Odia Culture And Fact

Odia Culture And Fact Contact information, map and directions, contact form, opening hours, services, ratings, photos, videos and announcements from Odia Culture And Fact, Religious Center, Khordha.

ନମସ୍କାର,
ମୁଁ ଦେବଦର୍ଶୀ ମହାନ୍ତି, ସ୍ନାତକୋତ୍ତର ଓଡ଼ିଆ ବିଭାଗ। ଉକ୍ତ page ଆମ ସଂସ୍କୃତି, ପରମ୍ପରା, ଜ୍ଞାନ ବିଜ୍ଞାନ, ସଭ୍ୟତା ଓ ଇତିହାସ ଆଧାରିତ ଅଟେ। ଉକ୍ତ ପ୍ରସଙ୍ଗ ମାନ ମୁଁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଲିଖିତ ଭାବରେ ଓ କ୍ଷୁଦ୍ର ଭିଡିଓ ମାଧ୍ୟମରେ ଆପଣଙ୍କ ପାଖରେ ଉପସ୍ଥାପନ କରିବି।

ଇଏ ହେଉଛି ବାବା ଇନ୍ଦ୍ରେଶ୍ୱରଙ୍କ ପୀଠ ଓଲ ଗ୍ରାମ। ରୁଦ୍ର ପୀଠ ଭାବରେ ସୁପରିଚିତ ଓଲ ଗ୍ରାମ। ନିରାକାରପୁରରୁ ପୁରୀ ଯିବା ବାଟରେ ପଡେ ଶୁକଳ। ଶୁକ...
22/04/2026

ଇଏ ହେଉଛି ବାବା ଇନ୍ଦ୍ରେଶ୍ୱରଙ୍କ ପୀଠ ଓଲ ଗ୍ରାମ। ରୁଦ୍ର ପୀଠ ଭାବରେ ସୁପରିଚିତ ଓଲ ଗ୍ରାମ। ନିରାକାରପୁରରୁ ପୁରୀ ଯିବା ବାଟରେ ପଡେ ଶୁକଳ। ଶୁକଳ ବଜାରରୁ ଡାହାଣ ପାର୍ଶ୍ଵକୁ ପ୍ରାୟ ୩ କି.ମି ଗଲେ ପଡ଼େ ଏହି ଓଲ ଗ୍ରାମ। ଆଉ ସେଠାରେ କାଇଁ କେତେ ବର୍ଷରୁ ପୂଜା ପାଇ ଆସୁଛନ୍ତି ବାବା ଇନ୍ଦ୍ରେଶ୍ୱର ମହାଦେବ। କଥାକୁହା ଠାକୁର ଭାବରେ ସୁପରିଚିତ ବାବା ଇନ୍ଦ୍ରେଶ୍ୱର ହେଉଛନ୍ତି ପ୍ରତ୍ୟକ୍ଷ ଭଗବାନ। କାହାର କୌଣସି ଜିନିଷ ଚୋରି ହେଲେ, ହଜିଗଲେ ବାବାଙ୍କ ପାଖରେ ଗୁଆ ଓ ନଡ଼ିଆ ମାନସିକ କରି ବସାଇଲେ ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ଜିନିଷ ମିଳିଯାଏ। କୌଣସି କଥାରେ ମାନସିକ କରି ନଡ଼ିଆ ବସାଇଲେ ମାନସିକ ପୂରଣ ହୋଇଥାଏ। ନିଃସନ୍ତାନ ମହିଳା ବାବାଙ୍କ ଚରୁଅନ୍ନ ଖାଇଲେ ସନ୍ତାନ ଲାଭ କରନ୍ତି।ଆଖ ପାଖ ଅଞ୍ଚଳର ଆରାଧ୍ୟ ଦେବତା ହେଉଛନ୍ତି ବାବା ଇନ୍ଦ୍ରେଶ୍ଵର। କୁହାଯାଇଥାଏ ଯେ, ବାବା ଇନ୍ଦ୍ରେଶ୍ଵରଙ୍କ ପାଖକୁ ଯିଏ ଯାଏ ସିଏ କେବେ ନିରାଶରେ ଫେରିନଥାଏ। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଜିଲ୍ଲାରୁ ହଜାର ହଜାର ଭକ୍ତଙ୍କ ଆରାଧ୍ୟ ଦେବତା ବାବା ଇନ୍ଦ୍ରେଶ୍ଵର। ପ୍ରତ୍ୟେକ ବର୍ଷ ଫଗୁଣ ମାସର ପଞ୍ଚୁଦୋଳରେ ବାବା ଦୋଳରେ ବସି ଆସନ୍ତି ଜଙ୍କିଆ ଗଡସାହି ମିଳନ ପଡିଆ। ସେ ସମୟରେ ଓଲ ଗ୍ରାମରୁ ଜଙ୍କିଆ ଗଡସାହି ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠେ। ଏହା ବାବାଙ୍କର ଏକ ବଡ ପର୍ବ ଅଟେ। ଏହା କେବଳ ସଂକ୍ଷିପ୍ତ ବିବରଣୀ ଅଟେ। ବାବାଙ୍କ ମହିମା ଗାଥା କିନ୍ତୁ ଅସୀମ। ଥରେ କେବେ ବୁଲିଆସ ବାବା ଇନ୍ଦ୍ରେଶର ପୀଠ।
ବାବାଙ୍କ ମହିମା ଗାଥା ଭଲ ଲାଗିଥିଲେ Comment Box ରେ ନିଜର ମତାମତ ଦିଅନ୍ତୁ ଏବଂ Follow କରନ୍ତୁ।
ଧନ୍ୟବାଦ 🙏

