16/01/2026
*ଆଜିର ଚିନ୍ତାଧାରା*
*ଅନନ୍ତ କାଳୀନ ଆନନ୍ଦ ଖୋଜିବା*
*ସେହି ଭରସାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦରେ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ।* *ରୋମୀୟ ୧୫:୧୩*
ଆପଣ ଜୀବନରେ କେତେଥର ଯାହା ଖୋଜୁଥିଲେ ତାହା ପାଇଛନ୍ତି, କିନ୍ତୁ ଯାହା ଆପଣ ଭାବିଥିଲେ, ଏହା ଆପଣଙ୍କୁ ସେହି ସନ୍ତୋଷ ଆଣିଦେଇ ପାରିଲା ନାହିଁ। ଏହା ହିଁ ଜୀବନର ଚରମ ହତାଶା ଓ ନିରାଶ୍ୟ ଭରା ସତ୍ୟ ଅଟେ। ଆମେ ଏହି ଦୁନିଆର ସମସ୍ତ ବିଷୟ ଗୁଡ଼ିକରେ ପରିପୂର୍ଣ୍ଣତା ଓ ସନ୍ତୁଷ୍ଟତା ପାଇବୁ ବୋଲି ଭାବିଥାଉ, କିନ୍ତୁ ସେସବୁ କେବେବି ସ୍ଥାୟୀ ଖୁସି ଏବଂ ସନ୍ତୋଷ ଆଣିଦେଇ ପାରିବ ନାହିଁ। ମୁଁ ଥରେ ଏହିପରି ଲେଖା ଯାଇଥିବା ଦେଖିଲି, " *ମୁଁ କେବଳ ଏତିକି ଚାହୁଁଛି, ମୋ ପାଖରେ ବର୍ତ୍ତମାନ ଯାହା ଅଛି ତାହାଠାରୁ କେବଳ ଟିକିଏ ଅଧିକ।"* ତେଣୁ, ମୋର ପ୍ରଶ୍ନ ହେଉଛି, *ଆମକୁ କେତେ ମିଳିଲେ ତାହା ଯଥେଷ୍ଟ ହବ* ?
ଆମେ ଆମର ଚାକିରି, ସମ୍ପତ୍ତି ଓ ସମ୍ପର୍କ ମାଧ୍ୟମରେ ପ୍ରେମ, ସୁରକ୍ଷା ଏବଂ ଆନନ୍ଦକୁ ଖୋଜିଥାଉ। କିନ୍ତୁ ଯଦି ସେମାନେ ପ୍ରକୃତରେ ସ୍ଥାୟୀ ଆନନ୍ଦ ଆଣିଦେଇ ଥାନ୍ତେ, ତେବେ କ'ଣ ଆମେ ସାରା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କଠାରୁ ଏହି ପ୍ରଭାବର ସାକ୍ଷ୍ୟ ପାଇନ ଥାନ୍ତୁ? କିନ୍ତୁ ଏହା ବଦଳରେ, ଆମେ ଶୂନ୍ୟତା, ଅସନ୍ତୋଷ ଏବଂ ନିରାଶାର ସାକ୍ଷ୍ୟ ପାଇଥାଉ। ଖ୍ରୀଷ୍ଟଙ୍କୁ ପ୍ରଥମେ ନିଜ ପାଖରେ ରଖନ୍ତୁ ଓ ତାହାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତୁ ଏବଂ ଦେଖନ୍ତୁ ଯେ ଆପଣଙ୍କ ଜୀବନ କିପରି ପରିଵର୍ତ୍ତିତ ହେଉଅଛି। ଆପଣ ଜାଣିପାରିବେ ଯେ ସେ ହିଁ କେବଳ ଆପଣ ଖୋଜୁଥିବା ପ୍ରେମ, ଶାନ୍ତି ଏବଂ ଆନନ୍ଦର ଉତ୍ସ ଅଟନ୍ତି। *ଅଗଷ୍ଟିନ କୁହନ୍ତି, ଯେହେତୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ନିଜ ପାଇଁ ସୃଷ୍ଟି କରିଅଛନ୍ତି, ତେଣୁ ଯେପର୍ଯ୍ୟନ୍ତ ଆମ୍ଭେମାନେ ତାହାଙ୍କ ଠାରେ ବିଶ୍ରାମ ନ ପାଉ, ଆମ ହୃଦୟ ଏବଂ ପ୍ରାଣ ଅସ୍ଥିରତା ମଧ୍ୟରେ ରହିଥାଏ,* *ଆପଣମାନେ କ'ଣ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ରାମ ପାଅନ୍ତି, ନା ଆଉ ଅଧିକ କିଛି ଚାହୁଅଛନ୍ତି ?*
*ଆଜି ପାଇଁ ପ୍ରଶ୍ନ 1. ଆପଣଙ୍କର ଆତ୍ମର ଚରମ ସନ୍ତୋଷ କେଉଁଠାରେ ଖୋଜୁଅଛନ୍ତି? 2. ଆପଣଙ୍କର ଆନନ୍ଦ, ଶାନ୍ତି ଏବଂ ଖୁସି କେଉଁଠାରେ ଅଛି? 3. କେତେ/କଣ ପାଇଲେ ଆପଣଙ୍କ ପାଇଁ ଯଥେଷ୍ଟ ହୋଇପାରିବ? 4. ଆପଣଙ୍କର ଚରମ ବିଶ୍ରାମ ଆପଣ କେଉଁଠାରେ ପାଆନ୍ତି? 5. ଖ୍ରୀଷ୍ଟ ଆପଣ ପାଇଁ ଯଥେଷ୍ଟ ଅଟନ୍ତି, ଏହା ଆଜି ଆପଣ କ'ଣ ସ୍ୱୀକାର କରିପାରିବେ ?*