Odia Culture And Fact

Odia Culture And Fact Contact information, map and directions, contact form, opening hours, services, ratings, photos, videos and announcements from Odia Culture And Fact, Religious Center, Khordha.

ନମସ୍କାର,
ମୁଁ ଦେବଦର୍ଶୀ ମହାନ୍ତି, ସ୍ନାତକୋତ୍ତର ଓଡ଼ିଆ ବିଭାଗ। ଉକ୍ତ page ଆମ ସଂସ୍କୃତି, ପରମ୍ପରା, ଜ୍ଞାନ ବିଜ୍ଞାନ, ସଭ୍ୟତା ଓ ଇତିହାସ ଆଧାରିତ ଅଟେ। ଉକ୍ତ ପ୍ରସଙ୍ଗ ମାନ ମୁଁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଲିଖିତ ଭାବରେ ଓ କ୍ଷୁଦ୍ର ଭିଡିଓ ମାଧ୍ୟମରେ ଆପଣଙ୍କ ପାଖରେ ଉପସ୍ଥାପନ କରିବି।

07/07/2026

Heart Eyes Emoji 😍 ର ଅର୍ଥ କ'ଣ ? ଏହାକୁ ମେସେଜରେ କିପରି ବ୍ୟବହାର କରାଯାଏ ?

06/06/2026

Kissing Face Emoji 😘😚 କ'ଣ ପାଇଁ ବ୍ୟବହାର କରାଯାଏ ଜାଣନ୍ତୁ।

🪔ଛପନ ଭୋଗ ବିଷୟରେ ଜାଣନ୍ତୁ🪔ପ୍ରଭୁ ଜଗନ୍ନାଥଙ୍କ ଭୋଗକୁ " ଛପନ ଭୋଗ " କୁହାଯାଏ। କାରଣ ଏହା ଛପନ ପ୍ରକାର ବ୍ୟଞ୍ଜନର ଭୋଗ ଅଟେ। ଏହି ଛପନ ଭୋଗ କି...
31/05/2026

🪔ଛପନ ଭୋଗ ବିଷୟରେ ଜାଣନ୍ତୁ🪔

ପ୍ରଭୁ ଜଗନ୍ନାଥଙ୍କ ଭୋଗକୁ " ଛପନ ଭୋଗ " କୁହାଯାଏ। କାରଣ ଏହା ଛପନ ପ୍ରକାର ବ୍ୟଞ୍ଜନର ଭୋଗ ଅଟେ। ଏହି ଛପନ ଭୋଗ କିନ୍ତୁ ବହୁ ବର୍ଷ ପୂର୍ବେ ୪୩୫ ପ୍ରକାର ଭୋଗ ଥିଲା ବୋଲି ମାଦଳା ପାଞ୍ଜିରେ ବର୍ଣ୍ଣନା ହୋଇଛି। ପରେ ଏହାର ସଂଖ୍ୟା ହ୍ରାସ ପାଇ ୧୫୦ ପ୍ରକାର ଭୋଗ ହେଲା। ପରେ ଅନ୍ନ, ଡାଲି, ବେସର, ମହୁର ଓ ଶାଗ ଛାଡ଼ି ଏହାର ସଂଖ୍ୟା ହେଲା ୫୬। ତେଣୁ ଏହାର ନାମ ହେଲା " ଛପନ ଭୋଗ " । ଏହି ଛପନ ଭୋଗ ହେଉଛି - ଅଟକାଳି, ଅମାଲୁ, ଆରିସା, ଏଣ୍ଡୁରି,କଦମ୍ବ, କାକରା, କାନ୍ତି, କେଳି, କୋରା, କ୍ଷୀରି, ଖଇର ଚୂଳ, ଖଜା ( ଅରଖ ଫୁଲିଆ,କୁରୁ ଜାତକ, ପାରିଜାତକ, ମେଣ୍ଢା ଶିଙ୍ଘିଆ, ଚଢ଼େଇ ବେଦା ) ଖିରିସା, ଖୁରୁମା, ଖେଚେଡ଼ି, ଗଇଁଠା, ଗଜା ଗୋଟାଳି, ଚକଟା, ଚକୁଳି, ଚିତଉ, ଛୁଞ୍ଚିପତ୍ର, ଜଗନ୍ନାଥ ବଲ୍ଲଭ, ଜେନାମଣି, ଝିଲି, ଟାକୁଆ, ଡାଳିମ୍ବ ( ଦାନ୍ତଭଙ୍ଗା ), ତାଡ଼ିଆ, ତ୍ରିପୁରୀ, ଧଉଳା, ନାଦି, ପାଣସୁଆ, ପଣା, ପାଛେଡି, ପାପୁଡ଼ି, ପାଳୁଅ, ପଖାଳ, ପିଠା ( ବଡ, ସାନ, ପୋଡ, କାନ୍ତି, ସାତପୁରି, ସୁଆର ଓ ମହାବୀର ), ପୁରୀ, ପୁଳି, ଫେଣି, ବଡା, ବଳିବାମନ, ଭଜା, ମଣ୍ଡା, ମନୋହରା, ମହାଦେଇ, ମାଣ୍ଡୁଆ, ମୋହନଭୋଗ, ରସାବଳୀ, ରାଧାବଲ୍ଲଭ, ଲଡୁ, ଲହୁଣିଆ, ଲକ୍ଷ୍ମୀବିଳାସ, ସରସ୍ଵତୀଆ, ହଂସ ବଲ୍ଲଭ ଇତ୍ୟାଦି।
ବିଷୟଟି କିପରି ଲାଗିଲା Comment Box ରେ ନିଜର ମତାମତ ଦିଅନ୍ତୁ ଏବଂ Follow କରନ୍ତୁ।
ଜୟ ଜଗନ୍ନାଥ 🙏