ଇଏ ହେଉଛନ୍ତି ମା ଉଗ୍ରତାରା। ସ୍ଥାନୀୟ ଅଞ୍ଚଳରେ ତାରାଦେଈ ନାମରେ ସୁପରିଚତ ଅଟନ୍ତି। ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁରରେ ମାଙ୍କ ମନ୍ଦିର। କାଇଁ କ...
21/04/2026

ଇଏ ହେଉଛନ୍ତି ମା ଉଗ୍ରତାରା। ସ୍ଥାନୀୟ ଅଞ୍ଚଳରେ ତାରାଦେଈ ନାମରେ ସୁପରିଚତ ଅଟନ୍ତି। ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁରରେ ମାଙ୍କ ମନ୍ଦିର। କାଇଁ କେତେ ବର୍ଷରୁ ମା ପୂଜା ପାଇ ଆସୁଛନ୍ତି। ସ୍ଥାନୀୟ ଲୋକମାନଙ୍କ ଆରାଧ୍ୟ ଦେବୀ ମା ଉଗ୍ରତାରା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ବିପଦରେ ଡାକିଦେଲେ ସବୁ ସମସ୍ୟା ସମାଧାନ ହୋଇଯାଏ। ରଜପର୍ବରେ ମାଙ୍କ ପୀଠ ଲୋକମୟ ହୋଇଉଠେ। ଭୂଷଣ୍ଡପୁର ରେଳବାଇ ଷ୍ଟେସନ ପାଖରେ ଏବଂ ୧୬ ନମ୍ୱର ଜାତୀୟ ରାଜପଥରୁ ପ୍ରାୟ ୪/୫ କିଲୋ ମିଟର ଦୂରରେ ମାଙ୍କ ମନ୍ଦିର। ଥରେ ବୁଲି ଆସ ମାଙ୍କ ମନ୍ଦିର।

ଭାରତର ସର୍ବ ପ୍ରାଚୀନ ନାମ ହେଉଛି ' ଜମ୍ବୁଦ୍ଵୀପ '। ବହୁ ପ୍ରାଚୀନ ପୁରାଣ ଶାସ୍ତ୍ର ଓ ବହୁ ବ୍ରହ୍ମାଣ୍ଡୀୟ ଗ୍ରନ୍ଥ ମାନଙ୍କ ମତରେ ଭାରତର ପ୍ରଥମ...
20/04/2026

