସଙ୍ଗ-ଆଶ୍ରମରେ ସରସ୍ବତୀ ପୂଜା ସାଡ଼ମ୍ବରେ ପାଳିତ ହୋଇଥାଏ । ଶ୍ରୀଶ୍ରୀଠାକୁର ସ୍ଵୟଂ ଆଣ୍ଠୁମାଡ଼ି ବସି ପୁଷ୍ପାଞ୍ଜଳି ଦିଅନ୍ତି ଏବଂ ପରେ ପ୍ରଣାମୀ-ସହ ପ୍ରଣାମ ନିବେଦନ ବି କରନ୍ତି । ଅସୁସ୍ଥତା ହେତୁ ଯେତେବେଳେ ପୂଜାମଣ୍ଡପକୁ ଯାଇ ପାରନ୍ତିନି ସେତେବେଳେ ସେ ନିଜ ଘରେ ଶଯ୍ୟାରେ ବସିହିଁ ପୁଷ୍ପାଞ୍ଜଳି ଦିଅନ୍ତି । ପୁରୋହିତ ସେଠାକୁ ଆସି ମନ୍ତ୍ର-ଉଚ୍ଚାରଣବି କରନ୍ତି । ପୁଷ୍ପାଞ୍ଜଳି ଦେଇ ଭକ୍ତିଭରେ ମା'-ସରସ୍ବତୀଙ୍କୁ ପ୍ରଣାମ ନକରିବା ପର୍ଯ୍ୟନ୍ତ ଶ୍ରୀଶ୍ରୀଠାକୁର ଆହାର ଗ୍ରହଣ କରୁ ନଥିଲେ । ସେ ଯେ ଲୋକଗୁରୁ ! ଆଚରଣ କରି ଶିଖାଇ ଦେଇ ଯାଇଛନ୍ତି କିଭଳି ଚାଲିବାକୁ ହୁଏ, ମା'ଙ୍କ ସମ୍ମୁଖରେ କିଭଳି ବିନୀତ ଭଙ୍ଗିମାରେ ବସିବାକୁ ହୁଏ, ଅଞ୍ଜଳି ଦେବାକୁ ହୁଏ ଇତ୍ୟାଦି । ପୁଣି, ତାତ୍ପର୍ଯ୍ୟ ଭାଙ୍ଗି ବୁଝାଇ ଦେଇଛନ୍ତି ମା'ସରସ୍ବତୀ କ'ଣ ; ସରସ୍ୱତୀ ପ୍ରତିମାର ସଜା ଏପରି କାହିଁକି ! ସମସ୍ତ ତାତ୍ପର୍ଯ୍ୟ ସଂହତ କରି, ସେଇ ଭାବ ଗୋଟିଏ ଛୋଟ ବାଣୀରେ ଶ୍ରୀଶ୍ରୀଠାକୁର ବ୍ୟକ୍ତ କରିଛନ୍ତି । ସେହି ବାଣୀଟି ଉଦ୍ଧୃତ କରି ଏ ନିବନ୍ଧର ଉପସଂହାର କରିବି–*

“ବିକାଶ-ବ୍ୟାକୁଳ ଗତିହିଁ ଯାହାଙ୍କର ସଂସ୍ଥିତି--
ସେହିଁ ସରସ୍ବତୀ,
ଆଉ, ବାକ୍ ବା ଶବ୍ଦହିଁ ଯାହାଙ୍କର ସତ୍ତା--
ସେହିଁ ବାଗ୍‌ଦେବୀ ;
ଆଉ, ଯିଏହିଁ ବାଗ୍‌ଦେବୀ
ସେହିଁ ସରସ୍ବତୀ ।"

ବନ୍ଦେ ପୁରୁ୍ଷୋତ୍ତମମ୍
ଜୟଗୁରୁ

19/01/2026

Bela gadi jauchhi eka sundar ekankika based on DP WORKS

13/01/2026
13/01/2026
13/01/2026
13/01/2026

Address

Satsang Vihar
Balasore
756001

Alerts

Be the first to know and let us send you an email when Satsang Vihar Balasore posts news and promotions. Your email address will not be used for any other purpose, and you can unsubscribe at any time.

Share