🪔ମହାପ୍ରଭୁଙ୍କ ବିଭିନ୍ନ ବେଶ🪔ସୁନାବେଶ : ଆଷାଢ଼ ଶୁକ୍ଳ ଏକାଦଶୀବନଭୋଜି ବେଶ : ଭାଦ୍ର କୃଷ୍ଣ ଏକାଦଶୀକଳୀୟ ଦଳନ ବେଶ : ଭାଦ୍ର କୃଷ୍ଣ ଏକାଦଶୀପ୍ର...
30/05/2026

🪔ମହାପ୍ରଭୁଙ୍କ ବିଭିନ୍ନ ବେଶ🪔
ସୁନାବେଶ : ଆଷାଢ଼ ଶୁକ୍ଳ ଏକାଦଶୀ
ବନଭୋଜି ବେଶ : ଭାଦ୍ର କୃଷ୍ଣ ଏକାଦଶୀ
କଳୀୟ ଦଳନ ବେଶ : ଭାଦ୍ର କୃଷ୍ଣ ଏକାଦଶୀ
ପ୍ରଳମ୍ବାସୁର ବଧ ବେଶ : ଭାଦ୍ର କୃଷ୍ଣ ଦ୍ଵାଦଶୀ
କୃଷ୍ଣ - ବଳରାମ ବେଶ : ଭାଦ୍ର କୃଷ୍ଣ ତ୍ରୟୋଦଶୀ
ବଳିବାମନ ବେଶ : ଭାଦ୍ର ଶୁକ୍ଳ ଦ୍ଵାଦଶୀ
ରାଜବେଶ : ଆଶ୍ୱିନ ଶୁକ୍ଳ ଦଶମୀ
ରାଧା ଦାମୋଦର ବେଶ : ଆଶ୍ୱିନ ଶୁକ୍ଳ ଦଶମୀ
ପୌଷ ପୂର୍ଣ୍ଣିମା ଓ ଫାଲଗୁନ ପୂର୍ଣ୍ଣିମା
ଲକ୍ଷ୍ମୀନାରାୟଣ ( ଠିଆକିଆ ) ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀ
ବାମନ ( ବାଙ୍କଚୁଡ଼ ) ବେଶ : କାର୍ତ୍ତିକ ଶୁକ୍ଳ ଏକାଦଶୀ
ନାଗାର୍ଜୁନ ବେଶ : ପଞ୍ଚୁକ ମଧ୍ୟରେ
ତ୍ରିବିକ୍ରମ ( ଆଡ଼କିଆ ) ବେଶ : କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ
ନୃସିଂହ ( ଡାଳିକିଆ ) ବେଶ : କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ
ରାଜା ରାଜେଶ୍ୱର ବେଶ : କାର୍ତ୍ତିକ ପୂର୍ଣ୍ଣିମା
ଲକ୍ଷ୍ମୀ ନାରାୟଣ ( ପଦ୍ମ ବେଶ ) : ମାଘ ଶୁକ୍ଳ ଦ୍ୱିତୀୟା
ଶ୍ରାଦ୍ଧ ବେଶ : ମାଘ କୃଷ୍ଣ ପ୍ରତିପଦାଠାରୁ ତୃତୀୟା ପର୍ଯ୍ୟନ୍ତ
ଗଜଉଦ୍ଧାରଣ ବେଶ : ମାଘ ପୂର୍ଣ୍ଣିମା
ଚାଚେରୀ ବେଶ : ଫାଲଗୁନ ଶୁକ୍ଲ ନବମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ
ଚନ୍ଦନଲାଗି ବେଶ : ଜ୍ୟେଷ୍ଠ କୃଷ୍ଣପକ୍ଷ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ
ଗଜାନନ ବେଶ : ଦେବସ୍ନାନ ପୂର୍ଣ୍ଣିମା