ଭାରତର ସର୍ବ ପ୍ରାଚୀନ ନାମ ହେଉଛି ' ଜମ୍ବୁଦ୍ଵୀପ '। ବହୁ ପ୍ରାଚୀନ ପୁରାଣ ଶାସ୍ତ୍ର ଓ ବହୁ ବ୍ରହ୍ମାଣ୍ଡୀୟ ଗ୍ରନ୍ଥ ମାନଙ୍କ ମତରେ ଭାରତର ପ୍ରଥମ ପରିଚୟ ଜମ୍ବୁଦ୍ଵୀପ ଥିଲା। ପ୍ରାଚୀନ ଭୂଗୋଳ ମାନଙ୍କରେ ଉଲ୍ଲେଖ କରାଯାଇଛି ଯେ, ପୃଥିବୀ ସାତଗୋଟି ଦ୍ଵୀପରେ ବିଭାଜିତ ଅଟେ। ଏହି ସାତଗୋଟି ଦ୍ଵୀପ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ପବିତ୍ର ଦ୍ଵୀପ ହେଉଛି ଜମ୍ବୁଦ୍ଵୀପ ବା ଭାରତ। ଏହି ଜମ୍ବୁଦ୍ଵୀପର ' ଜମ୍ବୁ ' ଶବ୍ଦ ଏକ ବୃକ୍ଷର ଫଳରୁ ଉଦ୍ଭବ ହୋଇଛି। ଏହି ବୃକ୍ଷ ହେଉଛି ' ଜାମୁ ' ବା ' ଜାମୁକୋଳି ' । କାରଣ ଏହି ' ଜମ୍ବୁ ' ଶବ୍ଦର ଅର୍ଥ ଜାମୁ ବା ଜାମୁକୋଳି।ଏବଂ ଏହି 'ଜାମୁ ' ଶବ୍ଦର ନାମାନୁସାରେ ' ଜମ୍ବୁଦ୍ବୀପ ' ହୋଇଛି। କୁହାଯାଏ ଯେ, ଏହି ଭୂଭାଗରେ ଜାମୁକୋଳି ଗଛ ପ୍ରଚୁର ପରିମାଣରେ ଥିଲା। ସେଥିପାଇଁ ଏହାକୁ ' ଜମ୍ବୁଦ୍ଵୀପ ' କୁହାଗଲା।
ସେହିପରି ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏବଂ ଭାରତୀୟ ପୁରାଣ, ଇତିହାସ ପ୍ରଭୃତିରେ ସର୍ବାଧିକ ପ୍ରଚଳିତ ନାମ ହେଉଛି ' ଭାରତ ' । ଏବେ ମଧ୍ୟ ' ଭାରତ ' ସବୁଠାରୁ ପ୍ରିୟନାମ ଅଟେ। କିମ୍ବଦନ୍ତୀରୁ ଜଣାଯାଏ ଯେ, ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ରାଜା ଭରତଙ୍କ ନାମାନୁସାରେ ଏହି ଭୂଖଣ୍ଡର ନାମ ' ଭାରତ ' ହୋଇଛି। ରାଜା ଭରତ ଜଣେ ମହାନ୍ ରାଜାଥିଲେ। ଯିଏକି ପୂରା ଭାରତୀୟ ଉପମହଦ୍ଵୀପକୁ ଗୋଟିଏ ସୂତ୍ରରେ ବାନ୍ଧିଥିଲେ ଏବଂ ଭାରତ ଏକ ଅଖଣ୍ଡ ଦେଶର ମାନ୍ୟତା ପାଇଥିଲା। ତେଣୁ ତାଙ୍କ ନାମାନୁସାରେ ଏହି ଦେଶର ନାମ ' ଭାରତ ' ହେଲା। କିନ୍ତୁ ଜୈନଧର୍ମର ମାନ୍ୟତା ଅନୁସାରେ ଭାରତ ନାମ ପ୍ରଥମ ତୀର୍ଥଙ୍କର ଋଷଭ ଦେବଙ୍କ ପୁତ୍ର ଭରତ ଚକ୍ରବର୍ତ୍ତୀଙ୍କ ନାମାନୁସାରେ ରଖାଯାଇଛି। କିନ୍ତୁ ଜୈନ ଧର୍ମର ଏହିମତ ସର୍ବଜନମତ ନୁହେଁ ।
ସେହିପରି ଭାରତର ଅନ୍ୟଏକ ନାମ ହେଉଛି ' ଆର୍ଯ୍ୟାବର୍ତ୍ତ'। ଭାରତ ଆର୍ଯ୍ୟ ସଭ୍ୟତାର ଏକ ପବିତ୍ର ଭୂମିଅଟେ। ଆର୍ଯ୍ୟ, ଅନାର୍ଯ୍ୟ ଓ ଦ୍ରାବିଡ ମାନଙ୍କ ମଧ୍ୟରୁ ଆର୍ଯ୍ୟ ସଭ୍ୟତା ହେଉଛି ଏକ ପ୍ରମୁଖ ସଭ୍ୟତା। ତେଣୁ ଏହି ଭୂଖଣ୍ଡର ନାମ ' ଆର୍ଯ୍ୟାବର୍ତ୍ତ ' ରଖାଯାଇଛି। କାରଣ ଆର୍ଯ୍ୟାବର୍ତ୍ତର ଶବ୍ଦିକ ଅର୍ଥ ହେଉଛି ଆର୍ଯ୍ୟ ମାନଙ୍କର ନିବାସ ସ୍ଥାନ। ବିଶେଷ କରି ସିନ୍ଧୁନଦୀ ଠାରୁ ଗଙ୍ଗାନଦୀ ମଧ୍ୟ କ୍ଷେତ୍ରକୁ ' ଆର୍ଯ୍ୟାବର୍ତ୍ତ ' କୁହାଯାଉଥିଲା।
ସେହିପରି ଭାରତର ଅନ୍ୟଏକ ନାମ ହେଉଛି ' ହିନ୍ଦୁସ୍ଥାନ '। ଏହି ' ହିନ୍ଦୁସ୍ଥାନ ' ଶବ୍ଦର ଉତ୍ପତ୍ତି ଭୌଗୋଳିକ ଓ ଭାଷାଗତ ପରିବର୍ତ୍ତନର ଏକ ପରିଣାମ ଅଟେ। ଇତିହାସରୁ ଜଣାଯାଏ ଯେ, ପ୍ରାଚୀନ ଫରାସୀ ବା ବର୍ତ୍ତମାନର ଇରାନୀ ଲୋକ, ଯେତେବେଳେ ସିନ୍ଧୁ ସଭ୍ୟତାର ସଂସ୍ପର୍ଶରେ ଆସିଲେ ସେତେବେଳେ ସେମାନେ ' ସିନ୍ଧୁ ' କୁ ' ହିନ୍ଦୁ ' ବୋଲି ଉଚ୍ଚାରଣ କଲେ। କାରଣ ଫରାସୀ ଶବ୍ଦରେ ' ମ ' ଶବ୍ଦର ଉଚ୍ଚାରଣ ' ହ ' ଭାବରେ କରାଯାଇଥାଏ। ଏହିପରି ଧୀରେ ଧୀରେ ସିନ୍ଧୁ ନଦୀର ପୂର୍ବଭାଗକୁ ' ହିନ୍ଦୁ ' ବୋଲି କୁହାଗଲା। ଏବଂ ସମୟକ୍ରମେ ଏହି ' ହିନ୍ଦୁ ' ପରିବର୍ତ୍ତନ ହୋଇ ' ହିନ୍ଦୁସ୍ଥାନ ' ହୋଇଗଲା।
ସେହିପରି ସର୍ବାଧୁନିକ ଏବଂ ବର୍ତ୍ତମାନ ସର୍ବାଧିକ ପ୍ରଚଳିତ ନାମ ହେଉଛି ' ଇଣ୍ଡିଆ '। ଏହି ' ଇଣ୍ଡିଆ ' ଶବ୍ଦ ମଧ୍ୟ ' ହିନ୍ଦୁସ୍ଥାନ ' ପରି ସିନ୍ଧୁ ନଦୀରୁ ଉଦ୍ଭବ ହୋଇଛି। ୟୁନାନୀୟ ମାନେ ସିନ୍ଧୁନଦୀକୁ ଇଣ୍ଡସ୍ ବୋଲି କହୁଥିଲେ। ଏବଂ ସର୍ବ ପ୍ରଥମେ ୟୁନାନୀୟ ଇତିହାସକାର ହେରୋଡାଟ୍ରାସ ଖ୍ରୀଷ୍ଟପୂର୍ବ ପଞ୍ଚମରେ ' ଇଣ୍ଡିଆ ' ଶବ୍ଦ ପ୍ରଚଳନ କରିଥିଲେ। ପରେ ଇଂରେଜମାନେ ପ୍ରଶାସନିକ ଓ ରାଜନୈତିକ ସୁବିଧା ପାଇଁ ' ଇଣ୍ଡିଆ ' ଶବ୍ଦକୁ ସରକାରୀ ସ୍ତରରେ ମାନ୍ୟତା ଦେଲେ। ଯାହାକି ବର୍ତ୍ତମାନ ବୈଶ୍ୱିକ ସ୍ତରରେ ଭାରତର ପରିଚୟ ଅଟେ।
ବିଷୟଟି ଆପଣଙ୍କୁ କିପରି ଲାଗିଲା Comment Box ରେ ନିଜର ମତାମତ ଦିଅନ୍ତୁ ଏବଂ Follow କରନ୍ତୁ।
ଧନ୍ୟବାଦ 🙏

