ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବରଦେବ କୁସୁନ୍ଦା ଗ୍ରାମର ଅଧୀଶ୍ବର ଓ ଅଗ୍ରପୂଜ୍ୟ ଅଟନ୍ତି।ଏହା ରାଜ ପ୍ରତିଷ୍ଠିତ ଓ ବହୁ ପୁରାତନ ଶୈବ ପୀଠ।ଏହି ଶୈବ ପୀଠର କ୍ଷେତ୍ରାଧୀଶ୍ବର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ସହିତ ମା ପାବର୍ତୀ,ଶ୍ରୀ କୁମାର,ଶ୍ରୀ ଗଣେଶ,ମା ଭୈରବୀ,ଶ୍ରୀ ଘଟମହାକାଳୀ,ନନ୍ଦୀ,ବୃଷଭ ଦେବତା ଆଦି ସମସ୍ତ ଶିବଗଣାଦି କ୍ଷେତ୍ରର ଶୋଭା ବର୍ଧନ କରିଅଛନ୍ତି। ଏହି ପୀଠ ସିନ୍ଧ ଯୋଗୀ,ମୁନୀଙ୍କର ସାଧନାର ସ୍ଥଳ।ଏହି ମନ୍ଦିରରେ ପ୍ରଚଳିତ ଅନେକ ପର୍ବପର୍ବ।ଣୀ ମଧ୍ୟରୁ କାର୍ତ୍ତୀକ ପଞ୍
ଚମୀ,ମହାଶିବରାତ୍ରି ଓ ଦଣ୍ଡଯାତ୍ରା ପର୍ବ ସର୍ବୋତମ....। କିବା ଧନୀଗରିବ ବ୍ରାହ୍ମଣ କି ଶୁଦ୍ର ସମସ୍ତ ଜୀବ ସମାଜ ସେ କରୁଣାମୟଙ୍କ ପଦତଳେ ମଥାନତ ହୋଇଯାଏ।ଇତିହାସରୁ ଅଦ୍ୟାବଧୀ ବହୁ ଅଲୌକିକ ଘଟଣାସବୁ ଘଟି ଆସୁଅଛି,ବହୁ ସର୍ପାଘାତରୋଗୀ,କୁଷ୍ଠବ୍ୟାଧୀ,ପାତକଗ୍ରସ୍ତ ରୋଗୀଙ୍କର ରୋଗାରୋଗ୍ୟର ଘଟଣା ସର୍ବଜନ ବିଦିତ। ଗ୍ରାମର ଅଧୀବାସି ହାନିଲାଭ,ସୁଖଦୁଃଖ,ବିବାହ ବ୍ରତାଦିରେ ବାବାଙ୍କର କରୁଣାଲାଭ ନିମନ୍ତେ ସବିନୟ ଗୁହାରି କରିଥାନ୍ତି।ସେହି ମଙ୍ଗଳମୟଙ୍କ କରୁଣା ହେତୁ ଆମେ ସମସ୍ତ ସଚରାଚର ଜୀବଜଗତ ନିଶ୍ଚିନ୍ତରେ,ର୍ନୀଭୟରେ ବସବାସ କରିଆସୁଅଛେ। ତେଣୁ ସେହି କରୁଣାବତାରଙ୍କର ମନ୍ଦିରର ରକ୍ଷଣବେକ୍ଷଣ ଓ ରିତୀନୀତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ସମସ୍ତେ ଏକ ହୋଇ ସାହାର୍ଯ୍ୟ ସହଯୋଗର ହାତ ବଢାଇବା। ଏ ଦିଗରେ ଏହି ପୃଷ୍ଠା ଏକ ପ୍ରୟାସ ......... .......ଓଁ..ଶିବଂ ଶରଣଂ.....