ଜଗନ୍ନାଥ ମନ୍ଦିରରେ ମା ଲକ୍ଷ୍ମୀଙ୍କ ମନ୍ଦିର ଆଦ୍ୟ କାଳରୁ ନଥିଲା।  ପରବର୍ତ୍ତୀ ସମୟରେ ଏହି ମନ୍ଦିରଟି ସ୍ଥାପିତ ହେଲା। ଏହା ବିଷୟରେ ବହୁତ ଐତିହ...
28/05/2026

ଜଗନ୍ନାଥ ମନ୍ଦିରରେ ମା ଲକ୍ଷ୍ମୀଙ୍କ ମନ୍ଦିର ଆଦ୍ୟ କାଳରୁ ନଥିଲା। ପରବର୍ତ୍ତୀ ସମୟରେ ଏହି ମନ୍ଦିରଟି ସ୍ଥାପିତ ହେଲା। ଏହା ବିଷୟରେ ବହୁତ ଐତିହାସିକ ତଥ୍ୟ ମିଳିଥାଏ। ଶ୍ରୀ ଜଗନ୍ନାଥ ସଂସ୍କୃତିରୁ ଜଣାଯାଏ ଯେ, ରାମାନୁଜ ସମ୍ପ୍ରଦାୟ ଜଗନ୍ନାଥ ମନ୍ଦିରରେ ମା ଲକ୍ଷ୍ମୀଙ୍କ ମନ୍ଦିର ସ୍ଥାପନ କରିଥିଲେ। ରାମାନୁଜ ସମ୍ପ୍ରଦାୟ ସହିତ ମା ଲକ୍ଷ୍ମୀଙ୍କ ଉପାସନା ଜଡ଼ିତ ଅଟେ ଏବଂ ସେମାଙ୍କର ଉପାସ୍ୟ ଦେବତା ହେଉଛନ୍ତି ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ। ରାମାନୁଜ ସମ୍ପ୍ରଦାୟ ମଧ୍ୟ ଶ୍ରୀ ସମ୍ପ୍ରଦାୟ ନାମରେ ପରିଚିତ ଅଟେ ଏବଂ ଲକ୍ଷ୍ମୀଙ୍କର ଅନ୍ୟ ନାମ " ଶ୍ରୀ " ଅଟେ। ଏହି ସମ୍ପ୍ରଦାୟର ଭକ୍ତମାନେ ଲକ୍ଷ୍ମୀନାରାୟଣ ବ୍ୟତୀତ ସୀତାରାମ, ଲକ୍ଷ୍ମୀନୃସିଂହ,କୃଷ୍ଣରୁକ୍ମିଣୀ ପ୍ରଭୃତିଙ୍କ ଯୁଗଳ ମୂର୍ତ୍ତିଙ୍କ ପୂଜା କରିଥାନ୍ତି। ରାମାନୁଜଙ୍କ ଆଗମନ ପୂର୍ବରୁ ଜଗନ୍ନାଥ ମନ୍ଦିରରେ କେବଳ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ପୂଜା ପାଉଥିଲେ। ପରେ ରାମାନୁଜଙ୍କ ପରାମର୍ଶ କ୍ରମେ ବୈଷ୍ଣବ ମତ ଅନୁଯାୟୀ ଶ୍ରୀ ମନ୍ଦିର ବେଢ଼ା ମଧ୍ୟରେ ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ହେଲା। ଏବଂ ସେବେଠାରୁ ପୁରୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ହେଲା। ଲକ୍ଷ୍ମୀ ମନ୍ଦିର ପ୍ରବେଶ ପ୍ରକୋଷ୍ଠ ଗାତ୍ରରେ ଏବେ ମଧ୍ୟ ଶିଷ୍ୟଜନ ପରିବେଷ୍ଠିତ ରାମାନୁଜଙ୍କ ରେଖାଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳେ।
ଶ୍ରୀଜଗନ୍ନାଥ ମନ୍ଦିର ଓ ମା ଲକ୍ଷ୍ମୀ ମନ୍ଦିର ବିଷୟରେ ଲେଖାଟି କିପରି ଲାଗିଲା Comment Box ରେ ଜାଣନ୍ତୁ ଏବେ Follow କରନ୍ତୁ।