19/04/2026

ପ୍ରଭୁ ଜଗନ୍ନାଥଙ୍କ ନାମର 'ଜ' ର ଅର୍ଥ, 'ଗ' ର ଅର୍ଥ, 'ନ୍ନା'ର ଅର୍ଥ ଓ 'ଥ' ର ଅର୍ଥ କ'ଣ ଜାଣନ୍ତୁ।

18/04/2026

ବହୁତ ଲୋକ ପାରାକୁ ନିୟମିତ ଖାଦ୍ୟ ଖାଇବାକୁ ଦେଇଥାନ୍ତି। ଏହା ଏକ ଧାର୍ମିକ ପରମ୍ପରା ଏବଂ ରାହୁ, କେତୁ ପରି ଗ୍ରହ ଶାନ୍ତି ହୋଇଥାଏ ବୋଲି ଆମର ବିଶ୍ବାସ। କିନ୍ତୁ ଏହାଦ୍ବାରା ବିଭିନ୍ନ ରୋଗ ମଧ୍ୟ ହୋଇଥାଏ। ଏ ବିଷୟରେ ଆଲୋଚନା କରାଯାଇଛି। ତେଣୁ ଭିଡିଓ ଦେଖି ନିଜର ମତାମତ Comment Box ରେ ଦିଅନ୍ତୁ ଓ Follow କରନ୍ତୁ।

ଅଭିଶପ୍ତ ନଦୀ ସରଜୁ। ଯେଉଁ ନଦୀରେ ପ୍ରଭୁ ଶ୍ରୀରାମ ନିଜର ଆତ୍ମବିସର୍ଜନ କରିଥିଲେ। ଏବଂ ଯାହାର କୂଳରେ ରାଜା ଦଶରଥ ଶ୍ରବଣ କୁମାର ହତ୍ୟା ଅଭିଯୋଗର...
15/04/2026

