15/08/2026
🇮🇳 ୮୦ତମ ସ୍ୱାଧୀନତା ଦିବସ 🇮🇳
“ବୀର ସହିଦଙ୍କ ତ୍ୟାଗରେ ମିଳିଛି ସ୍ୱାଧୀନତା,
ଆସନ୍ତୁ ଆମ କର୍ତ୍ତବ୍ୟରେ ଗଢ଼ିବା ଏକ ସମୃଦ୍ଧ ଭାରତ।”
ଆଜି ୮୦ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ରାଧାଦେଇପୁର ଗ୍ରାମବାସୀ ତଥା ସମସ୍ତ ଦେଶବାସୀଙ୍କୁ Radhadeipur / ରାଧାଦେଇପୁର #ଫେସବୁକ୍ ପେଜ୍ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🇮🇳🌹
ଆମ ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ କରିଥିବା ଅମର ସହିଦ ଓ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆଜିର ଦିନରେ ଶତ ଶତ ପ୍ରଣାମ। 🙏
ଆସନ୍ତୁ, ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହିତ ନିଜ ଗାଁ, ନିଜ ମାଟି ଓ ନିଜ ଦେଶର ଉନ୍ନତି ପାଇଁ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା।
🇮🇳 ଜୟ ହିନ୍ଦ୍!
🇮🇳 ବନ୍ଦେ ମାତରମ୍!
#୮୦ତମସ୍ୱାଧୀନତାଦିବସ #ରାଧାଦେଇପୁର #ଜୟହିନ୍ଦ #ବନ୍ଦେମାତରମ୍