27/05/2026

🤣🥲😉 ଏହି ତିନୋଟି Emoji ଆମେ ମେସେଜରେ କିପରି ବ୍ୟବହାର କରିବା ଉଚିତ୍ ଜାଣନ୍ତୁ।

ବାବା ବରାଳ ବାଲୁଙ୍କେଶ୍ୱର ସାକ୍ଷୀଗୋପାଳ ନିକଟରେ ଅବସ୍ଥିତ। ବହୁ ପୁରାତନ କାଳରୁ ଅବସ୍ଥିତ ପ୍ରଭୁ ବାଲୁଙ୍କେଶ୍ୱର ପ୍ରତ୍ୟକ୍ଷ ଠାକୁର ଭାବରେ ବର୍...
26/05/2026

ବାବା ବରାଳ ବାଲୁଙ୍କେଶ୍ୱର ସାକ୍ଷୀଗୋପାଳ ନିକଟରେ ଅବସ୍ଥିତ। ବହୁ ପୁରାତନ କାଳରୁ ଅବସ୍ଥିତ ପ୍ରଭୁ ବାଲୁଙ୍କେଶ୍ୱର ପ୍ରତ୍ୟକ୍ଷ ଠାକୁର ଭାବରେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ। ଆଠଗଡ଼ ରାଜା ଝିଅକୁ ପୁଅ କରିଥିବା ପ୍ରଭୁଙ୍କ ପାଖକୁ ଯିଏ ଯେଉଁ ଆଶାରେ ଯାଇଥାଏ କେବେ ଖାଲି ହାତରେ ଫେରାଇ ନଥାଏ ବୋଲି କୁହାଯାଇଥାଏ। ଓଡ଼ିଶାର କୋଣ ଅନୁକୋଣରେ ଭକ୍ତମାନେ ଛୁଟି ଆସିଥାନ୍ତି ବାବାଙ୍କ ପାଖକୁ। ମୋ ପାଇଁ ମଧ୍ୟ ଗର୍ବର ବିଷୟ ଯେ, ମୋ ଘରଠାରୁ ପ୍ରାୟ ୪୫ କି.ମି. ଦୂରରେ ବାବାଙ୍କ ମନ୍ଦିର। କୁହାଯାଏ ଯେ ବାବା ସମସ୍ତଙ୍କ ମାନସିକ ପୂରଣ କରନ୍ତି। ଆପଣ ଯଦି କେବେ ବାବା ବରାଳ ବାଲୁଙ୍କେଶ୍ୱର ପାଖକୁ ଯାଇଛନ୍ତି ଏବେ ମାନସିକ କରିଛନ୍ତି ତେବେ Comment Box ରେ ନିଜର ମତାମତ ଦିଅନ୍ତୁ।

ଚଉଷଠି ଯୋଗିନୀ ମନ୍ଦିର ଏକ ତନ୍ତ୍ରପୀଠ ଭାବରେ ସୁପରିଚିତ ଅଟେ। ଏକ ସମୃଦ୍ଧ ଐତିହ୍ୟକୁ ନେଇ ଗଢ଼ି ଉଠିଥିବା ଏହି ମନ୍ଦିର କେଉଁଠାରେ ଅବସ୍ଥିତ ଜାଣ...
26/05/2026

ଚଉଷଠି ଯୋଗିନୀ ମନ୍ଦିର ଏକ ତନ୍ତ୍ରପୀଠ ଭାବରେ ସୁପରିଚିତ ଅଟେ। ଏକ ସମୃଦ୍ଧ ଐତିହ୍ୟକୁ ନେଇ ଗଢ଼ି ଉଠିଥିବା ଏହି ମନ୍ଦିର କେଉଁଠାରେ ଅବସ୍ଥିତ ଜାଣିଥିଲେ ନିଜର ମତାମତ Comment Box ରେ ଦିଅନ୍ତୁ।

25/05/2026

🥹🤣😂 ଏହି ସବୁ Emoji କୁ Message ରେ ବ୍ୟବହାର କରାଯାଏ କ'ଣ ପାଇଁ ?

ମହାଦେବଙ୍କ ତ୍ରିଶୂଳ ତିନୋଟି ଗୁଣକୁ ଦର୍ଶାଇଥାଏ। ସେ ତିନୋଟି ଗୁଣ ଜାଣିଥିଲେ Comment Box ରେ ନିଜର ମତାମତ ଦିଅନ୍ତୁ
25/05/2026

ମହାଦେବଙ୍କ ତ୍ରିଶୂଳ ତିନୋଟି ଗୁଣକୁ ଦର୍ଶାଇଥାଏ। ସେ ତିନୋଟି ଗୁଣ ଜାଣିଥିଲେ Comment Box ରେ ନିଜର ମତାମତ ଦିଅନ୍ତୁ

Address

Khordha
752018

Website

Alerts

Be the first to know and let us send you an email when Odia Culture And Fact posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share