ଅଭିଶପ୍ତ ନଦୀ ସରଜୁ। ଯେଉଁ ନଦୀରେ ପ୍ରଭୁ ଶ୍ରୀରାମ ନିଜର ଆତ୍ମବିସର୍ଜନ କରିଥିଲେ। ଏବଂ ଯାହାର କୂଳରେ ରାଜା ଦଶରଥ ଶ୍ରବଣ କୁମାର ହତ୍ୟା ଅଭିଯୋଗରେ ଅଭିଶାପ ପାଇଥିଲେ। ଯାହାର ଜଳରେ ସ୍ନାନ କରାଯାଇଥାଏ କିନ୍ତୁ କୌଣସି ଧାର୍ମିକ କାର୍ଯ୍ୟରେ ଏହାର ଜଳ ବ୍ୟବହାର ହୁଏନାହିଁ। ବର୍ତ୍ତମାନ ଏ ବିଷୟରେ ଆଲୋଚନା କରାଯାଇଛି। ସରଜୁ ନଦୀର ଉଦ୍ଗମ ସ୍ଥଳ ସହିତ ଅଭିଶାପର କାହାଣୀ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି।
ସରଜୁ ନଦୀର ଉଦ୍ଗମ ସ୍ଥଳ ହେଉଛି ହିମାଳୟର ବାଗେଶ୍ଵର ଜିଲ୍ଲା। ଯାହାକି ଉତ୍ତରାଖଣ୍ଡରେ ଅବସ୍ଥିତ ଅଟେ। ଏହି ବାଗେଶ୍ଵର ଜିଲ୍ଲାର ସରମୂଳ ନାମକ ଏକ ସ୍ଥାନରୁ ଏହାର ଉତ୍ପତ୍ତି। ଏଠାରୁ ବାହାରି ଏହା ଭାରତ - ନେପାଳ ସୀମାସ୍ଥିତ ପଞ୍ଚେଶ୍ୱରର ' ଶାରଦା ' ନଦୀରେ ମିଶିଛି। ଏହାକୁ ' କାଳୀ ନଦୀ ' ବୋଲି ମଧ୍ୟ କୁହାଯାଇଥାଏ। ସେଠାରୁ ଯାଇ ଏହା ଉତ୍ତର ପ୍ରଦେଶରେ ପ୍ରବାହିତ ହେଉଛି। ଏବଂ ସେଠାରେ ଏହାର ନାମ ପରିବର୍ତ୍ତନ ହୋଇ ' ସରଜୁ ' ନଦୀ ହୋଇଛି।ଏହି ସରଜୁ ନଦୀ କୂଳରେ ଅଯୋଧ୍ୟା ନଗରୀ ଅବସ୍ଥିତ ଅଟେ। ସେଠାରୁ ଯାଇ ଏହା ଘାଘରା ନଦୀରେ ମିଶିଛି ଏବଂ ' ଘାଘରା ' ନଦୀ ନାମରେ ପରିଚିତ ହୋଇଛି। ସେଠାରୁ ଏହା ବିହାର ମଧ୍ୟରେ ପ୍ରବେଶ କରିଛି। ଏବଂ ବିହାରର ବଲିଆ ଓ ଛପରା ମଧ୍ୟରେ ଗଙ୍ଗାନଦୀରେ ଏହାର ବିଲୟ ହୋଇଛି।
ବର୍ତ୍ତମାନ ଆଲୋଚନା କରିବା ସରଜୁ ନଦୀର ଅଭିଶାପ କାହାଣୀ ବିଷୟରେ। ଏହି କାହାଣୀ ତ୍ରେତା ଯୁଗର ଶ୍ରୀରାମଙ୍କ ଜଳସମାଧି ଘଟଣା ସହିତ ସମ୍ପର୍କିତ ଅଟେ। ଶ୍ରୀରାମଙ୍କ ସରଜୁ ନଦୀରେ ଜଳସମାଧି ପରେ, ଏହା ପ୍ରଭୁ ଶିବଙ୍କୁ ଅତ୍ୟନ୍ତ କ୍ରୋଧିତ କରିଥିଲା। ଭଗବାନ ଶିବ କ୍ରୋଧିତ ହୋଇ ଅଭିଶାପ ଦେଲେ ଯେ କୌଣସି ପ୍ରାଣୀ ସରଜୁ ନଦୀରେ ସ୍ନାନ କରିବେ ନାହିଁ। ଏବଂ କୌଣସି ଧାର୍ମିକ କାର୍ଯ୍ୟରେ ଏହାର ଜଳ ବ୍ୟବହାର ହେବନାହିଁ। ଏହାପରେ ସରଜୁ ନଦୀ ଭଗବାନଙ୍କ ଶରଣକୁ ଯାଇ ସ୍ପଷ୍ଟ କରିଲା ଯେ, ଏହା ପ୍ରଭୁ ଶ୍ରୀରାମଙ୍କ ନିଜସ୍ଵ ନିର୍ଣ୍ଣୟ ଅଟେ। ପରେ ଭଗବାନ ଶିବ ନିଜର ମନୋଭାବ ବଦଳାଇ ଶାନ୍ତ ହେଲେ ଏବଂ ଅଭିଶାପକୁ କୋମଳ କରି କହିଲେ ଯେ, ଲୋକମାନେ ସରଜୁ ନଦୀରେ ସ୍ନାନ କରିବେ, କିନ୍ତୁ ଏହାର ଜଳ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେବନାହିଁ। ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି।
ଉଲ୍ଲେଖଯୋଗ୍ୟ ଯେ, ତୁଳସୀ ଦାସ ତାଙ୍କ ରାମଚରିତ ମାନସରେ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମ ନିଜର ସପ୍ତମ ଅବତାରକୁ ତ୍ୟାଗକରି ନିଜର ଶାଶ୍ଵତ ମହାବିଷ୍ଣୁ ରୂପରେ ବିଲୀନ ହେବାକୁ ସରଜୁ ନଦୀରେ ଆତ୍ମବିସର୍ଜନ କରିଥିଲେ
ବିଷୟଟି କିପରି ଲାଗିଲା Comment Box ରେ ନିଜର ମତାମତ ଦିଅନ୍ତୁ ଏବଂ Follow କରନ୍ତୁ।
ଧନ୍ୟବାଦ 🙏

କାଶୀ ଓ ବାରାଣସୀ ଭିତରେ ଫରକ୍ କ'ଣ ? ଏହା ଭିନ୍ନ ଭିନ୍ନ ଦୁଇଟି ସହର ନା ଗୋଟିଏ ସହରର ଦୁଇଟି ନାମ ? ଏହିପରି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସ...
13/04/2026

କାଶୀ ଓ ବାରାଣସୀ ଭିତରେ ଫରକ୍ କ'ଣ ? ଏହା ଭିନ୍ନ ଭିନ୍ନ ଦୁଇଟି ସହର ନା ଗୋଟିଏ ସହରର ଦୁଇଟି ନାମ ? ଏହିପରି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସିଥାଏ। ବର୍ତ୍ତମାନ ଏ ବିଷୟରେ ଆଲୋଚନା କରାଯାଇଛି। କାଶୀ ବା ବାରାଣସୀ ଭାରତର ଏକ ପ୍ରମୁଖ ଧର୍ମସ୍ଥଳୀ ଅଟେ। ଯାହାକି ପବିତ୍ର ଗଙ୍ଗାନଦୀ କୂଳରେ ଅବସ୍ଥିତ । ଏବଂ ଦେବାଧି ଦେବ ମହାଦେବ ପ୍ରଭୁ ବିଶ୍ଵନାଥଙ୍କ କ୍ଷେତ୍ର ଅଟେ।
ଏହି ସହର ଦୁଇଟି ନାମରେ ପରିଚିତ ହେଲେ ମଧ୍ୟ ଏହା ଗୋଟିଏ ସହର ଅଟେ। କିନ୍ତୁ ଦୁଇଟି ନାମ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର ହେଉଛି।
କାଶୀ ହେଉଛି ଏହାର ପ୍ରାଚୀନ ନାମ, ଯାହାକି ଆମେ ପୁରାଣ, ଧର୍ମଗ୍ରନ୍ଥ ମାନଙ୍କରେ ବ୍ୟବହାର ହୋଇଥିବାର ପାଇଥାଉ। ଏବଂ ଏହା ଏକ ଆଧ୍ୟାତ୍ମିକ ନାମ ଅଟେ। କାଶୀ ସଂସ୍କୃତ 'କାଶ' ଶବ୍ଦରୁ ଆସିଛି। ଯାହାର ଅର୍ଥ ହେଉଛି 'ଚମକିବା' । ଏବଂ ଏହି ଆଧ୍ୟାତ୍ମିକ ନାମଟି ସହସ୍ରବାଦୀ ହିନ୍ଦୁ ଚେତନାକୁ ପ୍ରକାଶିତ କରିଥାଏ। ସେହିପରି ପ୍ରାଚୀନ ଗ୍ରନ୍ଥ ମାନଙ୍କରେ କାଶୀକୁ 'ଅଭିମୁକ୍ତ' ବୋଲି କୁହାଯାଇଛି। ଏହି ଅଭିମୁକ୍ତର ଅର୍ଥ ହେଉଛି, ଯାହାକୁ କେବେ ତ୍ୟାଗ କରାଯାଇନଥାଏ। ଏବଂ ହିନ୍ଦୁ ଧର୍ମରେ କାଶୀକୁ ମୋକ୍ଷ ଦ୍ଵାର ବୋଲି କୁହାଯାଇଛି। ଏହି ମୋକ୍ଷଦ୍ଵାର ହେଉଛି କାଶୀର ମଣିକର୍ଣ୍ଣିକା ଘାଟ। ପୁରୀର ସ୍ଵର୍ଗଦ୍ଵାର ପରି ମଣିକର୍ଣ୍ଣିକାରେ ଶବଦାହ କଲେ ମୋକ୍ଷପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ଅଛି। ଏତଦ୍ ବ୍ୟତୀତ କାଶକୁ 'ପ୍ରକାଶର ସହର' ବା 'ଜ୍ଞାନର ସହର' ବୋଲି ମଧ୍ୟ କୁହାଯାଇଥାଏ।

ବର୍ତ୍ତମାନ ଜାଣିବା ଅନ୍ୟନାମ ବାରାଣସୀ ବିଷୟରେ। ଏହା କାଶୀର ଆଧୁନିକ ନାମ ଅଟେ। ଏବଂ ଏହା ପ୍ରଶାସନିକ ଓ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇଥାଏ। ଏହା ଉନ୍ନତ ସହରୀ ସଭ୍ୟତାର ଏକ ପ୍ରତୀକ। କାଶୀ ଆଧ୍ୟାତ୍ମିକ ଉଦ୍ଦେଶ୍ୟକୁ ପ୍ରକାଶିତ କରୁଥିବା ବେଳେ, ବାରାଣସୀ ଆଧୁନିକତାକୁ ପ୍ରତିଫଳିତ କରୁଛି। ଏବଂ ବାରାଣସୀ ମଧ୍ୟ ଏକ ବ୍ୟାପକ ସାଂସ୍କୃତିକ, ବାଣିଜ୍ୟିକ, ଏବଂ ସାମାଜିକତାର ଉନ୍ନତ ସଭ୍ୟତାକୁ ପ୍ରକାଶିତ କରୁଛି। ବାରାଣସୀ ନାମ ଦୁଇଟି ନଦୀ, 'ବରୁଣ' ଓ 'ଅସୀ' ନଦୀର ନାମାନୁସାରେ ହୋଇଛି।

ପବିତ୍ର ଗଙ୍ଗାନଦୀ କୂଳରେ ଅବସ୍ଥିତ ଏହି ସହର ଶିବଙ୍କ ପବିତ୍ର କ୍ଷେତ୍ର ଅଟେ। ଯେଉଁଠି ପ୍ରଭୁ ବିଶ୍ଵନାଥ ଅବସ୍ଥାନ କରିଛନ୍ତି।ଏବଂ ଏହି ସହର ଆଧ୍ୟାତ୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏଠାର ଗଙ୍ଗା ଆରତୀ ବିଶ୍ଵ ପ୍ରସିଦ୍ଧ ଅଟେ। କାଶୀ ଆମ ଭାରତବର୍ଷର ପ୍ରାଚୀନ ଜ୍ଞାନ, ଆଧ୍ୟାତ୍ମିକ ପ୍ରଥା, ଦାର୍ଶନିକ ଅବବୋଧ, ଏବଂ ଆମ ମହାନ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବାବେଳେ, ବାରାଣସୀ ଗତିଶୀଳ ସମୟର ମୂଲ୍ୟବୋଧ ସହିତ ଆଧୁନିକତାକୁ ପ୍ରତିନିଧିତ୍ଵ କରୁଛି।

ବିଷୟଟି କିପରି ଲାଗିଲା Comment Box ରେ ନିଜର ମତାମତ ଦିଅନ୍ତୁ ଏବଂ Follow କରନ୍ତୁ।ଧନ୍ୟବାଦ 🙏

ଚାହା ବିଶ୍ୱରେ ଦ୍ଵିତୀୟ ସର୍ବବୃହତ ପ୍ରଚଳିତ ପାନୀୟ ପଦାର୍ଥ ଅଟେ। ଯାହାକି ଏକ ମୃଦୁ ପାନୀୟ ଶ୍ରେଣୀର ଅଟେ। ବିଶ୍ବର ପ୍ରାୟ ସମସ୍ତ ଦେଶରେ ଏହା ଏ...
13/04/2026

ଚାହା ବିଶ୍ୱରେ ଦ୍ଵିତୀୟ ସର୍ବବୃହତ ପ୍ରଚଳିତ ପାନୀୟ ପଦାର୍ଥ ଅଟେ। ଯାହାକି ଏକ ମୃଦୁ ପାନୀୟ ଶ୍ରେଣୀର ଅଟେ। ବିଶ୍ବର ପ୍ରାୟ ସମସ୍ତ ଦେଶରେ ଏହା ଏକ ଲୋକପ୍ରିୟ ପାନୀୟ ଅଟେ।
ବର୍ତ୍ତମାନ ଏହି ଚାହାର ଆବିଷ୍କାର ବିଷୟରେ ଆଲୋଚନା କରାଯାଇଛି। ଇତିହାସରୁ ଜଣାଯାଏ ଯେ, ଚାହାର ପ୍ରଥମ ଆବିଷ୍କାରକ ଦେଶ ହେଉଛି ଚୀନ୍। ଖ୍ରୀଷ୍ଟ ପୂର୍ବ ୨୭୦୦ ରେ ଚୀନ୍ ର ଶାସକ ଶେନ୍ ନୁଙ୍ଗ ପ୍ରଥମେ ଅକସ୍ମାତ ଭାବରେ ଚାହାର ଆବିଷ୍କାର କରିଥିଲେ। ଏ ବିଷୟରେ ମଧ୍ୟ ଏକ ଲୋକକଥା ଅଛି।
ଶେନ୍ ନୁଙ୍ଗଙ୍କର ଥରେ ଦେହ ଅସୁସ୍ଥ ଥିଲା। ତେଣୁ ବୈଦ୍ୟଙ୍କ ପରାମର୍ଶ କ୍ରମେ ସିଏ ସବୁବେଳେ ଗରମ ପାଣି ପିଉଥିଲେ। ଥରେ ଶେନ୍ ନୁଙ୍ଗ ବଗିଚାରେ ବସିଥିବା ସମୟରେ ତାଙ୍କର ରାଣୀ, କିଛି ଗରମ ପାଣି ଆଣି ତାଙ୍କ ଆଗରେ ରଖିଥିଲେ। ଗରମ ପାଣି ଥୁଆ ହୋଇଥିବା ସମୟରେ ଗୋଟେ ଛୋଟ ପତ୍ର ଆସି ପାଣିରେ ପଡ଼ିଥିଲା। ଶାସକ ଶେନ୍ ନୁଙ୍ଗ ଦେଖିବା ବେଳକୁ ପତ୍ର ପଡ଼ିଥିବା ପାଣିର ରଙ୍ଗ ବଦଳି ଯାଇଥିଲା। ଏବଂ ପାଣିରୁ ଏକ ପ୍ରକାର ସୁଗନ୍ଧ ଆସୁଥିଲା। ଶେନ୍ ନୁଙ୍ଗ ସେହି ପାଣିକୁ କୌତୁହଳରେ ପିଇଥିଲେ। ଏବଂ ସେହି ପାଣିର ସ୍ଵାଦ ତାଙ୍କୁ ଭଲ ଲାଗିଥିଲା। ତେଣୁ ସିଏ ଏହାକୁ ନିୟମିତ ପିଇବାକୁ ଆରମ୍ଭ କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଚାହାର ପ୍ରଚଳନ।

ଭାରତ ଇତିହାସରୁ ଜଣାଯାଏ ଯେ, ଇଂରେଜମାନେ ପ୍ରଥମେ ଭାରତକୁ ଚାହା ଆଣିଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, କାରଣ ୧୨୦୦ ଶତାବ୍ଦୀ ଠାରୁ ୧୬୦୦ ଶତାବ୍ଦୀ ମଧ୍ୟରେ ପୂର୍ବୋତ୍ତର ଭାରତ, ଯେପରି ଆସାମ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ ପ୍ରଭୃତି ଅଞ୍ଚଳ ମାନଙ୍କରେ, ଚାହା ସ୍ଵତଃ ଭାବରେ ଜଙ୍ଗଲରେ ଉଠୁଥିଲା। ଏବଂ ସିଂଙ୍ଗଫୋ ନାମକ ଆଦିବାସୀ ସମ୍ପ୍ରଦାୟ ସମେତ ଅନ୍ୟ କେତେକ ଜନଜାତି ଲୋକମାନେ ଏହାକୁ ଖାଦ୍ୟ ଭାବରେ ବ୍ୟବହାର କରୁଥିଲେ।
ବର୍ତ୍ତମାନ ଚୀନ୍ ପରେ ଭାରତ ଦ୍ୱିତୀୟ ସର୍ବବୃହତ ଚାହା ଉପ୍ତାଦନକାରୀ ଦେଶ ଅଟେ। ଏବଂ ଭାରତର ଆସାମ ରାଜ୍ୟର ଚାହା ବିଶ୍ଵ ପ୍ରସିଦ୍ଧ ଅଟେ।

ଉକ୍ତ ବିଷୟଟି କିପରି ଲାଗିଲା ନିଜର ମତାମତ Comment Box ରେ ଦିଅନ୍ତୁ, ଏବଂ Follow କରନ୍ତୁ। 🙏 ଧନ୍ୟବାଦ

13/04/2026

ମଣିଷ ଦେହରେ ଆଘାତ ଲାଗିଲେ ମଣିଷକୁ କଷ୍ଟ ହୁଏ। ଅନ୍ୟ ଜୀବ ଜନ୍ତୁଙ୍କୁ ଆଘାତ ଲାଗିଲେ, ସେମାନଙ୍କୁ ମଧ୍ୟ କଷ୍ଟ ହୁଏ। କିନ୍ତୁ ଉଦ୍ଭିଦ ଜଗତ ବା ବୃକ୍ଷଲତାଙ୍କୁ କାଟିଲେ ତାଙ୍କୁ କଷ୍ଟ ହୁଏ ନା ନାଇଁ ସେ ବିଷୟରେ ଉକ୍ତ ଭିଡିଓରେ ଆଲୋଚନା କରାଯାଇଛି।ତେଣୁ ଭିଡିଓ ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। @ @

Address

Khordha
752018

Website

Alerts

Be the first to know and let us send you an email when Odia Culture And Fact posts news and promotions. Your email address will not be used for any other purpose, and you can unsubscribe at any time.

Share